କଂଗ୍ରେସ ବିଧାୟକ ଦଳ ବୈଠକରେ ଅସନ୍ତୋଷ ଝାଡ଼ିଲେ ବିଧାୟକ

ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ବୈଠକରେ ଅସନ୍ତୋଷ ଝାଡ଼ିଲେ ବିଧାୟକ । ବିଧାୟକଙ୍କ ସମସ୍ୟାକୁ ଏବଂ ଦଳରେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯିବା ସହ ସେମାନଙ୍କ କଥା ରହୁନାହିଁ କି ଗୁରୁତ୍ଵ ଦିଆଯାଉନାହିଁ । ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଦଳର କାର୍ଯ୍ୟ ହେଲେ ତାଙ୍କୁ ବାଦ୍ କାହିଁକି ଦିଆଯାଉଛି ବୋଲି ତାରା ପ୍ରଶ୍ନ କରିଥିଲେ । ପ୍ରଚାର କମିଟି ଅଧ୍ୟକ୍ଷ ଜିଲ୍ଲା ଗସ୍ତରେ ଯାଉଛନ୍ତି, ଅଥଚ କେହି ବିଧାୟକଙ୍କୁ ପଚାରୁନାହାନ୍ତି । ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ବିବାଦୀୟ ସ୍ଥିତି ଦେଖାଯାଇଥିଲା । କିନ୍ତୁ ବୈଠକରେ ବିବାଦକୁ ପିସିସି ସଭାପତି ଶରତ ପଟ୍ଟନାୟକ ଏଡ଼ାଇ ଯାଇଛନ୍ତି । କହିଛନ୍ତି, ଏହା ଆମ ଘର କଥା। ପାଟି ନୁହେଁ, ତାରା ଗୀତ ଗାଉଥିବା କହି ଏଡାଇ ଯାଇଥିଲେ ଶରତ ପଟ୍ଟନାୟତ ।

ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ପ୍ରକୋଷ୍ଠରେ ଚାଲିଥିବା ବିଧାୟକ ଦଳ ବୈଠକରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଖୋଦ୍‌ ପିସିସି ସଭାପତି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଯଦିଓ ଖୋଲାଖୋଲି କୌଣସି ନେତା ଏହା ସ୍ବୀକାର କରୁନାହାନ୍ତି, କିନ୍ତୁ ବିବାଦକୁ ସିଧାସଳଖ ଅସ୍ବୀକାର ମଧ୍ୟ କରୁନାହାନ୍ତି । ତାରା ମଧ୍ୟ ବିବାଦକୁ ଏଡାଇ ଯାଇ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଏ ସମ୍ପର୍କରେ ସେ ସାଧାରଣରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ।