spot_img
Home Blog Page 2664

ସେପ୍ଟେମ୍ବର ୧୬ ରେ ଲୋକାର୍ପଣ ହେବ ବହୁପ୍ରତିକ୍ଷିତ ନେତାଜୀ ବସ୍ ଟର୍ମିନାଲ

କଟକ: ସେପ୍ଟେମ୍ବର ୧୬ ରେ ଲୋକାର୍ପଣ ହେବ କଟକ ନେତାଜୀ ବସ୍ ଟର୍ମିନାଲ । ୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅନ୍ତର୍ଜାତୀୟ ସ୍ତରର ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଣୀହାଟ କ୍ଲକ ଟାଓ୍ବାର, ତାଳଦଣ୍ଡା ପାର୍ଶ୍ବ ଫୁଡକୋର୍ଟ, ସିଲଭର ସିଟି ବୋଟ କ୍ଲବ ସହ ମୋଟ ୧୫ ଟି ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏ ନେଇ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସିଡିଏ ଅଧ୍ୟକ୍ଷ, ସିଏମସି କମିଶନର, ମେୟର, ଜିଲ୍ଲାପାଳଙ୍କ ସହ ପରିବହନ ବିଭାଗ, କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଏଥିରେ ଉପସ୍ଥିତ ଥିଲେ । ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ, ଛତ୍ର ବଜାର ଅର୍ବାନ ହାଟ, ତାଳଦଣ୍ଡା କେନାଲ ଉପରେ ପାଞ୍ଚଟି ବ୍ରିଜବି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ

ଭୁବନେଶ୍ବର: ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ ହୋଇଛି । ୨ ଦିନ ତଳେ ହୃଦଘାତରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ୫୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବରଗଡ଼ ଜିଲ୍ଲା ପଦମପୁର ତାଲ ଗାଁରେ ମହେନ୍ଦ୍ରଙ୍କ ଘର ।

ଜନସେବା ପାଇଁ ଚାକିରି ଛାଡ଼ି ଗତ ୨୦୨୨ ନଭେମ୍ବର ୨୫ତାରିଖରେ ସେ ବିଜେଡିରେ ସାମିଲ ହୋଇଥିଲେ । ORS ପଦବୀରୁ ଭିଆରଏସ୍ ନେଇ ବିଜେଡିରେ ଯୋଗ ଦେଇଥିଲେ । ମହେନ୍ଦ୍ର କୁମାର ବଢ଼େଇଙ୍କୁ ବିଜେଡି ମୁଖପାତ୍ର ଭାବେ ନିଯୁକ୍ତ କରିଥିଲା । ପଦମପୁର ଉପନିର୍ବାଚନ ସମୟରେ ମହେନ୍ଦ୍ର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଗାଁ ଗାଁ ବୁଲି ଭୋଟ ମାଗିଥିଲେ । ପରେ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଥିଲେ ।

କାଲି ଦିଲ୍ଲୀରେ ପହଞ୍ଚିବେ ବିଶ୍ବର ଟପ୍‌ ନେତା, ଜାଣନ୍ତୁ କିଏ କେତେବେଳେ ଆସିବେ

ନୂଆଦିଲ୍ଲୀ: ଗ୍ରୁପ ୨୦ ସମ୍ମିଳନୀରେ ଯୋଗଦେବା ଲାଗି ନିର୍ଦ୍ଧାରିତ ହୋଇଛି ସମୟ । ଆସନ୍ତାକାଲି ସନ୍ଧ୍ୟା ୬.୫୫ରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅପରାହ୍ଣ ୧.୪୦ରେ ପହଞ୍ଚିବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ପହଞ୍ଚିବେ ଦିନ ୧୨.୩୦ରେ । ଅପରାହ୍ଣ ୨ଟା ୧୫ରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ।

ରାତି ୭ଟା ୪୫ରେ ଦିଲ୍ଲୀ ଆସିବେ ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ । ସନ୍ଧ୍ୟା ୬ଟା ୧୫ରେ ପହଞ୍ଚିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ । ଇଟାଲି ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ପହଞ୍ଚିବ ଶୁକ୍ରବାର ଭୋର ୬ଟା ୨୦ରେ । ୯ ତାରିଖ ସକାଳ ୮ଟାରେ ଆସିବେ ଜର୍ମାନ ଚାନସେଲର ଓଲାଫ ସ୍କଜ । ସେହିପରି ୯ ତାରିଖ ଅପରାହ୍ଣ ୧୨ଟା ୩୫ରେ ପହଞ୍ଚିବେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ।

କାଲିଠୁ ରାଜ୍ୟରେ ବିଦ୍ୟାଳୟ ସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି । ଗତ ୩୧ ତାରିଖ ଠୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଜିଲ୍ଲା ଜନମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ‘ମୋ ସ୍କୁଲ’ର ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରଥମେ ‘ମୋ ସ୍କୁଲ’ର ପ୍ରତିନିଧି ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ଥିବା ବିଭିନ୍ନ ପ୍ରକାର ପୁରସ୍କାର ଓ ଏହାର ମନୋନୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା । ପ୍ରଥମ ବୈଠକରେ ଛାତ୍ରଛାତ୍ରୀ ପୁରସ୍କାର ଉପରେ ଗୁରୁତ୍ୱ ଦିଆଯାଇଥିଲା । ୩୧ ତାରିଖରେ ସୁନ୍ଦରଗଡ, କନ୍ଧମାଳ , ଢେଙ୍କାନାଳ, କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିଥିଲା । ସେହିପରି ୧ ତାରିଖରେ କେନ୍ଦୁଝର, କଟକ, ଜଗତସିଂହପୁର ଓ ଅନୁଗୁଳ, ୨ରେ ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ଦେବଗଡ଼, ନୟାଗଡ଼, ବରଗଡ଼, ସମ୍ବଲପୁର, ମାଲକାନଗିରି, ପୁରୀ, ବାଲେଶ୍ୱର ଓ ଯାଜପୁର, ୪ରେ ଭଦ୍ରକ, ନବରଙ୍ଗପୁର, ଝାରସୁଗୁଡା, ଗଜପତି ଓ କଳାହାଣ୍ଡି, ୫ରେ ବଲାଙ୍ଗୀର, ଗଞ୍ଜାମ, କୋରାପୁଟ ଏବଂ ୭ରେ ରାୟଗଡା, ନୂଆପଡା ଓ ଖୋର୍ଦ୍ଧା ଜିଲ୍ଲାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ଆସନ୍ତାକାଲି (ଶୁକ୍ରବାର) ସାରା ରାଜ୍ୟରେ ବିଦ୍ୟାଳୟସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ର କମିଟିର ସଦସ୍ୟ, ଅଭିଭାବକ, ଗ୍ରାମପଞ୍ଚାୟତର ପ୍ରତିନିଧି ଯୋଗ ଦେବେ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ବିସ୍ତୃତ ସୂଚନା ଦେବେ । ଏହି ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା, ଏହାର ଯୋଗ୍ୟତା ଓ ମାନଦଣ୍ଡ ଏବଂ ଚୟନ ପ୍ରକ୍ରିୟା ଉପରେ ସଚେତନ କରାଇବେ । ଅନ୍ୟପକ୍ଷରେ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ସଚେତନ କରାଇବେ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଛାତ୍ରଛାତ୍ରୀ ପୁରସ୍କାର ପାଇଁ ବର୍ତ୍ତମାନ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି L ରାଜ୍ୟ, ଜିଲ୍ଲା ଓ ବ୍ଲକ୍‌ସ୍ତରରେ ମେଧାବୀ ପୁରସ୍କାର ଦିଆଯିବ । ରାଜ୍ୟସ୍ତରରେ ୫୦ ହଜାର ଟଙ୍କା, ଜିଲ୍ଲାସ୍ତରରେ ୧୦ ହଜାର ଟଙ୍କା ଏବଂ ବ୍ଲକସ୍ତରରେ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଦଶମବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାକୁ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌) ରେସନକାର୍ଡ ହିତାଧିକାରୀ ପରିବାରର, ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବା ୨ ହଜାର ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ । ଏହା ପରେ ବିଦ୍ୟାଳୟସ୍ତରରେ ନେତୃତ୍ୱ ନେବାର କଳା ଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବାକୁ ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ପ୍ରଦାନ କରାଯିବ । ପ୍ରତ୍ୟେକ ବିଦ୍ୟାଳୟରୁ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯିବ । ସମୁଦାୟ ୮୩୧୧ ଛାତ୍ର ଓ ୮୮୦୭ ଛାତ୍ରୀଙ୍କୁ ଏହି ପୁରସ୍କାର ପାଇବେ ।

ଚମକିବ ପାର୍କ-ବ୍ୟାୟାମଶାଳା, ମୁକ୍ତା ଯୋଜନାରେ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ

0

ଭୁବନେଶ୍ୱର: ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ ପତ୍ର ଲେଖିଛନ୍ତି ।

ଯୁଗ୍ମ ସଚିବ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ 5T ମନ୍ତ୍ରରେ ରାଜ୍ୟର ୧୧୫ଟି ପୌରସଂସ୍ଥାରେ ଥିବା ୨୦୫୫ ଓ୍ବାର୍ଡରେ ମୁକ୍ତା ଯୋଜନାରେ ୫ହଜାରରୁ ଅଧିକ ପ୍ରକଳ୍ପ ନିର୍ମାଣ ହୋଇଛି । ଏଥି ମଧ୍ୟରେ ଛୋଟ ପାର୍କ, ସର୍ବସାଧାରଣ ବ୍ୟାୟାମଶାଳା, ଶିଶୁ ଉଦ୍ୟାନ, ଖେଳପଡିଆ, ପାଦଚଲା ରାସ୍ତା, ବହୁମୁଖି କମ୍ୟୁନିଟି ହଲ୍‍ ସହିତ ୩୭ ହଜାରରୁ ଅଧିକ ବର୍ଷା ଜଳ ଅମଳ ପ୍ରକଳ୍ପ ମଧ୍ୟ ରହିଛି । ପର୍ଯ୍ୟାୟକ୍ରମେ ଏହାର ରକ୍ଷଣା ବେକ୍ଷଣ ପାଇଁ ବିଭାଗ ଯୋଜନା ପ୍ରସ୍ତୁତ ହୋଇଛି ।

ଏହି ରକ୍ଷଣା ବେକ୍ଷଣ କାର୍ଯ୍ୟରେ ମିଶନ ଶକ୍ତି ଗୋଷ୍ଠି, ବସ୍ତି ବିକାଶ ସଂଗଠନକୁ ନିୟୋଜିତ ସହିତ ଗୋଷ୍ଠି ସହଭାଗିତାରେ ଏହା କରିବାକୁ  ପଣ୍ଡା ସମସ୍ତ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ବିଭାଗ ସହିତ ସମନ୍ୱୟ ରକ୍ଷାକରାଯିବା ସହିତ ପୌରସଂସ୍ଥା, ଜନସ୍ୱାସ୍ଥ୍ୟ, ୱାଟ୍କୋଦ ଯନ୍ତ୍ରୀଙ୍କ ସମେତ ମୁକ୍ତା ଟିମ୍‍ ଏହି ରକ୍ଷଣାବେକ୍ଷଣ କାର୍ଯ୍ୟର ତଦାରଖ କରିବେ । ରକ୍ଷଣା ବେକ୍ଷଣ କାର୍ଯ୍ୟରେ ନିୟୋଜିତ ମିଶନଶକ୍ତି ଓ ଅନ୍ୟ ସଂସ୍ଥାଗୁଡିକୁ ଠିକଣା ସମୟରେ ସେମାନଙ୍କର ପାଉଣା ପ୍ରଦାନ କରାଯିବ । ପୌର ସଂସ୍ଥାଗୁଡିକୁ ପଞ୍ଚଦଶ ଅର୍ଥ କମିଶନରୁ ମିଳିଥିବା ଅନୁଦାନ ଏବଂ ନିଜସ୍ବ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି ।

ପାକିସ୍ତାନରେ ପଶିଲା ଆତଙ୍କବାଦୀ ସଙ୍ଗଠନ, ଜୀବନ ବଞ୍ଚାଇ ଦୌଡିଲେ ଯବାନ

ଇସଲାମାବାଦ: ପାକିସ୍ତାନର ଚିନ୍ନାଲ ଜିଲ୍ଲାକୁ କବଜା କଲା ଆତଙ୍କବାଦୀ ସଙ୍ଗଠନ ତହରିକ ଏ ତାଲିବାନ ପାକିସ୍ତାନ (ଟିଟିପି) । ହଜାର ହଜାର ସଂଖ୍ୟାରେ ଆତଙ୍କବାଦୀ ଏଠାରେ ପାକିସ୍ତାନୀ ସେନା ଯବାନଙ୍କୁ ବନ୍ଦୀ ରଖିଛନ୍ତି  । ଖୈବର ପାନତୁନଖା ପ୍ରାନ୍ତ ଚିନ୍ନାଲ ଜିଲ୍ଲାରେ ଆକ୍ରମଣ କରି ଅଧିକାଂଶ ଗାଁକୁ ଆତଙ୍କବାଦୀ କବଜା କରିଛନ୍ତି  । ଅନେକ ପାକିସ୍ତାନ ଯବାନଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ଖବର ବି ସାମନାକୁ ଆସୁଛି  ।

ଟିଟିପି ଦାବି କରିଛି ଯେ ବୁଧବାର ଭୋର ୪ଟାରେ ଅପରେସନ ଆରମ୍ଭ କରି ଚିନ୍ନାଲ କବଜା କରିଛି  । ଏଠାରେ ଇଣ୍ଟରନେଟ ସେବା ଖରାପ ଥିବାରୁ ଖୁବଶୀଘ୍ର କବଜା କରିଥିବା ଅଞ୍ଚଳର ଫଟୋ ସେୟାର କରିବ ବୋଲି ଟିଟିପି କହିଛି  । ପାକିସ୍ତାନୀ ସେନାର ୭୫ ଯବାନଙ୍କୁ ସେମାନେ ବନ୍ଧକ ରଖିଛନ୍ତି  । ସେହିପରି ଗୁଳି ବିନିମୟରେ ସେନାର ୧୦ ଯବାନ ପ୍ରାଣ ହରାଇଛନ୍ତି  ।

ରିପୋର୍ଟ ମୁତାବକ ଏହି ଆକ୍ରମଣର ପ୍ରସାରଣ ନ କରିବା ପାଇଁ ପାକିସ୍ତାନୀ ମିଡିଆରେ ପ୍ରତିବନ୍ଧକ ଲଗାଯାଇଛି  । ପାକିସ୍ତାନୀ ସେନା ମିଛ ଖବର ପ୍ରଚାର କରି କହୁଛି ଯେ ଟିଟିପି ଆଫଗାନିସ୍ତାନ କ୍ଷେତ୍ରର ବ୍ୟବହାର କରୁଛି  । ଚିନ୍ନାଲର ସ୍ଥାନୀୟ ବାସିନ୍ଦା ଆମକୁ ଏହା ଜଣାଇବା ପରେ ଆକ୍ରମଣ ହୋଇଛି ବୋଲି ଆତଙ୍କବାଦୀ ସଙ୍ଗଠନ କହୁଛି  । ସେପଟେ ଚିନ୍ନାଲ ବାସିନ୍ଦା ଟିଟିପିକୁ ସମର୍ଥନ କରୁଥିବା ସଙ୍ଗଠନ ଦାବି କରିଛି  ।

 

ପାକିସ୍ତାନ ପିଏମଓ ଓ ସୂଚନା ମନ୍ତ୍ରାଳୟ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି  । ସେପଟେ ଖିପ୍ରୋ, ସଂଘାର ଓ ସିନ୍ଧରେ ସାମ୍ପ୍ରଦାୟିକ ହିଂସା ମୁଣ୍ଡ ଟେକିଛି । କାପୁରରେ କର୍ବଲାର ୪୦ ତମ ଶ୍ରାଦ୍ଧ ବାର୍ଷିକୀରେ ରାଲି ବାହାରିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି  । ସେଠାକାର ବାସିନ୍ଦା ପରସ୍ପରକୁ ଲାଠି ଓ ଟେକା ପଥର ମାଡ କରି ଆକ୍ରମଣ କରୁଛନ୍ତି  ।

ସରକାରୀ ଦଲିଲରେ ଖୁବଶୀଘ୍ର ଦେଖିବାକୁ ମିଳିବ ‘ଭାରତ’ ନାମ, ଖୁଲାସା କଲେ ଅଧିକାରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ସରକାରୀ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଜାତୀୟ ତଥା ଆନ୍ତର୍ଜାତୀୟ ନିମନ୍ତ୍ରଣ ତଥା ଆନୁସଙ୍ଗିକ କାଗଜପତ୍ର ପର୍ଯ୍ୟନ୍ତ ସରକାରୀ ଦଲିଲରେ ‘ଭାରତ’ ନାମ ଖୁବଶୀଘ୍ର ଦେଖିବାକୁ ମିଳିବ ।  ଏହା କୌଣସି ବି ତାରିଖରୁ ଲାଗୁ ହୋଇପାରେ  । ଏନେଇ ଖୁଲାସା କରିଛନ୍ତି କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ  । ସେ ଦର୍ଶାଇଛନ୍ତି ଯେ ‘କର୍ମଯୋଗୀ ଭାରତ’ ପରି ଯୋଜନା ଏବଂ କାର୍ଯ୍ୟକ୍ରମର ଅଂଶ ଭାବରେ ସରକାରୀ ଦସ୍ତାବିଜରେ ‘ଭାରତ’ ବ୍ୟବହାର ହୋଇସାରିଛି।

 

ଗୃହମନ୍ତ୍ରୀ ଅମିତ ଶାହା ନୂତନ ପେନାଲ କୋଡ ପାଇଁ ନାମ ପ୍ରସ୍ତାବ ଦେବା ଦିନ ଠାରୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇଆସୁଛି। ସେମାନେ ଭାରତୀୟ ପେନାଲ କୋଡର ନାମକୁ ଭାରତୀୟ ଜୁଡିସିଆଲ୍ କୋଡରେ ପରିବର୍ତ୍ତନ କରିଥିଲେ ଏବଂ ଏହା ସମାନ ଭାବରେ ପ୍ରଯୁଜ୍ୟ କୋଡ୍ ଅଫ୍ କ୍ରାଇମବ୍ରାଞ୍ଚ (CrPC) । ଯାହା ସମୟକ୍ରମେ ଭାରତୀୟ ନାଗରିକ ସୁରକ୍ଷା ସଂକେତ ପାଲଟିଥିଲା । ଅଧିକାରୀ ଜଣକ କହିଛନ୍ତି, ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଯୋଜନାରେ ‘ଭାରତ’ ଶବ୍ଦ ଅଧିକ ଦେଖିବାକୁ ମିଳିବ । ଯେପରି ‘ଭାରତ ଡ୍ରୋନ୍ ଶକ୍ତି’  । ସେପଟେ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଷ୍ଟାର୍ଟ ଅପ୍ ଇଣ୍ଡିଆ’ ନାମରେ ନାମିତ ଯୋଜନା ଗୁଡିକରେ ପୂର୍ବଭଳି ସେହି ଲେଖା ଉଦ୍ଦିଷ୍ଟ ରହିବ।

 

ଉଭୟ ଭାରତଏବଂ ଇଣ୍ଡିଆଦେଶର ସାମ୍ବିଧାନିକ ଏବଂ ଆଇନଗତ ବୈଧ ନାମ


ଅଧିକାରୀ କହିଛନ୍ତି ଯେ ଉଭୟ ‘ଭାରତ’ ଏବଂ ‘ଇଣ୍ଡିଆ’ ସାମ୍ବିଧାନିକ ଏବଂ ଆଇନଗତ ହୋଇଥିବାରୁ ସରକାରୀ ଦଲିଲରେ ‘ଭାରତ’ ବ୍ୟବହାର କରିବା ପାଇଁ କୌଣସି ଆଇନଗତ ପ୍ରଭାବ ଦେଖାଯିବ ନାହିଁ। ଦେଶର ନାମଗୁଡିକ ଆନୁଷ୍ଠାନିକ ଭାବରେ ବୈଧ ନାମ ଅଟେ  । ପାସପୋର୍ଟରେ ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ ଏବଂ ‘ଭାରତ ସରକାର’ ଲେଖାଯାଇଛି। ଏହା କୌଣସି ଆଇନଗତ କିମ୍ବା ସାମ୍ବିଧାନିକ ପବିତ୍ରତାକୁ ଉଲ୍ଲଂଘନ କରିବାର ପ୍ରଶ୍ନ ଉଠୁନାହିଁ  ।

 

ଦେଶର ନାମ ବଦଳାଇବାଅଭିଯୋଗରେ ବିରୋଧୀଦଳ


ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପଠାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କାର୍ଡରେ ‘ଭାରତ’ ଉଲ୍ଲେଖ କରିବା ବିବାଦ ସୃଷ୍ଟି କରିଛି। ଏ ସମ୍ପର୍କରେ ବିରୋଧୀ ଦେଶର ନାମ ବଦଳାଇଥିବା ଅଭିଯୋଗ କରିଛନ୍ତି। ଏହା ଉପରେ ସରକାରଙ୍କ ବରିଷ୍ଠ ଅମଲାତନ୍ତ୍ର କହିଛନ୍ତି ଯେ ବିରୋଧୀ ଦଳର ନାମ ସହ ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗର କୌଣସି ସମ୍ପର୍କ ନାହିଁ। ଅଧିକାରୀମାନେ କହିଛନ୍ତି ଯେ ‘ଇଣ୍ଡିଆ’ ରୁ ‘ଭାରତ’କୁ ସରକାର ଅଧିକ ଭାରତୀୟ ନାମ ବୋଲି ବିବେଚନା କରୁଛନ୍ତି।

 

ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ସକାଳ ସାଢେ ୧୦ଟାରେ ନବାନ୍ନ ଲାଗି

ସମ୍ବଲପୁର: ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ବାହାରିଲା ନୂଆଖାଇ ଲଗ୍ନ । ସମ୍ବଲପୁରରେ ବାହାରିଲା ନୂଆଖାଇ ଲଗ୍ନ । ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ବିଷ୍ଣୁସହସ୍ର ନାମ ପାଠ ପରେ ବାହାରିଲା ଶୁଭଲଗ୍ନ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ ନୂଆଖାଇ ଲଗ୍ନ ପ୍ରକାଶ ପାଇଛି । ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ।

ସେହିପରି ସୋନପୁର ଗଡ଼ଜାତ ଅଞ୍ଚଳ ସହ ଓ ପଞ୍ଚରା ଅଞ୍ଚଳ ବାସିଙ୍କ ପାଇଁ ଆଜି ସ୍ଥିର ହେଲା ନୂଆଖାଇ ଲଗ୍ନ । ଚଳିତ ବର୍ଷ ଆସନ୍ତା ୨୦ ତାରିଖ ବୁଧୁବାର ଦିନ ମାଁ ସୁରେଶ୍ଵରୀଙ୍କ ମନ୍ଦିରକୁ ଦିନ ୮.୩୦ ରୁ ୯.୩୦ ମଧ୍ୟ ରେ ପାହୁର ଯାତ୍ରା ହେବ । ସେହିପରି ସକାଳ ୧୦.୩୬ ରୁ ୧୦.୫୦ ମଧ୍ୟରେ ବିଛା ଲଗ୍ନରେ ନବାର୍ଣ୍ଣ ଭକ୍ଷଣ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଥିବା ସୂଚନା ଦେଲେ ପଣ୍ଡିତ ସଭା ।

ଏସିଆନ ସମ୍ମିଳନୀରେ ଚୀନର ଚେତାବନୀ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବୃଦ୍ଧି ପାଇଛି ରାଜନୈତିକ ଉତ୍ତେଜନା

ଜାକାର୍ତ୍ତା: ବିଶ୍ବରେ ଦେଖାଦେଉଛି କି ଆଉ ଏକ ଶୀତଳ ଯୁଦ୍ଧ । ଏହାକୁ ନେଇ ସତର୍କ କରାଇଛନ୍ତି ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ । ଇଣ୍ଡୋନେସିଆରେ ଅନୁଷ୍ଠିତ ଏସିଆନ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ କହିଛନ୍ତି- ଏକ ନୂତନ ଶୀତଳ ଯୁଦ୍ଧକୁ ହଟାଇବା ବର୍ତ୍ତମାନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆହ୍ବାନ । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ରମଶଃ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସେ କରାଇଛନ୍ତି ସତର୍କ ।

ଏହି ସମ୍ମିଳନୀରେ ବ୍ରୁନୋଇ, ମିଆଁମାର, କାମ୍ବୋଡିଆ, ତିମୋର, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ଫିଲିପାଇନସ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ ସଦସ୍ଯ ଥିବାବେଳେ ଚୀନ, ଜାପାନ, ସାଉଥକୋରିଆ, ଭାରତ ଓ ଆମେରିକା ଅତିଥି ରାଷ୍ଟ୍ର ଭାବେ ଯୋଗ ଦେଇଛନ୍ତି । କିଆଙ୍ଗ କହିଛନ୍ତି ବିଭିନ୍ନ ଦେଶ ମଧ୍ଯରେ ରହିଥିବା ମତପାର୍ଥକ୍ଯ ଓ ବିବାଦ ଦୂର କରିବାକୁ ପଡିବ ।

ଏସିଆନ ସମ୍ମିଳନୀରେ ବିଶେଷ କରି ଦକ୍ଷିଣ ଚୀନ ସମୁଦ୍ରରେ ଚୀନ ଜାରି ରଖିଥିବା କାର୍ଯ୍ୟକଳାପକୁ ନେଇ ଚିନ୍ତା ବ୍ଯକ୍ତ କରାଯାଇଥିଲା । ଏହି ଅଞ୍ଚଳ ଉପରେ ଆମେରିକାର ସ୍ବତନ୍ତ୍ର ନଜର ରହିଛି ବୋଲି କହିଥିଲେ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ । ଚୀନର ନୂଆ ମ୍ଯାପକୁ ନେଇ ମଧ୍ଯ ବୈଠକର ଉଦବେଗ ପ୍ରକାଶ ପାଇଛି ।

ଉପକୃତ ହେବେ ଚାଷୀ, କୃଷି ମେଳା କାର୍ଯ୍ୟକ୍ରମରେ କରାଯିବ ସଚେତନ

ଭୁବନେଶ୍ବର: ଏ ବର୍ଷ ୫୮ଟି ସବଡ଼ିଭିଜନରେ କୃଷି ମେଳା ଅନୁଷ୍ଠିତ ହେବ । କୃଷକଙ୍କ ଚାଷ ଖର୍ଚ୍ଚ କେମିତି କମିବ ସେ ଦିଗରେ ରାଜ୍ୟ ସରକାର ପ୍ରୟାସ କରିଛନ୍ତି । ଚାଷରେ ଖର୍ଚ୍ଚ କମ ହେଲେ ଚାଷୀଙ୍କୁ ଲାଭ ହେବ । ୫ଟି ଇନିସିଏଟିଭ ମାଧ୍ୟମରେ ଏ ସବୁ କାର୍ଯ୍ୟକ୍ରମ କରାଯାଇଛି।

ଗତବର୍ଷ ୯୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ହୋଇଛି । ଏ ବର୍ଷ ଅଧିକ ବିକ୍ରି କରିବାକୁ ଯୋଜନା କରାଯାଇଛି । କୃଷି ଯନ୍ତ୍ରପାତି ବିକ୍ରୀରେ କୌଣସି ଦୁର୍ନୀତି ହୋଇ ନାହିଁ । ଏ ନେଇ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଜନସଂଖ୍ୟା ବୃଦ୍ଧିକୁ ତାଳଦେଇ ଖାଦ୍ୟଶସ୍ୟ ଓ କୃଷିଜାତ ଦ୍ରବ୍ୟ ଉକ୍ସଊାଦନ ବୃଦ୍ଧିର ଆବଶ୍ୟକତା ରହିଛି । କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ ଓ କ୍ଷୟଶୀଳ ପ୍ରାକୃତିକ ସଂପଦ ଏବଂ ଉକ୍ସଊାଦନ ଖର୍ଚ୍ଚ ହ୍ରାସ ଆଦି ସମସ୍ୟାର ସମାଧାନ ଦିଗରେ କୃଷି ଯାନ୍ତ୍ରିକୀକରଣ ଏକ ପ୍ରମୁଖ ବିକଳ୍ପ । ତେଣୁ କୃଷି କ୍ଷେତ୍ରରେ ଅଧିକରୁ ଅଧିକ କୃଷି ଯନ୍ତ୍ରପାତିର

ବ୍ୟବହାରକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି । ରାଜ୍ୟ ସରକାର କୃଷକମାନଙ୍କୁ ଉନ୍ନତ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଣ ପାଇଁ ଆକର୍ଷଣୀୟ ରିହାତି ତଥା ସୁବିଧାରେ ଋଣ ଯୋଗାଇ ଦେଉଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

 

କୃଷି ଭବନଠାରେ ଚଳିତ ବର୍ଷର କୃଷି ଯନ୍ତ୍ରପାତି ମେଳା ଆୟୋଜନ ସଂପର୍କରେ ରାଜ୍ୟ ଓ ରାଜ୍ୟ ବାହାରର କୃଷି ଯନ୍ତ୍ରପାତି ନିର୍ମାତା ଓ ବିକ୍ରେତାମାନଙ୍କ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଲେ ଯେ କୃଷି ଯନ୍ତ୍ରପାତି ଓ ଉପକରଣ ବ୍ୟବହାରକୁ ପ୍ରୋତ୍ସାହତି  କରିବା ନିମନ୍ତେ ରାଜ୍ୟ ସରକାର ପ୍ରଦାନ କରୁଥିବା ରିହାତି ବ୍ୟବସ୍ଥାକୁ ଅଧିକ ସରଳୀକରଣ ଓ ବ୍ୟବସ୍ଥିତ କରାଯିବ ଏବଂ ରିହାତି ପ୍ରଦାନରେ ଅନିୟମିତତା ଓ ଅହେତୁକ ବିଳମ୍ବ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୦୨୩-୨୪ ବର୍ଷରେ ରାଜ୍ୟରେ ୭୦ ହଜାରଟି କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଣ ପାଇଁ ବିଭାଗ ପକ୍ଷରୁ ୪୫୦ କୋଟି ଟଙ୍କାର ସରକାରୀ ରିହାତି ପ୍ରଦାନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

 

ଅଦ୍ୟାବଧି ୨୪,୬୯୩ ଗୋଟି ଯନ୍ତ୍ରପାତିର ରିହାତି ବାବଦକୁ ହିତାଧିକାରୀଙ୍କୁ ୧୫୧.୨୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ବିଭିନ୍ନ ବ୍ୟାଙ୍କ ଓ ଋଣ ପ୍ରଦାନକାରୀ ସଂସ୍ଥାରୁ ସହଜରେ କୃଷି ଋଣ କରି ଯନ୍ତ୍ରପାତି କ୍ରୟ ନିମନ୍ତେ ଚାଷୀମାନଙ୍କ ପାଇଁ ‘ସଫଳ’ (ସିମ୍ପ୍ଲିଫାଏଡ୍‌ ଆପ୍ଲିକେସନ୍‌ ଫର ଏଗ୍ରିକଲଚରାଲ୍‌ ଲୋନ୍‌ସ) ଆପ୍‌ ପ୍ରଚଳନ କରାଯାଇଛି । ଅନୁମୋଦିତ କୃଷି ଯନ୍ତ୍ରପାତି ନିମନ୍ତେ ସରକାର ବର୍ଗାନୁକ୍ରମେ ଶତକଡ଼ା ୪୦ରୁ ୬୦ ଭାଗ ରିହାତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ଶତକଡ଼ା ୭୫ ଭାଗ ରିହାତି ପ୍ରଦାନ କରାଯାଉଛି । ପ୍ରାପ୍ୟ ରିହାତି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି । କୃଷି କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରିତାକୁ ଲକ୍ଷ୍ୟ ରଖି କୃଷିଜୀବୀ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତି ଉଦ୍ଭାବନ ଓ ବ୍ୟବହାର ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି କୃଷି ଯନ୍ତ୍ରପାତି ସହଜରେ ବ୍ୟବହାର କରିପାରିବେ ସେଥି ନିମନ୍ତେ ସେମାନଙ୍କ ବ୍ୟବହାର ଉପଯୋଗୀ କୃଷି ଯନ୍ତ୍ରପାତି ଓ ଉପକରଣ ଉପରେ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀ କହିଥିଲେ ।

 

କୃଷି ଯାନ୍ତ୍ରିକୀକରଣ ଫଳରେ ଓଡ଼ିଶାରେ କୃଷି କ୍ଷେତ୍ରରେ ୨୦୦୦-୦୧ ମସିହାରେ ବିଦ୍ୟୁତ ଶକ୍ତି ବ୍ୟବହାର ହେକଟର ପିଛା ୦.୬୨ କିଲୋୱାଟ୍‌ରୁ ବଦ୍ଧୃି ପାଇ ୨୦୨୧-୨୨ ବର୍ଷରେ ୨.୨୩ କିଲୋୱାଟ୍‌ରେ ପହଞ୍ଚିଛି । ଏହା ଦ୍ୱାରା କୃଷି ଉଦ୍ୟାନରେ ଉଲ୍ଲେଖନୀୟ ବୃଦ୍ଧି ହେବା ସହିତ ଜଳବାୟୁ ପରିବର୍ତ୍ତନରେ ଚାଷ କାମ ସମତାଳ ଓ ସମୟାନୁସାରେ ହୋଇପାରୁଛି । ବିଗତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସଫଳତାର ସହ ଆୟୋଜନ କରାଯାଇଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷ କୃଷି ଯନ୍ତ୍ରପାତି ମେଳାକୁ ଉପଖଣ୍ଡ ସ୍ତରରେ ମଧ୍ୟ ଆୟୋଜନ କରାଯିବ ଏବଂ ଏହା ଅକେଫାବରରୁ ଡିସେମ୍ବର ମଧ୍ୟରେ ଆୟୋଜନ କରାଯିବ । ମେଳା ସମୟରେ ଚାଷୀମାନଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ କୃଷି ଯନ୍ତ୍ରପାତି ଓ ଉପକରଣର ଦାମ ଓ ଏଥିରେ ମିଳୁଥିବା ରିହାତି ପରିମାଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

 

ବୈଠକ ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ବିଗତ ପାଞ୍ଚବର୍ଷରେ ୨୦୧୯-୨୦ରୁ ୨୦୨୨-୨୩ ପର୍ଯ୍ୟନ୍ତ ମୋଟ ୧,୭୦,୨୯୬ ଗୋଟି କୃଷି ଯନ୍ତ୍ରପାତି ଓ ଉପକରଣ ନିମନ୍ତେ ୧୦୦୫.୮୩୧ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି । ଏଥି ମଧ୍ୟରେ ଟ୍ରାକଫର, ପାୱାର ଟିଲର, କମ୍ବାଇନ୍‌ ହାର୍ଭେଷ୍ଟର, ଧାନକଟା ଯନ୍ତ୍ର, ରୋଟାଭେଟର, ଧାନରୁଆ ଯନ୍ତ୍ର, ବହୁବିଧ ଶସ୍ୟ ଅମଳ ଯନ୍ତ୍ର, ଶକ୍ତିଚାଳିତ ଘାସବଛା ଯନ୍ତ୍ର ଓ କ୍ଷୁଦ୍ର ଧାନକଳ ଆଦି ଅନ୍ତର୍ଭୁକ୍ତ ।ବୈଠକରେ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଶତାଧିକ ଯନ୍ତ୍ରପାତି ନିର୍ମାତା ଓ ବିକ୍ରେତା ଯୋଗଦେଇଥିଲେ ।