ସମ୍ବଲପୁର: ଶିଶୁ କନ୍ୟାର ଜୀବନ୍ତ ଉଦ୍ଧାର ପରେ ଆଶ୍ବସ୍ତ ହେଲେ ମୁଖ୍ୟମନ୍ତ୍ରୀ । ଉଦ୍ଧାରକାରୀ ଦଳକୁ ଜଣାଇଲେ ଧନ୍ୟବାଦ । ଓଡ୍ରାଫ, ଅଗ୍ନିଶମ, ଜିଲ୍ଲା ପ୍ରଶାସନକୁ ଉଦ୍ଧାରକାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଟି ଜୀବନ ମୁଲ୍ୟବାନ ଏହି ନୀତିରେ କାମ କରୁଥିଲେ ଉଦ୍ଧାରକାରୀ ଟିମ୍ । ଶିଶୁର ଦୀର୍ଘଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭଗବାନ ଶିଶୁକୁ ଆଶିର୍ବାଦ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି । ଶିଶୁର ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବା ପରେ ପରେ ପୁରା ସ୍ଥିତି ଉପରେ ନଜର ରଖିଥିଲେ ମୁଖ୍ୟମନ୍ତ୍ରୀ । ଟିକନିଖ କାମରେ ନେଉଥିଲେ ଅପଡେଟ ।
ବୋରଓ୍ବେଲରୁ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ
ସମ୍ବଲପୁର: ବୋରଓ୍ବେଲରୁ ଉଦ୍ଧାର ହେଲା ନବଜାତ ଶିଶୁ । ଦୀର୍ଘ ସମୟର ନନଷ୍ଟପ ଅପରେସନ ପରେ ଶେଷରେ ଉଦ୍ଧାର ହେଲା ଶିଶୁ । ୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଅପରେସନ । ୨୦ରୁ ୨୫ ଫୁଟ ତଳେ ଥିଲା ଶିଶୁ ।
ସୂଚନା ଥାଉକି, ପରିତ୍ୟକ୍ତ ବୋରଓ୍ବେଲ ଭିତରେ ପଡ଼ିଛି ନବଜାତ ଶିଶୁ । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିଥିବା ଜଣାପଡ଼ିଛି । ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ, ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କେହି ଜାଣିଶୁଣି ନବଜାତ ଶିଶୁଟିକୁ ବୋରଓ୍ବେଲ ଭିତରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ କିଏ ଏବଂ କାହିଁକି ଫୋପାଡ଼ିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସେପଟେ ନବଜାତକର କାନ୍ଦ ଶୁଭିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଲୋକଙ୍କ ଗହଳି ଘଟଣାସ୍ଥଳରେ ଲାଗିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଛୁଆର କାନ୍ଦ ଜୋରରେ ଶୁଭୁଥିବାବେଳେ ଶୀଘ୍ର ଉଦ୍ଧାର ହେବେ ସେ ନେଇ ଚାଲିଛି କାର୍ଯ୍ୟ ।
ଖାରବେଳ ସ୍ବାଇଁଙ୍କ ମନ୍ତବ୍ୟ ନେଇ ରାଜ୍ୟ ବିଜେପିରେ ବଢୁଛି ବିବାଦ!
ଭୁବନେଶ୍ବର: ଖାରବେଳ ସ୍ବାଇଁଙ୍କ ମନ୍ତବ୍ୟ ନେଇ ରାଜ୍ୟ ବିଜେପିରେ ବିବାଦ ବଢୁଛି । ରାଜ୍ୟର କୌଣସି ବଡ଼ ବିଜେପି ନେତା ନିର୍ବାଚନ ଜିତିବେ ବୋଲି ଛାତିରେ ହାତ ରଖି କହିପାରିବେ ନାହିଁ । ଦଳର ବରିଷ୍ଠ ନେତା ଖାରବେଳଙ୍କ ଏହି କଥାକୁ ନେଇ ବିଜେପିରେ ବିବାଦ ସୃଷ୍ଟି ହୋଇଛି । ଖାରବେଳଙ୍କ ବୟାନକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମୂଲ୍ୟହୀନ କହି କଟାକ୍ଷ କରିଛନ୍ତି । ସେହିପରି ଏହା ଖାରବେଳଙ୍କ ବ୍ୟକ୍ତିଗତ ମତ ବୋଲି ବିଜେପି ବିଧାୟକ କହିଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପିରେ ଝଡ଼ ସୃଷ୍ଟି ହୋଇଛି ।
ଖାରବେଳଙ୍କୁ ନେଇ ବଢ଼ିଲା ରାଜ୍ୟ ବିଜେପି କଳି । ମନ୍ତବ୍ୟ ପାଇଁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ବିଧାୟକ । ୨୪ ନିର୍ବାଚନ ପ୍ରସ୍ତୁତି ଭିତରେ ବିଜେପି ନେତା ଓ ବିଧାୟକ ମୁହାଁମୁହିଁ । ଜିତିବେ ବୋଲି ରାଜ୍ୟ ବିଜେପିର କୌଣସି ବରିଷ୍ଠ ନେତା ଛାତିରେ ହାତ ରଖି କହି ପାରିବେନାହିଁ । ଦଳର ବରିଷ୍ଠ ନେତା ଖାରବେଳ ସ୍ବାଇଁଙ୍କ ଏହି ବୟାନ ରାଜ୍ୟ ବିଜେପି ରାଜନୀତିରେ ନିଆଁ ଲଗାଇଛି । ବେଶ୍ କିଛିଦିନର ନିରବତା ପରେ ଖାରବେଳଙ୍କୁ ଦଳର ନେତା ଘେରିଛନ୍ତି । ଖାରବେଳଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, ଦାୟିତ୍ବ ନଥିବା ନେତା ଏପରି ମନ୍ତବ୍ୟ ଦେଇଛନ୍ତି । …
ଏତିକିରେ ବିଜେପି ବିବାଦ ଥମିନାହିଁ । ଦଳର ବିଧାୟକ ପ୍ରକାଶ ସୋରେନ ଏ ପ୍ରସଙ୍ଗ ଗୁମର କଥା କହିଛନ୍ତି । ସେ କହିଛନ୍ତି, ଖାରବେଳଙ୍କ କଥାକୁ ବିଜେପି ଗ୍ରହଣ କରିନାହିଁ । ଏହା ଖାରବେଳଙ୍କ ବ୍ୟକ୍ତିଗତ ମତ । ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ ପ୍ରତିକ୍ରିୟା ଇଙ୍ଗିତ କରୁଛି ଯେ, ରାଜ୍ୟ ବିଜେପିରେ ଖାରବେଳ ଏବେ ଅଲୋଡ଼ା । ତେବେ ନିର୍ବାଚନ ସମୟରେ ବିଜେପି ନେତାମାନେ କଥାକଟି ହେବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।
ଘଟଣାସ୍ଥଳରେ ପହଞ୍ଚିଲା ଭିକ୍ଟିମ୍ ଲୋକେସନ କ୍ୟାମେରା
ସମ୍ବଲପୁର: ନବଜାତକର ଉଦ୍ଧାର ପାଇଁ ଭୁବନେଶ୍ବରରୁ ସମ୍ବଲପୁର ଯାଉଥିବା ଭିକ୍ଟିମ ଲୋକେସନ କ୍ୟାମେରା ଘଟଣାସ୍ଥଳରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ କ୍ୟାମେରାକୁ ପଠାଯାଇଛି । ହେଲିକପ୍ଟରରେ ଭୁବନେଶ୍ବର ବିମାନବନ୍ଦରରୁ ଯାଇଛି କ୍ୟାମେରା । କ୍ୟାମେରା ପହଞ୍ଚିବା ପରେ ଏହା ଶିଶୁଟି କେତେ ଦୂରରେ ଅଛି ତାହାକୁ ସ୍ପଷ୍ଟ କରିବ । ଏହାସହ ଶିଶୁଟିର ଗତିବିଧି ଉପରେ ବି ନଜର ରଖିବ ଏହି ଭିକ୍ଟିମ ଲୋକେସନ କ୍ୟାମେରା । ଶିଶୁକୁ ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି ରେସ୍କ୍ୟୁ ଟିମ ପକ୍ଷରୁ ସୂଚନା ଦିଆଯାଇଛି । ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମେଡିକାଲ ଟିମ ମଧ୍ୟ ସାଇଇଲ, ମେଡିସିନ ଧରି ପହଞ୍ଚିଛନ୍ତି ।
ଇଥାନଲ ମିଶ୍ରିତ ପେଟ୍ରୋଲ ନେଇ ଲୋକଙ୍କୁ ଭଣ୍ଡାଉଛି କେନ୍ଦ୍ର
ଭୁବନେଶ୍ବର: ଇଥାନଲ ମିଶ୍ରିତ ପେଟ୍ରୋଲ ନେଇ ଲୋକଙ୍କୁ ଭଣ୍ଡାଉଛି କେନ୍ଦ୍ର । ୨୦୧୪ରୁ ଇଥାନଲ ମିଶ୍ରିତ ପେଟ୍ରୋଲ ବିକି କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଲକ୍ଷାଧିକ କୋଟି ଲାଭ କଲେଣି । ହେଲେ ଶସ୍ତା ହୋଇନି ପେଟ୍ରୋଲ ଓ ଡିଜେଲ ଦର । ଚଳିତବର୍ଷ ଏଲ୍ନିନୋ ପ୍ରଭାବରେ ଆଖୁ ଉତ୍ପାଦନ ପ୍ରଭାବିତ ହୋଇଛି । ଆଖୁରସ ଓ ମୋଲାସେସ୍ ବ୍ୟବହାର ଉପରେ ବ୍ୟାନ୍ ଲଗାଇଲାଣି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ । ଏପରି ସ୍ଥଳେ ଇଥାନଲ୍ ମିଶ୍ରିତ ପେଟ୍ରୋଲ ଲିଟର ୨୫ ଟଙ୍କାରୁ ୩୦ ଟଙ୍କାରେ ମିଳିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ବାଣୀ ଏବେ ଫ୍ଲପ୍ ହେବାକୁ ଯାଉଛି । ଧରାପଡ଼ିଲା କେନ୍ଦ୍ରର ଚାଲାକି । ଇଥାନଲ୍ ମିଶ୍ରିତ ପେଟ୍ରୋଲ ବିକି ତୈଳ କମ୍ପାନୀ ଓ କେନ୍ଦ୍ର ସରକାର ମାଲାମାଲ୍ । ୨୦୧୪ରୁ ଲାଭ କଲେଣି ଲକ୍ଷାଧିକ କୋଟି । ହେଲେ ପେଟ୍ରୋଲ ଓ ଡିଜେଲ ଯେଉଁ ମହଙ୍ଗାକୁ ସେଇ ମହଙ୍ଗା ।
ପେଟ୍ରୋଲରେ ମିଶିବ ଇଥାନଲ । ୨୫ରୁ ୩୦ ଟଙ୍କାରେ ମିଳିବ ତେଲ । କମିବ ସବୁଜ ଗୃହ ପ୍ରଭାବ । ବଢିବ ବୈଦେଶିକ ମୁଦ୍ରା । ଦିନେ ଏପରି ଦାବି କରିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା । ଏବେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଦାବିକୁ ପାଣିଚିଆ କରିଛି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ । ଚଳିତବର୍ଷ ନଭେମ୍ବରରୁ ଆସନ୍ତାବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଇଥାନଲ ଯୋଗାଣ ବର୍ଷ ପାଇଁ ମିଳିବନି ଆଖୁରସ କି ମୋଲାସସ୍ । ଗୋଟିଏ ଲିଟର ପେଟ୍ରୋଲରେ ୨୦୦ ମିଲିଲିଟର ଇଥାନଲ୍ ମିଶ୍ରଣ କଲେ ବାର୍ଷିକ ୧୦.୧୬ ବିଲିୟନ୍ ଲିଟର୍ ଇଥାନଲ ଭାରତକୁ ଆବଶ୍ୟକ । ଖୋଦ ନୀତି ଆୟୋଗ ଏହି ହିସାବ କେନ୍ଦ୍ରକୁ ଦେଇଥିଲା । କିନ୍ତୁ ବାସ୍ତବତା ହେଉଛି ଆଖୁ, ଖୁଦ ଚାଉଳ, ମକା ଗୁଣ୍ଡରୁ ଦେଶରେ ଉତ୍ପାଦନ ହେଉଛି ମାତ୍ର ୪.୯୪ ବିଲିୟନ୍ ଲିଟର୍ ଇଥାନଲ୍ । ସବୁ ପେଟ୍ରୋଲ ପମ୍ପରେ ୧୨ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ କିଣୁଛନ୍ତି ଲୋକେ । ବିଶୋଧିତ ପେଟ୍ରୋଲର ମୂଳ ଦର ୫୮ ଟଙ୍କା ୧୪ ପଇସା । ତା ଉପରେ କେନ୍ଦ୍ର ସରକାରଙ୍କ ଟିକସ ୧୯ ଟଙ୍କା ୯୦ ପଇସା । ତୈଳ କମ୍ପାନୀଙ୍କ ପାଇଁ ଇଥାନଲ ବି ବିଶୋଧିତ ତୈଳ ଦରଠାରୁ ମହଙ୍ଗା । ୪୬ଟଙ୍କାରୁ ୬୫ ଟଙ୍କା ୬୦ ପଇସାରେ ଇଥାନଲ୍ ଉପଲବ୍ଧ ହେଉଛି । ଏଭଳି କ୍ଷେତ୍ରରେ ଜୈବ ପେଟ୍ରୋଲଠାରୁ ବାୟୋ ପେଟ୍ରୋଲ ଶସ୍ତା ହେଲା କେମିତି ? ଯଦି ଇଥାନଲ ଉପରେ କେନ୍ଦ୍ର କମ୍ ଟିକସ୍ କିମ୍ବା ଟିକସ ମୁକ୍ତ କରିଥାନ୍ତା ତାହେଲେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା କମ୍ ହୋଇଥାନ୍ତା ।
୨୦୧୪ରୁ କେନ୍ଦ୍ର ସରକାର ପ୍ରଥମେ ୨ ପ୍ରତିଶତ ଇଥାନଲ ମିଶ୍ରଣ ଆରମ୍ଭ କଲେ । ୨୦୨୨-୨୩ ସୁଦ୍ଧା ପେଟ୍ରୋଲରେ ମିଶିଲାଣି ୧୨ ପ୍ରତିଶତ ଇଥାନଲ୍ । ହେଲେ ୨୦୨୨ ମେ ମାସରୁ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୭ ପଇସା ଗଣୁଛନ୍ତି ସାଧାରଣ ଲୋକେ । ଡିଜେଲ ଦର ବି ଅପରିବର୍ତ୍ତିତ ରହିଛି । ବିଶେଷଜ୍ଞଙ୍କ ମତ ଗୋଟିଏ ଲିଟର ଇଥାନଲ୍ ଉତ୍ପାଦନ ପାଇଁ ୧ ହଜାର ଲିଟର ପାଣି ଆବଶ୍ୟକ । ତାହେଲେ ୧୦.୧୬ ବିଲିୟନ୍ ଲିଟର ଇଥାନଲ ପାଇଁ ଆବଶ୍ୟକ ପାଣି କେନ୍ଦ୍ର ସରକାର ଯୋଗାଇପାରିବେ ତ? ଯଦି ଇଥାନଲ୍ ମିଶ୍ରିତ ପେଟ୍ରୋଲ ସବୁଠି ମିଳୁଛି ତାହେଲେ ୩ଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ କାହିଁକି ସେମାନଙ୍କ ଫିଲିଂ ଷ୍ଟେସନ୍ରେ ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରିନାହାନ୍ତି ? ଇଥାନଲ୍ ମିଶିଲେ ପେଟ୍ରୋଲ ଦର କମିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ଦାବି କେବଳ ନିର୍ବାଚନୀ ଧୂଆଁବାଣ ।
ବିଜେଡି ପ୍ରତି ବଢୁଛି ଜନ ଆଶୀର୍ବାଦ, ୨୦୨୪ ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ
ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ବିଜେଡି ସଂପୂର୍ଣ୍ଣ ପ୍ରସ୍ତୁତ। ଆସନ୍ତା ୧୫ ତାରିଖରେ ବିଜେଡିର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡି ନେତା ଓ କର୍ମୀ ସଂକଳ୍ପ ନେଇଛନ୍ତି। ଘରେ ଘରେ ଶଙ୍ଖ କାର୍ଯକ୍ରମ ସହ ‘ମୁଁ ବି ହେବି ନବୀନଙ୍କ ସାରଥି’ କାର୍ଯ୍ୟକ୍ରମ ଦଳକୁ ବଡ଼ ସଫଳତା ଦେଇଛି। ଆଗକୁ ଏହି ଧାରା ଜାରି ରହିବ ବୋଲି ଶାସକ ଦଳ ବିଧାୟକ ମତ ରଖିଛନ୍ତି।
ବିଜେଡି ପ୍ରତି ବଢୁଛି ଜନ ଆଶୀର୍ବାଦ। ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେଲେଣି ଭୋଟର। କାର୍ଯ୍ୟକାରିଣୀରେ ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଘରେ ଘରେ ଶଙ୍ଖ ଅଭିଯାନକୁ ମିଳୁଛି ବଡ଼ ସଫଳତା। ୨୦୨୪ରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ଓଡ଼ିଶା। ବିଜେଡିର ଘରେ ଘରେ ଶଙ୍ଖ ଅଭିଯାନକୁ ମିଳୁଛି ଜନ ଆର୍ଶୀବାଦ। ମୁଁ ବି ହେବି ନବୀନଙ୍କ ସାରଥି କାର୍ଯ୍ୟକ୍ରମରେ ଦଳକୁ ଚବିଶରେ ବଡ଼ ସଫଳତା ଦେବା ପାଇଁ ବିଜେଡିର ଯୁବ ଓ ଛାତ୍ର ସେନାପତି ସଂକଳ୍ପ ନେଇଛନ୍ତି। ଜନସେବା, ଦଳୀୟ ସଂଗଠନ ସହ ନିର୍ବାଚନ ପ୍ରସ୍ତୁତି ଜୋରଦାର କରିଛି ବିଜେଡି। ଆସନ୍ତା ୧୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶଙ୍ଖଭବନରେ ବସିବ ବିଜେଡି କାର୍ଯ୍ୟକାରିଣୀ। ଓଡ଼ିଶାବାସୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଲୋକପ୍ରିୟ ନବୀନ ପୁଣି ମୁଖ୍ୟମନ୍ତ୍ରୀ ହୋଇ ଜାତୀୟ ରାଜନୀତିରେ ନୂଆ ରେକର୍ଡ କରିବେ। ବିଜେଡିର ବଡ଼ ବିଜୟ ପାଇଁ ପ୍ରତିଜ୍ଞା କରିଛନ୍ତି ନେତା। ସମସ୍ତଙ୍କ ପାଖରେ ସରକାରଙ୍କ ଲୋକପ୍ରିୟ ଯୋଜନା ପହଞ୍ଚାଇବାକୁ ଜନସଂପର୍କ ଯାତ୍ରାରେ ଫୋକସ୍ କରାଯାଇଛି।
ମିଶନ ୨୦୨୪ ପାଇଁ ବିଜେଡି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢି ଚାଲିଛି। ନବୀନଙ୍କ ୨୬ବର୍ଷ ଜନସେବା, ଲୋକାଭିମୁଖୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ଦଳ ପାଇଁ ବଡ଼ ବିଜୟ ଆଣିବ ବୋଲି ବିଜେଡି କହିଛି। ପ୍ରତି ନିର୍ବାଚନରେ ବିଜେଡିର ଭୋଟହାର ବୃଦ୍ଧି ପାଇବା ସହ ଚବିଶରେ ନବୀନଙ୍କ ପ୍ରତି ଜନ ସମର୍ଥନର ସୁଅ ଛୁଟିବ। ରାଜ୍ୟରେ ଜାରି ରହିଥିବା ରୂପାନ୍ତରଣ ଯାତ୍ରା ଜନ ସାଧାରଣଙ୍କୁ ବେଶ ପ୍ରଭାବିତ କରିଥିବାରୁ ନବୀନଙ୍କୁ ପୁଣି ରାଜ୍ୟ ଶାସନର ଭାର ଦେବା ପାଇଁ ଓଡ଼ିଶାବାସୀ ମନସ୍ଥ କରିଥିବା ବିଜେଡି କହିଛି।
ସାନ ସିନା ଜ୍ଞାନ ତା ମହାନ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ୩ ବର୍ଷର କୁନି ଝିଅ ଆରଭି ୟୁଭାନିକା
ଭୁବନେଶ୍ବର: କୁନି ବୟସ ହେଲେ ଅଗାଢ ଜ୍ଞାନ । ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ଭୁବନେଶ୍ବରର ଆରଭି ୟୁଭାନିକା । ସେ ଅନର୍ଗଳ ବାହରୁଛି ଶ୍ଳୋକ, ହନୁମାନ ଚାଳିଶା, ଜାତୀୟ ସଂଗୀତ, ଉତ୍କଳ ଜନନୀ, ସାଧାରଣ ଜ୍ଞାନ ଭଳି କେତେ କଣ । ଆରଭିଙ୍କ ଏହି ସଫଳତା ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା ।
ସାନ ସିନା ଜ୍ଞାନ ତାର ମହାନ । ମାତ୍ର ୩ ବର୍ଷ ବୟସରେ କୁନି ଝିଅର କମାଲ । ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ବିସ୍ମୟ ବାଳିକା ଆରଭି ୟୁଭାନିକା । ମୁହଁରୁ ଅନର୍ଗଳ ବାହରୁଛି ଶ୍ଳୋକ, ହନୁମାନ ଚାଳିଶା, ଜାତୀୟ ସଂଗୀତ, ଉତ୍କଳ ଜନନୀ, ସାଧାରଣ ଜ୍ଞାନ । ଏହାସହ ୨୮ ରାଜ୍ୟ ଓ ତାହାର ରାଜଧାନୀ, ୧୨ ଜଣ କବି ଓ ସେମାନଙ୍କ ଉପାଧି ନାମ, ୧୦ ଜଣ ଲେଖକ ରଚନା କରିଥିବା ଗ୍ରନ୍ଥ ଓ ଉପନ୍ୟାସର ନାମ ଭଳି କେତେବେ କଣ ରହିଛି ଭୁବନେଶ୍ବରର ଆରଭିଙ୍କ ଜିଭ ଅଗରେ । ୪୭ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରଭି । ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଯୁବ ଇଞ୍ଜିନିଅର ଚନ୍ଦନ ରାଉତ ଓ ମାତା ଇଞ୍ଜିନିଅର ସ୍ବପ୍ନାଶ୍ରୀ ସାମଲଙ୍କ କନ୍ୟା ଅଟନ୍ତି ଆରଭି ।
ଆରଭିଙ୍କ ଏହି ସଫଳତା ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ପାଇଛନ୍ତି ସମ୍ବର୍ଦ୍ଧନା । ଭୁବନେଶ୍ବରର ରୋଟାରି ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ଜଜବା ଟ୍ରଷ୍ଟ ଅଧ୍ୟକ୍ଷ ସଫଦର ହସୀମ, ବିଶିଷ୍ଟ ଆଇନଜୀବୀ ହାସନ ଖାଁ, ଅଭିନେତା ବାବୁ ରାଜା, ଯୁବ ସମାଜସେବୀ ଗାୟତ୍ରୀ ମିଶ୍ର ଏହି କୁନି ଶିଶୁକୁ ଆଶିର୍ବାଦ ପ୍ରଦାନ କରିଛନ୍ତି । ଆଗକୁ ଏସିଆ ଓ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବା ନେଇ ଆଶାବାଦୀ ଅଛନ୍ତି ଆରଭିଙ୍କ ମାତା ପିତା ।
କଟକରେ ବ୍ୟାଡମିଣ୍ଟନ ଫିଭର, ଜଲୱା ଦେଖାଉଛନ୍ତି ବିଶ୍ବର ସିଡେଡ ସଟଲର
କଟକ: ସିଲଭର ସିଟିରେ ସଟଲ ଜଲୱା । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଓଡିଶା ମାଷ୍ଟର୍ସ ବି.ଡବ୍ଲୁ.ଏଫ ସୁପର ହଣ୍ଡ୍ରେଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଛଅ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ବର ୨୭ଟି ଦେଶର ୩୨୭ରୁ ଅଧିକ ପୁରୁଷ ଓ ମହିଳା ଖେଳାଳି ଭାଗ ନେଇଛନ୍ତି । ଟୁର୍ଣ୍ଣାମେଣ୍ଟ ପାଇଁ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମକୁ ଖୁବ ସୁନ୍ଦର ଭାବେ ସଜ୍ଜା ଯାଇଛି । ଚାରୋଟି ମୁଖ୍ୟ କୋର୍ଟରେ ମ୍ୟାଚ ଖେଳାଯାଉଥିବା ବେଳେ ଗୋଟିଏ ପ୍ରାକ୍ଟିସ କୋର୍ଟ ରଖାଯାଇଛି।
କଟକରେ ବ୍ୟାଡମିଣ୍ଟନ ଫିଭର । ଜଲୱା ଦେଖାଉଛନ୍ତି ବିଶ୍ବର ସିଡେଡ ସଟଲର । ୨୭ ଦେଶର ୩୨୭ରୁ ଅଧିକ ଖେଳାଳିଙ୍କ ବେଷ୍ଟ ପରଫର୍ମାନସ । କୋଳାହଳମୟ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ । ଆରମ୍ଭ ହୋଇଛି ଓଡିଶା ମାଷ୍ଟର୍ସ ବି.ଡବ୍ଲୁ.ଏଫ ସୁପର ଟୁର୍ଣ୍ଣାମେଣ୍ଟ । ପ୍ରତିଭା ଦେଖାଉଛନ୍ତି ଖେଳାଳି । ଲଗାତର ଦ୍ବିତୀୟଥର ପାଇଁ ଏଠାରେ ଆୟୋଜିତ ହୋଇଛି ବ୍ୟାଡମିଣ୍ଟନ ମହାକୁମ୍ଭ । ଏଥିରେ ସାରା ବିଶ୍ବର ୨୭ଟି ଦେଶର ୩୨୭ ସିଡେଡ୍ ଖେଳାଳି ଭାଗ ନେଇଛନ୍ତି। ଡେନମାର୍କ, ଇଟାଲୀ, ଇଂଲଣ୍ଡ, ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ, ବାଙ୍ଗଲାଦେଶ, ନେପାଳ ଭଳି ଦେଶର ଶ୍ରେଷ୍ଠ ଖେଳାଳି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି ।
ଗତବର୍ଷ ମଧ୍ୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ମାଷ୍ଟର୍ସ ବି.ଡବ୍ଲୁ.ଏଫ ସୁପର ହଣ୍ଡ୍ରେଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜିତ ହୋଇଥିଲା । ଗତଥର ଭଳି ଚଳିତ ଥର ମଧ୍ୟ ଖୁବ ଅଧିକ ସଂଖ୍ୟାରେ ଖେଳାଳି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ପ୍ରିୟାଂଶୁ ରାଜପଥ, ସାଇ ପ୍ରଣିତ ଭଳି ବଛା ବଛା ଖେଳାଳି ଅଛନ୍ତି । ଓଡିଶାରୁ ଦୁଇ ଭଉଣୀ ତଥା ଜଣାଶୁଣା ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ଓ ଶ୍ବେତପର୍ଣ୍ଣା ଏଥିରେ ଭାଗ ନେଇଛନ୍ତି ।
ଭୁବନେଶ୍ବର ସହରର କାନ୍ଥ, ଗଛ, ଓ ବିଦ୍ୟୁତ ଖୁଣ୍ଟରେ ଟୁଲେଟ ଓ ବିଜ୍ଞାପନ ମାରୁଥିଲେ ସାବଧାନ !
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସହରର କାନ୍ଥ, ଗଛ, ଓ ବିଦ୍ୟୁତ ଖୁଣ୍ଟରେ ଟୁଲେଟ ଓ ବିଜ୍ଞାପନ ମାରୁଥିଲେ ସାବଧାନ । ଟୁଲେଟ ଓ ବିଜ୍ଞାପନ ଲଗାଇବାରୁ ୩ ଜଣଙ୍କ ଠାରୁ ୫୦ ହଜାର ଲେଖାଏଁ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ବିଏମସି । କେବଳ ଜରିମାନା ନୁହେଁ ବିଜ୍ଞାପନ ଲଗାଇଥିବା ସଂପୃକ୍ତ ସଂସ୍ଥା ନାଁରେ ଥାନାରେ ଏତଲା ଦିଆଯାଇଛି । ବିନା ଅନୁମତିରେ ବିଜ୍ଞାପନ ଲଗାଉଛନ୍ତି । ଏ ସବୁ ଲଗାଇବା ଦ୍ବାର ସୌନ୍ଦର୍ଯ୍ୟକରଣ , ପରିବେଶ ନଷ୍ଠ ଏବଂ ମାନବ ସମ୍ବଳ ଉପରେ ପ୍ରଭାବ ପଡୁଥିବା ବିଏମସି କମିଶନର କହିଛନ୍ତି ।
ମହଙ୍ଗା ପଡିଲା ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଟୁଲେଟ- ବିଜ୍ଞାପନ ମାରିବା । ମିଶନ କ୍ନିନ ଟିପିଡବ୍ଳୁକୁ ଅମାନିଆଙ୍କ ବାଧା । ନିୟମ ନମାନି ଜରିମାନା ଗଣିଲେ ଉଲଂଘନକାରୀ । ବିଜ୍ଞାପନ ଦ୍ବାରା ନଷ୍ଟ ହେଉଛି ସହରର ସୌନ୍ଦର୍ଯ୍ୟକରଣ । ହଜାରେ କି ଦୁଇ ହଜାର ନୁହେଁ ପୁରା ଗଣିଲେ ୫୦ ହଜାର । ଭୁବନେଶ୍ବର ଫାଷ୍ଟ ଅଭିଯାନକୁ ଜୋରଦାର କରିବାକୁ ବିଏମସି ଦିନ ରାତି ଏକ କରିଛି । ହେଲେ କିଛି ଲୋକ ଓ ସଂସ୍ଥା ସୌନ୍ଦ୍ୟର୍ଯ୍ୟକରଣକୁ ବିଗାଡୁଛନ୍ତି । କିଏ ଗଛରେ ଟ୍ୟୁସନ ପାଇଁ ବିଜ୍ଞାପନ ଦେଉଛି ତ, ଆଉ କିଏ ବିଦ୍ୟୁତ ଖୁଣ୍ଟରେ ଘର ଭଡା ପାଇଁ ଟୁ-ଲେଟ ମାରୁଛି । ଆଉ କେଉଁ ସଂସ୍ଥା କାନ୍ଥରେ ବିଜ୍ଞାପନରେ ପୋତି ଦେଇଛି । ଏଠି ବ୍ୟବସାୟର ପ୍ରଚାରର ପାଇଁ ରଙ୍ଗୀନ କାନ୍ଥରେ ଲଗାଇଛି ପୋଷ୍ଟର । ବିନା ଅନୁମତିରେ ବେଆଇନ ଭାବରେ ଟୁଲେଟ ଓ ବିଜ୍ଞାପନ ମାରି ୩ ଜଣଙ୍କ ଠାରୁ ଦେଢ ଲକ୍ଷ୍ୟ ଟଙ୍କା ଜରିମାନା ଆଦାୟ ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଥାନାରେ ଏତଲା ଦେଇଛି ବିଏମସି ।
ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ପୋଷ୍ଟର ଲାଗିବା ଦ୍ବାରା ପରିବେଶ ନଷ୍ଟ ହେଉଛି । ଏ ସବୁ ସଫା କରିବା ପାଇଁ ସ୍ପ୍ରେ ମେସିନ ଓ କର୍ମଚାରୀ ନିୟୋଜିତ ହେଉଛନ୍ତି । ଏ ସବୁ ଦ୍ବାରା ବିଏମସିର ଅଯଥା ଟଙ୍କା ଖର୍ଚ୍ଚ ହେଉଛି । ଯିଏ ବି ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ କରିବ ସେମନାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ଚେତାବନୀ ଦେଇଛନ୍ତି ।
କିଏ ସେ ନିର୍ଦ୍ଦୟୀ? ଯିଏକି ଫିଙ୍ଗିଦେଲା ବୋରଓ୍ବେଲରେ..
ସମ୍ବଲପୁର: କିଏ ସେ ନିର୍ଦ୍ଦୟୀ, କିଏ ସେ ଅମାନୁଷିକ ? ନଜବାତକକୁ କିଏ ଫିଙ୍ଗିଦେଲା ବୋରଓ୍ବେଲରେ ? ଆଲୁଅକୁ ଦେଖୁ ଦେଖୁ ବୋରଓ୍ବେଲର ଅନ୍ଧାର ଗାତକୁ କିଏ ଠେଲିଦେଲା ନିଷ୍ପାପ ଶିଶୁକୁ ? ଶିଶୁଟିକୁ ବୋରଓ୍ବେଲରେ କେହି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଏଭଳି କାଣ୍ଡକୁ ଯେତେ ସମାଲୋଚନା, ନିନ୍ଦା କଲେ ବି କମ୍ ପଡ଼ିଯିବ । ଶିଶୁଟି କନ୍ୟା କି ପୁତ୍ର ସନ୍ତାନ ସ୍ପଷ୍ଟ ହୋଇନାହିଁ । ଶିଶୁଟିର ବାପାମାଆଙ୍କ ପରିଚୟ ମଧ୍ୟ ମିଳିପାରିନି । କିନ୍ତୁ କିଏ ଏଭଳି ପଶୁ ଭଳି କାମ କରିଛି ତାହା ମଧ୍ୟ ଅସ୍ପଷ୍ଟ । ହେଲେ ଏଭଳି ପଶୁଭଳି କାମ ମଣିଷର ମାନବିକତା ଉପରେ ପ୍ରଶ୍ନ ଉଠାଇଛି ।
କିଏ ଏବଂ କାହିଁକି ଏଭଳି କାମ କରିଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିରହିଛି । କଅଁଳ ଶିଶୁଟି କଇଁ କଇଁ କାନ୍ଦୁଥିବାବେଳେ ଶୁଣିଲା ବେଳକୁ ଛାତି ଫାଟି ପଡ଼ୁଛି । ଯେ କେହି ବି ଏ ଖବର ଶୁଣୁଛି ସେ ସେଠାକୁ ଧାଇଁ ଯାଉଛି । ମାତ୍ର କେଉଁ ରାକ୍ଷସୀ ମାଆ ଏଭଳି ,କ ନାରକୀୟ କାଣ୍ଡ ଭିଆଇଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

