୬ଟି ସ୍ଥାନରେ ଚାଲିଛି ପକ୍ଷୀ ଗଣନା, ପୂର୍ବ ବର୍ଷ ଅପେକ୍ଷା ବଢ଼ିଛି ବିଦେଶୀ ପକ୍ଷୀଙ୍କ ଆଗମନ

1 min read

ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ସ୍ଥାନରେ ଚାଲିଛି ପକ୍ଷୀ ଗଣନା । ୬ଟି ସ୍ଥାନରେ ଗଣତି କରୁଛନ୍ତି ୨୦ ଜଣରୁ ଅଧିକ ବନ କର୍ମଚାରୀ । ରାଜ୍ୟରେ ପୂର୍ବ ବର୍ଷ ଅପେକ୍ଷା ବଢ଼ିଛି ବିଦେଶୀ ପକ୍ଷୀଙ୍କ ଆଗମନ । ଏପଟେ ଅସ୍ତରଙ୍ଗ ଓ ବ୍ରହ୍ମଗିରି ଡିଭିଜନରେ ପକ୍ଷୀ ଗଣତି କରୁଛନ୍ତି ବିଶେଷଜ୍ଞ ଟିମ୍। ଚାଲିଛି ପକ୍ଷୀ ଗଣନା । କେନ୍ଦୁଝର ଜିଲ୍ଲାର ୨୧ଟି ସ୍ଥାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା l ଏହି କାର୍ଯ୍ୟରେ ୨୧ଟି ଟିମର ୬୦ଜଣ ପକ୍ଷୀ ଗଣନାକାରୀ ସାମିଲ ହୋଇଛନ୍ତି । ନାଳପଡା ଡ୍ୟାମ, ବଡଶାସନ ପୋଖରୀ , ଟିକରପଡା ଡ୍ୟାମ , ସାପୁଆ ଡ୍ୟାମରେ ଚାଲିଛି ଗଣନା କାର୍ଯ୍ୟ। ଚଳିତ ବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଅଧିକ ଥିବା ନେଇ ଆଶା କରାଯାଉଛି । ସେହିପରି ଡମପଡା ବନ ବିଭାଗ ପକ୍ଷରୁ ମହାନଦୀ ସମେତ ୪ ଟି ସ୍ଥାନରେ ଚାଲିଛି  ପକ୍ଷୀ ଗଣନା। ବାଙ୍କୀ ମହାନଦୀ ସମେତ , ଜାରିଆ ପାଟ , ଅରାଚଣ୍ଡୀ ପାଟ , ପାଥପୁର ପାଟରେ ଚାଲିଛି ପକ୍ଷୀ ଗଣନା । ଏଥିରେ ୫ ଟି ଟିମ ନିୟୋଜିତ ହୋଇଛନ୍ତି ।

ରେଢ଼ାଖୋଲ ହରିହର ଜୋର ସମେତ ୩୩ଟି ସ୍ଥାନରେ ଚାଲିଛି ପକ୍ଷୀ ଗଣନା । ହରିହର ଜୋର ଜଳଭଣ୍ଡାରରେ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି  ୩୪ଟି ଟିମର ୫୬ଜଣ ବନ କର୍ମଚାରୀ  । ବିଶେଷ ଭାବରେ ବିଦେଶୀ ପକ୍ଷୀ ଉପରେ ନଜର ରଖିଛି ବନ ବିଭାଗ ର । ଗତବର୍ଷ ୪୨ ପ୍ରଜାତି ପକ୍ଷୀ ସହିତ ସର୍ବମୋଟ ୨୩୦୦ ପକ୍ଷୀ ରହିଥିଲେ । ସେହିପରି କୁଳଡିହା ଅଭୟାରଣ୍ୟ ଓ ନୀଳଗିରିରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୫ଟି ସ୍ଥାନରେ ଚାଲିଛି ଗଣନା । ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବନ ବିଭାଗର ୫ଟି ଟିମ୍ ସହ ୨୦ ଜଣରୁ ଅଧିକ ବନ କର୍ମଚାରୀ । କୁଳଡିହା ଅଭୟାରଣ୍ୟ ଭିତରେ ଥିବା ଖୁମକୁଟ, ବୁଗାଳିବନ୍ଧ, ରିଶିଆ, ସାତଘାଟି ଆଦି ସ୍ଥାନରେ ଗଣନା ଚାଲିଥିବା ବେଳେ ନୀଳଗିରି ପଦ୍ମତୋଳା ହ୍ରଦରେ ମଧ୍ୟ ଚାଲିଛି ପକ୍ଷୀ ଗଣନା। ସେପଟେ ପୁରୀ ଡିଭିଜନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏହି ଡିଭିଜନରେ ୫ଟି ରେଞ୍ଜରେ ୨୫ଟି ଟିମ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ବ୍ରହ୍ମଗିରି ରେଞ୍ଜ ଅଧୀନରେ ପକ୍ଷୀ ଗଣନା ଆରମ୍ଭ କରାଯାଇଛି। ୪ଟି ଜୋନରେ ୪ଟି ଟିମକୁ ନେଇ ଗଣନା କରାଯାଉଛି ।