spot_img
Home Blog Page 2611

ସହର ଓ ଗାଁ ଭିତରେ ରହିବନି ଫରକ: ସବୁ ପଞ୍ଚାୟତରେ ପହଞ୍ଚିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’

ଭୁବନେଶ୍ବର: ବିକାଶ ଯାତ୍ରାରେ ସାମିଲ ହୋଇଛି ରାଜ୍ୟର ସବୁ ପଞ୍ଚାୟତ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟରେ ସଶକ୍ତ ଓଡ଼ିଶାର ମାର୍ଗକୁ ପ୍ରଶସ୍ତ କରିଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ । ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ଯୋଜନା ହୋଇଛି ସଫଳ । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ପ୍ରତିବଦ୍ଧତା ଓ ଓଡ଼ିଶାବାସୀଙ୍କ ସହଯୋଗରେ ଲକ୍ଷ୍ୟ ପୂରଣ ହେଉଛି । ଲୋକଙ୍କ ମତ ଅନୁସାରେ ବିଭିନ୍ନ ପ୍ରକଳ୍ପ ପାଇଁ ପଞ୍ଚାୟତକୁ ମଞ୍ଜୁର ହୋଇଛି ଅର୍ଥ । ୩୦ ଜିଲ୍ଲାର ଲୋକ ଲାଭ ପାଇବେ । ଆମ ଓଡ଼ିଶା  ନବୀନ ଓଡ଼ିଶା ଦେଶ ପାଇଁ ସାଜିଛି ମଡେଲ ।

୧୩ ଦିନରେ ୩୦ ଜିଲ୍ଲା । ସାମିଲ ହେଲେ ଲକ୍ଷ ଲକ୍ଷ ଲୋକ । ଡିଜିଟାଲ ଭିତ୍ତିଭୂମି ବିକାଶରେ ପୂରଣ ହେଉଛି ସଶକ୍ତ ଗ୍ରାମୀଣ ସ୍ବପ୍ନ ।  5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ପୂରା ଓଡ଼ିଶା ଦେଲା ଧନ୍ୟବାଦ । ଲୋକଙ୍କ ମତାମତରେ ମଞ୍ଜୁର ହେଲା ପ୍ରକଳ୍ପ । ସାରା ରାଜ୍ୟରେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩ ହଜାର ୩୯୭ କୋଟି ଟଙ୍କା । ଡିଜିଟାଲ ଭିତ୍ତିଭୂମିର ବିକାଶ ସହ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ନୂଆରୂପ ନେଇ ବିକାଶ ପଥରେ ଆଗକୁ ଯିବ । ଗାଁ ଓ ସହର ଭିତରେ ଆଉ ଫରକ ରହିବନି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଧୁନିକ ଗାଁର ବିକାଶ ଭିତ୍ତିଭୂମି ପରିକଳ୍ପନା ବାସ୍ତବ ରୂପ ନେଉଛି । ବିକାଶ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ମିଳିବ । ସଶକ୍ତ ଓଡ଼ିଶା ଗଠନର ମାର୍ଗକୁ ଆମ ଓଡ଼ିଶା ନବୀନ ଓଡ଼ିଶା କରିବ ପ୍ରଶସ୍ତ । ଯାହାକୁ ନେଇ ପୂରା ଓଡ଼ିଶାରେ ଉତ୍ସାହ ଦେଖାଦେଇଛି ।

୬ ମାସ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁ ଜିଲ୍ଲା ଗସ୍ତ କରି ଲୋକଙ୍କ ମତାମତ ନେଇଥିଲା ।  ତାକୁ ଆଧାର କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତଙ୍କ ପାଖରେ ପହଞ୍ଚିଛି ବିକାଶ ।  ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ଅଧିକ ସଦୃଢ଼ କରିଛି ଆମ ଓଡ଼ିଶା ନବୀନ ଓଡ଼ିଶା । ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ସହ ଓଡ଼ିଶାର କଳା ସଂସ୍କୃତିକୁ ଫୋକସ୍‌ କରାଯାଇଛି । ସମସ୍ତଙ୍କ ପାଖରେ ବିକାଶର ଗ୍ୟାରେଣ୍ଟି ପହଞ୍ଚାଇବାରେ ଏହି ଯୋଜନା ମଡେଲ ସାଜିଛି ବୋଲି କହିଛନ୍ତି ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୂପାନ୍ତରଣ ଓଡ଼ିଶା ସ୍ବପ୍ନକୁ ସାକାର କରୁଛି ।

ଓଡ଼ିଶାର ବିକାଶ ଯାତ୍ରାରେ ଭାଗୀଦାର ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା । ଖୁବଶୀଘ୍ର ସ୍ବଚ୍ଛତାର ସହ ଗାଁ ଗାଁରେ ବିକାଶ କାର୍ଯ୍ୟ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ସ୍ବପ୍ନ ପୂରା ଦେଶ ପାଇଁ ବିକାଶ ଯାତ୍ରାର ମଡେଲ ହୋଇଛି । ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ।

ଭୁବନେଶ୍ବରରେ ଗ୍ରୀନ କ୍ରାକରକୁ ଗୁରୁତ୍ବ, ବାଣ ଦୋକାନରେ ଚଢ଼ାଉ

ଭୁବନେଶ୍ବର: ଦୀପାବଳି ପାଇଁ ସବୁଠି ଉତ୍ସାହ । ଦୀପ ଜାଳି, ବାଣ ଫୁଟାଇ ଆଲୋକର ଏହି ପର୍ବକୁ ପାଳନ କରିବେ ଲୋକ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱରରେ ସବୁଠି ସବୁ ବାଣ ବିକ୍ରି ହେଉଥିବାବେଳେ ଗ୍ରୀନ କ୍ରାକରକୁ ଅଧିକ ଗୁରୁତ୍ବ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ୍ ଓ ବିଏମସି । ବିଭିନ୍ନ ବାଣ ଦୋକାନରେ ଯାଞ୍ଚ ସହ ହୋଇଛି ଚଢାଉ ।

ଏଥର ଦୀପାବଳିରେ ଯେମିତି ଅଧିକ ଢୋ ଢା ହେବନି ତା’ ଉପରେ ରହିଛି ନଜର । ଗ୍ରୀନ୍ କ୍ରାକରକୁ ଗୁରୁତ୍ବ ଦେଇଛି ପ୍ରଶାସନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁଜୁ ଓ ସ୍ବଚ୍ଛ ଦିଓ୍ବାଲୀ ପାଇଁ ବିଏମସି ଓ ପୋଲିସ କରିଛି ଅନୁରୋଧ । ଘାତକ ଓ ରାସାୟନିକ ବାଣ ବିକ୍ରି ଉପରେ ଜାରି ହୋଇଛି କଟକଣା । ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ୱର ମେୟର । ଏହାସହ ବାଣ ବ୍ୟବସାୟୀମାନେ ସରକାରୀ ନିୟମ ମାନି ବାଣ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବରମୁଣ୍ଡା, ୟୁନିଟ୍-୧ ହାଇସ୍କୁଲ ପଡିଆ, ପଟିଆ, ଜାଗମୋରା, ରସୁଲଗଡ଼, ଗାଡକଣ, ଚକେଇସିହାଣୀ, ନୟାପଲ୍ଲୀ, ଗଣ୍ଡମୁଣ୍ଡାରେ ସବୁଜ ବାଣ ବିକ୍ରି ପାଇଁ ମିଳିଛି ଅନୁମତି । ଝୁରଝୁରି, ମଥାପି, ଫୁଲଝରୀ, କୁମ୍ପି, ପେନ୍ ସିଲ୍, ରକେଟ, ରସି, ଚକ୍ରି ପରି ସବୁଜ ବାଣ ବା ଗ୍ରୀନ୍ କ୍ରାକର୍ସ ବାଣର ବେଶ ଚାହିଦା ରହିଛି । ସେପଟେ ସରକାରଙ୍କ ସବୁ ନିୟମ ପାଳନ କରାଯାଉଥିବା କହିଛନ୍ତି ବ୍ୟବସାୟୀ ।

ଘାତକ ଓ ପ୍ରଦୂଷଣକାରୀବାଣ ବିକ୍ରି କରୁଥିବା ଦୋକାନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅଗ୍ନିଶମ ବିଭାଗ, ବିଏମସି, କମିଶନରେଟ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଉଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ଘାତକ ବାଣକୁ ଚଢ଼ାଉ ବେଳେ ଜବତ କରାଯାଇଛି । ନିୟମ ଉଲ୍ଲଂଘନ କଲେ ପ୍ରଥମେ ଚେତାବନୀ ପରେ ମୋଟା ଅଙ୍କର ଫାଇନ କରାଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ କହିଛନ୍ତି । ଡେପୁଟି ଫାୟାର ଅଫିସରଙ୍କ ନେତୃତ୍ବରେ ଦୋକାନର ନିରାପତ୍ତା ଯାଞ୍ଚ କରିଛି ଅଗ୍ନିଶମ ବାହିନୀ । ଅଗ୍ନି ନିରାପତ୍ତା ଯନ୍ତ୍ର, ବାଲିବସ୍ତା ଓ ପାଣି ସହ ଦୋକାନର ଦୂରତାକୁ ଯାଞ୍ଚ କରାଯାଇଛି । ପରିବେଶକୁ ସୁରକ୍ଷିତ ରଖି ସବୁଜ ଓ ସ୍ବଚ୍ଛ ଦୀପାବଳୀ ପାଇବାକୁ ବାର୍ତ୍ତା ଦେଇଛନ୍ତି ପରିବେଶବିତ୍ ।

କଟକ ବାଲିଯାତ୍ରା: ଆରମ୍ଭ ହେଲା ପ୍ଲଟ ନିଲାମ, ୯ ଶହରୁ ଅଧିକ ବ୍ୟବସାୟୀ ନିଲାମୀରେ ସାମିଲ

କଟକ: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ ନିଲାମ । ୯ ଶହରୁ ଅଧିକ ବ୍ୟବସାୟୀ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପାଞ୍ଚଦିନ ଧରି ଚାଲିବ ଏହି ନିଲାମ ପ୍ରକ୍ରିୟା । ସେପଟେ ଏଥର ବାଲିଯାତ୍ରା ଅଧିକ ଆକର୍ଷଣୀୟ କରିବା ପାଇଁ କଟକ ଇନ କଟକକୁ ଦିଆଯାଉଛି ନୂଆ ରୂପ । ଖାଲି ଏତିକି ନୁହେଁ କୋଡିଏ ହଜାର ବର୍ଗଫୁଟ ଅଞ୍ଚଳରେ G-20 ସମ୍ମିଳନୀ କକ୍ଷ ଶୈଳୀରେ ମହାନଗର ନିଗମ ନିର୍ମାଣ କରିବ ପ୍ରଦର୍ଶନୀ ହଲ । ଅତ୍ୟାଧୁନିକ ଲେଜର ଶୋ’ ସହ ଡିଜିଟାଲ ସ୍କ୍ରିନରେ ରାଜ୍ୟର ଉନ୍ନତି ମୂଳକ କାର୍ଯ୍ୟ ପ୍ରଦର୍ଶିତ ହେବାର ଯୋଜନା ପ୍ରସ୍ତୁତ କରାଯାଇଛି ।

ଐତିହାସିକ କଟକ ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଥିବା ପ୍ଲଟ ନିଲାମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ବାରବାଟୀ ପ୍ୟାଲେସ ସମେତ ୬ଟି ସ୍ଥାନରେ ୧୦ଟି କାଉଣ୍ଟରରେ ଚାଲିଛି ନିଲାମ । ପାଖାପାଖି ୯ ଶହ ବ୍ୟବସାୟୀ ୧୬ ଶହରୁ ଅଧିକ ପ୍ଲଟ ପାଇଁ ନିଲାମ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମଥର ପାଇଁ ସିଙ୍ଗଲ ବିଡ୍ ଜରିଆରେ ବ୍ୟବସାୟୀଙ୍କ ପାଇଁ ସୁବିଧା ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ । ଅନେକ ବ୍ୟବସାୟୀ ସିଙ୍ଗଲ ବିଡର ଭାବେ ପ୍ଲଟ ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ।

ବାଲିଯାତ୍ରାକୁ ଚଳିତବର୍ଷ ଅଧିକ ଆକର୍ଷଣୀୟ ଓ ଜାକଜମକରେ ଆୟୋଜନ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ଗତବର୍ଷର ଆକର୍ଷଣ ସାଜିଥିବା ‘କଟକ ଇନ କଟକ’କୁ ଦିଆଯାଉଛି ନୂଆ ରୂପ । ଏଥର ସହର ଭିତରେ ଗ୍ରାମାଞ୍ଚଳର ସୁନ୍ଦର ପରିବେଶ ଦେଖିବାକୁ ପାଇବେ ଦର୍ଶକ । ଗାଁ ପରିବେଶ ଭଳି ଛୋଟ କୁଡ଼ିଆରୁ ଆରମ୍ଭ କରି ଗାଈ ଗୁହାଳ, ଅସ୍ଥାୟୀ ପୋଖରୀରେ ମାଛ ଓ ବତକଙ୍କ ଜଳକ୍ରୀଡ଼ା ଦେଖିବାକୁ ମିଳିବ । ପ୍ରାଥମିକ ବିଦ୍ୟାଳୟ, ପ୍ରାଣୀ ଚିକିତ୍ସାଳୟ ଓ ଗାଁ ମୁଣ୍ଡର ପିଣ୍ଡି ସ୍ଥାନ ପାଇବ କଟକ ଇନ କଟକରେ । ସେହିପରି ୨୦ ହଜାର ବର୍ଗଫୁଟ ଅଂଚଳରେ ସିଏମସି ନିର୍ମାଣ କରିବ G-20  ଶୈଳୀର ପ୍ରଦର୍ଶନୀ ପ୍ରକୋଷ୍ଠ । ଅତ୍ୟାଧୁନିକ ଲେଜର ଶୋ ଠାରୁ ଆରମ୍ଭ କରି ଡିଜିଟାଲ ସ୍କ୍ରିନ ଜରିଆରେ ରାଜ୍ୟ ବିକାଶର ପ୍ରତିଛବି ଦେଖିବେ ଲୋକେ । ଏହାଛଡା ବିଭିନ୍ନ ସ୍ଥାନରେ ପ୍ରଜ୍ଞାପନ ମେଢ ବୁଲିବା ସହ କଟକ ସହରର ଦୁଇ ପ୍ରବେଶ ପଥରେ ବଡ ତୋରଣ ନିର୍ମାଣ କରାଯିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ । ସେହିପରି ବାଲିଯାତ୍ରାରେ ଚାରଚାନ୍ଦ ଲଗେଇବେ ବଲିଉଡ଼ ଓ ଓଲିଉଡ଼ର ନାମୀଦାମୀ କଣ୍ଠଶିଳ୍ପୀ ।

ବିଶ୍ବକପ୍: ଟିମ୍ ଇଣ୍ଡିଆ ଦେବ ଦିଓ୍ବାଲୀ ଗିଫ୍ଟ, ଶତକର ଅର୍ଦ୍ଧଶତକ କରିବା ଲକ୍ଷ୍ୟରେ ବିରାଟ

ବେଙ୍ଗାଲୁରୁ: ଆସନ୍ତାକାଲି ସାରା ଦେଶ ପାଳନ କରିବ ଆଲୋକର ପର୍ବ ଦୀପାବଳି । ଆଉ ଆସନ୍ତାକାଲି ଭାରତ ନେଦରଲାଣ୍ଡ ବିପକ୍ଷରେ ବିଶ୍ବକପର ଶେଷ ଲିଗମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇ । ଚଳିତ ବିଶ୍ବକପରେ ଅପରାଜୟ ଥିବା ଭାରତୀୟ ଟିମ୍ ନେଜରଲାଣ୍ଡକୁ ହରାଇ ଦେଶବାସୀଙ୍କୁ ଦୀପାବଳି ଗିଫ୍ଟ ଦେବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷେ, ମ୍ୟାଚରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । କାରଣ, ଫୁଲ ଫର୍ମରେ ଥିବା କୋହଲି କାଲିର ମ୍ୟାଚରେ ଆଉ ଏକ ଶତକୀୟ ପାରି ଖେଳି ମାଷ୍ଟର ବ୍ଲାଷ୍ଟର ସଚିତ ତେନ୍ଦୁଲକରଙ୍କୁ ପଛରେ ପକାଇ ଦିନିକିଆ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୫୦ ଶତକ କରିବାର ରେକର୍ଡ ନିଜ ନାଁରେ କରିବାକୁ ଚାହିଁବେ ।

ଭାରତ ପ୍ରଥମ ଦଳ ଭାବେ ସେମିଫାଲନାଲରେ ପ୍ରବେଶ କରି ସାରିଥିବା ବେଳେ ନେଦରଲାଣ୍ଡ ବିଶ୍ବକପରୁ ବାହାର ହୋଇ ସାରିଛି । କେବଳ ଔପଚାରିତା ରହି ଯାଇଥିବା ଏହି ମ୍ୟାଚରେ ଭାରତ ବିଶେଷ କିଛି ପରିବର୍ତ୍ତନ ନକରି ଫିଲ୍ଡକୁ ଓହ୍ଲାଇ ପାରେ । କାଲିର ମ୍ୟାଚ୍ ବିଶ୍ବକପ୍ ପଏଣ୍ଟ ଟେବୁଲ ପାଇଁଏତେ ଗୁରୁତ୍ବପୂର୍ଣ୍ଣ ହୋଇ ନଥିଲେ ବି ସାରା ବିଶ୍ବର କ୍ରିକେଟ୍ ପ୍ରେମୀଙ୍କ ନଜର କୋହଲିଙ୍କ ଉପରେ ରହିବ । ସଚିନଙ୍କୁ ଦେଖି କ୍ରିକେଟ୍ ଶିଖିଥିବା କୋହଲି କାଲି ତାଙ୍କ ଆଇଡଲଙ୍କ ରେକର୍ଡ ଅତିକ୍ରମ କରିବା ସହ ସଚିନଙ୍କ ଭବିଷ୍ୟବାଣୀକୁ ସତ କରିବାକୁ ଚାହିଁବେ ।

ଅନ୍ୟପକ୍ଷରେ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ୧୫ ନଭେମ୍ବରରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଦୁଇ ଦେଶ ମଧ୍ୟରେ ଖେଳାଯିବା ୨୦୨୩ ବିଶ୍ବକପର ପ୍ରଥମ ସେମିଫାଇନାଲ । ତେବେ ଏହି ମ୍ୟାଚ୍ ପୂର୍ବରୁ ନେଦରଲାଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ ଭଲ ଅଭ୍ୟାସ ହେବ । ୨୦ ବର୍ଷ ପରେ ନ୍ୟୂଜଲାଣ୍ଡକୁ ବିଶ୍ବକପରେ ହରାଇ ଥିବା ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଗୋଟିଏ ବିଶ୍ବକପରେ ଭାରତ ପାଖରୁ ଦୁଇ ଦୁଇଟି ପରାଜୟ ବରଣ କରିବାକୁ ଚାହିଁବି ନାହିଁ ।

ଦିନିକିଆ ବିଶ୍ପକପ୍: ସେମିଫାଇନାଲ ଲାଇନ୍ ଅପ୍ ପକ୍କା, ଜାଣନ୍ତୁ କାହା ସହ କାହାର ଟକ୍କର ?

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ଫିଲ୍ଡକୁ ଓହ୍ଲାଇବା ପୂର୍ବରୁ ବିଶ୍ବକପ୍ ସେମିଫାଇନାଲ ରେସରୁ ଏକ ପ୍ରକାର ବାହାର ହୋଇଯାଇଛି । ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ କେବଳ ଏକ ଔପଚାରିତା ରହି ଯାଇଥିବା ବେଳେ ୨୦୨୩ ବିଶ୍ବକପର ଚାରି ସେମିଫାଇନାଲିଷ୍ଟ ସ୍ଥିର ହୋଇ ସାରିଛି । ଭାରତ ସମେତ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆଷ୍ଟ୍ରେଲିଆ ମଧ୍ୟରେ ହେବ ସେମିଫାଇନାଲ ଟକ୍କର ।

କେମିତି ପାକିସ୍ତାନ ସେମିଫାଇନାଲ ରେସରୁ ହେଲା ବାହାର ?

ଆଜି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ବିଶ୍ବକପର ୪୪ ତମ ମ୍ୟାଚ ଆଜି ଖେଳାଯାଉଛି । ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, ବୋଲିଂ ଆରମ୍ଭ କରିବା ପୂର୍ବରୁ ପାକିସ୍ତାନ ଓ୍ବାଲର୍ଡ କପରୁ ବାହାର ହୋଇଯାଇଛି । କାରଣ, ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଇଂଲଣ୍ଡକୁ ଏକ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ । ଏବେ ପାକିସ୍ତାନକୁ ଲକ୍ଷ୍ୟର ପିଛା କରି ୨୮୪ ବଲ୍ ପୂର୍ବରୁ ମ୍ୟାଚ ଜିତିବାକୁ ପଡ଼ିବ । ଅର୍ଥାତ ଇଂଲଣ୍ଡ ଯାହା ଟାର୍ଗେଟ ଦେବ ପାକିସ୍ତାନକୁ ମାତ୍ର ୩ ଓଭରରେ ହାସଲ କରିବାକୁ ପଡ଼ିବ । ଏହାର ଅର୍ଥ, ମ୍ୟାଚର ଫଳାଫଳ ଯାହା ବି ହେଉ, ପାକିସ୍ତାନ ସେମିଫାଇନାଲ ରେସରୁ ଆଉଟ୍ ।

ଚାରି ସେମିଫାଇନାଲିଷ୍ଟ

ବିଶ୍ବକପରେ ୮ରୁ ୮ଟି ମ୍ୟାଚ ଜିତି ପଏଣ୍ଟ ତାଲିକାର ଏକ ନମ୍ବରରେ ଥିବା ଭାରତ ପ୍ରଥମ ଦଳ ଭାବେ ସେମିଫାଇନାଲ ଟିକେଟ୍ କାଟିଥିଲା । ସ୍ବିତୀୟ ଦଳ ଭାବେ ଦକ୍ଷିଣ ଆଫ୍ରିକା ସେମିଫାଇନାଲକୁ ଯାଇଥିଲା । ଦକ୍ଷିଣ ଆଫ୍ରିକା ୯ଟିରୁ ୭ଟି ମ୍ୟାଚ୍ ଜିତିଛି ।

ସେହିପରି ଆଫଗାନିସ୍ତାନକୁ ହରାଇ ତୃତୀୟ ଦଳ ଭାବେ ଆଷ୍ଟ୍ରେଲିଆ ସେମିଫାଇନାଲକୁ କ୍ବାଲିଫାଏ କରିଛି । ହେଲେ ୨୩ ବିଶ୍ବକପରେ ଚତୁର୍ଥ ସେମିଫାଇନାଲିଷ୍ଟକୁ ନେଇ ସସପେନ୍ସ ଲାଗି ରହିଥିଲା । ଏମିତି ସ୍ଥିତିରେ ପାକିସ୍ତାନ-ଇଂଲଣ୍ଡ ମ୍ୟାଚ ଶେଷ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । କାରଣ ପାକିସ୍ତାନକୁ ଏତେ ବଡ଼ ବ୍ୟବଧାନରେ ଜିତିବା ଅସମ୍ଭବ ।

ସେମିଆାଇନାଲ ସିଡ୍ୟୁଲ

ଭାରତ ବନାମ ନ୍ୟୁଜିଲାଣ୍ଡ – ନଭେମ୍ବର ୧୫, ମୁମ୍ବାଇ, ଓ୍ବାଙ୍ଖଡେ ଷ୍ଟାଡିୟମ

ଦକ୍ଷିଣ ଆଫ୍ରିକା ବନାମ ଆଷ୍ଟ୍ରେଲିଆ– ନଭେମ୍ବର ୧୬, କୋଲକାତା, ଇଡେନ ଗାର୍ଡେନ

ଫାଇନାଲ– ୧୯ ନଭେମ୍ବର, ଅହମ୍ମଦାବାଦ, ନରେନ୍ଦ୍ର ମୋଦି ଷ୍ଟାଡିୟମ

ଇସ୍ରାଏଲ ସହ ମହା ସଂଗ୍ରାମର ପ୍ରସ୍ତୁତି, ଏକାଠି ହେବେ ୫୭ ମୁସଲିମ ଦେଶ

ରିୟାଦ: ଘମାସାନ ହେଉଛି ଗାଜା ଉପରେ ଇସ୍ରାଏଲର ଆକ୍ରମଣ । ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ଲକ୍ଷ୍ୟରେ ଗାଜାପଟ୍ଟି ଉପରେ ନନଷ୍ଟପ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଏପଟେ ପାଲେଷ୍ଟାଇନ ସମର୍ଥନରେ ଏକାଠି ହେଉଛନ୍ତି ମସୁଲିମ ଦେଶ । ୫୭ ମୁସଲିମ ଦେଶଙ୍କୁ ନେଇ ଗଠିତ ଅର୍ଗାନାଇଜେସନ ଅଫ ମୁସଲିକ କୋଅପରେସନ (OIC)ର ଏକ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀ ଆସନ୍ତାକାଲି ୧୨ ନଭେମ୍ବରରେ ବସିବାକୁ ଯାଉଛି । ଓଆଇସି ଅଧ୍ୟକ୍ଷ ସାଉଦି ଆରବର ନିମନ୍ତ୍ରଣ କ୍ରମେ ଏହି ବୈଠକ ବସୁଛି । ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲର ଆକ୍ରମଣକୁ ନେଇ ଏଥିରେ ଚର୍ଚ୍ଚା କରାଯିବ । ପାଲେଷ୍ଟାଇନର ବର୍ତ୍ତମାନ ସ୍ଥିତିକୁ ଦେଖି ଅଧିକାଂଶ ମୁସଲିମ ଦେଶ ଏଥିରେ ସାମିଲ ହେବାକୁ ସହମତି ଜଣାଇଛନ୍ତି ।

ଗଲ୍ଫ ଦେଶଙ୍କ ସହ ଇସଲାମିକ ଦେଶଙ୍କ ସମ୍ପର୍କକୁ ନେଇ ବିଶେଷଜ୍ଞ କହୁଛନ୍ତି, ଇସ୍ରାଏଲର ଆକ୍ରାମଣାତ୍ମକ ଆଚରଣକୁ ନେଇ ମୁସଲିକ ଦେଶ ଏକାଠି ହେବାର ଏହା ଏକ ଭଲ ସମୟ । ଗାଜା ଉପରେ ଇସ୍ରାଏଲ ତୁରନ୍ତ ଆକ୍ରମଣ ବନ୍ଦ କରିବା, ଘେରାବନ୍ଦୀ ହଟାଇବା, ସହାୟତର ପହଞ୍ଚାଇବା ପାଇଁ ଅନୁମତି ଦେବା ଓ ଅନ୍ତରାଷ୍ଟ୍ରୀୟ ନିୟମକୁ ସମ୍ମାନ ଦେବା ନେଇ ଓଆଇସି ସଦସ୍ୟ ଦେଶର ନେତାମାନେ ଦାବି କରିପାରନ୍ତି ।  ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ ନେଇ ମଧ୍ୟ ସଙ୍ଗଠନର ସଦସ୍ୟ ଦେଶମାନେ ଦାବି କରିଛନ୍ତି ।

ସାଉଦି ଆଣବ ଏହି ବୈଠକ ଡାକିବାର ଉଦ୍ଦେଶ୍ୟ, ଗାଜାରେ ପାଲେଷ୍ଟାଇନ ନାଗରିକଙ୍କୁ ରକ୍ଷା ଓ ଯୁଦ୍ଧ ଶେଷ କରିବା । ହମାସ ଆକ୍ରମଣ ପରେ ଗାଜା ସମର୍ଥନରେ ସବୁଠାରୁ ଅଧିକ ବାହାରି ଥିବା ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି ମଧ୍ୟ ଏହି ସମ୍ମିଳନୀରେ ଭାଗ ନେବାକୁ ଆସୁଛନ୍ତି ।

ବରଫ ଚାଦରରେ ଘୋଡାଇ ହେଲାଣି ବଦ୍ରିନାଥ, ମଜା ନେଉଛନ୍ତି ଶ୍ରଦ୍ଧାଳୁ ପର୍ଯ୍ୟଟକ

ଡେରାଡୁନ: ବଦ୍ରିନାଥରେ ଭୀଷଣ ବରଫପାତ । ବରଫରେ ଢାଙ୍କିହୋଇଯାଇଛି ମନ୍ଦିର । ଭୀଷଣ ଥଣ୍ଡାରେ ବି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବଦ୍ରିନାଥ ଧାମରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ସାଙ୍ଗକୁ ହାଲୁକା ଧରଣର ବରଫପାତ ହୋଇଥିଲା ।

ଉଚ୍ଚ ସ୍ଥାନ ମାନଙ୍କରେ ବର୍ଷା ଯୋଗୁଁ ବଦ୍ରିନାଥରେ ଥଣ୍ଡା ଅନୁଭୂତ ହେଉଛି । ଧାମରେ ୧ଡିଗ୍ରୀ ତଳକୁ ପାରଦ ଖସି ଚାରି ଆଡେ ବରଫରେ ଆଚ୍ଛାଦିତ ହୋଇଯାଇଛି । ବରଫପାତର ମଜା ନେବାକୁ ଲାଗିଛି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ।

୧୫ରେ ଦୁଇ ସୁପରପାଓ୍ବାର ମୁଖ୍ୟଙ୍କ ଭେଟଘାଟ, ତାଇଓ୍ବାନକୁ ନେଇ ହୋଇପାରେ ଆଲୋଚନା

କାଲିଫର୍ଣ୍ଣିଆ: ଆସନ୍ତା ୧୫ରେ ଦୁଇ ସୁପରପାଓ୍ବାର ମୁଖ୍ୟଙ୍କ ଭେଟଘାଟ । କାଲିଫର୍ଣ୍ଣିଆରେ ଆୟୋଜିତ ଭେଟଘାଟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଦୁଇ ନେତାଙ୍କ ମଧ୍ୟରେ ତାଇଓ୍ବାନ, ବାଣିଜ୍ୟ, ଦ୍ବିପାକ୍ଷିକ ସମ୍ପର୍କ ନେଇ ହେବ ଆଲୋଚନା । ସାନଫ୍ରାନ୍ସିକୋରେ ଅନୁଷ୍ଠିତ ହେବାକୁ ଥିବା ଏସିଆ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ଭେଟଘାଟ କାର୍ଯ୍ୟକ୍ରମ ରହିଛି ।

ଏନେଇ ସୂଚନା ଦେଇଛନ୍ତି ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ କାରିନ ଜାଁ ପିଏରେ । ସେପଟେ ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଆସନ୍ତା ମଙ୍ଗଳବାରରୁ ୧୭ ତାରିଖ ଯାଏ ଆପେକ ସମ୍ମିଳନୀ ଚାଲିବ ଏବଂ ସେହି ସମ୍ମିଳନୀରେ ଯୋଗଦେବେ ଜିନପିଙ୍ଗ । ତାଇଓ୍ବାନ ପ୍ରସଙ୍ଗ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଥିବାବେଳେ ଏହି ଭେଟଘାଟର ଗୁରୁତ୍ବ ଅଧିକ ରହିଛି ।

ଯୁଦ୍ଧ ରୋକିବାକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଆହ୍ବାନ, ମନା କଲେ ନେତ୍ୟାନାହୁ

ତେଲ ଆଭିଭ: ଇସ୍ରାଏଲ-ହମାସ ମଧ୍ୟରେ ଜୋରଦାର ସଂଘର୍ଷ। ଗତକାଲିର ହମଲାରେ ଦେଢଶହରୁ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି। ମାସେରୁ ଅଧିକ ସମୟ ହେଲାଣି ଲାଗିଛି ଯୁଦ୍ଧ। ଇସ୍ରାଏଲ ସେନା ଗାଜାରେ ହମାସ ଆତଙ୍କୀଙ୍କୁ ସଫା କରୁଛି। ଟ୍ୟାଙ୍କ ଓ ଯବାନଙ୍କୁ ନେଇ ଚାଲିଛି ଆତଙ୍କୀ ଦମନ ଗ୍ରାଉଣ୍ଡ ଅପରେସନ। ଗତକାଲି ପାଲେଷ୍ଟାଇନର ସବୁଠାରୁ ବଡ ଅଲ୍ ସିଫା ହସ୍ପିଟାଲରେ ହୋଇଥିଲା ଘାତକ ହମଲା। ଏଥିରେ ପାଲେଷ୍ଟାଇନରେ ସ୍ବାସ୍ଥ୍ୟସେବା ପୂରା ବିଗିଡି ଯାଇଛି।

ଘମାଘୋଟ ସଂଘର୍ଷ ଚାଲିଥିବାରୁ ଯୁଦ୍ଧ ରୋକିବାକୁ ଆହ୍ବାନ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ଗାଜାରେ ସାଧାରଣ ଜନତାଙ୍କ ଉପରେ ବୋମା ବର୍ଷଣ ବନ୍ଦ ହେଉ ବୋଲି କହିଛନ୍ତି ରାଷ୍ଟ୍ରପତି ମାକ୍ରନ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ସହ ଇମାନୁଏଲ ମାକ୍ରନଙ୍କ ଆଲୋଚନା ସତ୍ବେ ଇସ୍ରାଏଲ ଆକ୍ରମଣକୁ ଆହୁରି ଜୋରଦାର କରିଛି। ଯୁଦ୍ଧବିରାମ କରିବାକୁ ମନା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ।

ହମାସ ସହ ଯୁଦ୍ଧବିରାମର ଅର୍ଥ ଆତ୍ମସମର୍ପଣ ବୋଲି କହିଛନ୍ତି ନେତନ୍ୟାହୁ। ଯୁଦ୍ଧ ବଢୁଥିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହେଉଛି। ପାଲେଷ୍ଟାଇନର ଦକ୍ଷିଣ ସୀମାବର୍ତ୍ତୀ ଅଂଚଳରୁ ମାନବୀୟ ସହାୟତା ଜାରି ରଖିବାକୁ ଆହ୍ବାନ କରିଛନ୍ତି ଅନେକ ଦେଶ ।ଇସ୍ରାଏଲ-ହମାସ ଯୁଦ୍ଧରେ ପାଲେଷ୍ଟାଇନର ସ୍ବାସ୍ଥ୍ୟସେବାକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ । ଏବେବି ହମାସ ଆତଙ୍କୀ ପାଖରେ ୨୩୯ ପଣବନ୍ଦୀ ରହିଛନ୍ତି । ସେମାନଙ୍କୁ ନଛାଡିବା ଯାଏ ଆକ୍ରମଣ ଜାରି ରହିବ ବୋଲି କହିଛି ଇସ୍ରାଏଲ ।

ଗାଜା-ପାଲେଷ୍ଟାଇନ ସଂଘର୍ଷ ଯୋଗୁଁ ମଧ୍ୟପ୍ରାଚ୍ୟରେ ରାଜନୈତିକ ପଟ୍ଟଚିତ୍ର ବଦଳିବାରେ ଲାଗିଛି।ଇସ୍ରାଏଲ ସେନା ଓ ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ଲଢେଇ ଚାଲିଛି। ୟେମେନରେ ଇରାନ ସମର୍ଥନରେ ଥିବା ହୁଥୀ ବିଦ୍ରୋହୀ ମିସାଇଲ ପରୀକ୍ଷଣ କରିଥିବା କହିଛି। ଯୁଦ୍ଧରେ ଏବେ ସୁଦ୍ଧା ପାଲେଷ୍ଟାଇନର ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଇସ୍ରାଏଲର ଯାଇଛି ୧୪ଶହରୁ ଅଧିକ ଲୋକଙ୍କ ଜୀବନ।

୮୦୦ରୁ ଅଧିକ ଥର ଭୂକମ୍ପରେ ଥରିଲା ଆଇସଲ୍ୟାଣ୍ଡ, ଜାରି ହେଲା ଏମରଜେନ୍ସୀ

ରିଆକ୍ବାଜାଭିକ୍‌: ଆଇସଲ୍ୟାଣ୍ଡରେ ସିରିଜ ଭୂକମ୍ପ । ସାରା ଦେଶରେ ଆତଙ୍କ । ଗୋଟିଏ ନୁହେଁ କି ଦୁଇଟି ନୁହଁ । ୮୦୦ରୁ ଅଧିକ ଥର ଭୂକମ୍ପ ପରେ ଆଗ୍ନେୟ ଉଦଗିରଣକୁ ନେଇ ହଇଚଇ । ଭୂକମ୍ପ ପରେ ଆଇସଲ୍ୟାଣ୍ଡରେ ଜାରି ହୋଇଛି ଏମରଜେନ୍ସୀ । ଦକ୍ଷିଣିପଶ୍ଚିମ ରେକଜାଭିକ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ବେସାମରିକ ନାଗରିକ ସୁରକ୍ଷା ଓ ଜରୁରୀକାଳୀନ ପରିଚାଳନା ବିଭାଗ କହିଛି- ଗ୍ରିନ୍ଦାଭିକ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହେବା ପରେ ଏମର୍ଜେନସି ଜାରି କରାଯାଇଛି ।

ସିରିଜ ଭୂକମ୍ପ ପରେ ବିଭିନ୍ନ ସ୍ଥାନରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଉତ୍ତର ଗ୍ରିନ୍ଦାଭିକରେ ସର୍ବାଧିକ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ବଡକଥା ହେଉଛି ଗଚ ଅକ୍ଟୋବର ପରଠାରୁ ବର୍ତ୍ତମାନ ସୁଦ୍ଧା ୨୪ ହଜାରରୁ ଅଧିକ ଥର ଭୂକମ୍ପ ଅନୁଭୂତ ହେଲାଣି । ଗତକାଲି ମଧ୍ୟରାତ୍ରୀରୁ ବର୍ତ୍ତମାନ ସୁଦ୍ଧା ୮୦୦ ଥର କମ୍ପନ ସୃଷ୍ଟି ହୋଇଛି । ସେହି ଅଞ୍ଚଳକୁ ପାଟ୍ରୋଲ ଭେସେଲ ପଠାଯାଇଛି ।

ଅଧିକାଂଶ ସ୍ଥାନରେ ହୋଟେଲକୁ ବନ୍ଦ କରିଦିଆଯାଇଛି । ସମ୍ଭାବ୍ୟ ଆଗ୍ନେୟ ଉଦଗିରଣ ଆଶଙ୍କାରେ ବିଭିନ୍ନ ପ୍ଲାଣ୍ଟରେ ସୁରକ୍ଷା ବଢାଇ ଦିଆଯାଇଛି । ୨୦୧୦ରେ ଏଜାଫାଜକୁଲରେ ବଡଧରଣର ଉଦଗିରଣ ହୋଇଥିବାରୁ ୧ ଲକ୍ଷ ବିମାନ ବାତିଲ ହୋଇଥିଲା । ଫଳରେ ୧୦ ଲକ୍ଷରୁ ଅଧିକ ଯାତ୍ରୀ ଅଟକି ରହିଥିଲେ ।