spot_img
Home Blog Page 2587

ରାଜଧାନୀରେ ଯେତେ ସଚେତନ କଲେ ବି ଟ୍ରାଫିକ ନିୟମ ମାନୁ ନାହାନ୍ତି ଅମାନିଆ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଅମାନିଆ । ଯେତେ ସଚେତନ କଲେ ବି ମାନୁ ନାହାନ୍ତି ଟ୍ରାଫିକ ନିୟମ । ଗୋଟିଏ ମିନିଟ୍ ଠିଆ ହେବାକୁ କାହା ପାଖରେ ନାହିଁ ସମୟ । ରେଡ ସିଗ୍ନାଲକୁ ନ ମାନି ମାଡି ଯାଉଛନ୍ତି ଲୋକେ । ଟ୍ରାଫିକ୍ ଅଟକାଇଲେ ୟୁ ଟର୍ଣ୍ଣ ଦେଇ ଛୁ ମାରୁଛନ୍ତି । ଏପରିକି ବାମପଟ ରାସ୍ତାକୁ ଖାଲି ନ ରଖି ପୁରା ଜାମ୍ କରିଦେଉଛନ୍ତି । ଫଳରେ ଆମ୍ବୁଲାନ୍ସ ବି ଅନେକ ସମୟରେ ଅଟକି ରହୁଛି । ଆଇନ୍ ଉଲଙ୍ଘନକାରୀଙ୍କୁ ଫାଇନ୍ କରାଯାଉଛି । କିନ୍ତୁ କେହି ସୁଧୁରୁ ନାହାନ୍ତି । ଫଳରେ ଦୁର୍ଘଟଣାରେ ଯାଉଛି ଜୀବନ । ଆସନ୍ତୁ ଦେଖିବା ଭୁବନେଶ୍ବରରେ କେମିତି ଚାଲିଛି ଅମାନିଆଙ୍କ ରାଜ୍ ।

ଲଦି ଜଲଦିରେ ଯାଉଛି ଜୀବନ । ଟ୍ରାଫିକ୍ ନିୟମ ମାନୁ ନାହାନ୍ତି ଅମାନିଆ । ଜିରୋ ଟଲରେନ୍ସ ଜୋନ୍ରେ ବି ବିପର୍ଯ୍ୟନ୍ତ ଟ୍ରାଫିକ୍ ବ୍ୟବସ୍ଥା । ସାରା ରାଜ୍ୟରେ ଟ୍ରାଫିକ୍ ନିୟମ ଯେତିକି ପାଳନ ହେଉଛି ସେଥିମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ସବୁଠୁ କଡା କଡି ପାଳନ ହେଉଛି ବୋଲି କମିଶନରେଟ୍ ପୋଲିସ ଏବଂ ପରିବହନ ବିଭାଗ କହୁଛି । ମାସିକ କୋଟିଏ ଫାଇନ୍ ଆଦାୟ ବି ହେଉଛି । କିନ୍ତୁ ଫାଇନ୍ ଦେବା ବି ଏକ ଅଭ୍ୟାସ ହୋଇଗଲାଣି । ବିଶେଷଜ୍ଞଙ୍କ କହିବା କଥା, ସମସ୍ତେ ସଚେତନ ହେବା ସହ ମାନସିକତାରେ ପରିବର୍ତ୍ତନ ନ ଆଣିଲେ ଦୁର୍ଘଟଣା କମିବନି । ଗଳି କନ୍ଦିରେ ବି ସିସିଟିଭି ଲଗିଛି । ଲାଇସେନ୍ସ ବାତିଲ ସହ ଗାଡି ସିଜ୍ କରାଯାଉଛି । ତଥାପି ଲୋକମାନେ ଏତେ ବ୍ୟସ୍ତ ହୋଇଗଲେଣି ଯେ ଜୀବନ ଯାଉ ପଛେ ଟ୍ରାଫିକରେ ଅଟକିବେ ନାହିଁ ବୋଲି ଭାବିନେଇଛନ୍ତି ଅମାନିଆ । ଯାହା ଫଳରେ ଯାଉଛି ଅନେକ ଜୀବନ ।

Deepfake ଭିଡିଓର ଶିକାର ହେଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା

ମୁମ୍ବାଇ: ଡିପଫେକ ଭିଡିଓର ଶିକାର ହେଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଫେକ ଭିଡିଓ ଭାଇରାଲ୍ ପରେ ଖୋଲିଲେ ମୁହଁ । ନକଲି ଭଡିଓ ଦେଖି ସେ ଦୁଃଖିତ ବୋଲି କହିଛନ୍ତି । ଏହା ତାଙ୍କର ଭିଡିଓ ନୁହେଁ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଏହା ପ୍ରସ୍ତୁତ ହେଇଛି ବୋଲି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା। ସୋସିଆଲ୍ ମିଡିଆରେ ରଶ୍ମିକାଙ୍କର ଏକ ଡିପ୍ ଫେକ୍ ଭିଡିଓ ଭାଇରାଲ୍ ହେଉଛି । ଅରିଜିନାଲ ଭିଡିଓରେ ବ୍ରିଟିଶ-ଭାରତୀୟ ଯୁବତୀ ଜାରା ପଟେଲ ଅଛନ୍ତି । କିନ୍ତୁ ଡିପ୍‌ଫେକ୍‌ରେ ତାଙ୍କ ଚେହେରାକୁ ବଦଳାଇ ରଶ୍ମିକାଙ୍କ ଚେହେରା ରହିଛି । ରଶ୍ମିକାଙ୍କ ଡିପଫେକ ଭିଡିଓ ଭାଇରଲ ହେବାପରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପ୍ରତିକ୍ରିୟା ରଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତର ଆଇଟି ରୁଲ୍ ଅବମାନନା କରୁଥିବା ଯେକୌଣସି ବି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯଦି କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ପ୍ରକାର ଭୁଲ୍ ତଥ୍ୟ ପୋଷ୍ଟ କରାଯାଇଛି ତେବେ ଏହାକୁ ୩୬ ଘଣ୍ଟା ମଧ୍ୟରେ ହଟାଇ ନେବା ଉଚିତ । ଯଦି ପ୍ଲାଟଫର୍ମ ପକ୍ଷରୁ ଏହା କରାନଯାଏ ତେବେ ସଂପୃକ୍ତ ବ୍ୟକ୍ତି ପ୍ଲାଟଫର୍ମ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇପାରିବେ । ତେବେ ଡିପ ଫେକ୍ ଭିଡିଓ ହେଉଛି ,ଏକ କ୍ଲିପ୍ ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୁହଁ ଓ ଶରୀରକୁ ଡିଜିଟାଲି ପରିବର୍ତ୍ତନ କରାଯାଇଥାଏ । ସେଲିବ୍ରିଟି କିମ୍ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ ଲୋକଙ୍କୁ ଭୁଲ୍ ସୂଚନା ଦେବା ଲାଗି ଏଭଳି କରାଯାଇଥାଏ। ଯାହାର ଶିକାର ହୋଇଛନ୍ତି ଲୋକପ୍ରିୟ ସେଲିବ୍ରିଟି ।

ବଢୁଛି ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟର ଚାହିଦା

କୋରାପୁଟ: ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ସୁସ୍ବାଦୁ ଖାଦ୍ୟ । ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ସ୍ବାବଲମ୍ବୀ ମହିଳା । କୋରାପୁଟ ଜିଲ୍ଲାର ମିଶନ ଶକ୍ତି ମହିଳା ମାନେ ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କରି ଭଲ ରୋଜଗାର କରୁଛନ୍ତି। କ୍ୟାଲସିୟମ ଓ ପ୍ରୋଟିନରେ ଭରପୁର ମାଣ୍ଡିଆ ଖାଦ୍ୟ ସାମଗ୍ରୀ ନେବାରୁ ଲୋକଙ୍କ ଆଗ୍ରହ ରହିଛି ।

ଆଉ ଗରିବଙ୍କ ଖାଦ୍ୟ ହୋଇ ରହିନାହିଁ ମାଣ୍ଡିଆ। କ୍ୟାଲସିୟମ ଓ ପ୍ରୋଟିନରେ ଭରପୁର ମାଣ୍ଡିଆରୁ ତିଆରି ହେଉଛି ସୁସ୍ବାଦୁ ଖାଦ୍ୟ । ଦିନକୁ ଦିନ ବଢୁଛି ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟର ଚାହିଦା । ମାଣ୍ଡିଆ ପାଇଁ ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା । କୋରାପୁଟରେ  ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମାଣ୍ଡିଆରୁ ସ୍ବାଦିଷ୍ଠ ଖାଦ୍ୟ ପ୍ରସ୍ତୁତ କରି ରୋଜଗାର କରୁଛନ୍ତି । ଆଇସିଆରଆଇଏସଏଟି ସହାୟତାରେ ଓଡିଶା ଜୀବିକା ମିଶନ ଦ୍ଵାରା କୋରାପୁଟ ସେମିଲିଗୁଡାର ରାଜପୁଟ ପଞ୍ଚାୟତରେ ନିର୍ମାଣଧିନ ଥିବା ମାଣ୍ଡିଆ ପ୍ରକ୍ରିୟା କରଣ ପ୍ଲାଣ୍ଟର ନିର୍ମାଣ କରାଯାଇଛି।

ମାଣ୍ଡିଆକୁ ପ୍ରୋସେସିଂ କରି ଦୈନିକ ଏକଟନ ମାଣ୍ଡିଆ ଅଟା ସହ ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି l ଏହାଦ୍ଵାରା ପ୍ରାୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସ୍ୱାବଲମ୍ବୀ ହେବା ସହିତ ପାଞ୍ଚ ହଜାର ମାଣ୍ଡିଆ ଚାଷୀ ଉପକୃତ ହେଉଛନ୍ତି l ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଜ ଜଣାଇଛନ୍ତି ମହିଳା ।

 

ନବ ବିବାହିତାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ବାଲେଶ୍ବର: କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ନବ ବିବାହିତା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବାହାନଗା ବ୍ଲକ ତାଳକୁରୁଣିଆ ପଞ୍ଚାୟତ ରହାଣିଆଗଞ୍ଜ ଗାଁର ଶୁଭ୍ରାଲିନ କିଡନୀ ରୋଗରେ ଆକ୍ରାନ୍ତ । ଚଳିତ ବର୍ଷ ଫେବୃଆରୀରେ ତାଙ୍କର ବିବାହ ହୋଇଥିଲା । କିଡନୀ ଦେବାରୁ ମାଆ ପ୍ରସ୍ତୁତ । କିଡନୀ ପ୍ରତ୍ୟାରୋପଣ ପାଇଁ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ସହାୟତା ଅପେକ୍ଷାରେ ପରିବାର ।

କିଡିନୀ ରୋଗରେ ଆକ୍ରାନ୍ତ ନବବିବାହିତା। ରୋଗ ଯନ୍ତ୍ରଣା ପାଇଁ ଜୀବନ ହୋଇଯାଇଛି ସଂଘର୍ଷମୟ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାହାନଗା ତାଳକୁରୁଣିଆ ପଞ୍ଚାୟତ ରହାଣିଆଗଞ୍ଜ ଗାଁରେ। ଗଙ୍ଗାଧର ବେହେରାଙ୍କ ଝିଅ ଶୁଭ୍ରାଲିନ କିଡନୀ ରୋଗରେ ପୀଡିତ। ୨୦୨୩ ଫେବୃଆରୀ ମାସରେ ରେମୁଣା ବ୍ଲକ ଶ୍ରୀଜଙ୍ଗ ଗାଁର ଭାଗବତ ବିଶ୍ୱାଳକୁ ସେ ବିବାହ କରିଥିଲେ। ବିବାହର କିଛି ମାସ ପରେ ଶୁଭ୍ରାଲିନଙ୍କ ଦେହ ହଠାତ ଅସୁସ୍ଥ ହୋଇଥିଲା। ଶ୍ବଶୁର ଘର ଲୋକେ ନେଇ କଟକ ମେଡ଼ିକାଲରେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ପରୀକ୍ଷା କରିବା ପରେ ଦୁଇଟି କିଡିନୀ ନଷ୍ଟ ହୋଇଥିବାର ଜାଣିପଡିଥିଲା।

ଏବେ କିଡନୀ ପ୍ରତ୍ୟାରୋପଣ ପାଇଁ ହେବାକୁ ଥିବା ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଝିଅର ମାଆ କିଡିନୀ ଦେବାକୁ ପ୍ରସ୍ତୁତ । ଏଥିପାଇଁ ସମ୍ପୂର୍ଣ୍ଣ ପରୀକ୍ଷା ସରିଥିଲେ ମଧ୍ୟ ଡାକ୍ତର ୧୫ଲକ୍ଷରୁ ୨୦ଲକ୍ଷ ଖର୍ଚ୍ଚ ହେବ ବୋଲି କହିଛନ୍ତି। ଏତେ ମୋଟା ଅଙ୍କର ଅର୍ଥ ରାଶିନଥିବାରୁ ସହାୟତାକୁ ଅପେକ୍ଷା କରିଛନ୍ତି ପରିବାର।

 

ଦୀପାବଳି ଓ ଧନତେରସ ଅବସରରେ ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର

ଭୁବନେଶ୍ବର: ଦୀପାବଳି ଓ ଧନତେରସ ଅବସରରେ ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ ଦିଆଯାଉଛି ଆକର୍ଷଣୀୟ ଅଫର । ସମସ୍ତ HUID ହଲମାର୍କ ଯୁକ୍ତ ଗହଣାର ଗଢାମୂଲ୍ୟ ପ୍ରତି ଗ୍ରାମ ପିଛା ୬୨୫ ଟଙ୍କା ରଖାଯାଇଛି । ହୀରା ମୂଲ୍ୟ ଉପରେ ପ୍ରତି କ୍ୟାରେଟ ପିଛା ଫ୍ଲାଟ ୨୦ ହଜାର ଟଙ୍କା ରିହାତି ରହିଛି । ଏହାଛଡ଼ା ନିର୍ଦ୍ଦିଷ୍ଟ ବ୍ରାଣ୍ଡର ହାତଘଣ୍ଟା ଗୁଡ଼ିକ ଉପରେ ଫ୍ଲାଟ ୨୦ ପ୍ରତିଶତ, ରୁପା ଗହଣା ଗଢା ମୂଲ୍ୟ ଉପରେ ଫ୍ଲାଟ ୫୦ ପ୍ରତିଶତ ଏବଂ ବ୍ରାଣ୍ଡେଡ୍ ଆଇଟମ ଉପରେ ଫ୍ଲାଟ ୧୫ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି । ଏହାସହ ଧନତେରସକୁ ଦୃଷ୍ଟିରେ ରଖି ୨୫ ହଜାର କିମ୍ବା ତତୁର୍ଦ୍ଧ୍ବ ମୂଲ୍ୟର କିଣାକିଣି ଉପରେ ନିଶ୍ଚ ଉପହାର ପ୍ରଦାନ କରୁଛି ଲାଲଚାନ୍ଦ । ଏପରିକି ଲାଲଚାନ୍ଦର ପ୍ରତ୍ୟେକ ଶୋରୁମରେ BIS ହଲମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ ଉପରେ ଶହେ ପ୍ରତିଶତ ମୂଲ୍ୟ ମିଳୁଥିବା ନେଇ ସୂଚନା ଦିଆଯାଇଛି ।

ଏହି ଅବସରରେ ୨୫ ହଜାର ଟଙ୍କାର ଗହଣା କ୍ରୟ ଉପରେ ନିଶ୍ଚିତ କୁପନ ଏବ ସୀମିତ ସଂସ୍କରଣରଣ ରୁପା ମୁଦ୍ରା ମିଳୁଛି । ଏହି ପୁରସ୍କାର ପର୍ଯ୍ୟାୟକ୍ରମେ ଡ୍ରରେ ୫ ହଜାର କୁପନ ପ୍ରତି ସେଟରେ ୨୫ ଗ୍ରାମ ସୁନାମୁଦ୍ର ଜିତିପାରିବେ । ଏହାସହ ଏକ କିଲୋଗ୍ରାମ ସୁନାର ୫ଟି ପୁରସ୍କାର, ୧୦ ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଜୁଡାଉ ଜୁଏରାଲାରୀ, ୧୦ ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଟେମ୍ପଲ ଜୁଏଲାରୀ, ୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ହୀରା ଓ ମୂଲ୍ୟବାନ ପଥର କଚିତ ଜୁଏରାରୀ, ୨.୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ସୁନା ଗହଣା ଏବଂ ଡିଭାଇନ ସଲିଟେଆରକୁ ଶହେଟି ହୀରା ଖଚିତ ସ୍ବର୍ଣ୍ଣମୁଦ୍ରା ଜିତିବାର ସୁଯୋଗ ରହିଛି । ଏହାସହ ଲାଲଚାନ୍ଦର ସମ୍ସତ ଆକାର ଓ ଓଜନର ୯୯୯ ଶୁଦ୍ଧତା ବିଶିଷ୍ଟ ସ୍ବର୍ଣ୍ଣମୁଦ୍ରା ଉପଲବ୍ଧ ।

ଦୀପାବଳି ପାଇଁ ବଜାରରେ ଲାଗିଲାଣି ଭିଡ଼

କଟକ: ଦିନ କେଇଟା ପରେ ଦୀପାବଳି । ଏଥିପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦୀପାବଳିରେ ଘରେ ଘରେ ଦୀପ ଜାଳିବାର ପରମ୍ପରା ରହିଥୁବାରୁ ଏବେ ବଜାରରେ ସୁନ୍ଦର ସୁନ୍ଦର ଫ୍ୟାନସୀ ଦୀପ ସହିତ କୁମ୍ଭାରସାହିର ହାତ ତିଆରି ଦୀପ ଭର୍ତ୍ତି ହୋଇଗଲାଣି । ଲୋକମାନେ ମଧ୍ଯ ପାରମ୍ପରିକ ଦୀପ ସହ ଘରକୁ ସୁନ୍ଦର ଦିଶୁଥିବା କଲର ଦୀପ କିଣିବା ପାଇଁ ଆଗ୍ରହ ଦେଖାଉଛନ୍ତି ।

ପାଖେଇ ଆସିଲାଣି ଆଲୋକର ପର୍ବ । ଦୀପାବଳି ପାଇଁ ସବୁଠି ଉତ୍ସାହ । କାଳୀ ପୂଜା ସାଙ୍ଗକୁ ଘରେ ଘରେ ଜମିବ ଦିଓ୍ବାଲୀ ଉତ୍ସବ। ବଜାରରେ ରଙ୍ଗବେରଙ୍କ ଲାଇଟ ସହ ଦୀପର ସମ୍ଭାର। କଲିକତାରୁ ଆସୁଛି ବିଭିନ୍ନ ଫ୍ୟାନ୍ସି ଦୀପ । ତେବେ କଟକ କୁମ୍ଭାର ସାହିର ମାଟି ଦୀପର ରହିଛି ସ୍ବତନ୍ତ୍ର ଚାହିଦା। ଲୋକଙ୍କ ଚାହିଦାକୁ ଦେଖି କୁମ୍ଭକାରମାନେ ବିଭିନ୍ନ ଡିଜାଇନର ଦୀପ ତିଆରି କରିଛନ୍ତି । ଏହାକୁ ରଙ୍ଗ କରି ବଜାରକୁ ଛାଡ଼ିଥିବାବେଳେ ଲୋକେ ବି ଏହାକୁ ବେଶ ପସନ୍ଦ କରୁଛନ୍ତି ।

ବର୍ଷ ବର୍ଷଧରି ଦୀପାବଳିରେ ଲୋକଙ୍କ ଚାହିଦା ମେଣ୍ଟାଉଥିବା ବିଡାନାସୀ ଓ ଅନ୍ଯ କୁମ୍ଭାର ସାହିର ଦୀପ କାରିଗରମାନେ ଦୀପ ତିଆର କରନ୍ତି । ତେବେ ବାହାରୁ ଫେନ୍ସି ଓ ଟେରାକୋଟା ଦୀପ ଆସୁଥିବବାଳେ ଲୋକେ ଏଲଇଡି ଲିଚୁ ଓ ଏଲଇଡି ଦୀପକୁ ଅଧିକ କିଣାକିଣି କରୁଛନ୍ତି। ଏହା ଏକକ ବ୍ୟବହାର ହେଉ ନଥିବାରୁ ଲୋକେ ପସନ୍ଦ ବି କରୁଛନ୍ତି। ତେଣୁ ଆଗପରି ଆଉ ବିକ୍ରିବଟା ନଥିବା କହିଛନ୍ତି କାରିଗର । କେବଳ ପରମ୍ପରା ପାଇଁ କିଛି ଲୋକ ମାଟି ଦୀପ କିଣୁଛନ୍ତି ।

ଅନଲାଇନରେ ମଗାଇଥିଲେ ଏହି ଜିନିଷ, ଆସିଲା ଇଟା

ପୁରୀ: ସାବଧାନ! ଅନଲାଇନରେ ଅର୍ଡର କଲେ, ଫସିଗଲେ । ଅନଲାଇନରେ ମଗାଇଥିଲେ ଟ୍ରଲି ବ୍ୟାଗ୍ ହେଲେ ଆସିଲା ଇଟା ଓ ଚିରା ଗଦି । ପୁରୀରେ ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀର ବୈଠକରେ ଅତିଥିଙ୍କୁ ଉପହାର ଦେବା ପାଇଁ ଅନଲାଇନରେ ଟ୍ରଲି ଓ ବ୍ୟାଗ ମଗାଇଥିଲେ କମ୍ପାନୀର ଅଧିକାରୀ। ହେଲେ ପ୍ୟାକେଟ ଆସି ଖୋଲିବା ପରେ ଗୋଟିଏରୁ ଟ୍ରଲି ବ୍ୟାଗ୍ ବାହାରିଥିବାବେଳେ ଅନ୍ୟଟିରୁ ଇଟା ଓ ଚିରା ଗଦି ବାହାରିଥିବା ଦେଥଖିବାକୁ ପାଇଥିଲେ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିବାବେଳେ ଆଇନର ସହାୟତା ନିଆଯିବ ବୋଲି ଗ୍ରାହକ କହିଛନ୍ତି । ଏଭଳି ଅନେକ ଘଟଣା ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି । ଆଜିକାଲି ଯୁବପିଢ଼ୀ ଶସ୍ତା ଏବଂ ସହଜ ପାଇଁ ଘରେ ବସି ଅନଲାଇନରୁ ସାମଗ୍ରୀ ମଗାଉଛନ୍ତି । କିଛି ସାମଗ୍ରୀ ଭଲ ପଡ଼ୁଥିବାବେଳେ ଆଉ କିଛି ଖରାପ ପଡ଼ୁଛି । ଯାହାକୁ ନେଇ ଅନେକ ସମୟରେ ଗ୍ରାହକମାନେ ବେଶ ଚିନ୍ତାରେ ମଧ୍ୟ ରହୁଛନ୍ତି ।

ବନ୍ଧା ହେଲା ନକଲି ଡାକ୍ତର

ଢେଙ୍କାନାଳ: ବନ୍ଧା ହେଲା ନକଲି ଡାକ୍ତର । ଢେଙ୍କାନାଳ କଙ୍କଡାହାଡ଼ କେରଜୁଳି ଗାଁରୁ ଧରାପଡ଼ିଲା ନକଲି ଡାକ୍ତର । ଗିରଫ ନକଲି ଡାକ୍ତର ଜଣକ ହେଲା ପଶ୍ଚିମବଙ୍ଗର ରାକେଶ ବିଶ୍ୱାସ l କଙ୍କଡାହାଡ଼ର କେରଜୁଳି ଗାଁରେ ଦୀର୍ଘବର୍ଷ ହେବ ରହି କ୍ଲିନିକ କରିଥିଲା ରାକେଶ। କୌଣସି ମେଡିକାଲ ଡିଗ୍ରୀ, କ୍ଲିନିକ ଲାଇସେନ୍ସ ନଥାଇ ନିଜକୁ ଡାକ୍ତର କୁହାଇ କରୁଥିଲା ରୋଗୀସେବା । ରୋଗୀମାନଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା କରିବା ସହ ଗର୍ଭପାତ କରାଉଥିବା ଅଭିଯୋଗ ହୋଇଛି। ବେଆଇନ କ୍ଲିନିକସମ୍ପର୍କରେ ସୂଚନା ପାଇ କଙ୍କଡାହାଡ଼ ପୋଲିସ ନକଲି ଡାକ୍ତରକୁ ଗିରଫ କରିବା ସହ କ୍ଲିନିକକୁ ସିଜ୍ କରିଛି l ଅଂଚଳରେ ଅନେକ ଏଭଳି ନକଲି ଡାକ୍ତର ସକ୍ରିୟ ଥିବାରୁ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର ଓ ସ୍ଥାନୀୟ ପୋଲିସ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l

ପୁଣି ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା। ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ସୋମବାର ଅପରାହ୍ନରେ ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଯାହାକୁ ନେଇ ଭୟଭୀତ ହୋଇଥିଲେ ସ୍ଥାନୀୟ ଲୋକେ। ସେପଟେ ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହେଇଛି । ଅପରାହ୍ନ ୪ଟା ୧୮ ମିନିଟ୍ ସମୟରେ ଏହି ଭୂକମ୍ପ ଝଟକା ଅନୁଭବ କରିଛନ୍ତି ସାଧାରଣ ଲୋକ ।

ଏହା ପୂର୍ବରୁ ଶୁକ୍ରବାର ରାତିରେ ମଧ୍ୟ ଭୂକମ୍ପ ଝଟକା ଦେଖିବାକୁ ମିଳିଥିଲା । ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସେହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ରହିଥିଲା ୬.୪ । ରାତି ପ୍ରାୟ ସାଢେ ୧୧ଟା ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହେଇତିଲା ।

 

କଲରାପତରିଆକୁ ଟ୍ରାପ କଲାପରେ ମଧ୍ୟ ନୂଆପଡ଼ାରେ ନିଦ ହଜାଇଛି ବାଘ ଆତଙ୍କ

ନୂଆପଡ଼ା: ନୂଆପଡ଼ାରେ ନିଦ ହଜାଇଛି ବାଘ ଆତଙ୍କ। ଗୋଟେ କଲରାପତରିଆକୁ ଟ୍ରାପ କରାଯାଇଛି। ହେଲେ ଭୟ ଟଳିନି । କାରଣ ଏବେ ବି ଆଉ ଏକ ବାଘ ବୁଲୁଥିବା ଖବର ମିଳିଛି । ବାଘର ଗତିବିଧି ସଂପର୍କରେ ମନିଟର କରୁଛି ବନ ବିଭାଗ। ଅନ୍ୟପଟେ ଟ୍ରାପ ହୋଇଥିବା କଲରାପତରିଆ କାହିଁକି ମଣିଷଖିଆ ପାଲଟିଲା, ତାକୁ ନେଇ ସ୍ବତନ୍ତ୍ର ଟିମ୍ ରିସର୍ଚ୍ଚ ଚଳାଇଛି । ସେପଟେ ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାର ଲୋକଙ୍କୁ ୧୫ଦିନ ଭିତରେ କ୍ଷତିପୂରଣ ମିଳିବ ବୋଲି ପିସିସିଏଫ୍ ବନ୍ୟପ୍ରାଣୀ କହିଛନ୍ତି।

ନୂଆପଡ଼ାରେ ଥମୁନି ବାଘ ଆତଙ୍କ। କିଛି ମାସର ବ୍ରେକ ପରେ ଏବେ ପୁଣି ଘାରିଛି ବାଘ ଭୟ। କିଛି ଦିନ ତଳେ ଦୁଇ ଜଣଙ୍କୁ ଜୀବନରୁ ମାରି ଦେଇଥିଲା କଲରାପତରିଆ। ତାପରେ ମଣିଷଖିଆକୁ ଟ୍ରାପ୍ କରିଛି ବନ ବିଭାଗ। ହେଲେ ତଥାପି ସରିନି ଆତଙ୍କ। ଗୋଟିଏ ବାଘ କାବୁ ହୋଇଥିବା ବେଳେ ଆଉ ଏକ କଲରାପତରିଆ ବାଘ ବୁଲୁଥିବା କହିଛନ୍ତି ଗାଁଲୋକେ। ବାଘ ଭୟରେ ଆଖପାଖ ଗାଁରେ ତାଟି କବାଟ ପଡିଗଲାଣି । ଗତ ତିନି ଦିନ ହେଲା ବାଘକୁ ନେଇ ଜାରି ରହିଛି ସସପେନସ୍ । ହେଲେ ଏଯାଏଁ ତା ଗତିବିଧି ନେଇ ଖବର ଆସିନି। ବନ ବିଭାଗ ବାଘକୁ ଠାବ କରିବାକୁ କ୍ୟାମେରା ଲଗାଇଛି  ।

ସେପଟେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଥିବା କୋଦୋପାଲି ଗାଁରୁ ବନବିଭାଗ କଲରାପତରିଆ ବାଘକୁ ଯନ୍ତା ପକାଇ ଧରିବା ପରେ ନିଜ କାର୍ଯ୍ୟାଳୟ ପରିସରରେ ଏକାନ୍ତରେ ରଖିଛି । ବାଘ ସୁସ୍ଥ ଅଛି। ହେଲେ ତାର ମଣିଷଖିଆ ସ୍ବଭାବ ନେଇ ସନ୍ଦେହରେ ବନ ବିଭାଗ। ବାଘର ବ୍ୟବହାର ଯାଞ୍ଚ କରିବାକୁ ୪ଜଣିଆ ଟିମ୍ ନୂଆପଡ଼ା ଯାଇଛନ୍ତି। ଏଥିରେ କଲରାପତରିଆ ବାଘ ସମ୍ପର୍କରେ ଜାଣିଥିବା ଜଣେ ବିଶେଷଜ୍ଞଙ୍କୁ ବି ସମ୍ବଲପୁରରୁ ପଠାଯାଇଛି। ସେହିପରି ଦେବ୍ରିଗଡ଼ ଡିଏଫଓ ଏବଂ ଭେଟେନାରୀ ଟିମ୍ ମଧ୍ୟ ବାଘର ବ୍ୟବହାରକୁ ଯାଞ୍ଚ କରୁଛନ୍ତି।