ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ ପାକିସ୍ତାନ ମଧ୍ୟରେ ମହାଲଢେଇ । ଏସିଆ କପର ସୁପର ଫୋରରେ ସମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ । ଦିନ ୩ଟାରେ ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ଭାରତ ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ଧୋଇ ଯାଇଥିବା ବେଳେ ଆଜିର ମ୍ୟାଚକୁ ଚାହିଁ ବସିଛି ସାରା ବିଶ୍ୱ । ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ସହ ପଡିଆକୁ ଓହ୍ଲାଇ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି । ମ୍ୟାଚ୍ରେ ବର୍ଷା ବାଧକ ସାଜିପାରେ । ଏହାକୁ ନଜରରେ ରଖି ମ୍ୟାଚ୍ ପାଇଁ ପରବର୍ତ୍ତୀ ଦିନକୁ ସଂରକ୍ଷିତ ଦିବସ ରଖାଯାଇଛି । ଯଦି ଆଜି ମ୍ୟାଚ୍ ହେବା ସମ୍ଭବ ନହୁଏ, ତାହେଲେ କାଲି ସଂରକ୍ଷିତ ଦିବସରେ ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ କରାଯାଇଛି । ପ୍ରତିଯୋଗିତାରେ ଫାଇନାଲ୍ ମ୍ୟାଚ୍ ସହିତ କେବଳ ଏହି ଗୋଟିଏ ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ରଖାଯାଇଛି। ଯଦି ଆଜି ଅଧାରୁ ମ୍ୟାଚ୍ ବନ୍ଦ ରୁହେ, ତାହେଲେ ଅବଶିଷ୍ଟ ମ୍ୟାଚ୍କୁ କାଲି ଖେଳାଯିବ । ତେଣୁ ଦର୍ଶକମାନେ ଏହି ରୋମାଞ୍ଚଭରା ମ୍ୟାଚ୍କୁ ଉପଭୋଗ କରିବାରୁ ଆଦୌ ବଞ୍ଚିତ ହେବେ ନାହିଁ ବୋଲି ଆୟୋଜକ ପାକିସ୍ତାନ କ୍ରିକେଟ୍ ବୋର୍ଡ ପିସିବି ପକ୍ଷରୁ କୁହାଯାଇଛି।
ସିକ୍ୟୁରିଟି ଗାର୍ଡ ଚାକିରି କରାଇ ଦେବାକୁ କହି ଠକେଇ, ଅଭିଯୁକ୍ତ ବାପା-ପୁଅ ଗିରଫ
ବଲାଙ୍ଗୀର: ସିକ୍ୟୁରିଟି ଗାର୍ଡ ଚାକିରି କରାଇ ଦେବାକୁ କହି ଠକେଇ । ପାଟଣାଗଡ ସମେତ ବିଭିନ୍ନ ଅଞ୍ଚଳରେ ଠକେଇ ଅଭିଯୋଗରେ ବାପା-ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ପାଟଣାଗଡ ଥାନା ରାମପୁର ସନସାଇନ ରେଷ୍ଟୁଡାଣ୍ଟର ମାଲିକ ବେଣୁଧର ଜଗତ ଓ ତାଙ୍କ ପୁଅ ହେମନ୍ତ । କୋର୍ଟର ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଗତ ଜୁନ ମାସରୁ ଉଭୟ ବାପା ଓ ପୁଅ ଏକ ନିର୍ଦ୍ଧିଷ୍ଟ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଚାକିରି କରାଇ ଦେବା ନାଁ ରେ ପାଟଣାଗଡ, ଲୋଇସିଂହା, ପଦ୍ମପୁର, ବଲାଙ୍ଗୀର ସଦର ,ବରଗଡ଼ ଓ ସମ୍ବଲପୁର ଅଞ୍ଚଳର ୨୪ ରୁ ୨୫ ଜଣ ଯୁବକଙ୍କ ଠାରୁ ପ୍ରାୟ ୯ ଲକ୍ଷ ଟଙ୍କା ନେଇଥିଲେ । ୩ ମାସ ବିତିଯାଇଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲୁଥିଲେ । ଯୁବକମାନେ ଆଜି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପାଟଣାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।
ଭୁବନେଶ୍ୱର ସିଆରପି ଛକରେ ଯାତ୍ରୀଙ୍କୁ ଆକ୍ରମଣ କଲେ ବସ୍ କର୍ମଚାରୀ
ଭୁବନେଶ୍ୱର: ଭୁବନେଶ୍ବର ସିଆରପି ଛକରେ ଯାତ୍ରୀଙ୍କୁ ଆକ୍ରମଣ । ଗାଡି ସାଇଡ଼ ମରାକୁ ନେଇ ଆକ୍ରମଣ କଲେ ବସ କର୍ମଚାରୀ । ରାସ୍ତା ଉପରେ ବସ ଥୋଇ ଗଣ୍ଡଗୋଳ ଲାଗିଲେ ଯାତ୍ରୀ ଓ ବସ କର୍ମଚାରୀ । ଯାତ୍ରୀଙ୍କୁ ଆକ୍ରମଣ ପରେ ଘଟଣାସ୍ଥଳରେ ପିସିଆର ପହଞ୍ଚିଥିଲା । ନୟାପଲ୍ଲୀ ପୋଲିସ ପହଞ୍ଚି ଦୁଇ ଜଣ ବସ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ କରୁଛି । ଗଣ୍ଡଗୋଳ ଯୋଗୁ ଅନେକ ଗାଡ଼ିମୋଟର ଅଟକି ରହିଥିଲା । ଫଳରେ ସିଆରପି ଛକରେ କିଛି ସମୟ ପାଇଁ ରାସ୍ତା ଜାମ୍ ସ୍ଥିତି ଉପୁଜିଥିଲା ।
ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ବର୍ଷାରେ ଲାଗିବନି ବ୍ରେକ୍
ଭୁବନେଶ୍ୱର: ବର୍ଷାରେ ଲାଗିବନି ବ୍ରେକ୍ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରବଳ କାଚିବା ପରେ ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ୧୨ରେ ଘୂର୍ଣ୍ଣିବଳୟ । ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢ଼ିବ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୮ ଦଶମିକ ୪ ମିଲିମିଟରର ତୁଳନାରେ ୬୦ପ୍ରତିଶତ କମ୍ ।
ଫେସବୁକରେ ଶ୍ରୀଧରରୁ ଶିବାନୀ ହୋଇ ଠକିଥିଲା ୩୫ ଲକ୍ଷ, ଏବେ ବାନ୍ଧିଲା ସାଇବର ପୋଲିସ
ଭୁବନେଶ୍ୱର: ସାଇବର ଥାନା ପୋଲିସ ହାତରେ ସିଷ୍ଟର ଶିବାନୀ । ଠକେଇ ପାଇଁ ଗାର୍ଲଫ୍ରେଣ୍ଡକୁ ମୋହରା । ଧନ ସୁନା କହୁଥିଲେ, ହେଲେ ଧରା ଦେଉନଥିଲେ। ବାପାଙ୍କ ଦେହ ଖରାପ କହି ବାହାନା କରୁଥିଲେ । ଠକ ଜଣକ ଯୁବତୀ ନଥିଲେ ଥିଲେ ଯୁବକ। ଏଭଳି ଏକ ଠକକୁ ଗିରଫ କରିଛି ସାଇବର ଥାନା ପୋଲିସ । 35 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲେ ବ୍ରହ୍ମପୁରର ଶ୍ରୀଧର ମହାରଣା । ଫେସବୁକରେ ଶ୍ରୀଧର ବନିଯାଇଥିଲା ଶିବାନୀ ପଣ୍ଡା । ଫେକ ଆଇଡି କରି ସୁନ୍ଦରପଦାର ଅଙ୍କିତ କୁମାର ଗୁପ୍ତା ନାମକ ଜଣେ ଇଞ୍ଜିନିୟରଙ୍କୁ ଫସେଇଥିଲା ଠକ । ଯୁବକ ଜଣକ ନିଜକୁ ଡାକ୍ତରୀ ଛାତ୍ରୀ ବୋଲି ଇଞ୍ଜିନିୟରଙ୍କୁ ପରିଚୟ ଦେଇଥିଲା । ବର୍ଷେ ହେଲା ଯୁବତୀ ପରିଚୟରେ କଥା ହେଉଥିଲା ।
ଦେଖା କରିବାକୁ ଡାକିଲେ ବାହାନା କରି ଦେଖା ଦେଉନଥିଲେ । ନିଜ ଗାର୍ଲଫ୍ରେଣ୍ଡ ଦ୍ବାରା ପ୍ରେମର ଭଏସ ମେସଜ ପଠାଉଥିଲା । ବାହା ହେବା ପାଇଁ ବି କଥା ହୋଇଥିଲା । ବାପା ଆର୍ମିରେ ଥିବା କହିଥିଲା ଠକ ଶ୍ରୀଧର । ମିଛରେ ବାପାଙ୍କ ଦେଖ ଖରାପ କହି ବିଭିନ୍ନ ସମୟରେ ବାହାନା କରି ଇଞ୍ଜିନିୟରଙ୍କ ଠାରୁ ଫୋନ ପେରେ 35 ଲକ୍ଷ ଟଙ୍କା ନେଇଥିଲା । ଇଞ୍ଜିନିୟର ଜଣଙ୍କ ଠକେଇର ଶିକାର ହେବ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତକୁ କଟକରୁ ଗିରଫ କରିଛି ପୋଲିସ । ଠକେଇ ଟଙ୍କାରେ ବେଟିଂ ଆପରେ ପ୍ରାୟ 28 ଲକ୍ଷ ଟଙ୍କା ବିନିଯୋଗ କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସନେଇ ତଦନ୍ତ କରାଯାଉଛି । ଆବଶ୍ୟକ ହେଲେ ଶ୍ରୀଧରକୁ ରିମାଣ୍ଡରେ ଆଣିବ ପୋଲିସ ।
ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ କନ୍ଦମୂଳ, ଖାଇବା ଦ୍ୱାରା ବଢ଼ିଥାଏ ଶରୀରର ଇମ୍ୟୁନିଟି
ନନ୍ଦିଘୋଷ ବ୍ୟୁରୋ: ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ କନ୍ଦମୂଳ । କନ୍ଦମୂଳ ଖାଇବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିଥାଏ। ଏହା ସବୁ ପ୍ରକାରର ପନିପରିବା ଠାରୁ ଲାଭଦାୟକ ହୋଇଥାଏ । କେହି କେହି ଏହାକୁ ସ୍ୱିଟ ପୋଟାଟୋ ମଧ୍ୟ କହନ୍ତି । ଯେମିତି ମିଠା ଏହାର ସ୍ୱାଦ ଥାଏ ସେମିତି ଲାଭଦାୟକ ଶରୀର ପାଇଁ ହୋଇଥାଏ । ତେବେ ଜାଣନ୍ତୁ କନ୍ଦମୂଳ ଖାଇବା ଦ୍ୱାରା କେଉଁ କେଉଁ ରୋଗ ହୋଇନଥାଏ । ଆପଣ ଜାଣନ୍ତି କି, ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ୧୪ ବର୍ଷ ବନବାସ ସମୟରେ କନ୍ଦମୂଳ ଖାଇ ରହିଥିଲେ । କନ୍ଦମୂଳରେ ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍ ଏବଂ ଫାଇବର ବ୍ୟତିତ ବିଟା କ୍ୟାରୋଟିନ ପ୍ରଚୁର ମାତ୍ରାରେ ମିଳିଥାଏ । ଏଥିପାଇଁ ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ବନାଇବାର କାମ କରିଥାଏ ।
କନ୍ଦମୂଳ ଖାଇବା ଦ୍ୱାରା ରୋଗ ପାଖକୁ ଆସିନଥାଏ । କନ୍ଦମୂଳରେ ଅଧିକାଂଶ ଆଇରନ ଥିବାରୁ ରକ୍ତହୀନତା ହ୍ରାସ ପାଇଥାଏ । ଅସ୍ଥାମାରୁ ରକ୍ଷା କରିଥାଏ କନ୍ଦମୂଳ । ଶରୀରକୁ ଗରମ ରଖିବା ସହ ଏଥିରେ ଥିବା ଭିଟାମିନ ସି ଫୁସଫୁସ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଖାଦ୍ୟ ହଜମ ପାଇଁ ଶରୀରରେ ଫାଇବର ରହିବା ନିହାତି ଜରୁରୀ ହୋଇଥାଏ । କନ୍ଦମୂଳ ଫାଇବର ଯୁକ୍ତ ଭୋଜନ ଅଟେ। କନ୍ଦମୂଳ ସ୍ବାଦିଷ୍ଟ ହୋଇଥାଏ ଏବଂ ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ । ଏଥିପାଇଁ ଏହା ପାଚନ ତନ୍ତ୍ର ପାଇଁ ଭଲ ହୋଇଥାଏ । କନ୍ଦମୂଳ ଖାଇବା ଦ୍ୱାରା ଶରୀରର ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଏହାସହ ବ୍ଲଡରେ ଥିବା ଦୂଷିତ କୋଲେଷ୍ଟ୍ରୋଲ କମିବାକୁ ଲାଗିଥାଏ । ଏବଂ ହାଡ ମଜବୁତ କରିଥାଏ ।

