ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ଖେଳିବେନି କୋହଲି

1 min read

ନୂଆଦିଲ୍ଲୀ: ବିରାଟଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର । ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ଖେଳିବେନି ବିରାଟ କୋହଲି । ବ୍ୟକ୍ତିଗତ କାରଣରୁ କୋହଲି ଖେଳିବେ ନାହିଁ ବୋଲି କହିଥିବାବେଳେ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏହି ସୂଚନା ଦେଇଛନ୍ତି । ଆସନ୍ତା ୧୧ ତାରିଖରେ ପ୍ରଥମ ଟି-୨୦ ଅନୁଷ୍ଠିତ ହେବାକୁ ଥିବାବେଳେ କୋହଲି ଖେଳିବେ ନାହିଁ । ଜାନୁଆରୀ ୧୧ ତାରିଖରେ କୋହଲିଙ୍କ ଝିଅ ଭାମିକାଙ୍କ ଜନ୍ମଦିନ । ଏହି କାରଣରୁ ସେ ଖେଳିବେ ନାହିଁ ବୋଲି ଅନୁମାନ କରାଯାଉଛି । ତେବେ ସେ ଯାହାବି ହେଉ ବ୍ୟକ୍ତିଗତ କାରଣୁ ପ୍ରଥମ ଟି-୨୦ରୁ ନିଜର ନାମକୁ ପ୍ରତ୍ୟାହାର କରିଛନ୍ତି କୋହଲି । ମାତ୍ର ବାକି ଦୁଇ ମ୍ୟାଚ ଖେଳିବେ । ଜାନୁଆରୀ ୧୪ ଏବଂ ୧୭ରେ ଦ୍ବିତୀୟ ଏବଂ ତୃତୀୟ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚରେ ଦଳକୁ ଫେରିବେ କୋହଲି । ଦୀର୍ଘ ୧୪ ମାସ ପରେ କୋହଲି ଟି-୨୦ ଦଳକୁ ଫେରିଛନ୍ତି । ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ଖେଳୁଥିବା କୋହଲି ଟି-୨୦ ଦଳକୁ ଫେରୁଥିବାବେଳେ ଆଗକୁ ଆସୁଥିବା ଟି-୨୦ ବିଶ୍ବକପରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଦଳ ଟି-୨୦ ସିରିଜ ଖେଳିବ । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ସେ ଦଳରୁ ବାଦ ପଡ଼ିଛନ୍ତି । ଏହାସହ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳରେ ନାହାନ୍ତି । ଯୁବ ଖେଳାଳିମାନେ ଦଳରେ ସ୍ଥାନ ପାଇଥିବାବେଳେ ଭାରତରେ ଅନୁଷ୍ଠିତ ଏହି ସିରିଜ କାହା ସପକ୍ଷରେ ଯିବା ବେଶ ଗୁରୁତ୍ବ ବହନ କରୁଛି । ଟି-୨୦ ବିଶ୍ବକପ ପୂର୍ବରୁ ଏହା ପ୍ରଥମ ଦ୍ବିପାକ୍ଷିକ ସିରିଜ୍। ଏଣୁ ଖେଳାଳିଙ୍କ ପ୍ରଦର୍ଶନ ବିଶ୍ବକପ ଦଳ ପାଇଁ ବେଶ ଗୁରୁତ୍ବ ବହନ କରୁଛି ।