ସେପ୍ଟେମ୍ବର ୧୬ ରେ ଲୋକାର୍ପଣ ହେବ ବହୁପ୍ରତିକ୍ଷିତ ନେତାଜୀ ବସ୍ ଟର୍ମିନାଲ

କଟକ: ସେପ୍ଟେମ୍ବର ୧୬ ରେ ଲୋକାର୍ପଣ ହେବ କଟକ ନେତାଜୀ ବସ୍ ଟର୍ମିନାଲ । ୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅନ୍ତର୍ଜାତୀୟ ସ୍ତରର ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଣୀହାଟ କ୍ଲକ ଟାଓ୍ବାର, ତାଳଦଣ୍ଡା ପାର୍ଶ୍ବ ଫୁଡକୋର୍ଟ, ସିଲଭର ସିଟି ବୋଟ କ୍ଲବ ସହ ମୋଟ ୧୫ ଟି ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏ ନେଇ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସିଡିଏ ଅଧ୍ୟକ୍ଷ, ସିଏମସି କମିଶନର, ମେୟର, ଜିଲ୍ଲାପାଳଙ୍କ ସହ ପରିବହନ ବିଭାଗ, କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଏଥିରେ ଉପସ୍ଥିତ ଥିଲେ । ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ, ଛତ୍ର ବଜାର ଅର୍ବାନ ହାଟ, ତାଳଦଣ୍ଡା କେନାଲ ଉପରେ ପାଞ୍ଚଟି ବ୍ରିଜବି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।