ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ, କେଉଁ ବିଭାଗକୁ କେତେ ଜାଣନ୍ତୁ ?

1 min read

ଭୁବନେଶ୍ୱର : ଚଳିତ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଆଗତ ହୋଇଛି । ୨୦୨୩-୨୪ର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି । ଅତିରିକ୍ତ ବଜେଟର ଆବଶ୍ୟକତା ଏକ ଜନମଙ୍ଗଳ ରାଷ୍ଟ୍ରରେ ସମ୍ବଳର ଉପଲବ୍ଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଆଖି ଆଗରେ ରଖି ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ବ୍ୟୟବରାଦର ଆବଶ୍ୟକ ହୋଇଛି । ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଅତିରିକ୍ତ ପାଣ୍ଠି ର ଆବଶ୍ୟକତା ରହିଛି । ପ୍ରଚଳିତ ରହିଥି୍ବା କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ ଭାରତ ସରକାରଙ୍କ ଦ୍ବାରା ଘୋଷିତ ନୂତନ କେନ୍ଦ୍ର ପ୍ରବର୍ତିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ କରାଯାଇଛି । ଓଡ଼ିଶା ଆକସ୍ମିକ ପାର୍କରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା । ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ବ୍ୟବସ୍ଥାପନା ଏଥିରେ ଅନ୍ତର୍ଭୂକ୍ତ ।

ଏହି ୨୮ ହଜାର ୨୦୦କୋଟି ଅତିରିକ୍ତ ବଜେଟରେ କେଉଁ ବିଭାଗକୁ କେତେ ମିଳିଛି ?

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୪ହଜାର ୮୩ କୋଟିର ବରାଦ । ବିପର୍ଯ୍ୟୟ ପ୍ରଶମନ ପାଇଁ ୪ହଜାର ୬୯୮କୋଟିର ବ୍ୟୟ ବରାଦ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨ହଜାର ୮୮୨ କୋଟି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୪ହଜାର ୬୭କୋଟି ।  ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମି ବିକାଶ ପାଇଁ ୧୩୨୭ କୋଟି । ଅନୁସୂଚିତ ଜାତି, ଜନଜାତି ବିକାଶ ପାଇଁ ୧୩୫୫ କୋଟି । ମିଶନ ଶକ୍ତି ପାଇଁ ୭୮୩କୋଟିର ବ୍ୟୟ ବରାଦ । ସେହିପରି ଗ୍ରାମ୍ୟ ଉନ୍ନୟନ ପାଇଁ ୮୯୭କୋଟିର ବ୍ୟୟ ବରାଦ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ପାଇଁ ୧୩୦୨ କୋଟି । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦କୋଟି । ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି । ଓଡ଼ିଶା ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦କୋଟିର ବ୍ୟୟ ବରାଦ । ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ୧୦୦କୋଟିର ବ୍ୟୟ ବରାଦ ।

ସେହିପରି ଏହି ଅତିରିକ୍ତ ବଜେଟ୍ ପାଇଁ ପ୍ରଶାସନିକ ବ୍ୟୟ ଏବଂ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ଵୟ ଏବଂ ଅର୍ଥ ସମର୍ପଣ ଜରିଆରେ ବ୍ୟବସ୍ଥା କରାଯିବ । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ରାଜ୍ୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠି (SDRMF) ରେ ଉପଲବ୍ଧ ବର୍ଷ ଶେଷ ବଳକା ଦ୍ବାରା ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ, ଅତିରିକ୍ତ ବଜେଟ୍ରେ ବ୍ୟୟ ବରାଦ ହୋଇଥିାବା 20,100 କୋଟି ଟଙ୍କା ମଧ୍ୟରୁ 3,235 କୋଟି ଟଙ୍କା ସହବନ୍ଧିତ (Tied-up) ସମ୍ବଳରୁ ଓ ବାଳକ ଅର୍ଥ ଅତିରିକ୍ତ ରାଜସ୍ବ ତଥା ଅର୍ଥ ସମର୍ପଣ ଦ୍ବାରା ଭରଣା କରାଯିବ ।