ଏସିଆ କପର ସୁପର ଫୋରରେ ସମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ ପାକିସ୍ତାନ ମଧ୍ୟରେ ମହାଲଢେଇ । ଏସିଆ କପର ସୁପର ଫୋରରେ ସମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ । ଦିନ ୩ଟାରେ ମ୍ୟାଚ୍ ଅନୁଷ୍ଠିତ ହେବ  । ଚଳିତ ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ଭାରତ ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ଧୋଇ ଯାଇଥିବା ବେଳେ ଆଜିର ମ୍ୟାଚକୁ ଚାହିଁ ବସିଛି ସାରା ବିଶ୍ୱ । ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ସହ ପଡିଆକୁ ଓହ୍ଲାଇ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି ।  ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ । ଏହାକୁ ନଜରରେ ରଖି ମ୍ୟାଚ୍‌ ପାଇଁ ପରବର୍ତ୍ତୀ ଦିନକୁ ସଂରକ୍ଷିତ ଦିବସ ରଖାଯାଇଛି । ଯଦି ଆଜି ମ୍ୟାଚ୍‌ ହେବା ସମ୍ଭବ ନହୁଏ, ତାହେଲେ କାଲି ସଂରକ୍ଷିତ ଦିବସରେ ମ୍ୟାଚ୍‌ ଖେଳାଯିବାକୁ ଧାର୍ଯ୍ୟ କରାଯାଇଛି । ପ୍ରତିଯୋଗିତାରେ ଫାଇନାଲ୍‌ ମ୍ୟାଚ୍‌ ସହିତ କେବଳ ଏହି ଗୋଟିଏ ମ୍ୟାଚ୍‌ ପାଇଁ ସଂରକ୍ଷିତ ଦିବସ ରଖାଯାଇଛି। ଯଦି ଆଜି ଅଧାରୁ ମ୍ୟାଚ୍‌ ବନ୍ଦ ରୁହେ, ତା‌ହେଲେ ଅବଶିଷ୍ଟ ମ୍ୟାଚ୍‌କୁ କାଲି ଖେଳାଯିବ । ତେ‌ଣୁ ଦର୍ଶକମାନେ ଏହି ରୋମାଞ୍ଚଭରା ମ୍ୟାଚ୍‌କୁ ଉପଭୋଗ କରିବାରୁ ଆଦୌ ବଞ୍ଚିତ ହେବେ ନାହିଁ ବୋଲି  ଆୟୋଜକ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ପିସିବି ପକ୍ଷରୁ କୁହାଯାଇଛି।