spot_img
Home Blog Page 2603

ବାତ୍ୟା ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇନାହିଁ : ଆଇଏମଡି ଡିଜି

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବରରେ ବାତ୍ୟା ଆଶଙ୍କା ରହିଛି । ତେବେ ବାତ୍ୟା ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଏସମ୍ପର୍କରେ ଗୁଜବକୁ ବିଶ୍ବାସ ନ କରିବାକୁ ସେ ଦେଇଛନ୍ତି ପରାମର୍ଶ । ଆଇଏମଡି ଦ୍ବାରା ପ୍ରକାଶିତ ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋ ଜେନେସିସ ଅର୍ଥାତ ଅବପାତ ହେବାର ୧୦୦ ପ୍ରତିଶତରୁ ୩୩ ପ୍ରତିଶତ ସମ୍ଭାବନା କମ ଦର୍ଶାଉଛି । ହେଲେ କିଛି ଅନ୍ତର୍ଜାତୀୟ ମଡେଲର ଆକଳନ ଅନୁସାରେ, ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଏବଂ ୩୦ ତାରିଖ ବେଳକୁ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେଇପାରେ ।Cyclone Updates: Cyclonic to change its path, IMD

ସେହିପରି ECMWF ମଡେଲର ଆକଳନ ହିସାବରେ ୩୦ କିମ୍ବା ଅକ୍ଟୋବର ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ହେଲେ ବାତ୍ୟା ଆଶଙ୍କା କ୍ଷୀଣ ରହିଛି । ସିଏଫସ ମଡେଲ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସମ୍ଭାବନା ରହିଛି । ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କଲେ ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ, କେଉଁ ବିଭାଗକୁ କେତେ ଜାଣନ୍ତୁ ?

ଭୁବନେଶ୍ୱର : ଚଳିତ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଆଗତ ହୋଇଛି । ୨୦୨୩-୨୪ର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି । ଅତିରିକ୍ତ ବଜେଟର ଆବଶ୍ୟକତା ଏକ ଜନମଙ୍ଗଳ ରାଷ୍ଟ୍ରରେ ସମ୍ବଳର ଉପଲବ୍ଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଆଖି ଆଗରେ ରଖି ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ବ୍ୟୟବରାଦର ଆବଶ୍ୟକ ହୋଇଛି । ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଅତିରିକ୍ତ ପାଣ୍ଠି ର ଆବଶ୍ୟକତା ରହିଛି । ପ୍ରଚଳିତ ରହିଥି୍ବା କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ ଭାରତ ସରକାରଙ୍କ ଦ୍ବାରା ଘୋଷିତ ନୂତନ କେନ୍ଦ୍ର ପ୍ରବର୍ତିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ କରାଯାଇଛି । ଓଡ଼ିଶା ଆକସ୍ମିକ ପାର୍କରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା । ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ବ୍ୟବସ୍ଥାପନା ଏଥିରେ ଅନ୍ତର୍ଭୂକ୍ତ ।

ଏହି ୨୮ ହଜାର ୨୦୦କୋଟି ଅତିରିକ୍ତ ବଜେଟରେ କେଉଁ ବିଭାଗକୁ କେତେ ମିଳିଛି ?

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୪ହଜାର ୮୩ କୋଟିର ବରାଦ । ବିପର୍ଯ୍ୟୟ ପ୍ରଶମନ ପାଇଁ ୪ହଜାର ୬୯୮କୋଟିର ବ୍ୟୟ ବରାଦ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨ହଜାର ୮୮୨ କୋଟି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୪ହଜାର ୬୭କୋଟି ।  ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମି ବିକାଶ ପାଇଁ ୧୩୨୭ କୋଟି । ଅନୁସୂଚିତ ଜାତି, ଜନଜାତି ବିକାଶ ପାଇଁ ୧୩୫୫ କୋଟି । ମିଶନ ଶକ୍ତି ପାଇଁ ୭୮୩କୋଟିର ବ୍ୟୟ ବରାଦ । ସେହିପରି ଗ୍ରାମ୍ୟ ଉନ୍ନୟନ ପାଇଁ ୮୯୭କୋଟିର ବ୍ୟୟ ବରାଦ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ପାଇଁ ୧୩୦୨ କୋଟି । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦କୋଟି । ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି । ଓଡ଼ିଶା ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦କୋଟିର ବ୍ୟୟ ବରାଦ । ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ୧୦୦କୋଟିର ବ୍ୟୟ ବରାଦ ।

ସେହିପରି ଏହି ଅତିରିକ୍ତ ବଜେଟ୍ ପାଇଁ ପ୍ରଶାସନିକ ବ୍ୟୟ ଏବଂ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ଵୟ ଏବଂ ଅର୍ଥ ସମର୍ପଣ ଜରିଆରେ ବ୍ୟବସ୍ଥା କରାଯିବ । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ରାଜ୍ୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠି (SDRMF) ରେ ଉପଲବ୍ଧ ବର୍ଷ ଶେଷ ବଳକା ଦ୍ବାରା ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ, ଅତିରିକ୍ତ ବଜେଟ୍ରେ ବ୍ୟୟ ବରାଦ ହୋଇଥିାବା 20,100 କୋଟି ଟଙ୍କା ମଧ୍ୟରୁ 3,235 କୋଟି ଟଙ୍କା ସହବନ୍ଧିତ (Tied-up) ସମ୍ବଳରୁ ଓ ବାଳକ ଅର୍ଥ ଅତିରିକ୍ତ ରାଜସ୍ବ ତଥା ଅର୍ଥ ସମର୍ପଣ ଦ୍ବାରା ଭରଣା କରାଯିବ ।

ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ଡ଼ାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ  । ୪ଟାରୁ ସର୍ବଦଳୀୟ ବୈଠକ ଆରମ୍ଭ ହେଉଛି  । ଆଜିଠୁ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବ  । ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି l ଆଜି ପ୍ରଥମ ଦିନରେ ୨୦୨୩_୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପିତ ହେବ l ଅର୍ଥମନ୍ତ୍ରୀ ବିକ୍ରମ୍ କେଶରୀ ଆରୁଖ ଅତିରିକ୍ତ ବଜେଟ୍ ଆଗତ କରିବେ l ଅନ୍ୟପଟେ ବିଧାନସଭା ଆରମ୍ଭରୁ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ରମେଶ ସୋରେନ, ନିବେଦିତା ପ୍ରଧାନ, କୁମର ବେହେରା, ଲାନ୍ସ ନାୟକ ଦେବାଶିଷ ବିଶ୍ବାଳ, କନେଷ୍ଟବଳ ସୁଶାନ୍ତ ଖୁଣ୍ଟିଆ, ସୁଶାନ୍ତ କୁମାର ମହାନ୍ତିଙ୍କ ସ୍ମୃତିରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ । ଗୃହରେ ନିରବ ପ୍ରାର୍ଥନା ପରେ ଅପରାହ୍ଣ ୫ଟା ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା।

କଟକ ମାଲଗୋଦାମ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ କରିଛି ଗିରଫ

କଟକ : ମାଲଗୋଦାମ ଅଞ୍ଚଳରେ ଡକାୟତି ଘଟଣାର ପର୍ଦାଫାଶ କରିଛି କଟକ କମିଶନରେଟ ପୋଲିସ । ମାମଲାରେ ମାଲଗୋଦାମ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା 1 ଲକ୍ଷ 23 ହଜାର ଟଙ୍କା ସହ 12 ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରାଯାଇଛି । ଗତ 11 ତାରିଖ ରାତି ପ୍ରାୟ 11ଟା ବେଳେ ଆଦିତ୍ୟ ମହାରଣା ନାମକ ଜଣେ ସୁନା ଅଳଙ୍କାର ବ୍ୟବସାୟୀ କଟକ କଲେଜ ଛକ ଦେଇ ଓଏମପି ଆଡକୁ ଯାଉଥିବା ବେଳେ ଲୁଟର ଶିକାର ହୋଇଥିଲେ । ରେଲୱେ ଓଭରବ୍ରିଜ ଉପରେ 7ଜଣ ଡକାୟତ ଆଦିତ୍ୟଙ୍କୁ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା ସାଢ଼େ 7 ଲକ୍ଷ ଟଙ୍କା ସହ ସେ ପିନ୍ଧିଥିବା ସୁନା ଚେନ ଓ ବାଇକ ଲୁଟ କରି ନେଇଥିଲେ । ଆଦିତ୍ୟ ଏନେଇ ମାଲଗୋଦାମ ପୋଲିସରେ ଏକ ଅଭିଯୋଗ କରିବା ପରେ ପୋଲିସ ଏହି ଡକାୟତ ଗ୍ୟାଙ୍ଗକୁ ଠାବ କରିଛି । ଡକାୟତିର ଏକ ସିଂହ ଭାଗ ଟଙ୍କା ନେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ତାକୁ ଠାବ କରିବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି କଟକ ଡିସିପି ।

ପିକନିକ ଯିବାବେଳେ କେନାଲରେ ପଶିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜୟପୁର : ଭାରସାମ୍ୟ ହରାଇ କେନାଲ ଭିତରେ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଜୟନ୍ତଗିରି ଜାତୀୟ ରାଜପଥ ୨୬ ନମ୍ବର କେନାଲରେ ଏହି ଦୁର୍ଘଟଣା ଘଟିଛି ।  ଆଜି ଭୋର୍‌ ସକାଳୁ  ପାଞ୍ଚ ଜଣ ପିକନିକ ପାଇଁ କାର୍‌ ଯୋଗେ ନୂଆପଡ଼ାରୁ ଦେଓମାଳି ଯାଉଥିଲେ । କେନାଲ ନିକଟରେ ରାସ୍ତାରେ ବଡ଼ବଡ଼ ଖାଲ ଯୋଗୁ ଭାରସାମ୍ୟ ହରାଇ କାର୍ କେନାଲ ଭିତରକୁ ପଶି ଯାଇଥିଲା । କେନାଲରେ ପାଣି କମ୍‌ ଥିବା ଯୋଗୁ ଯାତ୍ରୀମାନେ କାର୍‌ ବାହାରକୁ ବାହାରି ଆସିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି  କ୍ରେନ୍‌ ଯୋଗେ କେନାଲରୁ କାରକୁ ଉଦ୍ଧାର କରିଥିଲା । ଜୟନ୍ତଗିରି ଗ୍ରାମବାସୀ କହିଛନ୍ତି ଯେ ଜାତୀୟ ରାଜପଥରେ ବଡ଼ବଡ଼ ଖାଲ ଯୋଗୁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବା ପାଇଁ ଲୋକ ଅନୁରୋଧ କରିଛନ୍ତି ।

ଉପରମୁଣ୍ଡରେ ଜଳ ବଢୁଥିବାରୁ ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୦ଟି ଗେଟ୍

ସମ୍ବଲପୁର : ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୦ଟି ଗେଟ୍ । ଉପରମୁଣ୍ଡରୁ ଜଳ ପ୍ରବାହ ବଢୁଥିବାରୁ  ଆଉ ୧୦ ଗେଟ୍ ଖୋଲାଯାଇଛି  । ପୂର୍ବରୁ ୬ଟି ଗେଟ୍ ଦଇ ଜଳ ନିଷ୍କାସନ ହେଉଥିଲା । ଆଉ ୧୦ଟି ଗେଟ୍ ଖୋଲିବା ପରେ ମୋଟ୍ ୧୬ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି । ବାମପାର୍ଶ୍ବରେ ୧୦ ଓ ଦକ୍ଷିଣ ପାର୍ଶ୍ବରେ ୬ଟି ସୁଇସ୍‌ ଗେଟ୍, ମୋଟ୍ ୧୬ଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି । ହୀରାକୁଦ ଜଳଭଣ୍ଡାରର  ସର୍ବାଧିକ ଜଳ ଧାରଣା କ୍ଷମତା ୬୩୦ ଫୁଟ୍‌ ଥିବାବେଳେ ବର୍ତ୍ତମାନ ୬୨୯ ଦଶମିକ ୫୬ ଫୁଟରେ ପହଞ୍ଛି । ଏବେ ୧୬ଟି ଗେଟ୍ ଦେଇ ପାଣି ଛଡ଼ାଯାଉଥିବା ବେଳେ ଉପର ମୁଣ୍ଡର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ଆବଶ୍ୟକ ସ୍ଥଳେ ଅଧିକ ଗେଟ ଖୋଲାଯିବ  । हीराकुंड बांध के सभी गेट बंद करने के एक दिन बाद अधिकारियों ने पानी छोड़ने  के लिए छह गेट खोले | Day after closing all gates Hirakud dam authorities  open six gates

ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୨ ଲକ୍ଷ ୧୭ ହଜାର ୪୯୪ ଘନଫୁଟ ଜଳ  । ୧୬ଟି ଗେଟ ଦେଇ ୨ ଲକ୍ଷ ୯୫ ହଜାର ୬୨୭ ଘନଫୁଟ ଜଳ ନିଷ୍କାସିତ ହେଉଛି   ।

ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନା ନକରି ମହିଳାଙ୍କୁ ପ୍ରଥମେ ହକ୍ ଦିଅ : ରାହୁଲ

ନୂଆଦିଲ୍ଲୀ : ତତ୍କାଳ ଲାଗୁ ହେଉ ମହିଳା ସଂରକ୍ଷଣ ବିଲ୍ । ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନାର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଉଭୟ ପ୍ରକ୍ରିୟା ପାଇଁ ଅନେକ ସମୟ ଲାଗିବ। ଫଳରେ ବିଲ୍ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବ। କେନ୍ଦ୍ର ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନା ନକରି ମହିଳାଙ୍କୁ ହକ୍ ଦେବାକୁ ରାହୁଲ ଦାବି କରିଛନ୍ତି। ମହିଳା ସଂରକ୍ଷଣ ବିଲ୍ ଏବେ ଲାଗୁ କରାଯାଇପାରିବ । ହେଲେ କେନ୍ଦ୍ର ସରକାର ତାହା ଚାହୁଁନାହାନ୍ତି । ସତ ହେଉଛି, ଏହା ୧୦ବର୍ଷ ପରେ ଲାଗୁ ହେବ । ଏହା ଧ୍ୟାନ ହଟାଇବା ରଣନୀତି ବୋଲି ରାହୁଲ କହିଛନ୍ତି । ପୁଣି ଥରେ ମହିଳା ବିଲରେ ଓବିସି ସଂରକ୍ଷଣ ନେଇ କେନ୍ଦ୍ରକୁ ଘେରିଛନ୍ତି ରାହୁଲ ।Women's reservation bill be implemented immediately: Rahul Gandhi- The New  Indian Express

ସଂସଦର ସ୍ବତନ୍ତ୍ର ଅଧିବେଶନରେ ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ତେବେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନାକୁ ବାଧ୍ୟତାମୂଳକ କରାଯାଇଛି । ଫଳରେ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଏପରି ଆଭିମୁଖ୍ୟରେ ୨୦୩୪ ଯାଏଁ ମଧ୍ୟ ସଂରକ୍ଷଣ ଲାଗୁ ହୋଇପାରିବନି। ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ ।

ଓଟିପି ସେୟାରିଂ ସ୍କାମ୍‌ରେ ପାକିସ୍ତାନ ଲିଙ୍କ୍ ମାମଲା; ଆଉ ଜଣକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣିଲା କ୍ରାଇମ୍‌ବ୍ରାଞ୍ଚ STF

ଭୁବନେଶ୍ୱର: ଓଟିପି ସେୟାରିଂ ସ୍କାମ୍‌ରେ ପାକିସ୍ତାନ ଲିଙ୍କ୍ ମାମଲାରେ ଆସାମରୁ ଗିରଫ ଆଉ ଜଣକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ। ଅଭିଯୁକ୍ତ ଜଣକ ହେଲା ଇକ୍‌ବାଲ ହୁସେନ୍ । ଆସାମର ସ୍ଥାନୀୟ କୋର୍ଟରେ ଇକ୍‌ବାଲ୍‌କୁ ହାଜର କରି ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ତାକୁ ଓଡ଼ିଶା ଆଣିଛି ଏସଟିଏଫ୍।

ଇକ୍‌ବାଲ ହୁସେନର ଘର ଆସାମ ନଗାଁଓ ଜିଲ୍ଲା ବଟାଦ୍ରବା ଥାନା ଗେଣ୍ଡୁଆ ପୋଥାର ଗାଁରେ। ସେ ଦୀର୍ଘ ଦିନ ଧରି ବେଙ୍ଗାଳୁରୁରେ ରହୁଥିଲା। କିଛିଦିନ ତଳେ ଘରକୁ ଫେରିଥିଲା ଇକବାଲ। ସ୍ଥାନୀୟ ପୋଲିସ ସହାୟତାରେ ଏସଟିଏଫ୍ ଟିମ୍ ତାକୁ ତା’ ଘରୁ ଉଠାଇଆଣିଥିଲା। ଏସଟିଏଫ୍ ସନ୍ଦେହ କରୁଛି, ପାକିସ୍ତାନର ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ଲିଙ୍କରେ ଥିଲା ଇକବାଲ। ହ୍ବାଟସଆପ୍‌ ଓ ଟେଲିଗ୍ରାମରେ ନକଲି ଆକାଉଣ୍ଟ ଓଟପି ଦେଇଥିଲା। ପୂର୍ବରୁ ପଠାଣି ଓ ଅଭିଜିତ ସଞ୍ଜୟ ଜାମ୍ବୁରେ ଗିରଫ ପରେ ମୋବାଇଲ ସୁଇଚ ଅଫ କରିଥିଲା ଅବଦୁଲ । ସେ ୩୭ଟି ମୋବାଇଲ ଓ ୫ ଶହ ସିମ୍‌ ବ୍ୟବହାର କରୁଥିଲା ।

ଗତ ୨ ବର୍ଷ ହେଲା ସେ ଓଟିପି, ହ୍ବାଟସଆପ ଟେଲିଗ୍ରାମ ସେୟାର କରି ମାସକୁ ୫୦ ହଜାରରୁ ୬୦ ହଜାର ଟଙ୍କା ରୋଜ ରୋଜଗାର କରୁଥିବା ଏସଟିଏଫ୍ ଆଗରେ ଅବଦୁଲ ସ୍ୱୀକାର କରିଛି। ଏପରିକି ତା’ ଗାଁ ଲୋକମାନେ ସାଇବର ଅପରାଧରେ ସମ୍ପୃକ୍ତ ଅଛନ୍ତି। ସିମ୍‌ ବ୍ୟବହାର କରି ଗାଁ ଲୋକ ପୋଖରୀକୁ ଫିଙ୍ଗି ଦେଉଥିବା ଇକବାଲ ସୂଚନା ଦେଇଛି ।

ବୁଝୁନି ମନ, ମୃତ ପୁଅକୁ ବଞ୍ଚାଇବା ପାଇଁ ଚାଲିଛି ଝଡ଼ାଫୁଙ୍କା

ରେଢ଼ାଖୋଲ: ମୃତ ପୁଅକୁ ବଞ୍ଚାଇବା ପାଇଁ ଝଡ଼ାଫୁଙ୍କା । ଫୋନ୍ ଯୋଗେ ଝଡ଼ାଫୁଙ୍କା। ୨୨ ଘଣ୍ଟା ଧରି ପୁଅକୁ ମୃତ ଘୋଷଣା କଲେଣି ଡାକ୍ତର । ତଥାପି ପରିବାର ଲୋକଙ୍କ ମନ ବୁଝୁନି। ଅନ୍ଧବିଶ୍ବାସରେ ଗୁଣିଆ କଥାରେ ପଡ଼ି ପୁଅ ବଞ୍ଚିଥିବା ଭାବି ପରିବାର ଲୋକ ସଂସ୍କାର କରୁନାହାନ୍ତି। ବାଧ୍ୟହୋଇ ଶେଷରେ ମୃତଦେହକୁ ପୁଣି ମେଡିକାଲକୁ ନେଇଛି ପୋଲିସ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ରେଢ଼ାଖୋଲ ୪ ନମ୍ବର ୱାର୍ଡ ନୂଆସାହି ବାହାଦୁର କହଁରଙ୍କ ପୁଅ ବୀରେନଙ୍କର ବାରମ୍ବାର ଦେହ ଖରାପ ହେଉଥିଲା। ମେଡିକାଲ ନେଲା ପରେ ମଧ୍ୟ ଦେହ ଭଲ ନହେବାରୁ ଗୁଣିଆ ଡାକି ଝଡ଼ାଫୁଙ୍କା କରିଥିଲେ। ବୀରେନଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। କିନ୍ତୁ ବୀରେନକୁ କିଏ ଗୁଣି କରି ମାରିବାକୁ ବସିଛି ବୋଲି ଗୁଣିଆ କହିବାରୁ ପରିବାର ସମେତ ଗାଁରେ ଉତ୍ତେଜନା ଦେଖା ଦେଇଛି। ପଡ଼ୋଶୀ ଘର ଗୁଣି କରିଥିବା ସନ୍ଦେହ କରି ପୋଲିସରେ କରାଯାଇଛି ଅଭିଯୋଗ। ପୋଲିସ ତଦନ୍ତ କରୁଥିବାବେଳେ ଉତ୍ତେଜନା ଜାରି ରହିଛି।

ବଲାଙ୍ଗୀରରେ ସମ୍ବାଦ ବାର୍ତ୍ତା ସମ୍ପାଦକଙ୍କ ଭାଇ ସରକାରୀ ଜାଗା ମାଡି ବସିଥିବା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀରରେ ଅଧ ଏକର ସରକାରୀ ଜାଗା ମାଡି ବସିଛନ୍ତି ସମ୍ବାଦ ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସଙ୍କ ଭାଇ ପ୍ରତ୍ୟୁଷ ଦାସ। ସରକରୀ ଜମିରେ ଘର ଓ ଷ୍ଟଲ ନିର୍ମାଣ କରି ବ୍ୟବସାୟ କରୁଛନ୍ତି । ଅଭିଯୋଗ ପରେ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ନେତୃତ୍ଵରେ ୮ଜଣିଆ ଟିମ୍ ମାପଚୁପ କରି ସରକାରୀ ଜମି ଚିହ୍ନଟ କରିଛି । ପୂର୍ବରୁ ସ୍ଥାନୀୟ ଲୋକେ ଏ ସଂପର୍କରେ ଅଭିଯୋଗ କରିଥିଲେ।

ତେବେ ପ୍ରତ୍ୟୁଷଙ୍କ ଭାଇ ଅରବିନ୍ଦ ଦାସ ସମ୍ବାଦ ଭୁବନେଶ୍ବର କାର୍ଯ୍ୟାଳୟରେ ବଡ ପଦବୀରେ ଥିବାରୁ ନିଜ କ୍ଷମତାର ଅପବ୍ୟବହାର କରି ମାମଲାକୁ ଚପାଇ ଦେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ୫ବର୍ଷରୁ ଅଧିକ ସମୟ ଧରି ଏହି ସରକାରୀ ଜମିରେ ଷ୍ଟଲ ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ପ୍ରତ୍ୟୁଷ।

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ପ୍ରାୟ ଅଧ ଏକର ସରକାରୀ ଜମିକୁ ଅରବିନ୍ଦଙ୍କ ଭାଇ ପ୍ରତ୍ୟୁଷ ଦାସ ବଳପୂର୍ବକ ଜବରଦଖଲ କରି ରଖିଛନ୍ତି। ଜମି ଜବରଦଖଲ କରିଥିବା ନେଇ ଅଭିଯୋଗ ହେବା ପରେ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସଂପୃକ୍ତ ଜମିର ମାପଚୁପ ଆରମ୍ଭ ହୋଇଛି। ଜବରଦଖଲକାରୀଙ୍କ କବଜାରେ ଗାନ୍ଧୀ ଷ୍ଟାଡିୟମର ବାସ୍କେଟବଲ୍ କୋର୍ଟର କିଛି ଅଂଶ ମଧ୍ୟ ରହିଛି। ଏହି ସରକାରୀ ଜମିରେ ୧୨ଟି ଦୋକାନ ଘର ସହ ଏକ ଦୁଇ ମହଲା କୋଠା ରହିଛି। ଏହାର ପ୍ଲଟ ନମ୍ବର-୯୦୮, ଖାତା ନମ୍ବର-୨୭୭, ମୌଜା ବଲାଙ୍ଗିର ଜିଏରେ ରହିଛି । ଏହି ସରକାରୀ ଜମିକୁ ସମ୍ବାଦର କର୍ମଚାରୀ ଭାବେ ନିଜ ଦବଦବା ଜାହିର କରି ଜବରଦଖଲ କରିଥିବା ଅଭିଯୋଗ ହୋଇଛି।