spot_img
Home Blog Page 7762

ଚୌକି ଚକ୍କରରେ ଫସିଗଲେ କି ଦେବେନ୍ଦ୍ର ଫଡନବିସ ?

ମହାରାଷ୍ଟ୍ର ରାଜନୀତିରେ ଶନିବାର ସକାଳ ହୋଇଥିବା ଭୂକମ୍ପ ପରେ ଧିରେ ଧିରେ ଚିତ୍ର ସ୍ପଷ୍ଟ ହେଉଛି । ସକାଳର ଭୂକମ୍ପ ସମ୍ପର୍କରେ ସୁରାକ୍‌ ପାଇନଥିବା ରାଜନେତାମାନେ ଆଖି ମଳି ଉଠିବା ବେଳକୁ ସବୁ ଓଲଟପାଲଟ ହୋଇଯାଇଥିଲା । ଆଖିରୁ ନିଦ ଛାଡ଼ିବା ପରେ ପ୍ରକୃତିସ୍ଥ ହୋଇ କ୍ଷତିଗ୍ରସ୍ତ ଭିତ୍ତିଭୂମି ସଜାଡ଼ିବାକୁ ଲାଗିଗଲେ । ମାତ୍ର ୧୨ ଘଣ୍ଟା ମଧ୍ୟରେ ରାତ୍ରିର ଅନ୍ଧକାର ମଧ୍ୟରେ ଯେଉଁମାନେ ଭୂକମ୍ପ ସୃଷ୍ଟି କରିଥିଲେ ସେମାନେ ଏବେ ନିଜ ସ୍ଥିତିକୁ ମଧ୍ୟ ଅଣ୍ଡାଳୁଛନ୍ତି । ଭୂକମ୍ପରେ ଅନ୍ୟର ନୁହେଁ ସେମାନଙ୍କର ମଧ୍ୟ କିଛି କ୍ଷତି ହୋଇଥିବା ଆକଳନ କରାଯାଉଛି ।

ମେଣ୍ଟରୁ ଶିବସେନା ଓହରିଯିବା ପରେ ବିଜେପି ପାଇଁ ପୁଣି କ୍ଷମତା ହାସଲ ପଥ କଣ୍ଟକିତ ହୋଇଯାଇଥିଲା । ଶିବସେନାକୁ ଛାଡ଼ିଦେଲା ପରେ ଏନସିପିକୁ ନେଇ ସରକାର ଗଠନ ପାଇଁ ଉଦ୍ୟମ କରି ସଫଳ ହୋଇପାରିନଥିଲା ବିଜେପି । ଏଭଳି ସ୍ଥିତିରେ ଘୋଡ଼ାବେପାର ଥିଲା ଏକ ଗଳି ବାଟ । ମାତ୍ର ଶିବସେନା, ଏନ୍‌ସିପି ଓ କଂଗ୍ରେସ ଦଳ ନିଜ ବିଧାୟକଙ୍କ ଉପରେ କଡ଼ା ନଜର ରଖିବା ପରେ ତାହା ମଧ୍ୟ ସମ୍ଭବ ହୋଇପାରିନଥିଲା । ଅଗତ୍ୟା ରାଷ୍ଟ୍ରପତି ଶାସନ ହିଁ ଦଳ ପାଇଁ ଥିଲା ସବୁଠୁ ବଡ଼ ଆଶ୍ୱାସନା । ତା’ ଭିତରେ ବି ଗଳାବାଟ ଦେଇ ଶାସନ ଗାଦିକୁ ଫେରିବାର ଉଦ୍ୟମରୁ ବିରତ ହୋଇନଥିଲା ଦଳ । କେଉଁଠି ବିରୋଧୀଙ୍କ ଦୁର୍ବଳତା ରହିଛି ତାହାର ତଲାସରେ ଥିଲା । ସେଥିପାଇଁ ଘନ ଘନ ସମୀକ୍ଷା ବୈଠକ ଚାଲିଥିଲା । ଦଳର ପ୍ରାୟ ସବୁ କର୍ମକର୍ତ୍ତା ସୁଯ଼ୋଗ ସନ୍ଧାନରେ ଥିଲେ । ଠିକ୍‌ ଏହି ସମୟରେ ବିଜେପି ପାଇଁ ଆଶାର ଆଲୋକ ନେଇ ଆସିଥିଲେ ଏନ୍‌ସିପି ନେତା ଅଜିତ ପାଓ୍ୱାର ।

ଶିବସେନା-ଏନସିପି-କଂଗ୍ରେସ ମଧ୍ୟରେ କ୍ଷମତା ବଣ୍ଟନ ବ୍ୟବସ୍ଥା ଆପାତତଃ ସ୍ଥିର ହୋଇସାରିଥିବା ବେଳେ ଅଜିତ୍‌ ପାଓ୍ୱର ଭିଲିଆନ ହୋଇଯାଇଥିଲେ । ଏନ୍‌ସିପି ବିଧାୟକଙ୍କ ସ୍ୱାକ୍ଷରିତ ଲେଟର ପ୍ୟାଡ ଥିଲା ତାଙ୍କ ପାଖରେ । ତାହାକୁ ନେଇ ସେ ଦେବେନ୍ଦ୍ର ଫଡ଼ନବିସଙ୍କ ପାଖକୁ ଯାଇଥିଲେ । ଏଥିରେ ତାଙ୍କୁ ସହଯ଼ୋଗ କରିଥିଲେ ଆଉ ଜଣେ ଏନସିପି ବିଧାୟକ ଧନଞ୍ଜୟ ମୁଣ୍ଡେ । ଶିବସେନା-ଏନ୍‌ସିପି-କଂଗ୍ରେସର ଖେଳ ଯେଉଁଠି ସରିଥିଲା, ସେଇଠୁ ଆରମ୍ଭ ହୋଇଥିଲା ବିଜେପିର ଖେଳ । ଅଜିତ ପାଓ୍ୱାରଙ୍କ  ଚିଠି ଓ ସମର୍ଥନ ଫଡ଼ନବିସଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ହେବାର ଲୋଭ ଦେଖାଇ ଦେଇଥିଲା । କାଳବିଳମ୍ବ ନକରି ସେ କେନ୍ଦ୍ର ନେତୃତ୍ବକୁ ଜଣାଇ ଦେଇଥିଲେ । ରାତି ପାହିଲେ ରାଜା ହେବାର ସ୍ୱପ୍ନ ନେଇ ବିରୋଧୀ ମେଣ୍ଟ ନିଶ୍ଚିତରେ ନିଦ୍ରା ଯାଇଥିବା ବେଳେ ବିଜେପି ନେତୃତ୍ୱ ଉଜାଗର ରହି ଖେଳ ଆରମ୍ଭ କରିଥିଲେ । ରାଜଭବନ-କେନ୍ଦ୍ର ନେତୃତ୍ୱ- ରାଷ୍ଟ୍ରପତି ଭବନରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ରାତି ପାହିବା ବେଳକୁ ସବୁ ଓଲଟପାଲଟ ହୋଇଯାଇଥିଲା । ସମ୍ବିଧାନ ଆଖିରେ ଆଙ୍ଗୁଠି ଗେଞ୍ଜି ମୁଖ୍ୟମନ୍ତ୍ରୀଭାବେ ଦେବେନ୍ଦ୍ର ଫଡ଼ନବିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାଓ୍ୱାର ଶପଥ ନେଇସାରିଥିଲେ ।


ସକାଳୁ ସକାଳୁ ଏକ କଡ଼ା ଚା’ ବଦଳରେ ନୂଆ ସରକାରର ମୁହଁ ଦେଖି ବିଚଳିତ ହୋଇପଡ଼ିଥିଲେ ଶିବସେନା-ଏନ୍‌ସିପି-କଂଗ୍ରେସର ନେତା । ସେମାନେ ନିଜ ଆଖି କାନକୁ ବିଶ୍ୱାସକୁ ନେଇପାରୁନଥିଲେ । ସମସ୍ତଙ୍କ ନଜର ରହିଥିଲା ମରାଠା ମାଟିର ପାଓ୍ୱାରଫୁଲ ନେତା ଶରଦ ପାଓ୍ୱରଙ୍କ ଉପରେ । ଶରଦ ପାଓ୍ୱାର ରାତାରାତି କି ଗେମ୍‌ ଖେଳିଦେଲେ କି ବୋଲି ମେଣ୍ଟ ସହଯ଼ୋଗୀଙ୍କ ସନ୍ଦେହ ଜନ୍ମନେଲା । ଯେତେବେଳେ ଶରଦ ପାଓ୍ୱର ନିଜେ ଏ ବିଷୟରେ କିଛି ଜାଣି ନାହାନ୍ତି କହିଲେ ତାପରେ ଖେଳର ଗତି ବଦଳିବା ଆରମ୍ଭ କଲା । ବିଧାୟକମାନେ ତାଙ୍କୁ ଛାଡ଼ି ଚାଲିଯିବା ପୂର୍ବରୁ ଶରଦ ପାଓ୍ୱାର ମଇଦାନକୁ ଓହ୍ଲାଇଲେ । ସବୁ ବିଧାୟକଙ୍କୁ ନିଜେ ଫୋନ୍‌ କରି ଡାକିଲେ । କେବଳ ସେତିକି ନୁହେଁ ପୁତୁରା ଅଜିତ ପାଓ୍ୱାରଙ୍କୁ ଏନସିପି ବିଧାୟକ ଦଳ ନେତା ପଦରୁ ହଟାଇବା ସହ ରାଜ୍ୟପାଳଙ୍କୁ ନୂଆ ତାଲିକା ଦେଲେ । କେବଳ ସେତିକି ନୁହେଁ ଶରଦ ଅଭିଯ଼ୋଗ କଲେ ଯେ, ଅଜିତ୍‌ ଚଞ୍ଚକତା କରି ବିଧାୟକଙ୍କ ସ୍ୱାକ୍ଷରିତ ପତ୍ରକୁ ବିଜେପିକୁ ଦେଇଛନ୍ତି । ସିନିଅର ପାଓ୍ୱାରଙ୍କ ପାଖରେ ଜୁନିଅର ପାଓ୍ୱାର ଫିକା ପଡ଼ିଗଲେ । ଶରଦଙ୍କ ଏହି ମନ୍ତବ୍ୟ ଓ ଗୋଟି ଚାଳନା ପରେ ବିଜେପି ମୁଣ୍ଡରେ ଚିନ୍ତା ପଶିଲା । ଅଜିତଙ୍କ ତାଲିକାରେ ଫଡ଼ନବିସ ଫସିଯାଇଥିବା ଆଲୋଚନା ଚାଲିଛି ।
ମହାରାଷ୍ଟ୍ର ମାମଲା ସୁପ୍ରିମକୋର୍ଟ ଯାଇଛି । ବିଜେପି ଯେଉଁ ଚଉକି ଝାମ୍ପି ନେଇଛି ତାକୁ ପୁଣି ଫେରି ପାଇବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ତାଙ୍କ ଚାଣକ୍ୟ ସଂଜୟ ରାଉତ ଦିନରାତି ଲାଗିପଡ଼ିଛନ୍ତି । ସେପଟେ ବହୁମତ ହାସଲ ପାଇଁ ପାଇଁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ରାଜନୀତିରେ କିଛି ବି ଚିର ସ୍ଥାୟୀ ନୁହେଁ । ମୁଖ୍ୟମନ୍ତ୍ରୀ ପଦ ପ୍ରକୃତରେ କାହାକୁ ମିଳୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

– ବିନୋଦିନୀ ରାଉଳ

ଟାଇଟ୍‌ ଫିଟିଙ୍ଗ ଜିନ୍ସ ପ୍ୟାଣ୍ଟ ପିନ୍ଧି ଟ୍ରାଭେଲ କଲେ ଭୋଗିବେ ଏମିତି…

0

ଆପଣ ଟାଇଟ ଫିଟିଙ୍ଗ ଜିନ୍ସ ପ୍ୟାଣ୍ଟ ପିନ୍ଧୁଛନ୍ତି କି ? ଜିନ୍ସପ୍ୟାଣ୍ଟ ପିନ୍ଧି ଲଙ୍ଗ୍ଟ୍ରାଭେଲ କରୁଛନ୍ତିକି ? ଅବା ଆପଣ ଜିନ୍ସ ପ୍ୟାଣ୍ଟ ପିନ୍ଧି ଗାଡ଼ି ଡ୍ରାଇଭିଙ୍ଗ୍କରୁଛନ୍ତି କି ? ଯଦି କରୁଛନ୍ତି ତେବେ ସତର୍କ  ହୋଇଯାଆନ୍ତୁ କାରଣ ଜିନ୍ସ ପ୍ୟାଣ୍ଟ ଆପଣଙ୍କର ଯାତ୍ରାକୁ ପୂରା ଖରାପ କରିଦେଇପାରେ ଏବେ ଭାବୁଥିବେ ଆମେ ଏସବୁ କଣ କହୁଛି  ଖାଲି ସେତିକି ନୁହେଁ, ରାସ୍ତା ମଝିରେ ଆପଣଙ୍କୁ ହାର୍ଟ ଆର୍ଟାକ ବି ଆସିପାରେ ଆପଣ ଅଧା ରାସ୍ତାରେ ଅଚେତ ହୋଇଯାଇପାରନ୍ତି ଏହା ଆମେ କହୁନୁ ଏହା ଏକ ଡାକ୍ତର ବାବୁ କହୁଛନ୍ତି ଯଦି ଆପଣ ମାନେ ଫିଟିଙ୍ଗ ଜିନ୍ସ୍ପ୍ୟାଣ୍ଟ ପିନ୍ଧି ୮ଘଣ୍ଟାରୁ ଅଧିକ ସମୟ ଗାଡି ଚଲାଉଛନ୍ତି ତେବେ ଆପଣଙ୍କର ହାର୍ଟରେ ବ୍ଲକେଜ ହୋଇଯାଇପାରେ ଯାହା ଆପଣଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବ ।

ଆମେ ଏଥିପାଇଁ କହୁଛୁ କାରଣ ଜିନ୍ସ ପ୍ୟାଣ୍ଟ ପିନ୍ଧି ମରୁ ମରୁ ଜଣେ ବ୍ୟକ୍ତି ବଞ୍ଚିଛନ୍ତି ସେହି ବ୍ୟକ୍ତି ହେଉଛନ୍ତି ପିତମପୁରର ବ୍ୟବସାୟୀ ସୌରଭ ଶର୍ମା ସୗେରଭ ତାଙ୍କର ଏକ ବ୍ୟବସାୟୀକ ଯାତ୍ରାରେ ଋଷିକେଶ ବାହାରିଥିଲେ । ଯାତ୍ରା ବହୁତ ସୁଖ ଦାୟକ ଥିଲା । କିନ୍ତୁ ଟ୍ରିପରୁ ଆସିଲା ପରେ ସୌରଭଙ୍କର ପ୍ରଥମେ ଗୋଡରେ ଭିଷଣ ଯନ୍ତ୍ରଣା ହୋଇଥିଲା  । କିନ୍ତୁ ସୌରଭ ଏହାକୁ ଦୁଇଦିନ ପର୍ଯ୍ୟନ୍ତ ଅବହେଳାର ସହ ଦେଖିଥିଲେ । ପରେ ତାଙ୍କର ବ୍ଳଡ୍‌ ପ୍ରେସର ଲୋ ହେବାକୁ ଲାଗିଥିଲ କିଛି ସମୟ ପରେ ସୌରଭଙ୍କୁ ନିଶ୍ୱାସ ନେବାରେ ମଧ୍ୟ ବହୁତ ଅସୁବିଧା ହୋଇଥିଲା ଖାଲି ସେତିକି ନୁହଁ ସେ ଦୁଇଥର ବେହୋସ ମଧ୍ୟ ହୋଇପଡ଼ିଥିଲେ

ଏସବୁ ହେବା ପରେ ସୌରଭଙ୍କୁ ଡାକ୍ତରଖାନାକୁ ନିଆଯାଇ ସେଠାରେ ତାଙ୍କର ୨୪ ଘଣ୍ଟା ପର୍ଯ୍ୟନ୍ତି ଡାଏଲିସିସ ଥେରାପି କରାଯାଇଥିଲା ସୌରଭ ଫିଟିଙ୍ଗ ଜିନ୍ସ ପ୍ୟାଣ୍ଟ ପିନ୍ଧି ଅଧିକ ସମୟ ଗାଡ଼ି ଚଲାଉଥିବାରୁ ତାଙ୍କର ଏଭଳି ଅବସ୍ଥା ହୋଇଛି ବୋଲି ଡାକ୍ତର ନବୀନ ଭମରି ଏବଂ ଶାଲିମାର ବାଗ କହିଛନ୍ତି

ଲଙ୍ଗ ଡ୍ରାଇଭରେ କିଛି କାମ ପାଇଁ ଋଷିକେଶ ବାହାରିଥିଲେ ସୌରଭ  ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ତାଙ୍କ କାର ଟାଇଟ ପ୍ୟାଣ୍ଟ ପିନ୍ଧି ଚଲାଇ ଥିଲେ । ଆଉ ଦୁଇଦିନ ପରେ ତାଙ୍କ ଅବସ୍ତା ପୂରାରାପ ହୋଇଗଲା । କିନ୍ତୁ ଠିକ୍‌ ସମୟରେ ଚିକିତ୍ସା ଯୋଗୁଁ ମରୁ ମରୁ ବଞ୍ଚିଯାଇଥିବା କହିଛନ୍ତି ସୌରଭ । 

କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାରଙ୍କୁ ନୋଟିସ୍: ୨୪ ଘଣ୍ଟାର ମହଲତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଆସନ୍ତାକାଲି ପୁଣି ହେବ ମହାରାଷ୍ଟ୍ର ମହାବିବାଦର ଶୁଣାଣି । ଆଜି ପାଇଁ ଶୁଣାଣିକୁ ସ୍ଥଗିତ ରଖିବା ସହ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ଦେବେନ୍ଦ୍ର ଫଡ଼ନବିସ୍‌ ଓ ଅଜିତ ପାଓ୍ୱାରଙ୍କୁ ନୋଟିସ ଜାରି କରିଛନ୍ତି ମାନ୍ୟବର କୋର୍ଟ । ଆସନ୍ତାକାଲି ସାଢ଼େ ୧୦ ସୁଦ୍ଧା ଉତ୍ତର ରଖିବାକୁ ମହଲତ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏଥିସହ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ଓ ବିଜେପି ବିଧାୟକଙ୍କ ସମର୍ଥନ ପତ୍ରକୁ କୋର୍ଟରେ ଉପସ୍ଥାପନ କରିବା ପାଇଁ ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆଜି ପୂର୍ବ ନିର୍ଦ୍ଦାରିତ ସମୟାନୁଯାୟୀ ସାଢ଼େ ୧୧ଟାରେ ୩ଜଣିଆ ଖଣ୍ଡପୀଠରେ ଆରମ୍ଭ ହୋଇଥିଲା  ‘ମହା’ ଶୁଣାଣି  । ଏନ୍‌ସିପି-ଶିବେସନା-କଂଗ୍ରେସ ପକ୍ଷରୁ ପକ୍ଷ ରଖିଥିଲେ ବରିଷ୍ଠ ଆଇନଜୀବୀ କପିଲ ଶିବଲ୍ । ରାଜ୍ୟପାଳଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲେ ଶିବଲ୍‌ । କହିଲେ, ଆମ ପକ୍ଷରୁ ସରକାର ଗଠନ ନେଇ ଘୋଷଣା କରାଯାଇଥିବା ସତ୍ତ୍ୱେ ରାଜ୍ୟପାଳ କିଭଳି ଫଡ଼ନବିସଙ୍କୁ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରାଇଲେ । ବିନା କ୍ୟାବିନେଟ ମିଟିଂରେ ରାଷ୍ଟ୍ରପତି ଶାସନ ହଟାଇ ଦିଆଯିବା ନେଇ ପ୍ରଶ୍ନ ଉଠାଇଥିଲେ ।

ଅପରପକ୍ଷରେ ସୋମବାର ସୁଦ୍ଧା ପ୍ରୋଟେମ୍‌ ସ୍ପିକର ଚୟନ କରି ଫ୍ଳୋର ଟେଷ୍ଟ କରାଇବାକୁ ଦାବି କରିଛନ୍ତି ଅଭିଷେକ ମନୁ ସିଙ୍ଗଭି । ଆମେ ଫ୍ଳୋର ଟେଷ୍ଟ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କଂଗ୍ରେସ ନେତା ତଥା ଆଇନଜୀବୀ ସିଙ୍ଗଭି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଚୟନ କରିବା ରାଜ୍ୟପାଳଙ୍କ କ୍ଷମତାର ପରିସରଭୁକ୍ତ । ଅନୁଚ୍ଛେଦ ୩୬୧ ଅନୁଯାୟୀ ନିଜ କ୍ଷମତାର ପରିସରଭୁକ୍ତ କାର୍ଯ୍ୟ ପାଇଁ ରାଜ୍ୟପାଳ କୌଣସି ବି କୋର୍ଟରେ ନିକଟରେ ଜବାବଦେହୀ ନୁହଁନ୍ତି ବୋଲି ଯୁକ୍ତି ବିଜେପି ଓକିଲ ମୁକୁଲ ରୋହିତଗି ।

ଗେଟ୍‌ ଭାଙ୍ଗି ଥାନାରେ ପଶି ପୋଲିସ୍‌ ସହ ଧସ୍ତାଧସ୍ତି

ନୂଆପଡ଼ା: ଥାନାରେ ପୋଲିସ- ଜନତା ଧସ୍ତାଧସ୍ତି । ଥାନରେ ଧସେଇ ପଶିଲେ ଗାଁ ଲୋକେ । ଛାତ୍ରୀ ନିଖୋଜ ଘଟଣାରେ ପୋଲିସ ନିରବ ଦ୍ରଷ୍ଟା ସାଜିଥିବା ଅଭିଯ଼ୋଗ କରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ଥାନା ଆଗରେ ପାଟିତୁଣ୍ଡ କରିଥିଲେ । ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଲୋକମାନେ ଗେଟ୍‌ ଭାଙ୍ଗି ଥାନା ଭିତରକୁ ପଶିଯାଇଥିଲେ । ଥାନା ବିଲ୍‌ଡିଂର ଗେଟ୍‌ ବନ୍ଦ କରି ଦିଆଯାଇଥିବା ବେଳେ ଲୋକଙ୍କୁ ପୋଲିସ ଅଟକାଇଥିଲା । ଏହି ସମୟରେ ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସୂଚନା ଅନୁଯାୟୀ, ଖଡ଼ିଆଳ ଥାନା ତୁକୁଲା ଗାଁର ଜଣେ ଛାତ୍ରୀ ଗତ ୨୨ ତାରିଖରେ କଲେଜକୁ ଯାଇ ଆଉ ଘରକୁ ଫେରି ନଥିଲେ । ତାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ୍‌ ମାମଲା ରୁଜୁ କରି ନଥିଲା କି ଛାତ୍ରୀଙ୍କୁ ଖୋଜି ନଥିଲା । ଯାହାକୁ ନେଇ ଲୋକେ ଉତ୍ତ୍ୟକ୍ତ ହୋଇ ଥାନାକୁ ଯାଇଥିଲେ । ବୁଝାସୁଝା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି ।…

ଜୟପୁରରେ ହତ୍ୟାକାଣ୍ଡ: ହାଣିବା ପରେ ଗୁରୁତର ଅବସ୍ଥାରେ କେନାଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ

0

ଜୟପୁରରେ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ହାଣିବା ପରେ ଗୁରୁତର ଅବସ୍ଥାରେ କେନାଲରେ ଭିଙ୍ଗିଦେଲେ ଦୁର୍ବୃତ୍ତ । ମୃତକ ଜଣଙ୍କ ହେଲେ ବୋରିଗୁମ୍ମା ଥାନା ଅନ୍ତର୍ଗତ ଡଙ୍ଗାର ଗାଁର ଗୁପ୍ତ ଗୁଣ୍ଠା । ରାତିରେ ଗୁପ୍ତ ଏକ ଭୋଜିରୁ ଘରକୁ ଫେରୁଥିବା ବେଳେ ଦଣ୍ଡସେନାଗୁଡା କେନାଲ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ପେଟରେ ଶକ୍ତ ଆଘାତ ଦେଇ ଆକ୍ରମଣକାରୀ କେନାଲରେ ଭିଙ୍ଗିଦେବା ପରେ ଗୁପ୍ତ ସେଠାରୁ ନିକଟସ୍ଥ ଏକ ଦୋକାନକୁ ଆସି ପାଣି ମାଗି ପିଇଥିଲେ ।

କିନ୍ତୁ ଦୁର୍ଭାଗ୍ୟର କଥା ଯେ କିଛି କହିବା ଆଗରୁ ପ୍ରାଣ ହରାଇଥିଲେ ଗୁପ୍ତ । ଖବର ପାଇ ପରିବାର ଲୋକ ରାବନଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଗୁପ୍ତ ନୀଳଗିରି କାଠ ବ୍ୟବସାୟ କରୁଥୁବାରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।

ତେବେ ଗୁପ୍ତଙ୍କ ବାଇକ, ଟଙ୍କା ଓ ହେଲମେଟ ଉଦ୍ଧାର ହୋଇ ନଥିବା ସୂଚନା ଦେବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରିଛନ୍ତି ପରିବାର ଲୋକ ।

ସୋସିଆଲ ମିଡିଆ ବିବାଦ: କମେଣ୍ଟ ବକ୍ସରେ ବନ୍ଧୁକ ଦେଖାଇ ମର୍ଡର ଧମକ ଦେବାରୁ ଗିରଫ ହେଲେ ଯୁବକ

0

ଯାଜପୁର: ଅନଲାଇନରେ ଧମକ, ଅଫଲାଇନରେ ଗିରଫ। ସୋସିଆଲ ମିଡିଆରେ ବିବାଦୀୟ କମେଣ୍ଟ ଦେବା ସହ ବନ୍ଧୁକ ଦେଖାଇ ବନ୍ଧା ହେଲେ ଯୁବକ। ଯୁବକ ଜଣଙ୍କ ଯାଜପୁର ପାଣି କୋଇଲି ଅଞ୍ଚଳ ସାହାସପୁରର ଉଦୟ ଜେନା ।

ପୋଲିସର ସୂଚନା ଅନୁସାରେ ଅନୀଲ ମଲ୍ଲିକ ବହୁଜନ ଯୁଥ ସୋସିଆଲ ମିଡିଆରେ ସଦସ୍ୟ ହିସାବରେ କିଛି ଲେଖା ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ତୋଫାନ ଭାଇଜାନ ନାମକ ଏକ ଆଇଡିରୁ ସେ ବିଦାଦୀୟ କମେଣ୍ଟ ଦେଇଥିଲେ। ଏପରିକି ବନ୍ଧୁକ ଫଟୋଦେଖାଇ ଫୋନ ଯୋଗେ ହତ୍ୟା ଧମକ ମଧ୍ୟ ଦେଉଥିବା ନେଇ ଚନ୍ଦ୍ର ଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା ।

କମେଣ୍ଟ ବକ୍ସରେ ‘ରାମ ନାମ ସତ୍ୟ ହେ କରିଦେବି’ ବୋଲି କହି ଧମକ ଦେଇଥିଲା ଅଭିଯୁକ୍ତ । ପୋଲିସ ତଦନ୍ତ ଆରମ୍ଭ କରି ହତ୍ୟା ଧମକ ଓ ଅପମାନ କଲା ଭଳି ମନ୍ତବ୍ୟ ଦେବା ଅଭିଯୋଗରେ ଉକ୍ତ ବ୍ୟକ୍ତିକୁ ପୋଲିସ ଗିରଫ କରିଛି ।

ଭୁବନେଶ୍ୱର ଇସ୍କନ ମନ୍ଦିର ପରିସରରେ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ଇସ୍କନ ମନ୍ଦିର ପରିସରରେ ଝୁଲନ୍ତା ମୃତଦେହ ଉଦ୍ଧାର । ବାଥରୁମର ଗ୍ରୀଲ୍‌ରେ ଝୁଲୁଛି ମୃତଦେହ । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲା ଶେରଗଡ ଅଞ୍ଚଳର ବାବୁ ସାହୁ ।  ମୃତକ ବାବୁ ଇସ୍କନ ରେସ୍ତୋରାଁରେ କାମ କରୁଥିଲେ ।

ଘଟଣାସ୍ଥଳରେ ପହଞ୍ଚି ନୟାପଲ୍ଲୀ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗରୁଡ଼ ପୁରାଣର ଗହନ କଥା -୨

ଭୁବନେଶ୍ୱର:  ଆପଣ ମୃତ୍ୟୁକୁ ଭୟ କରୁଛନ୍ତି କି ? ଯଦି ହଁ ତେବେ ଜନ୍ମମୃତ୍ୟୁ ରହସ୍ୟ ଆପଣଙ୍କୁ ବୁଝିବାକୁ ପଡ଼ିବ । ଜନ୍ମମୃତ୍ୟୁ ରହସ୍ୟ ଜାଣିବା ପରେ ଆପଣ ନିଜ ଜୀବନକୁ ଶୃଙ୍ଖଳିତ ଆଉ ପାପମୁକ୍ତ କରିପାରିବେ । ଗୋଟିଏ କଥା ଜାଣି ରଖନ୍ତୁ, ଶରୀରର ମୃତ୍ୟୁ ଅଛି ହେଲେ ଆତ୍ମାର ମୃତ୍ୟୁ ନାହିଁ , ଏହା ଗୋଟିଏ ଶରୀରରୁ ଯାଇ ଅନ୍ୟ ଶରୀରରେ ପ୍ରବେଶ କରିଥାଏ । ଗରୁଡ଼ ପୁରାଣରେ କୁହାଯାଇଛି, ପ୍ରାଣୀ ତା’ର କର୍ମାନୁସାରେ ପୁଣ୍ୟାତ୍ମା କି ପାପାତ୍ମା ନିର୍ଣ୍ଣୟ ହୋଇଥାଏ । ପୁଣ୍ୟାତ୍ମାର ମାର୍ଗ ସର୍ବଦା ସଦ୍ ମାର୍ଗରେ ଯାଇଥାଏ  । ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ପାଇଁ ସ୍ୱର୍ଗପୁରକୁ ଆତ୍ମା ଗମନ କରିଥାଏ  । ଯଦି ପୁଣ୍ୟାତ୍ମା ଗୋଟିଏ ଜନ୍ମରେ କୌଣସି କାର୍ଯ୍ୟ ବାକି ରଖିଥାଏ ତେବେ ସେ ତା’କୁ ପୂରା କରିବା ପାଇଁ ପୁଣିଥରେ ପୁନର୍ଜନ୍ମ ନିଏ । ପୁଣ୍ୟାତ୍ମା ସର୍ବଦା ଶ୍ରେଷ୍ଠ ଜନ୍ମ ଲାଭ କରିଥାଏ ।

ମୃତ୍ୟୁ ପରେ ପାପାତ୍ମାର ମାର୍ଗ ଅତ୍ୟନ୍ତ କଷ୍ଟ ଦାୟକ । ଯମଦୂତ ପାପାତ୍ମାକୁ ଗୋଟିଏ ବର୍ଷ ଭୟଙ୍କର ଓ ନିଷ୍ଠୁର ଯନ୍ତ୍ରଣା ଦେଇ ଯମରାଜଙ୍କ ପାଖରେ ପହଞ୍ଚାନ୍ତି । ପାପାତ୍ମାର ସବୁ  କୁକର୍ମ ଏବଂ ଯମଦୂତଙ୍କ ଦ୍ୱାରା ଦିଆଯାଇଥିବା ଯନ୍ତ୍ରଣାର ହିସାବ କିତାବ ଯମରାଜଙ୍କ ସାମନାରେ ହୁଏ । ଯମରାଜ ପାପାତ୍ମାର ସମସ୍ତ କଥା ଏବଂ ଦିଆଯାଇଥିବା ଦଣ୍ଡକୁ ବିଚାର କରି ପୁନର୍ଜନ୍ମ ପାଇଁ ତା’କୁ ଭୂଲୋକକୁ ପଠାନ୍ତି  । ତେବେ ଏଠି ପ୍ରଶ୍ନ ଉଠୁଛି ଆତ୍ମା ନର୍କରେ ଏତେ ଯନ୍ତ୍ରଣା ପାଇସାରିବା ପରେ ପୁଣି କାହିଁକି ପୁନର୍ଜନ୍ମ  ?

 ନର୍କରେ ସଜା ପାଇବା ପରେ ପୁନର୍ଜନ୍ମ କ’ଣ ପାଇଁ ?

ଭାଗବତ କହିଛି, ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ଅର୍ଥାତ୍ ଯେଉଁ ପ୍ରାଣୀ ମର୍ତ୍ତ୍ୟମଣ୍ଡଳରେ ଜନ୍ମ ହୁଏ ସେ ଦିନେ ନା ଦିନେ ମୃତ୍ୟୁ ବରଣ କରିଥାଏ । ମୃତ୍ୟୁପରେ ଆତ୍ମା କେଉଁ ଶରୀରରେ ପ୍ରବେଶ କରିବ ତାହା କେବଳ ତା’ର କର୍ମ ଫଳ ଉପରେ ନିର୍ଭର କରିଥାଏ । ମନୁଷ୍ୟ ମଧ୍ୟ  ତା’ର କର୍ମଫଳ ଅନୁଯାୟୀ ଭୂଲୋକରେ ପୁନର୍ଜନ୍ମ ନେଇଥାଏ  । କେଉଁ କର୍ମ କଲେ ମନୁଷ୍ୟ କେଉଁ ଜନ୍ମ ନେବ ତାହା ଗରୁଡ଼ ପୁରାଣରେ କୁହାଯାଇଛି ,  ଜୀବାତ୍ମାର କର୍ମଫଳ ଏତେ ପାପରେ ବୁଡ଼ି ରହିଥାଏ ଯେ ତାକୁ ନର୍କ ଦଣ୍ଡ ମିଳିବା ପରେ ମଧ୍ୟ ପୁନର୍ଜନ୍ମ ନେବାକୁ ପଡ଼େ । ଜୀବାତ୍ମା ନର୍କଦଣ୍ଡ ଭୋଗିବା ପରେ ଭୂପୃଷ୍ଠରେ ଜନ୍ମ ନେଇ କର୍ମ ଅନୁସାରେ ବିଭିନ୍ନ ଯୋନିରେ ଶାରୀରିକ, ମାନସିକ ଏବଂ ସାମାଜିକ କଷ୍ଟ ଭୋଗିଥାଏ । ଏହାକୁ ପୁରାଣରେ କର୍ମଫଳ ସିଦ୍ଧାନ୍ତ କୁହାଯାଇଛି  । କର୍ମଫଳ ସିଦ୍ଧାନ୍ତ ଅନୁସାରେ ପାପ ଯେତେ ବଡ଼ ହୋଇଥାଏ ସଜା ମଧ୍ୟ ସେତିକି ବଡ଼ ହୋଇଥାଏ  । ପାପ କମ୍ ହେଲେ ସଜା ମଧ୍ୟ କମ୍ ହୋଇଥାଏ  ।

 

କେଉଁ କର୍ମ କଲେ କେଉଁ ଜନ୍ମ ଲାଭ ହୁଏ ?

ଗରୁଡ଼ ପୁରାଣରେ ପୂର୍ବଜନ୍ମ ବିଷୟରେ କୁହାଯାଇଅଛି ଯେ ପ୍ରାଣୀ ମାତୃ ଗର୍ଭରେ ବଢୁଥିବା ସମୟରେ ତାକୁ ତା’ର ପୂର୍ବଜନ୍ମ ବିଷୟରେ ସବୁ ଜଣାଥାଏ , ସେ କିପରି ମୃତ୍ୟୁବରଣ କରିଥିଲା, କ’ଣ କ’ଣ ପାପ କରିଥିଲା ଆଦି କଥା । କିନ୍ତୁ ଯେତେବେଳେ ସେ ମାତୃ ଗର୍ଭରୁ ବାହାରକୁ ଆସେ ଏବଂ ପ୍ରକୃତିର ବାୟୁ ତାକୁ ସ୍ପର୍ଶ କରେ ସେତେବେଳେ ସେ ତାର ପୂର୍ବଜନ୍ମକୁ ପୂରା ଭୁଲି ଯାଏ  । ଏହା ହେଉଛି ଜନ୍ମ ମୃତ୍ୟୁ ଚକ୍ରର ନିୟମ  ।

ଯେଉଁ ବ୍ୟକ୍ତି ନିଜର ପ୍ରିୟ ବନ୍ଧୁଙ୍କୁ ଅପମାନିତ କରିଥାଏ କି ତାଙ୍କ ସହ ବିଶ୍ୱାସଘାତକତା କରିଥାଏ ସେଭଳି ବ୍ୟକ୍ତିର ଆତ୍ମା ପୁନର୍ଜନ୍ମରେ  ଗଧ ଜନ୍ମ ପାଇଥାଏ  । କର୍ମଫଳ ସିଦ୍ଧାନ୍ତର ନିୟମ ଅନୁସାରେ  ଯଦି ଆପଣ ଆପଣଙ୍କ ସାଙ୍ଗର ମନରେ ବହୁତ କଷ୍ଟ ଦେଇଥିବେ ଏବଂ ସେ ସେହି ଆଘାତକୁ ସହ୍ୟ କରିପାରି ନଥିବ, ତେବେ ବୁଝିଯିବା ଉଚିତ ଯେ ପୁନର୍ଜନ୍ମରେ ଆପଣ ୨୦ ରୁ ୨୫ ବର୍ଷ ଗଧ ରୂପରେ ଜନ୍ମ ନେଇ ମାଲିକର ଅତ୍ୟାଚାର ସହ୍ୟ କରିବେ । ଯଦି ଆପଣଙ୍କର ପାପ କ୍ଷମାଯୋଗ୍ୟ ହୋଇଥିବ ତେବେ କର୍ମଫଳ ସିଦ୍ଧାନ୍ତ ନିୟମାନୁସାରେ ଆପଣ ଗଧ ଜନ୍ମରୁ ଶୀଘ୍ର ମୁକ୍ତ ହେବେ  ।

ଯେଉଁବ୍ୟକ୍ତି ନିଜର ବାପା ମାଙ୍କୁ ପଚାରେ ନାହିଁ ତାଙ୍କ ମନରେ କଷ୍ଟ ଦିଏ ଏବଂ ଘର ଥାଇ ତାଙ୍କୁ ଜରାଶ୍ରମରେ ରଖିଥାଏ ସେହି ବ୍ୟକ୍ତି ଆସନ୍ତା ଜନ୍ମରେ କଇଁଛ ଶରୀରରେ ଜନ୍ମ ନେଇଥାଏ । କଇଁଛର ଆୟୁଷ ୮୦ରୁ ୧୨୦ ବର୍ଷ ହୋଇଥାଏ ତା’ ମାନେ ଏ କର୍ମଫଳର ସଜା ବହୁତ ଲମ୍ବା ହୋଇଥାଏ । କୁହାଯାଏ ଯେ, କଇଁଚ୍ଛର ପୂର୍ବଜନ୍ମର ପାପ ଏତେ ଗଭୀର ହୋଇଥାଏ ଯେ ତାକୁ ମୃତ୍ୟୁ ସବୁବେଳେ ଗୋଡ଼ାଉଥାଏ । ତେଣୁ ସେ ନିଜ ଶରୀରକୁ  ସବୁ ବେଳେ ଲୁଚାଇ ରଖିଥାଏ ।

ଯେଉଁ ବ୍ୟକ୍ତି ମାଲିକର ବିଶ୍ୱସନୀୟ ହୋଇ ମାଲିକ ସହ ବିଶ୍ୱାସଘାତ କରିଥାଏ, ସେ ପରଜନ୍ମରେ ମାଙ୍କଡ଼ ଶରୀରରେ ପ୍ରବେଶ କରିଥାଏ । ଏହି ଜୀବର ଜୀବନ କାଳ ୨୦ ବର୍ଷ ହୋଇଥାଏ  ।

ଯିଏ ଅନ୍ୟର ଧନ ଯଥା ସୁନା, ଗହଣା, ଟଙ୍କା ଆଦିକୁ ଛଳନା ଏବଂ କପଟତା  କରି ନେଇଯାଏ ସେହି ବ୍ୟକ୍ତି ପରଜନ୍ମରେ କୀଟ, ପୋକ, ମାଛି ଆଦି ଜନ୍ମ ନେଇଥାଏ  ।

କୁଆ ଜନ୍ମ ସେହିବ୍ୟକ୍ତି ଧାରଣ କରେ ଯିଏ ଘରକୁ ଆସିଥିବା ବ୍ରାହ୍ମଣ, ଅତିଥି ଓ ଗୁରୁଜନଙ୍କୁ ସମ୍ମାନ ଦିଏ ନାହିଁ  । ସେଥିପାଇଁ କୁଆ ସାରାଜୀବନ ଏକ ଅସୁନ୍ଦର ରୂପ ଧାରଣ କରି ଚାରିଆଡ଼େ ବୁଲେ  । ତାକୁ କାହାରି ଆଦର କି ପ୍ରଶଂସା ମିଳେନାହିଁ  ।

କୃତଘ୍ନ ବ୍ୟକ୍ତି ବିଚ୍ଛା ଜନ୍ମ ଲାଭ କରିଥାଏ ବୋଲି କୁହାଯାଏ ।

କର୍ମଫଳ ସିଦ୍ଧାନ୍ତ ଅନୁସାରେ କର୍ମ ହିଁ ଭଗବାନ । ଆପଣ ଯେତେ ଭକ୍ତି କଲେ ମଧ୍ୟ ଆପଣଙ୍କୁ କର୍ମ ଫଳ ଭୋଗିବାକୁ ପଡ଼ିବ  ।  ନର୍କ ଯନ୍ତ୍ରଣାରୁ ମୁକ୍ତି ପାଇବା ସହ ଏ ଜନ୍ମରେ ଏପରି କର୍ମ କରିବା ଉଚିତ ଯାହାଫଳରେ ଆତ୍ମାର ମୋକ୍ଷ୍ୟ ପ୍ରାପ୍ତି ହୋଇପାରିବ  ।

ସୁପ୍ରମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ରର ମାମଲା: ଆଜି ୩ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ମହାରାଷ୍ଟ୍ର: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲା । ଆଜି ଦିନ ୧୧ଟା ୩୦ରେ ସୁପ୍ରିମକୋର୍ଟରେ ହେବ ମହାରାଷ୍ଟ୍ର ମହାବିବାଦର ଶୁଣାଣି । ଶିବସେନା, ଏନସିପି, କଂଗ୍ରେସର ରିଟ୍‌ ପିଟିସନ ଉପରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ । ଶନିବାରର ମହାଡ୍ରାମା ପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ନିଷ୍ପତ୍ତିକୁ ବାତିଲ କରିବାକୁ ଆବେଦନ କରିଛନ୍ତି ୩ ଦଳ ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଶପଥକୁ ବାତିଲ ସହ ବିଧାୟକଙ୍କ ଶକ୍ତି ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ସେହିପରି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବାକୁ ଅନୁରୋଧ କରିଛନ୍ତି ତିନି ଦଳ । କଂଗ୍ରେସ,ଏନସିପି ଓ ଶିବସେନା ନିଜ ସପକ୍ଷରେ ୧୪୪ରୁ ଅଧିକ ବିଧାୟକଙ୍କ  ସମର୍ଥନ ଥିବା ଦାବି କରିଛନ୍ତି । ଯଦି ସମ୍ଭବ ଆଜି ହିଁ ବିଧାନସଭାର ସ୍ୱତନ୍ତ୍ର ବୈଠକ ଡକାଇ ବିଜେପି ମେଣ୍ଟକୁ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି । ମହାରାଷ୍ଟ୍ର ବିଧାନସଭାରେ କାମଚଳା ବାଚସ୍ପତି ନିଯୁକ୍ତି ସହ ତୁରନ୍ତ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ କୁହାଯାଉ । ଆଉ ଏ ସବୁର ଭିଡିଓଗ୍ରାଫି କରିବାକୁ ତିନି ଦଳ ନିଜ ଆବେଦନରେ କହିଛନ୍ତି । ଜଷ୍ଟିସ ଏନ.ଭି ରମଣ, ଜଷ୍ଟିଷ ଅଶୋକ ଭୂଷଣ ଓ ଜଷ୍ଟିସ ସଞ୍ଜୀବ ଚୋପ୍ରାଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରିବେ।