ଅନୁଗୁଳରେ ଜଘନ୍ୟ ହତ୍ୟାକାଣ୍ଡ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

1 min read

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟାରେ ଜଘନ୍ୟ ହତ୍ୟାକାଣ୍ଡ। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଥବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଧାନ ବିଲରେ ଯୁକ୍ତିତର୍କ ହୋଇଥିଲା । ସ୍ବାମୀ ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ଯା କରିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ।

ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଜବତ କରିଛି । ମୃତ ମହିଳା ଆଠମଲ୍ଲିକ ଥାନା କନ୍ଧପଡ଼ା ଗାଁର ବୈଜୟନ୍ତୀ ସାହୁ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡ ପରଠାରୁ ଅଭିଯୁକ୍ତ ସ୍ୱାମୀ ଆନନ୍ଦ ସାହୁ ଫେରାର ହୋଇଯାଇଛି। ତାକୁ ଖୋଜିବାକୁ ତନାଘନା ଚଳାଇଛି ଆଠମଲ୍ଲିକ ପୋଲିସ।