ସୌମ୍ୟରଞ୍ଜନ ବିଜେଡିରୁ ବହିଷ୍କୃତ

1 min read

ଭୁବନେଶ୍ବର: ବିଜେଡିରୁ ବହିଷ୍କାର ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକଙ୍କୁ ବିଜେଡିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସୌମ୍ୟଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମଧ୍ୟ ଦଳରୁ ବହିଷ୍କୃତ । ୨ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ।  ସୌମ୍ୟ ନିଜର ଗଣମାଧ୍ୟମକୁ ଢ଼ାଲ କରି ବାରମ୍ବାର ମିଛ ଖବର ପ୍ରସାରଣ କରୁଥିଲେ । ଏପରିକି ବହୁ କର୍ମଚାରୀଙ୍କ ନାଁରେ ଲୋନ କରିଥିବାବେଳେ ଜନସାଧାରଣଙ୍କୁ ଠକୁଥିବା ଭଳି ସଙ୍ଗୀନ ଅଭିଯୋଗମାନ ତାଙ୍କ ନାଁରେ ଅଭିଯୋଗ ରହିଛି ।

ଜନ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସୌମ୍ୟଙ୍କ ବିରାେଧରେ ଆକ୍ସନ ନେଇଛନ୍ତି । ୫୦୬, ୪୬୭,  ୪୬୮, ୪୭୧, ୪୨୦, ୧୦୨ (ଖ)ରେ ମାମଲା ରୁଜୁ ହୋଇଥିଲା । ସୌମ୍ୟଙ୍କ ବିରୋଧରେ ଲାଗିଥିବା ଦଫା ଗୁଡ଼ିକ ଜାମିନୀ ବିହିନ । ସମ୍ବାଦର ବହୁ ପୁରାତନ କର୍ମଚାରୀ ଶୋଷଣର ଶିକାର ହୋଇଥିବା EOWରେ ହାଜର ହାଇଥିଲେ । ସେମାନଙ୍କ ଅଜ୍ଞାତରେ ଲୋନ କରିଥିବା ଭଳି ମଧ୍ୟ ଅଭିେଯାଗ ହୋଇଛି । ଅନେକ କର୍ମଚାରୀଙ୍କ ନାଁରେ ୨୦ ବର୍ଷରେ ୫ଟି ଲେଖାଏଁ ମଧ୍ୟ ଲୋନ ହୋଇଥିବା ସେମାନେ ଅଭିଯୋଗ କରିଥିଲେ । ଜନ ବିରୋଧୀ ଅଭିଯୋଗ ବଢ଼ିବାରେ ଲାଗିଥିବାବେଳେ ମୁଖ୍ୟମନ୍ତ୍ରୀ ଆକ୍ସନ ନେଇଛନ୍ତି ।

ଜନତାଙ୍କ ମଙ୍ଗଳ ସାଧନ କରୁଥିବା ମୁକ୍ୟମନ୍ତ୍ରୀ ସବୁବେଳେ ଜନ ବିରୋଧୀଙ୍କ ବିପକ୍ଷରେ ଆକ୍ସନ ନେଇଥିବାର ନଜିର ମଧ୍ୟ ରହିଛି । ପୂର୍ବରୁ ଜନ ବିରୋଧୀ କାର୍ଯ୍ୟ ପାଇଁ ବହୁ ନେତା ମଧ୍ୟ ଦଳରୁ ବିଦା ହୋଇଛନ୍ତି । ତେବେ ରେମୁଣା ବିଧାୟକ ସୁଧାଂଶୁଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ସେ ଘୋଟାଲା କରିଥିବା ଅଭିଯୋଗ ଲାଗିଥିବାବେଳେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଆକ୍ସନ ନେଇଛନ୍ତି ।

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହୋଇଛନ୍ତି। ବାଲେଶ୍ବର ନିଗମାନନ୍ଦ ଆସୋସିଏଟରେ ପାର୍ଟନର ଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେ ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରୁଛି ଭିଜିଲାନ୍ସ । ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।