ଅଭିଜିତଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

1 min read

ନୟାଗଡ଼: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ଧାରକୋଟ ଗାଁର ଅଭିଜିତ ମିଶ୍ର କିଡନୀ ରୋଗରେ ଆକ୍ରାନ୍ତ। ଯବାନ ହୋଇ ଦେଶମାତୃକାର ସେବା କରିବା ପାଇଁ ପ୍ରସ୍ତୁତ ହେଉଥିଲେ ହେଲେ ଆଜି ନିଜ ଜୀବନ ପାଇଁ ଲଢେଇ କରୁଛନ୍ତି । ଚିକିତ୍ସା ପାଇଁ ଦରକାର ୧୦ ରୁ ୧୫ ଲକ୍ଷ ଟଙ୍କା।

ମୋ ସଂସାର ଭାସିଗଲା , ମୋ ପୁଅକୁ ବଞ୍ଚେଇଦିଅ । ଦେଶର ସେବା କରିବା ପାଇଁ ପୁଅ ଦେଖୁଥିଲା ସ୍ବପ୍ନ । ହେଲେ ସବୁ କିଛି ହୋଇଗଲା ଓଲଟ ପାଲଟ ।  ଏବେ ନିଜ ଜୀବନ ବଞ୍ଚାଇବା ପାଇଁ କରୁଛି ସଂଗ୍ରାମ । ଶଯ୍ୟାରେ ପୁଅକୁ ଦେଖି ମା’ ଆଖିରେ  ଶୁଖୁନି ଲୁହ । ନୟାଗଡ଼ ଦଶପଲ୍ଲା ବ୍ଲକ ଅନ୍ଧାରକୋଟ ଗାଁର  ଅଭିଜିତ ମିଶ୍ର । ଯବାନ ହୋଇ ଦେଶମାତୃକାର ସେବା କରିବା ପାଇଁ ପ୍ରସ୍ତୁତ ହେଉଥିଲେ ହେଲେ ଆଜି ନିଜ ଜୀବନ ପାଇଁ ଲଢେଇ କରୁଛନ୍ତି । ଚିକିତ୍ସା ପାଇଁ ଦରକାର ୧୦ ରୁ ୧୫ ଲକ୍ଷ ଟଙ୍କା ।

ଅଭିଜିତଙ୍କ ବାପା ପୂଜକ ଭାବେ କାର୍ଯ୍ୟ କରନ୍ତି । ୨୦୨୩ ମସିହା ଜାନୁଆରୀ ମାସରେ ହଠାତ ଅଭିଜିତ ଅସୁସ୍ଥ ହେବା ପରେ ଚିକିତ୍ସା କରିବାରୁ ଜଣାପଡିଲା କିଡ଼ନୀ ଖରାପ ଅଛିl କିଛି ମାସ ପରେ ୨ଟି ଯାକ କିଡ଼ନୀ ସମ୍ପୂର୍ଣ୍ଣ ନଷ୍ଟ ବୋଲି ଡାକ୍ତର କହିଲେ । ଯାହା କିଛି ସଂଚିତ ଅର୍ଥ ଏବଂ ଜାଗା ବାଡ଼ି ଥିଲା ବିକ୍ରି କରି ପୁଅ ଚିକିତ୍ସାରେ ଲଗାଇଲେ  ପରିବାର। ହେଲେ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ । ଏଥିପାଇଁ ଦରକାର ୧୦ ରୁ ୧୫ ଲକ୍ଷ ଟଙ୍କା l ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଲୋକଙ୍କଠାରୁ ଆର୍ଥିକ ସହାୟତାର ଅପେକ୍ଷାରେ ପରିବାର ।