ପିକନିକ ଯିବାବେଳେ କେନାଲରେ ପଶିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜୟପୁର : ଭାରସାମ୍ୟ ହରାଇ କେନାଲ ଭିତରେ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଜୟନ୍ତଗିରି ଜାତୀୟ ରାଜପଥ ୨୬ ନମ୍ବର କେନାଲରେ ଏହି ଦୁର୍ଘଟଣା ଘଟିଛି ।  ଆଜି ଭୋର୍‌ ସକାଳୁ  ପାଞ୍ଚ ଜଣ ପିକନିକ ପାଇଁ କାର୍‌ ଯୋଗେ ନୂଆପଡ଼ାରୁ ଦେଓମାଳି ଯାଉଥିଲେ । କେନାଲ ନିକଟରେ ରାସ୍ତାରେ ବଡ଼ବଡ଼ ଖାଲ ଯୋଗୁ ଭାରସାମ୍ୟ ହରାଇ କାର୍ କେନାଲ ଭିତରକୁ ପଶି ଯାଇଥିଲା । କେନାଲରେ ପାଣି କମ୍‌ ଥିବା ଯୋଗୁ ଯାତ୍ରୀମାନେ କାର୍‌ ବାହାରକୁ ବାହାରି ଆସିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି  କ୍ରେନ୍‌ ଯୋଗେ କେନାଲରୁ କାରକୁ ଉଦ୍ଧାର କରିଥିଲା । ଜୟନ୍ତଗିରି ଗ୍ରାମବାସୀ କହିଛନ୍ତି ଯେ ଜାତୀୟ ରାଜପଥରେ ବଡ଼ବଡ଼ ଖାଲ ଯୋଗୁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବା ପାଇଁ ଲୋକ ଅନୁରୋଧ କରିଛନ୍ତି ।