ସମସ୍ତେ ପିଅନ୍ତି କିନ୍ତୁ ମୋତେ ଜଣେ ସିନିୟର କ୍ରିକେଟର ବଦନାମ କରିଲେ

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବୋଲର ପ୍ରବୀଣ କୁମାରଙ୍କ ସୁଇଙ୍ଗ ବୋଲିଂ ପାଇଁ ବେଶ ଜଣାଶୁଣା । ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ଖେଳିଥିବା ଏହି ଭେଟେରାନ ବୋଲର ଏକ ଆରୋପ ଆଣିଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟରଭିୟୁରେ କହିଛନ୍ତି କି, ମୁଁ ଯେତେବେଳେ ଭାରତୀୟ ଦଳରେ ଥିଲି ମୋତେ ସିନିୟର ଖେଳାଳିମାନେ କହୁଥିଲେ କି, ତୁମେ ପିଅ ନାହିଁ, ଏମିତି କରନାହିଁ । କିନ୍ତୁ ସିନିୟରମାନେ ସବୁ କରନ୍ତି ମାତ୍ର ମୁଁ ପିଇଥାଏ ବୋଲି କୁହନ୍ତି । ସନ୍ୟାସ ନେବା ପରେ ୟୁପି ବୋଲିଂ କୋଚ ପାଇଁ ମଧ୍ୟ ଡକାଗଲା ନାହିଁ । ସେପଟେ ରିପୋର୍ଟରମାନେ ପ୍ରଶ୍ନ କରିଥିଲେ କି, ସଚିନ, ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି ଖେଳାଳିମାନେ ମଦ ପିଇବାକୁ ମନା କରୁଥିଲେ କି? ଏହାର ଉତ୍ତରରେ ପ୍ରବୀଣ କହିଥିଲେ କି, ନାମ କହିବାକୁ ପଡ଼ିବ ନାହିଁ । ଆପଣମାନେ ଭଲଭାବେ ଜାଣିପାରୁଥିବେ । ଯେଉଁମାନେ ଲୋକମାନେ ମୋତେ ଭଲଭାବେ ଜାଣିଛନ୍ତି ସେମାନେ ଜାଣିଛନ୍ତି ମୁଁ କଣ । ମାତ୍ର ମୋ ଛବି ଅନ୍ୟମାନଙ୍କ ଆଗରେ ଜଣେ ମଦୁଆ ବୋଲି ପ୍ରମାଣିତ କରି ଦେଇଛନ୍ତି ।

ସୂଚନା ଥାଉକି, ପ୍ରବୀଣ କୁମାର ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଭାରତୀୟ ଦଳରେ ଖେଳିଥିଲେ । ୬ ଟେଷ୍ଟ, ୬୮ ଦିନିକିଆ ଏବଂ ୧୦ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ତାଙ୍କ ସୁଇଙ୍ଗ ବୋଲିଂ ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଧରାଶାୟୀ ହେଉଥିଲେ । ସେପଟେ ଆଇପିଏଲରେ ପ୍ରବୀଣ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, କିଙ୍ଗସ ଇଲେଭେନ ପଞ୍ଜାବ ଏବଂ ସନ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଛନ୍ତି ।