କୃଷିମେଳାରେ ୧୦ କୋଟି ଟଙ୍କାର ମଇଁଷି

ପାଟନା: ବିହାର ପାଟନାରେ କୃଷିମେଳା ଅନୁଷ୍ଠିତ ହୋଇଛି। ଏହି ମେଳାରେ ୧୦ କୋଟି ଟଙ୍କାର ମଇଁଷି ଦେଖିବା ପାଇଁ ମିଳିଛି। ଏହି ମଇଁଷିର ନାଁ ରହିଛି ଭୋଲୁ। ଯାହାକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ ଜମୁଛି।

ସୂଚନା ଅନୁଯାୟୀ, ଭୋଲୁ ନାମକ ଏହି ମଇଁଷିକୁ ହରିୟାଣାରୁ ଅଣାଯାଇଛି। ଭୋଲୁର ମାଲିକର ନାଁ ହେଉଛି ନରେନ୍ଦ୍ର ସିଂ। ସେ କହିଛନ୍ତି ଯେ, ଭୋଲୁର ମୂଲ୍ୟ ୧୦ କୋଟି ଟଙ୍କା ହୋଇଛି। ପ୍ରତିମାସରେ ମଇଁଷି ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ନରେନ୍ଦ୍ର ସିଂଙ୍କୁ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଆୱାର୍ଡ ମିଳିଛି।

ପ୍ରତିଦିନ ମଇଁଷି ଭୋଲୁକୁ ୧୫ କେଜି ଫଳ, ୧୫ କେଜି ଦାନା ଏବଂ ୧୦ କେଜି ମଟର ଏବଂ ଅନ୍ୟ ସବୁଜ ଚାରା ଖାଇବାକୁ ଦିଆଯାଇଥାଏ। ଏହାସହିତ ଭୋଲୁକୁ ପ୍ରତିଦିନ ୬ କି.ମି ଚାଲିବାକୁ ନେଇଥାନ୍ତି ମାଲିକ। ଭୋଲୁ ପାଇଁ ପ୍ରତି ମାସରେ ପ୍ରାୟ ୫୦ ରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି କହିଛନ୍ତି ମାଲିକ ନରେନ୍ଦ୍ର ।

କେମିତି ରୋଜଗାର ଦେଇଥାଏ ମଇଁଷି ଭୋଲୁ

ମଇଁଷିର ସୁକ୍ରାଣୁକୁ ବିକ୍ରି କରି ପ୍ରତିମାସରେ ମଇଁଷି ମାଲକ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି। ଏହି ମଇଁଷିର ସୁକ୍ରାଣୁ ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ଅନାନ୍ୟ ରାଜ୍ୟକୁ ପଠା ଯାଇଥାଏ। ଯେଉଁଥିରୁ ଭଲ ପ୍ରଜାତିର ମଇଁଷି ସାବର ଜନ୍ମ ନେଇ ଥାନ୍ତି। ଏବଂ ସେମାନେ ବଡ ହୋଇ ଭଲ କ୍ଷୀର ଦେଇଥାନ୍ତି। ଭୋଲୁର ସୁକ୍ରାଣୁକୁ ବିକ୍ରି କରି ମାଲିକ ନରେନ୍ଦ୍ର ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି।