ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନା ନକରି ମହିଳାଙ୍କୁ ପ୍ରଥମେ ହକ୍ ଦିଅ : ରାହୁଲ

ନୂଆଦିଲ୍ଲୀ : ତତ୍କାଳ ଲାଗୁ ହେଉ ମହିଳା ସଂରକ୍ଷଣ ବିଲ୍ । ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନାର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଉଭୟ ପ୍ରକ୍ରିୟା ପାଇଁ ଅନେକ ସମୟ ଲାଗିବ। ଫଳରେ ବିଲ୍ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବ। କେନ୍ଦ୍ର ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନା ନକରି ମହିଳାଙ୍କୁ ହକ୍ ଦେବାକୁ ରାହୁଲ ଦାବି କରିଛନ୍ତି। ମହିଳା ସଂରକ୍ଷଣ ବିଲ୍ ଏବେ ଲାଗୁ କରାଯାଇପାରିବ । ହେଲେ କେନ୍ଦ୍ର ସରକାର ତାହା ଚାହୁଁନାହାନ୍ତି । ସତ ହେଉଛି, ଏହା ୧୦ବର୍ଷ ପରେ ଲାଗୁ ହେବ । ଏହା ଧ୍ୟାନ ହଟାଇବା ରଣନୀତି ବୋଲି ରାହୁଲ କହିଛନ୍ତି । ପୁଣି ଥରେ ମହିଳା ବିଲରେ ଓବିସି ସଂରକ୍ଷଣ ନେଇ କେନ୍ଦ୍ରକୁ ଘେରିଛନ୍ତି ରାହୁଲ ।Women's reservation bill be implemented immediately: Rahul Gandhi- The New  Indian Express

ସଂସଦର ସ୍ବତନ୍ତ୍ର ଅଧିବେଶନରେ ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ତେବେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନାକୁ ବାଧ୍ୟତାମୂଳକ କରାଯାଇଛି । ଫଳରେ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଏପରି ଆଭିମୁଖ୍ୟରେ ୨୦୩୪ ଯାଏଁ ମଧ୍ୟ ସଂରକ୍ଷଣ ଲାଗୁ ହୋଇପାରିବନି। ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ ।