ରାମ ଭକ୍ତ ଜାଭେଦ ଅଖତର, କହିଲେ ମୋ ଭଳି ନାସ୍ତିକ ପାଇଁ ଏହା ଗର୍ବର ବିଷୟ

ଅଯୋଧ୍ୟା: ଅଯୋଧ୍ୟା ରାମ ନଗରୀରେ ଏବେ ଉତ୍ସବର ମାହୋଲ । କାରଣ ଆସିବେ ପ୍ରଭୁ ରାମ । ସଜେଇ ହୋଇଛି ପୂରା ସହର । ସାରା ଭାରତରେ ଏବେ ସମସ୍ତଙ୍କ ମୁହଁରେ ରାମ ରାମ । ତେବେ ଏହାକୁ ନେଇ ଏବେ ବିଭିନ୍ନ ପ୍ରକାର ବାର୍ତ୍ତା ଆସୁଛି । ବହୁ ବଡ଼ ବଡ଼ ସେଲିବ୍ରିଟିଙ୍କୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ ଦିଆଯାଇଛି । ତେବେ ଏହାରି ଭିତରେ ବଲିଉଡର ଲୋକପ୍ରିୟ ସିଙ୍ଗର ଜାଭେଦ ଅଖତର ରାମଙ୍କ ବିଷୟରେ କହିଛନ୍ତି ।

ନିକଟରେ ଜାଭେଦ ଅଖତର ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଏକ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିଥିଲେ । ସେହି ସମୟରେ ସେ ରାମ ମନ୍ଦିର ଉର୍ଦ୍ଦୁ ଭାଷଶ ଏବଂ ଅଜନ୍ତା ଏଲୋରା ଗୁମ୍ଫା ବିଷୟରେ କହିଥିଲେ ।

ରାମ ମନ୍ଦିର ବିଷୟରେ ସେ କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର ନେଇ କାହାରି କିଛି ଆପତ୍ତି ନାହିଁ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ମନ୍ଦିର ନିର୍ମାଣ କରାଯାଉ । ଏହାକୁ ଏକ ବଡ଼ ପର୍ବ ଭାବେ ପାଳନ କରିବାରେ ମଧ୍ୟ କୌଣସି କ୍ଷତି ନୁହେଁ ।

ଗତ ଦିପାବଳିରେ ଶିବାଜୀ ପାର୍କଠାରେ ଦିପୋତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ସେ ଜୟ ଶ୍ରୀ ରାମ ବୋଲି ବି କହିଥିଲେ । ତାଙ୍କ କହିବା ଅନୁସାରେ ରାମାୟଣ ଆମ ସଂସ୍କୃତି, ଇତିହାସ ଏବଂ ଧରୋହର ମଧ୍ୟ ।

ମୁଁ ସେହି ଦେଶରେ ଜନ୍ମ ନେଇଛି ଯାହା ରାମ ସୀତାଙ୍କ ଥିଲା । ମୁଁ ରାମ ଏବଂ ସୀତାଙ୍କୁ କେବଳ ହିନ୍ଦୁଙ୍କ ଧରୋହର ବୋଲି ମାନେ ନାହିଁ । ଏହି ଦେଶରେ ଯେଉଁ ବି ହିନ୍ଦୁସ୍ଥାନୀ ଜନ୍ମ ନିଏ ସେ ତାଙ୍କୁ ମାନେ ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ । ଏଥିରେ ଦେଶ ତଥା ଦେଶ ବାହାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯାଇଛି ।