ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ସକାଳ ସାଢେ ୧୦ଟାରେ ନବାନ୍ନ ଲାଗି

ସମ୍ବଲପୁର: ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ବାହାରିଲା ନୂଆଖାଇ ଲଗ୍ନ । ସମ୍ବଲପୁରରେ ବାହାରିଲା ନୂଆଖାଇ ଲଗ୍ନ । ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ବିଷ୍ଣୁସହସ୍ର ନାମ ପାଠ ପରେ ବାହାରିଲା ଶୁଭଲଗ୍ନ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ ନୂଆଖାଇ ଲଗ୍ନ ପ୍ରକାଶ ପାଇଛି । ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ।

ସେହିପରି ସୋନପୁର ଗଡ଼ଜାତ ଅଞ୍ଚଳ ସହ ଓ ପଞ୍ଚରା ଅଞ୍ଚଳ ବାସିଙ୍କ ପାଇଁ ଆଜି ସ୍ଥିର ହେଲା ନୂଆଖାଇ ଲଗ୍ନ । ଚଳିତ ବର୍ଷ ଆସନ୍ତା ୨୦ ତାରିଖ ବୁଧୁବାର ଦିନ ମାଁ ସୁରେଶ୍ଵରୀଙ୍କ ମନ୍ଦିରକୁ ଦିନ ୮.୩୦ ରୁ ୯.୩୦ ମଧ୍ୟ ରେ ପାହୁର ଯାତ୍ରା ହେବ । ସେହିପରି ସକାଳ ୧୦.୩୬ ରୁ ୧୦.୫୦ ମଧ୍ୟରେ ବିଛା ଲଗ୍ନରେ ନବାର୍ଣ୍ଣ ଭକ୍ଷଣ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଥିବା ସୂଚନା ଦେଲେ ପଣ୍ଡିତ ସଭା ।