spot_img
Home Blog Page 2608

ଲୋକଙ୍କ ନଜର ହଟାଇବା ପାଇଁ ପ୍ରସାରଣ ହେଉଛି ମିଛ ଖବର

ଭୁବନେଶ୍ବର: ନିଜ ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗରୁ ଲୋକଙ୍କ ନଜର ହଟାଇବା ପାଇଁ ସମ୍ବାଦ ଗୁରୁବାର ପ୍ରଥମ ପୃଷ୍ଠାରେ ପୁଣି ମିଛକଥା ଲେଖିବାକୁ ପଛାଇ ନାହିଁ । ସମ୍ବାଦର ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର ସମ୍ବାଦ ବ୍ୟାଙ୍କ ସ୍କାମ ସମ୍ପର୍କରେ EOW ରେ ଅଭିଯୋଗ କରିବା ପରଠୁ ଦିନକୁ ଦିନ ଅଭିଯୋଗକାରୀଙ୍କ ସଂଖ୍ୟା ସ୍ବତଃ ବଢିବାରେ ଲାଗିଛି । ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରତିପତ୍ତିକୁ ଭୟକରି ନିର୍ଯାତାନା, ଶୋଷଣ ଏବଂ ଠକେଇ ଦୁଃଖକୁ ଛାତିତଳେ ଚାପି ରଖିଥିବା କର୍ମଚାରୀ ଏବେ ସାହସ ଯୁଟାଇ EOWରେ ପହଞ୍ଚିବାରେ ଲାଗିଛନ୍ତି । ଏହା ଦେଖିବା ପରେ ସୌମ୍ୟଙ୍କ ମନରେ ଛନକା ପଶିଛି ।

ନିଜ ମାଲିକାନାରେ ଥିବା ଖବରକାଗଜରେ ଯାହା ତାହା ଲେଖି ସାଧାରଣ ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି । ସମ୍ବାଦ ବିରୋଧରେ ପ୍ରଥମ ଅଭିଯୋଗ ଆଣିଥିବା ଅସୀମ ମହାପାତ୍ରଙ୍କ ବିରୋଧରେ ମଧ୍ୟ ମିଛ ଖବର ପ୍ରସାରଣ କରିଥିଲେ ସମ୍ବାଦ ଓ କନକ । କହିଥିଲେ, ୧୬ ବର୍ଷ ତଳେ ଅସୀମଙ୍କ ନାଁରେ ସମ୍ବାଦ ଋଣ କରିଥିଲା । କିନ୍ତୁ ସତ୍ୟ ହେଲା ଅସୀମ ୨୦୨୦ ପର୍ଯ୍ୟନ୍ତ ସମ୍ବାଦରେ କାର୍ଯ୍ୟରତ ଥିଲେ । ଆଉ ୨୦୧୫ରେ ତାଙ୍କ ନାଁରେ ଋଣ ଉଠାଯାଇଥିଲା । ସମ୍ବାଦର ପୂର୍ବତନ ଯାଜପୁର ପ୍ରତିନିଧିତଥା ସମ୍ପ୍ରତି ପ୍ରମୟର ଡିଜିଏମ ଦାୟିତ୍ବରେ ଥିବା ପୂର୍ଣ୍ଣଚନ୍ଦ୍ର ଦେଓ ମଧ୍ୟ ସମ୍ବାଦ ବ୍ୟାଙ୍କ ସ୍କାମ ନେଇ EOWର ଦ୍ବାରସ୍ଥ ହୋଇଥିଲେ । ଶାସକ ଦଳର କିଛି ନେତାଙ୍କ ସହ ତାଙ୍କ ଫଟୋକୁ ଦେଖାଇ କନକ ନ୍ୟୁଜ୍ ଷ୍ଟୋରୀ କରୁଛି ଯେ, ସେ ବିଜେଡିର କର୍ମୀ ।

ଏହାଠୁ ବଳି ହାସ୍ୟସ୍ପଦ ସମ୍ବାଦ ଆଉ କ‘ଣ ହୋଇପାରେ ? ଜଣେ ସାମ୍ବାଦିକ ହିସାବରେ ବିଭିନ୍ନ ରାଜନେତାଙ୍କ ସହ ଫଟୋ ରହିବାରେ କେଉଁଠି ଅସ୍ବଭାବିକତା ରହିଲା ? ସମ୍ବାଦ ବ୍ୟାଙ୍କ ସ୍କାମ ସମ୍ପର୍କରେ ତୃତୀୟ ମାମଲା ଦାୟର କରିଛନ୍ତି ଗତ ଏପ୍ରିଲ ମାସରେ ସମ୍ବାଦରୁ ଅନ୍ତର ହୋଇଥିବା ବରିଷ୍ଠ ସାମ୍ବାଦିକ ଭୈରବ ବ୍ରହ୍ମାଙ୍କ ସମ୍ପର୍କରେ ମଧ୍ୟ କୁତ୍ସାରଟନା କରିବାକୁ ପଛାଇଲା ନାହିଁ କନକ ଏବଂ ସମ୍ବାଦ । ତାଙ୍କ ଫଟୋକୁ ନେଇ ଲେଖିଲେ ଚିହ୍ନିରଖ ଭ୍ରାତାଙ୍କ ବଦନ । ଅବସରକାଳୀନ ଏକ ଫଟୋ ଦେଖାଇ କହିଲେ ସେ ଖୁସିରେ ସମ୍ବାଦରୁ ଅବ୍ୟାହତ ନେଇଛନ୍ତି ।

ଖୁସି ପଛରେ ଯେ, କେତେ ଲୁହ ରହିଛି ତାହା ସମ୍ବାଦର ତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଅଛି । ଯିଏ ସମ୍ବାଦ ବ୍ୟାଙ୍କ ସମ୍ପର୍କରେ ମୁହଁ ଖୋଲିଲା ତାକୁ ସମ୍ବାଦ ଓ କନକ ନ୍ୟୁଜ ଟାର୍ଗେଟ କରିବା ସହ କୁତ୍ସାରଟନା କରିବାକୁ ପଛଉନାହାନ୍ତି । ସମ୍ବାଦ ଏକ ପ୍ରତିଷ୍ଠିତ ଖବରକାଗଜ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିରୋଧରେ ଆସୁଥିବା ଅଭିଯୋଗକୁ କୌଣସି ଗଣମାଧ୍ୟମ ପ୍ରସାରଣ କରିବାକୁ ସାହାସ କରୁନଥିଲେ ।

ପ୍ରଥମ ଥର ପାଇଁ ସକାଳ ଓ ନନ୍ଦିଘୋଷ ସମ୍ବାଦ ବ୍ୟାଙ୍କ ସ୍କାମ ବାବଦରେ ଖବର ପ୍ରସାରଣ କରିବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଚଳିତ ହୋଇପଡିଛନ୍ତି । ଭୋକ ବିକଳରେ ତାଟିଆ କାମୁଡିବା ଭଳି ସକାଳ ନନ୍ଦିଘୋଷ ଟିଭିକୁ ଟାର୍ଗେଟ କରିବା ସହ ମିଛ ସତ ଲେଖିବାକୁ ଓ ଦେଖାଇବାକୁ ସମ୍ବାଦ ଓ କନକ ନ୍ୟୁଜକୁ ଲଗାଇଛନ୍ତି । ଅତ୍ୟନ୍ତ ହୀନ ଘୁର୍ଣ୍ଣ୍ୟ ଖବର ପରିବେଷଣ କରିବାକୁ ଏହି ୨ ଗଣମାଧ୍ୟମ ପଛାଇନାହାନ୍ତି । ବ୍ୟକ୍ତିଗତ ସ୍ତରକୁ ଯାଇ ଖବର ପରିବେଷଣ କରିବାକୁ ଆରମ୍ଭ କରିଛନ୍ତି । ସକାଳ ଓ ନନ୍ଦିଘୋଷ ଟିଭିକୁ ପରିଚାଳନା ମୁଖ୍ୟତୁ ଟାର୍ଗେଟ କରି ଅତି ଅଶୋଭନୀୟ ଖବର ପରିବେଷଣ କରିବାରେ ଲାଗିଛନ୍ତି ।

ପରୋକ୍ଷରେ ଧମକ ଦେବାକୁ ମଧ୍ୟ ପଛାଉ ନାହାନ୍ତି । ଏଭଳି ନିମ୍ନସ୍ତରର ଅରୁଚିକର ଖବରକୁ ଦର୍ଶକ ଓ ପାଠକ ନିଶ୍ଚୟ ନିନ୍ଦା କରିବେ ଏହା ନିଃସନ୍ଦେହ । ରାଜ୍ୟରେ ଦୀର୍ଘ ୪୦ବର୍ଷ ଧରି ଚାଲିଥିବା ଓ ନିଜକୁ ୧ନମ୍ବର ବୋଲି ବୋଲାଉଥିବା ଏହି ସମ୍ବାଦ ସାମ୍ବାଦିକତାର ସବୁ ଲକ୍ଷ୍ମଣରେଖାକୁ ପାର କରିସାରିଛି ଏହା ଜଳ ଜଳ ଦିଶୁଛି । ନିଜ ସ୍ବାର୍ଥ ପାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓଡ଼ିଆ ସାମ୍ବାଦିକତା ବାତାବରଣକୁ କଳୁସିତ କରିସାରିଲେଣି ଏହା କହିବା ବାହୁଲ୍ୟ ।

 

ଜନବିରୋଧୀ ନେତାଙ୍କ ବିରୋଧରେ ନବୀନଙ୍କ ବଡ଼ ଆକ୍ସନ୍

ଭୁବନେଶ୍ବର: ଜନବିରୋଧୀ ନେତାଙ୍କ ବିରୋଧରେ ନବୀନଙ୍କ ବଡ଼ ଆକ୍ସନ୍। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା। ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟଙ୍କ ବିରୋଧରେ ପୂର୍ବତନ କର୍ମଚାରୀ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିବା ପରେ ନବୀନ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତାଙ୍କ ବିରୋଧରେ ଆହୁରି ଅଭିଯୋଗ ହେଉଥିବାରୁ, ଏହା ଏକ ଗୁରୁତର ବ୍ୟାଙ୍କ ଘୋଟାଲା । ଏଥିରେ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କା ଲୋନ୍ ଉଠାଯାଇଛି । ୩ଶହରୁ ଅଧିକ କର୍ମଚାରୀ ଏହାର ଶିକାର ହୋଇଛନ୍ତି । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ବି)  ଧାରାରେ ମାମଲାରୁ ରୁଜୁ ହୋଇଛି। ଏଭଳି ଜନବିରୋଧୀ କାର୍ଯ୍ୟକଳାପ ପାଇଁ ସୌମ୍ୟଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହୋଇଛନ୍ତି। ବାଲେଶ୍ବର ନିଗମାନନ୍ଦ ଆସୋସିଏଟରେ ପାର୍ଟନର ଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେ ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରୁଛି ଭିଜିଲାନ୍ସ । ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା, ପୋଲିସ ଡିଜି ସୁନୀଲ ବଂଶଲ ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି ସୁନୀଲ ବଂଶଲ । ଶୁକ୍ରବାରଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । ପୋଲିସ ଡିଜି ସୁନୀଲ ବଂଶଲ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।  ୫ଟି କଣ୍ଟ୍ରୋଲ ରୁମ ରହିବେ। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସ୍ପନସ ଟିମ, ସ୍ପେଶାଲ ଟାଇଟିକାଲ ୟୁନିଟ  ରହିବେ। ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବେଳେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି, ଭୁବନେଶ୍ୱର ସିପିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ବାହାରେ ଏସଟିୟୁ ଓ ଓଏସଏଫ ନିୟୋଜିତ ହେବେ।। ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା  କରାଯାଇଛି। ରାଲି ଓ ଧାରଣ ଉପରେ ନଜର ରଖାଯାଇଛି। ପୂରା ଧାରଣାସ୍ଥଳ ସିସିଟିଭି ସର୍ଭିଲାନସରେ ରହିବ ।

ବିଧାନସଭା ମୌସୁମୀ ଅଧିବେଶନ ଗୁରୁବାର ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ବିଜେଡି ପକ୍ଷରୁ ପ୍ରମିଳା ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା ମଲ୍ଲିକ ।  ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।

୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ସେ ନାମାଙ୍କନ ପତ୍ର ଦାଖଲ କରିବେ । ଆସନ୍ତାକାଲି ପୂର୍ବାହ୍ନ ସାଢେ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟାଦୃଷ୍ଟିରୁ ପ୍ରମିଳା ମଲ୍ଲିକ ଆପାତତଃ ବିଜୟୀ ହେବେ । ପ୍ରମିଳା ବାଚସ୍ପତି ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ।

ଭୂମିହୀନଙ୍କୁ ମିଳିଲା ପଟ୍ଟା

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ତରଞ୍ଜା ଗାଁରେ ଭୂମିହୀନ ପରିବାରକୁ ପଟ୍ଟା ବଣ୍ଟନ। ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଭୂମିହୀନ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ଦୁଃଖ ଶୁଣିବା ସହ ବସୁନ୍ଧରା ଯୋଜନାରେ ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି  । ପଟ୍ଟା ପାଇ ଥିବା ପରିବାର ଓ ସ୍ଥାନୀୟ ବିଧାୟକ ଏହି ମହାନ୍ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି  ।

ବଢୁଛି କାନାଡା-ଭାରତ ତିକ୍ତତା

ନୂଆଦିଲ୍ଲୀ: ବଢୁଛି କାନାଡା-ଭାରତ ତିକ୍ତତା । ଭାରତରେ ରହୁଥିବା କାନାଡା ନାଗରିକଙ୍କ ଲାଗି ଭିସା ପ୍ରଦାନ ବାତିଲ କରିଛି ଭାରତ । ସେପଟେ  ନ୍ଯାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ ପକ୍ଷରୁ ଜାରି କରାଯାଇଛି ଆତଙ୍କବାଦୀଙ୍କ ତାଲିକା । ଜାରି କରାଯାଇଥିବା ୪୩ ଜଣିଆ ତାଲିକାରେ ରହିଛନ୍ତି କାନାଡାରେ ବାସ କରୁଥିବା କେତେକ ଆତଙ୍କବାଦୀ । ସେମାନେ ଭାରତ ବିରୋଧୀ କାର୍ଯ୍ଯକଳାପରେ ସାମିଲ ଥିବା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଜଡିତ ଅଛନ୍ତି । ଏହି ଆତଙ୍କବାଦୀମାନେ ଖଲିସ୍ତାନ ସମର୍ଥନ ହୋଇଥିବାବେଳେ ସେମାନେ ଭାରତରୁ ପଳାୟନ କରି କାନାଡାରେ ରହୁଛନ୍ତି ।

ସେମାନଙ୍କ ମଧ୍ୟରେ ଅଛନ୍ତି ଖଲିସ୍ତାନ ଟାଇଗର ଫୋର୍ସ ନେତା ଅସଦୀପ ଗିଲ ଓରଫ ଆର୍ସ ଦାଲ୍ଲା, ଲଖବୀର ସିଂ ଲିଣ୍ଡା, ସିଦ୍ଧୁ ମୋସେଓ୍ବାଲା ହତ୍ଯାକାଣ୍ଡର ମୁଖ୍ଯ ଅଭିଯୁକ୍ତ ଗୋଲ୍ଡି ବ୍ରାର, ଲରେନ୍ସ ବିଷ୍ଣୋଇ, ଅନମୋଲ ବିଷ୍ଣୋଇ, ବର୍ତ୍ତମାନ ପଞ୍ଜାବର ଏକ ଜେଲରେ ଥିବା ଜଗଦୀପ ସିଂ ଓରଫ ଜଗୁ ଭଗବାନପୁରୀ ପ୍ରମୁଖ । କେତେକ ଜଣାଶୁଣା ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ବି ଜନସାଧାରଣଙ୍କୁ ଆହ୍ବାନ ଦେଇଛି ଏନଆଇଏ । ସେପଟେ କାନାଡାରେ ରହୁଥିବା ଭାରତୀୟଙ୍କ ଲାଗି ଭାରତ ସରକାର ଜାରି କରିଥିବା ଗାଇଡଲାଇନକୁ ଅଗ୍ରାହ୍ଯ କରିଛନ୍ତି କାନାଡା ସରକାର ।

ସାଧାରଣ ନିରାପତ୍ତା ମନ୍ତ୍ରୀ ଡୋମିନିକ ଲେବଲାଙ୍କ କହିଛନ୍ତି- କାନାଡାର ଏକ ସୁରକ୍ଷିତ ରାଷ୍ଟ୍ର । ଭାରତ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀର ମାନେ କିଛି ନାହିଁ । ସେପଟେ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂ ଓରଫ ଅର୍ଷ ଦାଲାଙ୍କ ସହଯୋଗୀ ସୁଖଦୋଲ ସିଂକୁ କାନାଡାର ଓ୍ବିନପିଗ ସିଟିରେ ହତ୍ୟା କରାଯାଇଛି । ଭାରତର ଓ୍ବାଣ୍ଟେଡ ଲିଷ୍ଟରେ ଥିବା ସୁଖଦୋଲ ଏକ କ୍ୟାଙ୍ଗଓ୍ବାରରେ ପ୍ରାଣ ହରାଇଛି । ଏ- କାଟେଗୋରୀର ଗ୍ୟାଙ୍ଗଷ୍ଟର କୁହାଯାଉଥିବା ସୁଖଦୋଲ ପଞ୍ଜାବରୁ ଫେରାର ହୋଇ କାନାଡା ଚାଲିଯାଇଥିଲା । ହତ୍ୟା ପଛରେ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସୂଚନା ମିଳିଛି ।

ସୌମ୍ୟରଞ୍ଜନ ବିଜେଡିରୁ ବହିଷ୍କୃତ

ଭୁବନେଶ୍ବର: ବିଜେଡିରୁ ବହିଷ୍କାର ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକଙ୍କୁ ବିଜେଡିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସୌମ୍ୟଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମଧ୍ୟ ଦଳରୁ ବହିଷ୍କୃତ । ୨ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ।  ସୌମ୍ୟ ନିଜର ଗଣମାଧ୍ୟମକୁ ଢ଼ାଲ କରି ବାରମ୍ବାର ମିଛ ଖବର ପ୍ରସାରଣ କରୁଥିଲେ । ଏପରିକି ବହୁ କର୍ମଚାରୀଙ୍କ ନାଁରେ ଲୋନ କରିଥିବାବେଳେ ଜନସାଧାରଣଙ୍କୁ ଠକୁଥିବା ଭଳି ସଙ୍ଗୀନ ଅଭିଯୋଗମାନ ତାଙ୍କ ନାଁରେ ଅଭିଯୋଗ ରହିଛି ।

ଜନ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସୌମ୍ୟଙ୍କ ବିରାେଧରେ ଆକ୍ସନ ନେଇଛନ୍ତି । ୫୦୬, ୪୬୭,  ୪୬୮, ୪୭୧, ୪୨୦, ୧୦୨ (ଖ)ରେ ମାମଲା ରୁଜୁ ହୋଇଥିଲା । ସୌମ୍ୟଙ୍କ ବିରୋଧରେ ଲାଗିଥିବା ଦଫା ଗୁଡ଼ିକ ଜାମିନୀ ବିହିନ । ସମ୍ବାଦର ବହୁ ପୁରାତନ କର୍ମଚାରୀ ଶୋଷଣର ଶିକାର ହୋଇଥିବା EOWରେ ହାଜର ହାଇଥିଲେ । ସେମାନଙ୍କ ଅଜ୍ଞାତରେ ଲୋନ କରିଥିବା ଭଳି ମଧ୍ୟ ଅଭିେଯାଗ ହୋଇଛି । ଅନେକ କର୍ମଚାରୀଙ୍କ ନାଁରେ ୨୦ ବର୍ଷରେ ୫ଟି ଲେଖାଏଁ ମଧ୍ୟ ଲୋନ ହୋଇଥିବା ସେମାନେ ଅଭିଯୋଗ କରିଥିଲେ । ଜନ ବିରୋଧୀ ଅଭିଯୋଗ ବଢ଼ିବାରେ ଲାଗିଥିବାବେଳେ ମୁଖ୍ୟମନ୍ତ୍ରୀ ଆକ୍ସନ ନେଇଛନ୍ତି ।

ଜନତାଙ୍କ ମଙ୍ଗଳ ସାଧନ କରୁଥିବା ମୁକ୍ୟମନ୍ତ୍ରୀ ସବୁବେଳେ ଜନ ବିରୋଧୀଙ୍କ ବିପକ୍ଷରେ ଆକ୍ସନ ନେଇଥିବାର ନଜିର ମଧ୍ୟ ରହିଛି । ପୂର୍ବରୁ ଜନ ବିରୋଧୀ କାର୍ଯ୍ୟ ପାଇଁ ବହୁ ନେତା ମଧ୍ୟ ଦଳରୁ ବିଦା ହୋଇଛନ୍ତି । ତେବେ ରେମୁଣା ବିଧାୟକ ସୁଧାଂଶୁଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ସେ ଘୋଟାଲା କରିଥିବା ଅଭିଯୋଗ ଲାଗିଥିବାବେଳେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଆକ୍ସନ ନେଇଛନ୍ତି ।

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହୋଇଛନ୍ତି। ବାଲେଶ୍ବର ନିଗମାନନ୍ଦ ଆସୋସିଏଟରେ ପାର୍ଟନର ଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେ ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରୁଛି ଭିଜିଲାନ୍ସ । ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବଢ଼ୁଛି ଅଭିଯୋଗ, ଜୟଦେବ ବିହାର ସ୍ଥିତ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜରଙ୍କ ସହ ତିନି କର୍ମଚାରୀ  ଇଓଡବ୍ଲ୍ୟୁରେ ହାଜର

ଭୁବନେଶ୍ବର: ସମ୍ବାଦ ବ୍ୟାଙ୍କ ସ୍କାମ ମାମଲାରେ ଇଓଡବ୍ଲ୍ୟୁର ତଦନ୍ତ ଜାରି । ଗୁରୁବାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କମର୍ଚାରୀଙ୍କୁ କରାଯାଉଛି ପଚରାଉଚରା ।  ଏନେଇ ଭୁବନେଶ୍ବର ଜୟଦେବ ବିହାର ସ୍ଥିତ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜରଙ୍କ ସହ ତିନି କର୍ମଚାରୀ  ଇଓଡବ୍ଲ୍ୟୁରେ ହାଜର ହୋଇଛନ୍ତି  । ସମ୍ପୃକ୍ତ ବ୍ୟାଙ୍କରୁ ଅଧିକାଂଶ ସାମ୍ବାଦିକଙ୍କ ନାଁରେ ଲୋନ୍ ଉଠା ଯାଇଥିଲା । ଲୋନ ଦେଲା ବେଳେ କେଉଁ ସବୁ ତଥ୍ୟ ଦାଖଲ କରାଯାଇ ଥିଲା, ସେନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲୁ । ଆଉ କିଛି ଜଣଙ୍କୁ ପଚରା ଉଚରା ପାଇଁ ନୋଟିସ ପଠାଇଛି ଇଓଡବ୍ଲ୍ୟୁ    ।

ଖୋଲୁଛି ସମ୍ବାଦ ଶୋଷଣ ଗୁମର । ଦିନକୁ ଦିନ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଣୁଛିଛନ୍ତି ବ୍ୟାଙ୍କ ସ୍କାମ ଅଭିଯୋଗ । ମାମଲରାର ସରଜମିନ୍ ତଦନ୍ତ ଚଳାଇଛି ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥା । ଆଜି କିଛି ବ୍ୟାଙ୍କ କର୍ମଚାରୀଙ୍କୁ ପଚରା ଉଚରା କରାଯିବ । ଆଉ କିଛି ଜଣଙ୍କୁ ପଚରା ଉଚରା ପାଇଁ ନୋଟିସ ପଠାଇଛି ଇଓଡବ୍ଲ୍ୟୁ । ଦିନକୁ ଦିନ ଅଭିଯୋଗ ବଢୁଥିବା କହିଛନ୍ତି କହିଛନ୍ତି EOW ଏସପି ଦିଲୀପ ତ୍ରିପାଠୀ । ସେପଟେ ସମ୍ବାଦର ପୂର୍ବତନ କର୍ମଚାରୀ କହୁଛନ୍ତି ନିର୍ଯାତନା କାହାଣୀ ।

କର୍ମଚାରୀଙ୍କ ନାଁରେ ହେଉଥିଲା ଲୋନ୍। ଅଖାରେ ପୂରାଇ ଋଣ ଟଙ୍କା ନେଉଥିଲେ ବୈଜୟନ୍ତୀ ମ୍ୟାଡାମ୍। ହକ୍ ପାଇଁ ସ୍ବର ଉଠାଇଲେ ଚାକିରିରୁ ବିଦା ପାଇଁ ମାନସିକ ଚାପ ଦିଆଯାଉଥିଲା । ସମ୍ବାଦ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଉରକେଲାର ରଶ୍ମୀ ମୁଦୁଲି । ସେହିଭଳି ଲୋନ୍ ପାଇଁ ସମ୍ବାଦ ଛାଡ଼ିଛନ୍ତି ଭୈରବ ଚନ୍ଦ୍ର ବ୍ରହ୍ମା। ୧୯୯୦ ମସିହାରୁ ସମ୍ବାଦରେ କାମ କରୁଥିଲେ ଭୈରବ। ତାଙ୍କ ନାଁରେ ପୂର୍ବରୁ ତିନି ଥର ଋଣ କରାଯାଇଥିଲା। ଚତୁର୍ଥ ଥର ଋଣ କରିବାକୁ ସଫା ସଫା ମନା କରିବା ସହ ଚାକିରି ଛାଡିଥିଲେ ଭୈରବ।

ଏନେଇ ସିଧାସଳଖ ସୌମ୍ୟ ରଂଜନ ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ ଡିଜିଏମ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ସେହିପରି କ୍ଷୋଭ ପ୍ରକାଶ କରିଛନ୍ତି ଦେବଗଡ଼ ଜିଲ୍ଲାର ମିତ୍ରଭାନୁ ମହାପାତ୍ର। ସେ ୫ବର୍ଷ ଧରି ସମ୍ବାଦ ପାଇଁ କାର୍ଯ୍ୟ କରିବା ପରେ ହଠାତ ଦିନେ ତାଙ୍କ ଏଜେନ୍ସି କାଟି ଦିଆଗଲା । ହେଲେ ସତ ଜାଣିବା ପରେ ସମ୍ବାଦ ଛାଡଥିଲେ ମିତ୍ରଭାନୁ । କିନ୍ତୁ ଏଜେନ୍ସି ବାବଦକୁ ଜମା କରିଥିବା ଟଙ୍କା ଆଜି ପର୍ଯ୍ୟନ୍ତ ଫେରସ୍ତ ପାଇନାହାନ୍ତି ।

୧୨ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଭିଜୁଛି ଉପାନ୍ତରୁ ଉପକୂଳ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ସତର୍କତା ଜାରି । ତଳିଆ ଅଞ୍ଚଳରେ ସୃଷ୍ଟିହେବ ଜଳମଗ୍ନ ପରିସ୍ଥିତି । ଆକସ୍ମିକ ବନ୍ୟା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଝାଡଖଣ୍ଡ ମୁହାଁ ହେବ ।

ପ୍ରଭାବରେ ଆହୁରି ଦୁଇଦିନ ନିର୍ଧୁମ କାଚିବ । ଆଜି ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲା ନୂଆପଡା, ବରଗଡ, ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଲଘୁଚାପର ପ୍ରଭାବ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପଡିବ । ଫଳରେ ନଦୀ ଗୁଡିକ ପୁଣି ଫୁଲିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀରେ ମୁଣ୍ଡଳିଠାରେ ୩ ଲକ୍ଷ ୭୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ଜଳ ସ୍ତର ଖସିବାରେ ଲାଗିଛି । ହୀରାକୁଦ ସ୍ଥିତି ସ୍ବାଭାବିକ ଅଛି । ହୀରାକୁଦ ଜଳଭଣ୍ଡାରରେ ୬୨୮ ଫୁଟ ପାଣି ଅଛି । ଜଳଭଣ୍ଡାରରେ ଆହୁରି ପାଣି ରହିବାର କ୍ଷମତା ଅଛି । ଫଳରେ ସମସ୍ତ ଗେଟ୍କୁ ବନ୍ଦ କରିଦିଆ ଯାଇଛି । ଆଜି ଉପରମୁଣ୍ଡରେ ଆଉ ତଳମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ଜବତ, ୩ ଗିରଫ

କୋରାପୁଟ : 30 ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ଜବତ । ଜିପ ସହ 3ଜଣକୁ ଗିରଫ କଲା କୋରାପୁଟର ଲମତାପୁଟ ଏବଂ ମାଛକୁଣ୍ଡ ପୋଲିସ l ସୀମାନ୍ତ ଆନ୍ଧ୍ରପ୍ରଦେଶରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇ ମାଫିଆଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା ପୋଲିସ । ହେଲେ ମାଫିଆ ମାନେ ପୋଲିସର ଗାଡିକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ l ପୋଲିସ ଗାଡ଼ିଟି ରାସ୍ତା କଡକୁ ଖସିପଡ଼ିଥିଲେ ମଧ୍ୟ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ଗାଡିକୁ ଯାଞ୍ଚ କରିବାରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ବାହାରିଥିଲା l ସେପଟେ ମାଛକୁଣ୍ଡ ପୋଲିସ ହନୁମାଲ ଗ୍ରାମ ନିକଟରୁ ଏକ ଜିପକୁ ଅଟକାଇ ଯାଞ୍ଚ କରିବାରୁ ପ୍ରାୟ 190 କେଜି ଗଞ୍ଜେଇ ଜବତ କରିଥିବା ବେଳେ ଜଣକୁ ଗିରଫ କରିଛି ପୋଲିସ l ଏହି ଗଞ୍ଜେଇ ମାଲକାନଗିରି ଜିଲ୍ଲା ଦେଇ ଛତିଶଗଡ଼ ଚାଲାଣ ହେଉଥିଲା l

ଆଜି ନାମାଙ୍କନ ଭରିବେ ବାଚସ୍ପତି ପ୍ରାର୍ଥୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ଆଜି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ । ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିବା ବେଳେ ବିଧାନସଭାରେ ବାଚସ୍ପତି ପଦ ପାଇଁ ଜଣେ ମହିଳାଙ୍କ ନାଁ ଘୋଷଣା କରି ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି  । ଏଥିସହ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା ମଲ୍ଲିକ ।  ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।

୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ସେ ନାମାଙ୍କନ ପତ୍ର ଦାଖଲ କରିବେ । ଆସନ୍ତାକାଲି ପୂର୍ବାହ୍ନ ସାଢେ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟାଦୃଷ୍ଟିରୁ ପ୍ରମିଳା ମଲ୍ଲିକ ଆପାତତଃ ବିଜୟୀ ହେବେ । ପ୍ରମିଳା ବାଚସ୍ପତି ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ।