ଟେନି କଏଟରେ ଦମ ଦେଖାଇବ ଓଡ଼ିଶା ଟିମ୍

ଭୁବନେଶ୍ବର: କ୍ରୀଡାର ହବ ପାଲଟିଛି ଓଡ଼ିଶା । ରାଜ୍ୟ ସରକାରଙ୍କ ପ୍ରତ୍ସାହନରୁ ସବୁ ଖେଳାଳିଙ୍କୁ ମିଳୁଛି ନିଜର ପ୍ରତିଭା ଦେଖାଇବାର ସୁଯୋଗ । ଏହି ସ୍ଥିତିରେ ରାଜ୍ୟରେ ଟେନି କଏଟ୍ ଖେଳ ପ୍ରତି ବଢିଛି ଯୁବପିଢିଙ୍କ ଆଗ୍ରହ । ଆନ୍ଧ୍ରପ୍ରଦେଶର ପଲାସା ଠାରେ ଆୟୋଜିତ ହେଉଛି ୪୭ତମ  ଜାତୀୟ ସିନିୟର ଟେନି କଏଟ୍ ଚାମ୍ପିଅନସିପ୍ । ଏଥିରେ ଭାଗ ନେବେ ଓଡ଼ିଶାର ୧୨ ଜଣିଆ ପୁରୁଷ ଓ ମହିଳା ଟିମ୍ । କଟକ ସତ୍ୟବ୍ରତ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ ପରେ ଦଳ ଆଜି ପଲାସ ଯାତ୍ରା କରିଛି ।

ଟେନି କଏଟରେ ଦମ ଦେଖାଇବ ଓଡ଼ିଶା ଟିମ୍ । ପୁରୁଷ ଓ ମହିଳା ବର୍ଗରେ ହେବ ଚାମ୍ପିଅନସିପ । ଆନ୍ଧ୍ରପ୍ରଦେଶର ପଲାସାରେ ଜାନୁଆରୀ ୯ରୁ ୧୩ ତାରିଖ ଯାଏଁ ଚାଲିବ ୪୭ ତମ ଜାତୀୟ ସିନିୟର ଟେନି କଏଟ୍ ଚାମ୍ପିଅନସିପ । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାରୁ ୧୨ ଜଣିଆ ଟିମ୍ ପଲାସା ଯାତ୍ରା କରିଛନ୍ତି । ଏଥିରେ ସାମିଲ ହେବା ପୂର୍ବରୁ କଟକ ସତ୍ୟବ୍ରତ ଷ୍ଟାଡିୟମରେ ଖେଳାଳିମାନେ କରିଛନ୍ତି ଜୋରଦାର ଅଭ୍ୟାସ ।

ଚୟନ ଓ ପ୍ରଶିକ୍ଷଣ ପାଇଁ କଟକ ସତ୍ୟବ୍ରତ ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଥିବା ଶିବିରରେ ୭ ଟି ଜିଲ୍ଲାରୁ ୫୦ରୁ ଅଧିକ ଖେଳାଳି ଭାଗ ନେଇଥିଲେ । ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ଓଡିଶା ଟିମ ଚୟନ କରାଯାଇ ଟିମ୍ ଗଠନ କରାଯାଇଛି । ଏହି ଖେଳାଳିମାନେ ସେଠାରେ ଟିମ ଇଭେଣ୍ଟ ସହିତ ବ୍ୟକ୍ତିଗତ ଇଭେଣ୍ଟରେ ଭାଗ ନେବେ। ଓଡିଶା ପୁରୁଷ ଟିମରେ ଭଦ୍ରକର ଅନ୍ତର୍ଜାତୀୟ ଟେନି କଏଟ୍ ଖେଳାଳି ନିର୍ମଳ ସେନ୍ ସ୍ଥାନ ପାଇଛନ୍ତି । ମହିଳା ଟିମରେ ଅଛନ୍ତି ସମ୍ଭାବ୍ଯ ଭାରତୀୟ ଦଳରେ ସ୍ଥାନ ପାଇଥିବା କଟକର ପ୍ରମିଳା ରାଉତ । ତେଣୁ ଖେଳାଳିମାନେ ଏହି ଚାମ୍ପିଅନସିପରେ ଭଲ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି ।