ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ

ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳ ଗଞ୍ଜୁଗୁଡାରେ ଅଜଣା ଜନ୍ତୁ ଆତଙ୍କ। ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମୃତ। ଛେଳି ଗୁଡିକୁ ଚରିବାକୁ ନେଇଥିବା ବେଳେ ବର୍ଷା ଯଗୁଁ ଫେରାଇ ଆଣି ପାରିନଥିଲେ। ଅଜଣା ଜନ୍ତୁ ଆକ୍ରମଣରେ ଛେଳି ଗୁଡିକ ମୃତ୍ୟ ଘଟିଥିବା ନେଇ ବନ ବିଭାଗ ସଂନ୍ଦେହ କରୁଥିବା ବେଳେ ସ୍ଥାନିୟ ସରପଞ୍ଚ ମମତା ମାଝି ବାଘ ଆକ୍ରମଣ କରିଥିବା ସୁଚନା ଦେଇଛନ୍ତି। ଅଞ୍ଚଳରେ କଲରାପତରିଆ ବାଘ ବୁଲୁଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରି ମାନେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

ବାଘ ନା ଅନ୍ୟ କୈାଣସି  ଜନ୍ତୁ ଆକ୍ରମଣରେ ଛେଳି ମୃତ୍ୟୁ ଘଟିଥିବା ଜାଣିବା ସକାଶେ ବନ ବିଭାଗ ସିସି କ୍ୟାମେରା ଲଗାଇ ଅନୁଧ୍ୟାନ କରୁଥିବା କହିଛନ୍ତି ଗୁଡାରି ରେଞ୍ଜର ଫରେଷ୍ଟର ନରସିଂହ ଶତପଥ କହିଛନ୍ତି। ତେବେ ପୂର୍ବରୁ ନିଆଳିରେ ଅଜଣା ଜନ୍ତୁ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମେଣ୍ଢା ମଡ଼କ ସାରା ଓଡ଼ିଶାରେ ଖବରର ଶିରୋନାମା ପାଲଟିଥିଲା । ମାତ୍ର ଏହା କେଉଁ କାରଣରୁ ହେଉ ଥିଲା ଅଜଣା ଜନ୍ତୁ ନାଁ କଣ ତାହା ସ୍ପଷ୍ଟ ହୋଇପାରିନଥିଲା । ଆଉ ଏକ ରାୟଗଡ଼ାରେ ଛେଳିଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଭୟର ବାତା ବରଣ ସୃଷ୍ଟି କରିଛି ।