spot_img
Home Blog Page 2601

ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ

ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳ ଗଞ୍ଜୁଗୁଡାରେ ଅଜଣା ଜନ୍ତୁ ଆତଙ୍କ। ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମୃତ। ଛେଳି ଗୁଡିକୁ ଚରିବାକୁ ନେଇଥିବା ବେଳେ ବର୍ଷା ଯଗୁଁ ଫେରାଇ ଆଣି ପାରିନଥିଲେ। ଅଜଣା ଜନ୍ତୁ ଆକ୍ରମଣରେ ଛେଳି ଗୁଡିକ ମୃତ୍ୟ ଘଟିଥିବା ନେଇ ବନ ବିଭାଗ ସଂନ୍ଦେହ କରୁଥିବା ବେଳେ ସ୍ଥାନିୟ ସରପଞ୍ଚ ମମତା ମାଝି ବାଘ ଆକ୍ରମଣ କରିଥିବା ସୁଚନା ଦେଇଛନ୍ତି। ଅଞ୍ଚଳରେ କଲରାପତରିଆ ବାଘ ବୁଲୁଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରି ମାନେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

ବାଘ ନା ଅନ୍ୟ କୈାଣସି  ଜନ୍ତୁ ଆକ୍ରମଣରେ ଛେଳି ମୃତ୍ୟୁ ଘଟିଥିବା ଜାଣିବା ସକାଶେ ବନ ବିଭାଗ ସିସି କ୍ୟାମେରା ଲଗାଇ ଅନୁଧ୍ୟାନ କରୁଥିବା କହିଛନ୍ତି ଗୁଡାରି ରେଞ୍ଜର ଫରେଷ୍ଟର ନରସିଂହ ଶତପଥ କହିଛନ୍ତି। ତେବେ ପୂର୍ବରୁ ନିଆଳିରେ ଅଜଣା ଜନ୍ତୁ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମେଣ୍ଢା ମଡ଼କ ସାରା ଓଡ଼ିଶାରେ ଖବରର ଶିରୋନାମା ପାଲଟିଥିଲା । ମାତ୍ର ଏହା କେଉଁ କାରଣରୁ ହେଉ ଥିଲା ଅଜଣା ଜନ୍ତୁ ନାଁ କଣ ତାହା ସ୍ପଷ୍ଟ ହୋଇପାରିନଥିଲା । ଆଉ ଏକ ରାୟଗଡ଼ାରେ ଛେଳିଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଭୟର ବାତା ବରଣ ସୃଷ୍ଟି କରିଛି ।

ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୦ ଆକ୍ରାନ୍ତ । ଏହାକୁ ମିଶାଇ ସୁନ୍ଦରଗଡ଼ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧ରେ ପହଞ୍ଚିଛି । ୫୧ଟି ରକ୍ତ ନମୁନା ଯାଞ୍ଚ ହୋଇଥିଲା । ସେଥିରୁ ୧୦ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଜିଲ୍ଲାରେ ଯେଭଳି ଭାବେ  ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ତାକୁ ନେଇ ଚିନ୍ତାରେ ପଡିଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି ।

ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ ସିଡିଏମଓ ପରାମର୍ଶ ଦେଇଛନ୍ତି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ତେଣୁ ଭୟ ନକରି ଲକ୍ଷଣ ଦେଖାଗଲେ କିମ୍ବା ସପ୍ତାହେରୁ ଅଧିକ ଜ୍ବର ହେଲେ ତୁରନ୍ତ ଡାକ୍ତରଖାନା ଯିବା ପାଇଁ ଲୋକଙ୍କୁ ସଚେତନ କରାଉଥିବା ସିଡିଏମଓ ସୂଚନା ଦେଇଛନ୍ତି ।

ଆଜି ପବିତ୍ର ରାଧାଷ୍ଟମୀ

ପୁରୀ: ଶନିବାର ପବିତ୍ର ରାଧାଷ୍ଟମୀ । ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଶନିବାର ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ବାହାରକୁ ତାଙ୍କ ବିମାନରର ବାହାରି ନଗର ପରିକ୍ରମା ଓ ପନ୍ତି ଭୋଗ ଖାଇବା ପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ । ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନିତି ସମ୍ପର୍ଣ କରିବେ | ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତନ କରିବେ ।

ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ

ନନ୍ଦିଘୋଷ ବ୍ୟୁରୋ: ଶନିବାର ଠାରୁ ଚୀନର ହାଙ୍ଗଝୁ ଠାରେ ଆରମ୍ଭ ହେଉଛି ଏସୀୟ କ୍ରୀଡା ମହାକୁମ୍ଭ । ଚଳିତ ଏସିଆନ୍ ଗେମ୍ସରେ ୪୦ଟି କ୍ରୀଡା ବର୍ଗରେ ୪୮୧ ଟି ସ୍ୱର୍ଣ୍ଣ ପଦକ ପାଇଁ ହେବ ବିଗ୍ ଫାଇଟ୍ । ଏଥର ୬୫୫ଜଣ ଆଥଲେଟ୍ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୧୩ଜଣ ଓଡ଼ିଆ ଆଥଲେଟ୍ । ବ୍ୟକ୍ତିଗତ ଇଭେଣ୍ଟରେ କିଶୋର ଜେନା ଓ ଅନୁପମା ସ୍ୱାଇଁ ରହିଛନ୍ତି ।

ଟ୍ରାକ ଆଣ୍ଡ ଫିଲଡ ଇଭେଣ୍ଟରେ ଓଡ଼ିଆ ଜାଭେଲିନ ଖେଳାଳି କିଶୋର ଜେନାଙ୍କ ଉପରେ ମେଡାଲ ଆଶା ରହିଛି। ହକିରେ ଭାରତୀୟ ପୁରୁଷ ଦଳ ଓ ମହିଳା ଦଳ ଠାରୁ ମଧ୍ୟ ମେଡାଲ ଆଶା ରହିଛି । ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ଜିଣିବା ସହ ପ୍ୟାରିସ ଅଲିମ୍ପିକ ଟିକଟ ହାତେଇବା ପାଇଁ ପ୍ରୟାସ କରିବ । ପୁରୁଷ ଦଳରେ ରହିଛନ୍ତି ଏକ ମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ। ସେହିପରି ଭାରତୀୟ ମହିଳା ହକି ଦଳରେ ରହିଛନ୍ତି ଡ଼ିଫେଣ୍ଡର ଦୀପଗ୍ରେସ ଏକ୍କା । ଭାରତୀୟ ମହିଳା ରଗବୀ ଦଳରେ ୪ ଜଣ ଓଡ଼ିଆ ଝିଅ ସ୍ଥାନ ପାଇଛନ୍ତି।

ସେମାନେ ହେଲେ ହୁମ୍ପି ମାଝୀ,ତରୁଲତା ନାୟକ, ଡୁମୁଣୀ ମାରାଣ୍ଡି ଏବଂ ମାମା ନାୟକ । ରୋଇଂରେ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ରିତୁ କଉଡ଼ି, ସୋନାଲି ସ୍ୱାଇଁ ଏବଂ ଅଂଶୀକା ଭାରତୀଙ୍କ ଠାରୁ ମେଡାଲ ଆଶା ରହିଛି । ଏସିୟ କ୍ରୀଡାରେ ଭାଗ ନେଇଛି ଭାରତୀୟ ପୁରୁଷ ଓ ମହିଳା ଫୁଟବଲ ଦଳ। ମହିଳା ଦଳରେ ଓଡ଼ିଆ ଝିଅ ପ୍ୟାରୀ ଖାକା ସ୍ଥାନ ପାଇଛନ୍ତି। ୧୫ ଦିନିଆ ଏହି କ୍ରୀଡା ମହାକୁମ୍ଭ ଅକ୍ଟୋବର ୮ତାରିଖରେ ଶେଷ ହେବ। ୨୯ ତାରିଖରେ ପୁରୁଷ କ୍ରିକେଟ ଟିମ୍ ଖେଳିବ କ୍ବାଟର ଫାଇନାଲ  । ଏଥିସହ ଆଜି ଉଦଘାଟନୀ କାର୍ଯ୍ୟକ୍ରମ ରହିଛି  । ଯାହାକୁ ଦେଖିବାକୁ ସାରା ବିଶ୍ବ ଅନେଇ ରହିଛି  ।

ତିନୋଟିଯାକ ଫର୍ମାଟରେ ନମ୍ବର ଓ୍ବାନ୍ ବନିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ବିଶ୍ବକପ ପୂର୍ବରୁ ଖୁସି ଖବର । କ୍ରିକେଟର ତିନୋଟିଯାକ ଫର୍ମାଟରେ ନମ୍ବର ଓ୍ବାନ ବନିଲା ଟିମ୍ ଇଣ୍ଡିଆ । ଟେଷ୍ଟ, ଦିନିକିଆ ଏବଂ ଟି-୨୦ରେ ଏକ ନମ୍ବର ହୋଇଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଭାରତ ଖେଳୁଥିବାବେଳେ ପ୍ରଥମ ମ୍ୟାଚରେ ଦମଦାର ବିଜୟ ହୋଇଛି । ଦୀର୍ଘ ୨୭ ବର୍ଷ ପରେ ମୋହାଲିରେ ଭାରତ ବିଜୟ ହୋଇଛି । ମୋହାଲିରେ ଭାରତ ଦୀର୍ଘ ୨୭ ବର୍ଷ ହେବ ଜିତି ନଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଅନେକ ରେକର୍ଡ କରିଛି ରାହୁଲ ବାହିନୀ ।

୧୧୫ ପଏଣ୍ଟ ସହ ଭାରତ ଦିନିକିଆରେ ଭାରତ ଏକ ନମ୍ବର ବନିଥିବାବେଳେ ପଛକୁ ରହିଛନ୍ତି ପାକିସ୍ତାନ, ଅଷ୍ଟ୍ରେଲିଆା, ଦକ୍ଷିଣ ଆାଫ୍ରିକା ଏବଂ ଇଂଲଣ୍ଡ ।  ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ 118 ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛି। ଏଥି ସହିତ ଅଷ୍ଟ୍ରେଲିଆର ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଯଥାକ୍ରମେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଅଛନ୍ତି | ଆଇସିସି ଟି -20 ର଼୍ୟାଙ୍କିଙ୍ଗରେ 264 ରେଟିଂ ପଏଣ୍ଟ ସହ ଭାରତୀୟ ଦଳ ଶୀର୍ଷରେ ରହିଛି। 261 ରେଟିଂ ପଏଣ୍ଟ ସହ ଇଂଲଣ୍ଡ ଦଳ ଦ୍ୱିତୀୟ ସ୍ଥାନରେ ଅଛି | ଏହା ପରେ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଯଥାକ୍ରମେ ଆଇସିସି ଟି -20 ମାନ୍ୟତାରେ ଅଛନ୍ତି। ତେବେ ଆଇସିସି ଟେଷ୍ଟ, ODI ଏବଂ ଟି -20 ଫର୍ମାଟରେ ନମ୍ବର -1 ଦଳ ହୋଇ ଭାରତୀୟ ଦଳ ଇତିହାସ ସୃଷ୍ଟି କରିଛି।

ବିଶ୍ବକପ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ଗୁରୁତ୍ବବହନ କରୁଛି । ଏସିଆ କପରେ ବିଜୟ ପରେ ଦଳର ମେନାବଳ ବୃଦ୍ଧି ହେବା ସହ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦଳର ସିନିୟର ଖେଳାଳିମାନେ ବିଶ୍ରାମ ନେଇଛନ୍ତି । ଯେମିତିକି କୋହଲି, ରୋହିତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ରାମ ନେଇଥିବାବେଳେ ଦଳର ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରିବା ସହ ଦଳକୁ ଜିତାଇଛନ୍ତି । ମହମ୍ମଦ ସାମିଙ୍କ ବୋଲିଂ ସାଙ୍ଗକୁ କେ.ଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ ଏବଂ ଗିଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦଳ ପାଇଁ ବହୁ ମୂଲ୍ୟବାନ ହୋଇଛି ।

ଆଜି ବସିବ ଏକକ ନିର୍ବାଚନ କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଓ୍ବାନ ନେସନ ଓ୍ବାନ ଇଲେକ୍ସନ ପ୍ରସଙ୍ଗ । ଶନିବାର ବସିବ ଏକକ ନିର୍ବାଚନ କମିଟିର ପ୍ରଥମ ବୈଠକ  । ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ କରିବା ନେଇ କମିଟି ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ସରକାର ସେପ୍ଟେମ୍ବର ୨ ତାରିଖରେ ଲୋକସଭା, ରାଜ୍ୟ ବିଧାନସଭା, ନଗରପାଳିକା ଓ ପଞ୍ଚାୟତ ନିର୍ବାଚନ ଏକାସାଥିରେ କରିବାକୁ ସୁପାରିସ କରିବା ପାଇଁ  ୮ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି ।

କମିଟିରେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନାରାଲ ସୁଭାଷ ସିଂ କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ଭିଜିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀଙ୍କୁ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତ । ମାତ୍ର ଅଧୀର ରଞ୍ଜନ ଚୌଧୁରୀ କମିଟିରେ ରହିବେନି ବୋଲି ସ୍ପଷ୍ଟ କରିଥିଲେ  । ପୂର୍ବରୁ କମିଟିର ପ୍ରଥମ ଅଧିକାରୀ ସ୍ତରୀୟ ବୈଠକ ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ସାମିଲ ହୋଇଥିଲେ ।

ଆରମ୍ଭ ହେବ କି ଦ୍ବିତୀୟ ପର୍ଯ୍ୟାୟ ଚନ୍ଦ୍ରଯାନ-୩ ମିଶନ?

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରଯାନ-୩ ଆରମ୍ଭ କରିବ କି ଦ୍ବିତୀୟ ପର୍ଯ୍ୟାୟ ମିଶନ । ନିଦରୁ ଉଠିବ ବିକ୍ରମ ଲ୍ୟାଣ୍ଡର । ଶୁକ୍ରବାର ପ୍ରଜ୍ଞାନ ଓ ବିକ୍ରମକୁ ସକ୍ରିୟ କରିବା ପାଇଁ ଯୋଜନା କରାଯାଇଥିବା ବେଳେ କିଛି ସମସ୍ୟା ଯୋଗୁଁ ଆଜି ପ୍ରୟାସ କରାଯିବ ବୋଲି ଇସ୍ରୋ କହିଛି  । ଚନ୍ଦ୍ରର ସାଉଥପୋଲରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ସୋଲାର ସିଷ୍ଟମ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ବିକ୍ରମ ଓ ପ୍ରଜ୍ଞାନ ପୁଣି ଥରେ କାର୍ଯ୍ୟକ୍ଷମ ହେବା ସହ ଦ୍ବିତୀୟ ପର୍ଯ୍ୟାୟ ମିଶନ ପାଇଁ କାମ କରିବେ ବୋଲି ଇସ୍ରୋ ଆଶା କରିଛି ।

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡିଛି । ଏଥିସହ ଅନେକ ପ୍ରଶ୍ନ ଏବେ ଇସ୍ରୋ ବୈଜ୍ଞାନିକଙ୍କ ମନରେ ଉଠିଛି । ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ? ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ । ସେମାନଙ୍କୁ ଜାଗ୍ରତ କରିବା ଲାଗି ଚେଷ୍ଟା କରୁଛି ଇସ୍ରୋ । ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ । ଏହା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଇସ୍ରୋ ଗବେଷଣା କରିବାକୁ ସକ୍ଷମ ହେବ । ଚନ୍ଦ୍ରରେ ଜଳବାୟୁ ନଥିବାରୁ ଏହାର ଉପରିଭାଗରେ ରାତିରେ ତାପମାତ୍ରା ମାଇନସ ୧୮୦ ଡିଗ୍ରୀ ହୋଇଥିବା ବେଳେ ସ୍ଥାୟୀ ଭାବେ ସୌରରଶ୍ମୀ ପାଉନଥିବା ସ୍ଥାନରେ ତାପମାତ୍ରା ରହିଥାଏ ମାଇନସ ୨୪୦ ଡିଗ୍ରୀ ସେଲସିୟସ ।

ଦିଲ୍ଲୀରେ ପ୍ରଦର୍ଶିତ ହେଲା ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ମହାନଦୀ’

ନୂଆଦିଲ୍ଲୀ : ଦିଲ୍ଲୀରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବରେ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ପ୍ରଦର୍ଶିତ ହେଲା ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ ମହାନଦୀ । ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟ, କଳା ଓ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ଏହି ଅନୁଷ୍ଠାନ ଗତ କିଛିବର୍ଷ ଧରି ନଦୀ ଉତ୍ସବ ଆୟୋଜନ କରିଆସୁଛି । ଭାରତର ପ୍ରାୟ ସମସ୍ତ ରାଜ୍ୟରୁ ଚଳଚ୍ଚିତ୍ର ନିର୍ମାତା ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ପାଇଁ ଚଳଚ୍ଚିତ୍ର ପଠାଇଥିଲେ । ସେଥିମଧ୍ୟରୁ 12 ଟି ସ୍କ୍ରିନିଂ ପାଇଁ ମନୋନୀତ ହୋଇଥିଲା ।

ଏହି ତିନି ଦିନିଆ ନଦୀ ମହୋତ୍ସବରେ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ମହାନଦୀ – କବିଙ୍କ କଳ୍ପନାରେ ନଦୀ ମନୋନୀତ ହୋଇଥିଲା । ମହାନଦୀ ଫିଲ୍ମ ସ୍କ୍ରିନିଂ ପରେ ଏକ ଆଲୋଚନା ଅଧିବେଶନ ଆୟୋଜିତ ହୋଇଥିଲା । ଯେଉଁଠାରେ ଫିଲ୍ମର ନିର୍ଦ୍ଦେଶକ ଯୁବନାଶ୍ବ ମିଶ୍ର, ନିର୍ମାତା ଅଶୋକ କୁମାର ପଣ୍ଡା ଏବଂ ଚଳଚ୍ଚିତ୍ରର ସାହିତ୍ୟିକ ଗବେଷକ ଅଶ୍ୱିନୀ କୁମାର ମିଶ୍ର ଉପସ୍ଥିତ ଥିଲେ ।

ମୋହାଲିରେ ଭାରତର ଦମଦାର ବିଜୟ ହୋଇଛି

ନନ୍ଦିଘୋଷ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ବିଜୟ ପରେ ଭାରତୀୟ କ୍ରିକେଟ ଟିମ୍ ସବୁ ଫର୍ମାଟ ନମ୍ବର ଓ୍ବାନ ସ୍ଥାନକୁ ଉନ୍ନତି ହୋଇଛି । ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟ କ୍ରିକେଟରେ ଭାରତ ନମ୍ବର ଓ୍ବାନ ସ୍ଥାନରେ ପହଞ୍ଚିଛି  । ଆଜି ମୋହାଲିରେ ଭାରତର ଦମଦାର ବିଜୟ ହୋଇଛି  । ଅଷ୍ଟ୍ରେଲିଆ ବିପକ୍ଷ ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚକୁ ୫ ଓ୍ବିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ  । ଛକା ମାରି ଭାରତକୁ ବିଜୟୀ କରାଇଛନ୍ତି କେ.ଏଲ ରାହୁଲ  । ଟିମ୍ ଇଣ୍ଡିଆର ୪ ଜଣ ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି  । ଶୁଭମନ ଗିଲ୍ ସର୍ବାଧିକ ୭୪ ରନ କରିଥିବାବେଳେ ଋତୁରାଜ ଗାଏକ୍ବାଡ ୭୧, କ୍ୟାପଟେନ କେ.ଏଲ ରାହୁଲ ଅପରାଜିତ ୫୮ ଏବଂ ସୂର୍ଯ୍ୟକୁମାର ଯାଦବ ୫୦ ରନ କରିଥିଲେ  । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ  । ୫୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୭୬ ରନ କରିଥିଲା ଅଷ୍ଟ୍ରେଲିଆ  । ଓ୍ବାର୍ଣ୍ଣର ସର୍ବାଧିକ ୫୨ରନ କରିଥିବାବେଳେ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ କରିପାରିନଥିଲେ  । ମୋହାଲିରେ ଜଲଓ୍ବା ଦେଖାଇଥିଲେ ମହମ୍ମଦ ସାମି  । ସାମି ଏକାକୀ ୫ଟି ଓ୍ବିକେଟ ନେଇଥିବାବେଳେ ବୁମରା, ଅଶ୍ବିନୀ, ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।India vs Australia Highlights: KL Rahul smashes winning SIX as India  defeats Australia by 5 wickets | Mint

୨୭୭ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭରୁ ଋତୁରାଜ ଓ ଗିଲ୍ ଦମଦାର ପ୍ରଦର୍ଶନ କରିଥିଲେ । ଉଭୟଙ୍କ ଭାଗିଦାରୀ ଦଳର ସ୍କୋରକୁ ଆଗକୁ ନେଇଥିଲା  । ପରେ ଅନ୍ୟ ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରିବା ସହିତ ଦଳକୁ ବିଜୟ ଅଭିମୁଖେ ନେଇଥିଲେ  । ଶେଷରେ କେଏଲ ରାହୁଲ ଓ ଜାଡେଜା ମିଳିତ ଭାବେ ୮ଟି ବଲ ପୂର୍ବରୁ ଦଳକୁ ଜିତାଇଥିଲେ  । ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚ ଜିତି ଏବେ ୧-୦ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ  ।

କଂଗ୍ରେସ ବିଧାୟକ ଦଳ ବୈଠକରେ ଅସନ୍ତୋଷ ଝାଡ଼ିଲେ ବିଧାୟକ

ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ବୈଠକରେ ଅସନ୍ତୋଷ ଝାଡ଼ିଲେ ବିଧାୟକ । ବିଧାୟକଙ୍କ ସମସ୍ୟାକୁ ଏବଂ ଦଳରେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯିବା ସହ ସେମାନଙ୍କ କଥା ରହୁନାହିଁ କି ଗୁରୁତ୍ଵ ଦିଆଯାଉନାହିଁ । ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଦଳର କାର୍ଯ୍ୟ ହେଲେ ତାଙ୍କୁ ବାଦ୍ କାହିଁକି ଦିଆଯାଉଛି ବୋଲି ତାରା ପ୍ରଶ୍ନ କରିଥିଲେ । ପ୍ରଚାର କମିଟି ଅଧ୍ୟକ୍ଷ ଜିଲ୍ଲା ଗସ୍ତରେ ଯାଉଛନ୍ତି, ଅଥଚ କେହି ବିଧାୟକଙ୍କୁ ପଚାରୁନାହାନ୍ତି । ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ବିବାଦୀୟ ସ୍ଥିତି ଦେଖାଯାଇଥିଲା । କିନ୍ତୁ ବୈଠକରେ ବିବାଦକୁ ପିସିସି ସଭାପତି ଶରତ ପଟ୍ଟନାୟକ ଏଡ଼ାଇ ଯାଇଛନ୍ତି । କହିଛନ୍ତି, ଏହା ଆମ ଘର କଥା। ପାଟି ନୁହେଁ, ତାରା ଗୀତ ଗାଉଥିବା କହି ଏଡାଇ ଯାଇଥିଲେ ଶରତ ପଟ୍ଟନାୟତ ।

ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ପ୍ରକୋଷ୍ଠରେ ଚାଲିଥିବା ବିଧାୟକ ଦଳ ବୈଠକରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଖୋଦ୍‌ ପିସିସି ସଭାପତି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଯଦିଓ ଖୋଲାଖୋଲି କୌଣସି ନେତା ଏହା ସ୍ବୀକାର କରୁନାହାନ୍ତି, କିନ୍ତୁ ବିବାଦକୁ ସିଧାସଳଖ ଅସ୍ବୀକାର ମଧ୍ୟ କରୁନାହାନ୍ତି । ତାରା ମଧ୍ୟ ବିବାଦକୁ ଏଡାଇ ଯାଇ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଏ ସମ୍ପର୍କରେ ସେ ସାଧାରଣରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ।