ସିକ୍ୟୁରିଟି ଗାର୍ଡ ଚାକିରି କରାଇ ଦେବାକୁ କହି ଠକେଇ, ଅଭିଯୁକ୍ତ ବାପା-ପୁଅ ଗିରଫ

1 min read

ବଲାଙ୍ଗୀର: ସିକ୍ୟୁରିଟି ଗାର୍ଡ ଚାକିରି କରାଇ ଦେବାକୁ କହି ଠକେଇ । ପାଟଣାଗଡ ସମେତ ବିଭିନ୍ନ ଅଞ୍ଚଳରେ ଠକେଇ ଅଭିଯୋଗରେ ବାପା-ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ପାଟଣାଗଡ ଥାନା ରାମପୁର ସନସାଇନ ରେଷ୍ଟୁଡାଣ୍ଟର ମାଲିକ ବେଣୁଧର ଜଗତ ଓ ତାଙ୍କ ପୁଅ ହେମନ୍ତ । କୋର୍ଟର ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଗତ ଜୁନ ମାସରୁ ଉଭୟ ବାପା ଓ ପୁଅ ଏକ ନିର୍ଦ୍ଧିଷ୍ଟ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଚାକିରି କରାଇ ଦେବା ନାଁ ରେ ପାଟଣାଗଡ, ଲୋଇସିଂହା, ପଦ୍ମପୁର, ବଲାଙ୍ଗୀର ସଦର ,ବରଗଡ଼ ଓ ସମ୍ବଲପୁର ଅଞ୍ଚଳର ୨୪ ରୁ ୨୫ ଜଣ ଯୁବକଙ୍କ ଠାରୁ ପ୍ରାୟ ୯ ଲକ୍ଷ ଟଙ୍କା ନେଇଥିଲେ । ୩ ମାସ ବିତିଯାଇଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲୁଥିଲେ । ଯୁବକମାନେ ଆଜି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପାଟଣାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।