ବାତ୍ୟା ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇନାହିଁ : ଆଇଏମଡି ଡିଜି

1 min read

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବରରେ ବାତ୍ୟା ଆଶଙ୍କା ରହିଛି । ତେବେ ବାତ୍ୟା ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଏସମ୍ପର୍କରେ ଗୁଜବକୁ ବିଶ୍ବାସ ନ କରିବାକୁ ସେ ଦେଇଛନ୍ତି ପରାମର୍ଶ । ଆଇଏମଡି ଦ୍ବାରା ପ୍ରକାଶିତ ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋ ଜେନେସିସ ଅର୍ଥାତ ଅବପାତ ହେବାର ୧୦୦ ପ୍ରତିଶତରୁ ୩୩ ପ୍ରତିଶତ ସମ୍ଭାବନା କମ ଦର୍ଶାଉଛି । ହେଲେ କିଛି ଅନ୍ତର୍ଜାତୀୟ ମଡେଲର ଆକଳନ ଅନୁସାରେ, ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଏବଂ ୩୦ ତାରିଖ ବେଳକୁ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେଇପାରେ ।Cyclone Updates: Cyclonic to change its path, IMD

ସେହିପରି ECMWF ମଡେଲର ଆକଳନ ହିସାବରେ ୩୦ କିମ୍ବା ଅକ୍ଟୋବର ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ହେଲେ ବାତ୍ୟା ଆଶଙ୍କା କ୍ଷୀଣ ରହିଛି । ସିଏଫସ ମଡେଲ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସମ୍ଭାବନା ରହିଛି । ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କଲେ ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି ।