ଅଲଗା ହୋଇଥିବା ହାତୀ ଶାବକକୁ ହାତୀପଲଙ୍କ ସହ ମିଶାଇଲେ ବନ କର୍ମଚାରୀ

1 min read

କେନ୍ଦୁଝର : ଅନେକ ସମୟ ଅପେକ୍ଷାପରେ ହାତୀ ଛୁଆକୁ କୋଳେଇ ନେଲା ମା’ହାତୀ । ଅଲଗା ହୋଇଥିବା ହାତୀ ଶାବକକୁ ହାତୀପଲଙ୍କ ସହ ମିଶାଇଲେ ବନ କର୍ମଚାରୀ । ଦୀର୍ଘ ୨ ଘଣ୍ଟାର ପ୍ରଚେଷ୍ଟା ପରେ ୨୨ ଟିକିଆ ହାତୀପଲରୁ ଅଲଗା ହୋଇଥିବା ଛୁଆହାତୀକୁ ମା ହାତୀ ସହିତ ମିଶାଇଲେ ବନ ବିଭାଗ  ଓ ସ୍ଥାନୀୟ ଲୋକେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ୍ ଗୋହିରା ଗାଁରେ । ୨୨ଟିକିଆ ହାତୀପଲ ମଧ୍ୟରୁ ଏକ ଛୁଆହାତୀ ଅଲଗା ହୋଇ ମାଆକୁ ଖୋଜି ଏଣେତେଣେ ଦଉଡ଼ୁଥିଲା । ଏନେଇ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କଥା ମାନି ହାତୀଛୁଆଟିକୁ କୌଣସି ଲୋକ  ଛୁଇଁ ନଥିଲେ । ଏଥିପାଇଁ ପୁନର୍ବାର ତା ଛୁଆକୁ ମାଆ ହାତୀ କୋଳେଇ ନେଇ ସାଙ୍ଗରେ ବୁଲାଉଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଲୋକ  ଓ ବନ ବିଭାଗର  ଉଦ୍ୟମ ପାଇଁ ଛୁଆ ହାତୀଟି ମାଆ ପାଖକୁ ଫେରିଥିବାରୁ  ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l