ନାବାଳିକାଙ୍କୁ ୨ ଦିନରେ ୨୬ଥର ଗଣଦୁଷ୍କର୍ମ କଲେ ୧୩ ନରରାକ୍ଷସ, ପଢ଼ୁନ୍ତୁ ଓଡ଼ିଆ ଝିଅର କରୁଣ କାହାଣୀ

sad woman profile in dark head is put down, stressed young girl touching head and thinkingsad woman profile in dark head is put down, stressed young girl touching head and thinking

ନନ୍ଦିଘୋଷ ବ୍ୟୁରୋ: ଦେହଲୋଭୀ ମଣିଷଙ୍କ ଅମାନୁସିକ କାଣ୍ଡ । ୧୭ ବର୍ଷୀୟା ନାବାଳିକାଙ୍କୁ ୨ଦିନରେ ୨୬ ଥର ଗଣଦୁଷ୍କର୍ମ କଲେ ୧୩ ନରରାକ୍ଷସ । ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏହି ନାବାଳିକାଙ୍କ କରୁଣ କାହାଣୀ ଯେ କେହି ବି ଶୁଣିବ ଛାତି ଥରି ଉଠିବ । ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଜଣେ ସରକାରୀ କର୍ମଚାରୀଙ୍କ ଘରେ ରହି କାମ କରୁଥିବାବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ନାବାଳିକା । ଘଟଣାଟି ଡିସେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଘଟିଥିବାବେଳେ ପିଡ଼ିତା ଜଣକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଏଭଳି ଲଜ୍ଜଜନକ ଖବର ସମସ୍ତଙ୍କୁ ଚକିତ କରି ଦେଇଛି । ନାରୀ ମାଂସ ଲୋଭୀ ମଣିଷଙ୍କୁ ଯେତେ କଠୋର ଦଣ୍ଡ ଦେଲେ ସୁଦ୍ଧା ଅପରାଧ କମିବାର ନାଁ ନେଉନି । ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବାବେଳେ ୨ ଜଣ ଫେରାର ଅଛନ୍ତି ।

ନାବାଳିକା ଜଣକ ମାଲିକ ଘରେ ରହି କାମ କରୁଥିବାବେଳେ ଘଟଣା ଦିନ ତାଙ୍କ ମାଲିକ ଘରେ ନଥିଲେ । ନିଜ ପ୍ରେମିକ ସହ ଦେଖା କରିବା ପାଇଁ ଯାଇଥିଲେ ନାବାଳିକା ଜଣକ । ପ୍ରଥମେ ପ୍ରେମିକ ଜଣକ ଦୁଷ୍କର୍ମ କରିଥିଲା । ପରେ ଜଣେ ସାଙ୍ଗକୁ ଡାକି ନାବାଳିକାଙ୍କୁ ଦୁଷ୍କର୍ମ କରାଇଥିଲା । ପ୍ରେମିକର ଏଭଳି କାଣ୍ଡ ପରେ ଲଜ୍ଜାରେ ମରିବା ପାଇଁ ଯାଉଥିବା ନାବାଳିକାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଜଣେ ବ୍ୟକ୍ତି । ସେ ତାଙ୍କୁ ବଞ୍ଚାଇବା ବାହାନାରେ ନାବାଳିକାଙ୍କ ଫାଇଦା ନେଇଥିଲେ । ନିଜେ ଦୁଷ୍କର୍ମ କରିବା ସହ ସାଥୀଙ୍କୁ ନେଇ ଗଣଦୁଷ୍କର୍ମ କରିଥିଲେ । ତେବେ ଦୁଷ୍କର୍ମ କରିଥିବା ୧୧ ଅଭିଯୁକ୍ତ ହେଉଛନ୍ତି ଫଟୋଗ୍ରାଫର ।

ନାବାଳିକା ଜଣକ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ସହ ନିଜ ଗାଁ ଓଡ଼ିଶାର କଳାହାଣ୍ଡି ଜିଲ୍ଲାକୁ ଫେରି ଆସିଥିଲେ । ଏହାପରେ ଆନ୍ଧ୍ରପ୍ରଦେଶ ମହିଳା ଆୟୋଗର ଅଧ୍ୟକ୍ଷଙ୍କ ସହ କଥା ହୋଇ ମାମଲା ରୁଜୁ କରିଥିଲେ । ନାବାଳିକା ଏବେ ବିଶାଖାପାଟଣାମରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ନାବାଳିକା ଜଣକ କହିଛନ୍ତି କି, ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ବୁଲିବା ପାଇଁ ଆ.ର. ବିଚକୁ ଯିବାକୁ କହିଥିଲେ । ନାବାଳିକା ଜଣକ ତାଙ୍କ କଥାରେ ସେଠାକୁ ଯାଇଥିଲେ । ଏହାପରେ ପ୍ରେମିକ ଜଣକ କହିଥିଲା କି, ଚାଲ ଲଜକୁ ଯିବା । ପ୍ରେମିକା କଥାରେ ପ୍ରଥମେ ରାଜି ହୋଇ ନଥିଲା । ମାତ୍ର ଶେଷ ବାଧ୍ୟ ହୋଇ ସେଠାକୁ ଯାଇଥିଲେ । ପ୍ରଥମେ ନିଜେ ଦୁଷ୍କର୍ମ କରିବା ପରେ ସାଙ୍ଗକୁ ଡକାଇ ଦୁଷ୍କର୍ମ କରାଇଥିଲା । ପ୍ରେମିକର ଏଭଳି କର୍ମ ପରେ ଆତ୍ମହତ୍ୟା କରିବା ପାଇଁ ସମୁଦ୍ର କୂଳକୁ ଯାଇଥିଲେ ନାବାଳିକା ଜଣକ । ଏକାକି ବୁଲୁଥିବା ଦେଖି ଜଣେ ଫଟୋଗ୍ରାଫର ତାଙ୍କୁ ପଚାରିଥିଲେ । ନିଜ ଦୁଃଖ କହିବା ପରେ ସହଯୋଗ କରିବାର ପ୍ରତିଶୃତି ଦେଇ ୧୧ ଜଣ ଫଟୋଗ୍ରାଫର ମିଶି ଦୁଷ୍କର୍ମ କରିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ନାବାଳିକାଙ୍କ ପାଟିରେ କପଡ଼ା ଦେଇ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିଲେ ।