କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ଘସିପୁରା ବ୍ଲକରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରତି ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି । ଏହି ନାରାରେ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ କେନ୍ଦୁଝର ଜିଲ୍ଲାରେ ୧୪୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୫୬୮ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସାମିଲ ହୋଇଛି । ସେଥିମଧ୍ୟରୁ ଘସିପୁରା ବ୍ଲକର ୨୫ଟି ପଞ୍ଚାୟତକୁ ୧୨ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ବିଡିଓ ମାନସ ରଞ୍ଜନ ସାମଲ, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଏସଏସଜି ମା’ମାନେ ଉପସ୍ଥିତ ଥିଲେ ।
ପାଲେଷ୍ଟାଇନ ଉପରେ ଇସ୍ରାଏଲର ଘନଘନ ଆକ୍ରମଣ,୧୬ ଶହ ଟପିଲା ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ : ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଛି ଘମାଘୋଟ ସଂଘର୍ଷ । ବର୍ତ୍ତମାନ ସୁଦ୍ଧା ୧୬ଶହରୁ ଅଧିକ ନାଗରିକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଇସ୍ରାଏଲର ୯ଶହ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗାଜାରେ ୬୮୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଇସ୍ରାଏଲର ୨୬ଶହରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସେପଟେ ଇସ୍ରାଏଲ ସୈନ୍ୟଙ୍କ ଆକ୍ରମଣରେ ପ୍ରାୟ ୩ ହଜାର ପାଲେଷ୍ଟାଇନ ନାଗରିକ ଆହତ ହୋଇଛନ୍ତି । ଇସ୍ରାଏଲର ଶହ ଶହ ସଂଖ୍ୟାରେ ନାଗରିକଙ୍କୁ ପଣବନ୍ଦୀ କରି ରଖିଛନ୍ତି ହମାସ ଆତଙ୍କବାଦୀ । ପଣବନ୍ଦୀ ନାଗରିକଙ୍କ ମଧ୍ୟରେ ଆମେରିକା ସମେତ ଅନ୍ୟ ଦେଶର ନାଗରିକ ରହିଛନ୍ତି । ଆତଙ୍କବାଦୀ ଆକ୍ରମଣର ଯବାବରେ ଇସ୍ରାଏଲ ଗାଜା ଉପରେ ପ୍ରତି ଆକ୍ରମଣ ଜାରି ରଖିଥିବାବେଳେ ପଣବନ୍ଦୀ କରି ରଖିଥିବା ନାଗରିଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ହମାସ ଆତଙ୍କବାଦୀ ।
ଏବେ ଗାଜାକୁ ଘେରି ରହିଛନ୍ତି ୧ ଲକ୍ଷରୁ ଅଧିକ ଇସ୍ରାଏଲୀ ଯବାନ । ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ପାଲେଷ୍ଟାଇନକୁ କଡ଼଼ା ଚେତାବନୀ ଦେଇଛନ୍ତି। ଗାଜା ଉପରେ ଆକ୍ରମଣ କରିବାକୁ ପ୍ରାୟ ୩ ଲକ୍ଷ ସେନା ଯୋଗାଡ କରୁଛି ଇସ୍ରାଏଲ। ଗାଜା ଯୁଦ୍ଧ ଆରମ୍ଭ କରିଥିବାରୁ ଆମେ ଏହାକୁ ଶେଷ କରିବୁ ବୋଲି ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ । ଇସ୍ରାଏଲ ଉପରେ ଆକ୍ରମଣ ଗାଜାକୁ ମହଙ୍ଗା ପଡ଼ିବ। ଦଶନ୍ଧୀ ଧରି ହମାସ ସହ ଅନ୍ୟ ଶତ୍ରୁପକ୍ଷ ଇସ୍ରାଏଲର ଯବାବକୁ ମନେ ରଖିବେ ବୋଲି କହିଛନ୍ତି ନେତନ୍ୟାହୁ । ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ସମର୍ଥନ କରିବା ସହ ଯୁଦ୍ଧ ବିମାନ ଓ ଯୁଦ୍ଧ ପୋତ ପଠାଇଛି ଆମେରିକା । ତେବେ ଯୁଦ୍ଧରେ ଆମେରିକା ସୈନ୍ୟ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛି ହ୍ବାଇଟ ହାଉସ ।
ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ
ଭୁବନେଶ୍ଟର : ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଏନେଇ ତାଙ୍କ ଭାଇ ତଥା ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ସୂଚନା ଦେଇଛନ୍ତି । ୧୯୫୯ ମସିହା ବ୍ୟାଚର ଆଇପିଏସ୍ ଶରତ ଚନ୍ଦ୍ର ମିଶ୍ର ଡେଙ୍ଗୁରେ ଆକ୍ରାନ୍ତ ଥିଲେ ।
ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ନିଜର ସାହିତ୍ୟକୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଶରତ ମିଶ୍ର । ସେ ଜଣେ ମେଳାପି ଏବଂ ଅମାୟିକ ବ୍ୟକ୍ତି ଥିଲେ । ଦୀର୍ଘ ଦିନ ଧରି Raw ପାଇଁ କାମ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପୋଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଶେଷ ଦର୍ଶନ କରିଛନ୍ତି ।

