ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା, ପୋଲିସ ଡିଜି ସୁନୀଲ ବଂଶଲ ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି ସୁନୀଲ ବଂଶଲ । ଶୁକ୍ରବାରଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । ପୋଲିସ ଡିଜି ସୁନୀଲ ବଂଶଲ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।  ୫ଟି କଣ୍ଟ୍ରୋଲ ରୁମ ରହିବେ। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସ୍ପନସ ଟିମ, ସ୍ପେଶାଲ ଟାଇଟିକାଲ ୟୁନିଟ  ରହିବେ। ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବେଳେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି, ଭୁବନେଶ୍ୱର ସିପିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ବାହାରେ ଏସଟିୟୁ ଓ ଓଏସଏଫ ନିୟୋଜିତ ହେବେ।। ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା  କରାଯାଇଛି। ରାଲି ଓ ଧାରଣ ଉପରେ ନଜର ରଖାଯାଇଛି। ପୂରା ଧାରଣାସ୍ଥଳ ସିସିଟିଭି ସର୍ଭିଲାନସରେ ରହିବ ।

ବିଧାନସଭା ମୌସୁମୀ ଅଧିବେଶନ ଗୁରୁବାର ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ବିଜେଡି ପକ୍ଷରୁ ପ୍ରମିଳା ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା ମଲ୍ଲିକ ।  ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।

୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ସେ ନାମାଙ୍କନ ପତ୍ର ଦାଖଲ କରିବେ । ଆସନ୍ତାକାଲି ପୂର୍ବାହ୍ନ ସାଢେ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟାଦୃଷ୍ଟିରୁ ପ୍ରମିଳା ମଲ୍ଲିକ ଆପାତତଃ ବିଜୟୀ ହେବେ । ପ୍ରମିଳା ବାଚସ୍ପତି ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ।