ଜି୨୦ ସମ୍ମିଳନୀରେ ନୂଆଦିଲ୍ଲୀ ଲିଡର୍ଷ ଘୋଷଣାପତ୍ରକୁ ମଞ୍ଜୁରୀ

1 min read

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀରେ ବଡ଼ ସଫଳତା । ସମ୍ମଳିନୀରେ ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ରକୁ ମଞ୍ଜୁରୀ ମିଳିଛି । ଗ୍ରୁପ ୨୦ ସମ୍ମିଳନୀରେ ଶାନ୍ତି ଓ ସ୍ଥିରତାର ବାର୍ତ୍ତା । ନୂଆଦିଲ୍ଲୀ ଘୋଷଣାନାମାରେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ନା । ଋଷ-ୟୁକ୍ରେନ ଯୁଦ୍ଧର ସ୍ଥାୟୀ ଶାନ୍ତିପୂର୍ଣ୍ଣ ସମାଧାନ, ସୀମାଗତ ସଂହତିର ସୁରକ୍ଷା ଘୋଷଣାନାମାରେ ସ୍ଥାନ ପାଇଛି । ଫୋର ‘ପି’କୁ ଘୋଷଣାନାମାରେ ଦିଆଯାଇଛି ଗୁରୁତ୍ବ । ତାହାହେଲା ପ୍ଲାନେଟ, ପିପୁଲ, ପିସ୍ ଓ ପ୍ରସପରିଟି । ଶକ୍ତିଶାଳୀ, ସହନଶୀଳ, ଭାରସାମ୍ୟମୂଳକ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ କରାଯାଇଛି ସ୍ଥାନୀତ । ପ୍ରଗତିଶୀଳ ଅଭିବୃଦ୍ଧି, ସହନଶୀଳ ଭବିଷ୍ୟତ ଲାଗି ସବୁଜ ବିକାଶ ଚୁକ୍ତି, ଏକବିଂଶ ଶତାବ୍ଦୀ ଲାଗି ବହୁପାକ୍ଷିତ ପ୍ରତିଷ୍ଠାନ ବ୍ୟବସ୍ଥା, ବହୁମୁଖୀ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ଆଦି ପ୍ରସଙ୍ଗ ଘୋଷଣାନାମାରେ ହୋଇଛି ସ୍ଥାନୀତ । ଭାରତର ପ୍ରସ୍ତାବକୁ ସମସ୍ତ ସଦସ୍ୟ ରାଷ୍ଟ୍ର ଜଣାଇଛନ୍ତି ସହମତି ।

ଘୋଷଣା ପତ୍ରରେ କେଉଁ କେଉଁ ବିଷୟ ଉପରେ ଆଧାରିତ ରହିଛି?

– ଶକ୍ତିଶାଳୀ, ନିରନ୍ତର, ସମତୁଲ ଓ ସମାବେଶୀ ଅଭିବୃଦ୍ଧି

– ନିରନ୍ତର ବିକାଶ ଲକ୍ଷ୍ୟର ଗତିକୁ ତ୍ୱରାନ୍ୱିତ କରିବା

– ଉତ୍ତମ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି

– ଏକବିଂଶ ଶତାବ୍ଦୀ ପାଇଁ ମଲ୍ଟିଲାଟେରାଲ ଇନଷ୍ଟିଚ୍ୟୁସନ୍ସ

– ବହୁପକ୍ଷବାଦକୁ ପୁର୍ନଜୀବିତ କରିବା ଉପରେ ଜୋର

ଭାରତ ଶନିବାର ଜି୨୦ ଦେଶ ଗୁଡ଼ିକ ମଧ୍ୟରେ ଗ୍ରୁପର ଦୁଇଦିବସୀୟ ଶିଖର ସମ୍ମିଳନୀର ଶେଷରେ ଜାରି ହେବାକୁଥିବା ନେତାମାନଙ୍କ ଘୋଷଣାପତ୍ରରେ ୟୁକ୍ରେନ ସଂଘର୍ଷର ଉଲ୍ଲେଖ କରିବା ପାଇଁ ଏକ ନୂଆ ପାରାଗ୍ରାଫ ସେୟାର କରିଥିଲା । ୟୁକ୍ରେନ ସଂଘର୍ଷ ସହ ସମ୍ବନ୍ଧିତ ପାରାଗ୍ରାଫ ଉପରେ ସାଧାରଣ ସହମତି ନହେବା କାରଣରୁ ଭାରତ ଶୁକ୍ରବାର ଭୂ-ରାଜନୀତିକ ପ୍ରସଙ୍ଗ ସହ ସମ୍ବନ୍ଧିତ ପାରାଗ୍ରାଫ ବିନା ହିଁ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଶିଖର ସମ୍ମିଳନୀର ସଂଯୁକ୍ତ ଘୋଷଣାପତ୍ରର ଏକ ମସୁଧା ସେୟାର କରିଥିଲା, ଯାହାଫଳରେ ସକରାତ୍ମକ ପରିଣାମ ବାହାରିପାରିବ ।

ୟୁକ୍ରେନ ଉପରେ ଭାରତ ପକ୍ଷରୁ ଘୋଷଣାପତ୍ରରେ ନୂଆ ପାଠ ସେବେ ସେୟାର କରାଯାଇଥିଲା ଯେବେ ଜି୨୦ ନେତାମାନେ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଆହ୍ୱାନ ଉପରେ ବିଚାର ବିମର୍ଶ ଆରମ୍ଭ କରିଥିଲେ । ଗତ ତିନି-ଛଅ ଡିସେମ୍ବର ପର୍ଯ୍ୟନ୍ତ ହରିୟାଣାର ନୁହ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଜି୨୦ ଶେରପା ବୈଠକରେ ୟୁକ୍ରେନ ପ୍ରସଙ୍ଗର ଉଲ୍ଲେଖ କରୁଥିବା ପାଠ ଉପରେ କୌଣସି ସହମତି ହୋଇପାରିନଥିଲା ।