ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ୧୬୦ ସ୍କୁଲକୁ ମିଳିଲା ଜମିପଟା

1 min read

ଭୁବନେଶ୍ବର: ସ୍କୁଲକୁ ମିଳିଲା ଜମି ପଟ୍ଟା । ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ୧୬୦ ସ୍କୁଲକୁ ଜମିପଟା ବଣ୍ଟନ କରାଯାଇଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହାଇସ୍କୁଲରେ ଜମିପଟ୍ଟା ବଣ୍ଟନ କରାଯାଇଛି । ସେଥିରେ ୫୦ଟି ୫T ରୂପାନ୍ତରିତ ହାଇସ୍କୁଲ ରହିଥିବା ବେଳେ ୫୬ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ଆହୁରି ୮୮ଟି ସ୍କୁଲକୁ ଜମି ପଟ୍ଟା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସ୍ବତନ୍ତ୍ର ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବିଧାୟକ ଅନନ୍ତ ନାରାୟଣ ଜେନା,  ସୁଶାନ୍ତ ରାଉତ , ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶାର ଉପଦେଷ୍ଟା ଶ୍ରୀମୟୀ ମିଶ୍ର ଯୋଗ ଦେଇ ସବୁ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । ପଟ୍ଟା ପାଇବା ଦ୍ବାରା ସ୍କୁଲ ଗୁଡିକରେ ଚାଲିଥିବା ବିକାଶ ବା ରୂପାନ୍ତରିକରଣ କାର୍ଯ୍ୟ ତ୍ବରାନ୍ବିତ ହେବା ସହ ବିଦ୍ୟାଳୟ ଗୁଡିକ ବିଧାୟକ ଏବଂ ସାଂସଦ ପାଣ୍ଠିରୁ ଅର୍ଥ ପାଇବା ସହଜ ହେବ ।