spot_img
Home Blog Page 2555

ଓଡ଼ିଆ ପୁଅ କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର – ଓଡ଼ିଆ ପୁଅ କିଶୋର କୁମାର ଜେନାଙ୍କୁ ରାଜ୍ୟ ସରକାର ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଚାଇନାରେ ଚାଲିଥିବା ଏସିଆନ୍ ଗେମସ ପ୍ରତିଯୋଗିତାରେ ସଫଳତା ପାଇଁ କିଶୋରଙ୍କୁ ଅଭିନନ୍ଦନ ଜଣାଇବା ସହ କିଶୋରଙ୍କ ସଫଳତା ଉଭୟ ରାଜ୍ୟ ଓ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର କ୍ରୀଡ଼ା ଇତିହାସରେ ଏହା ସ୍ମରଣୀୟ ହୋଇ ରହିବ। ଏହି ପୁରସ୍କାର ତାଙ୍କର ପ୍ରଦର୍ଶନ, ତାଙ୍କ ଦୃଢ଼ତା ଓ ଦୃଢ଼ ସଂକଳ୍ପକୁ ମାନ୍ୟତା ଦେଉଛି । ଏସିଆନ୍ ଗେମସରେ ସେ ବିଜୟୀ ହେବା ଓ ପ୍ୟାରିସ୍ ଅଲମ୍ପିକ ନିମନ୍ତେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି ।Asian Games Athletics: Kishore Kumar Jena qualifies for Olympics

କିଶୋରଙ୍କ ବିଜୟ ନା କେବଳ ତାଙ୍କର ବ୍ୟକ୍ତିଗତ ଉତ୍କର୍ଷତାକୁ ଦର୍ଶାଉଛି  । ସମଗ୍ର ଦେଶରେ ଉଦୀୟମାନ କ୍ରୀଡ଼ାବିତଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ପ୍ୟାରିସ୍ ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ତାଙ୍କୁ ସବୁପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।

୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆହୁରି ଅଧିକ ସୁଦୃଢ ହେବ ରାଜ୍ୟର ସ୍ବାସ୍ଥ୍ୟସେବା  । ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠି ବିନିଯୋଗରେ ଏହି ଆମ୍ବୁଲାନ୍ସ କ୍ରୟ କରାଯାଇଛି  । ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବିନିଯୋଗରେ କ୍ରୟ ହୋଇଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସକୁ ପତକା ଦେଖାଇ ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋଗୀସେବା ଯୋଗାଇଦେବା ଉଦ୍ଦେଶ୍ୟରେ କ୍ରୟ ହୋଇଥିବା ଏହି ୨୬ଟି ଆମ୍ବୁଲାନ୍ସ ପାଇଁ ୧୦.୯୨ କୋଟି ଟଙ୍କା ବିନିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନାକୁ ନେବା ପାଇଁ ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସଫଳତାର ସହ କାର୍ଯ୍ୟ କରୁଛି । May be an image of 10 people, ambulance, van, dais and text

ଜୀବନ ରକ୍ଷାକାରୀ ସୁବିଧା ଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସ ସାମିଲ ହେବାପରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ ହେବ। ଟୋଲ୍ ଫ୍ରି ନମ୍ବର ୧୦୮କୁ ଫୋନ୍ କରି ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସୁବିଧା ଉପଲବ୍ଧ ହେଉଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ , 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢୁଛି ବୈତରଣୀ ନଦୀର ଜଳସ୍ତର

ଭଦ୍ରକ : ବଢୁଛି ବୈତରଣୀ ନଦୀର ଜଳସ୍ତର । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢୁଛି ବୈତରଣୀ ନଦୀର ଜଳସ୍ତର । ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର । ନଦୀର ବିପଦ ସଂକେତ 17 ଦଶମିକ 83 ମିଟର ଥିବା ବେଳେ ଏବେ 17 ଦଶମିକ 91 ମିଟର ଉପରେ ବନ୍ୟାଜଳ  ପ୍ରବାହିତ ହେଉଛି । ଦୁଇଦିନ ହେବ ଲଗାଣ ବର୍ଷା ହେବା ଫଳରେ ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ବୈତରଣୀରେ ବନ୍ୟା ଆଶଙ୍କା କରାଯାଉଛି । Water level rises in Baitarani - OrissaPOST

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର

ବାଲେଶ୍ୱର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳକା ନଦୀର ଜଳସ୍ତର । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ବୃଦ୍ଧି ପାଇ ୬.୩୩ ମିଟର ଉପରେ ପ୍ରବାହିତ ହେଉଛି । ବର୍ଷା ଲାଗି ରହିଥିବା ବେଳେ ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ଯା ଆଶଙ୍କା ପାଇଁ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ।

ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଲଘୁଚାପ ସକ୍ରିୟ ଥିବାରୁ ଆହୁରି ଦୁଇଦିନ ବର୍ଷା ହେବ ବୋଲି ସୂଚନା ଥିବାରୁ ବନ୍ୟା ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ, ତେବେ ବସ୍ତା ଏବଂ ସଦର‌ ବ୍ଲକର ପାଖାପାଖି ୧୨ଟି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା କରାଯାଉଛି ।

ବଙ୍ଗୀୟ ସମାଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଓ ପ୍ରଶଂସା

ନବରଙ୍ଗପୁର : ବଙ୍ଗୀୟ ସମାଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଓ ପ୍ରଶଂସା। ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର। ଏଣିକି ଆଉ ସରକାରୀ କାର୍ଯ୍ୟରେ  ଦରକାର ପଡ଼ିବନି ପରିବାର ପରିଚୟ ପତ୍ର।  ପରିବାର ପରିଚୟ ପତ୍ର କୁ ନେଇ ବଙ୍ଗୀୟ ସମାଜ ଓ ପ୍ରଶାସନ ମଧ୍ୟରେ ବିଭିନ୍ନ ସମୟରେ ବିବାଦ ଦେଖା ଦେଉଥିଲା । 5ଟି ସଚିବ ଭି କେ ପାଣ୍ଡିଆନ ଗତ ମାର୍ଚ୍ଚ ୧୮ ତାରିଖ ଦିନ ଉମରକୋଟ ଗସ୍ତ ସମୟରେ ଉମରକୋଟ ଓ ରାଇଘର ବଙ୍ଗୀୟ ସମାଜକୁ ସାକ୍ଷାତ କରିଥିଲେ ।

ଫାଇଭ ଟି ସଚିବଙ୍କୁ ପରିଚୟପତ୍ର ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଅନୁରୋଧ କରିଥିଲେ ଲୋକେ। ଫଳସ୍ୱରୂପ ରାଜ୍ୟ ସରକାର ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ଜାତି ଓ ବାସସ୍ଥାନ ପ୍ରମାଣ ପତ୍ର ପ୍ରଦାନ ସମୟରେ ବଙ୍ଗୀୟ ଲୋକଙ୍କୁ ପରିବାର ପରିଚୟ ପତ୍ର ନ ମାଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏସିଆନ ଗେମ୍ସର ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ ଓଡ଼ିଆ ପୁଅ କିଶୋର

ନନ୍ଦିଘୋଷ ବ୍ୟୁରୋ : ଏସିଆନ ଗେମ୍ସରେ ଚମକିଲେ ଓଡ଼ିଆ ପୁଅ । ଜାଭେଲିନରେ କିଶୋର ଜେନାଙ୍କୁ ମେଡାଲ । ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ କିଶୋର । ୮୭.୫୪ ମିଟର ଥ୍ରୋ କଲେ କିଶୋର ଜେନା । ବିଶ୍ବ ଚାମ୍ପିଆନସିପ୍‌ରେ ୫ ନମ୍ବର ସ୍ଥାନରେ ଥିଲେ କିଶୋର । ୫୦ ଲକ୍ଷ ଟଙ୍କା ସହ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏସିଆନ ଗେମ୍ସ ପାଇଁ କହିଥିଲେ ‘ଅଲ ଦ ବେଷ୍ଟ’ । ପ୍ୟାରିସ ଅଲିମ୍ପିକ୍ସ ପାଇଁ କିଶୋରଙ୍କ ଯୋଗ୍ୟତା ଅର୍ଜନ। କିଶୋରଙ୍କ ନୂଆ ପର୍ସନାଲ ବେଷ୍ଟ ସ୍କୋର ୮୭.୫୪ ମିଟର । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ଜିତିଲେ ସୁନା ପୁଅ ନୀରଜ ଚୋପ୍ରା । ସେପଟେ ନୀରଜ ଚୋପ୍ରା ୮୮.୮୮ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ସେହିପରି କିଶୋର ଜେନା ୮୭.୫୪ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ପୂରା ପ୍ରତିଯୋଗିତାରେ ଦୁଇ ଭାରତୀୟ ଖେଳାଳିଙ୍କ ଭିତରେ ଟକ୍କର ଦେଖିବାକୁ ମିଳିଥିଲା । ଏମିତି କି ଗୋଟିଏ ରାଉଣ୍ଡରେ ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ଦେଇଥିଲେ କିଶୋର ଜେନା ।World Athletics Championships: Kishore Jena finishes 5th with personal best  of 84.77m, DP Manu grabs 6th spot - India Today

ହେଲେ ଚତୁର୍ଥ ରାଉଣ୍ଡରେ ନୀରଜ ନିଜର ବେଷ୍ଟ ଦେବା ସହିତ କିଶୋରଙ୍କୁ ପଛରେ ପକାଇ ଦେଇଥିଲେ । ଏହି ମ୍ୟାଚରେ ନୀରଜ ଚୋପ୍ରାଙ୍କୁ ଟକ୍କର ଦେଇଥିଲେ କିଶୋର ଜେନା । ତେବେ ନୀରଜଙ୍କ ପ୍ରଥମ ଥ୍ରୋ କିନ୍ତୁ ଟେକ୍ନିକାଲ କାରଣରୁ କାଉଣ୍ଟ କରାଯାଇନଥିଲା । ଏହାପରେ ସେ ୮୨.୩୮ ମିଟର ଥ୍ରୋ କରିଥିଲେ । ପରେ ପରେ କିଶୋର ଜେନା ମଧ୍ୟ ଏହି ରାଉଣ୍ଡରେ ୮୧.୨୬ ମିଟର ଏବଂ ଦ୍ୱିତୀୟ ଥରରେ ୮୪.୪୯ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ତେବେ ତୃତୀୟ ରାଉଣ୍ଡରେ ଦୁଇ ଖେଳାଳିଙ୍କ ଭିତରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତୃତୀୟ ରାଉଣ୍ଡରେ କିଶୋର ଜେନା , ସୁନା ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ଦେଇଥିଲେ ।

APP ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କଲା ED

ନୂଆଦିଲ୍ଲୀ : ଆପ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ଏବେ ସଞ୍ଜୟ ସିଂଙ୍କୁ ଗିରଫ କରିଛି ଇଡି । ଦିଲ୍ଲୀ ମଦ ନୀତି ମାମଲା କରିଛି ଗିରଫ। ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ଯସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚାଲିଥିଲା ରେଡ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟଙ୍କ ଘରେ ରେଡ କରିଥିଲା ଇଡି । ପୂର୍ବରୁ ଏହି ମାମଲାରେ ସଞ୍ଜୟଙ୍କ ନିକଟତର ଥିବା କେତେକ ବ୍ୟକ୍ତିଙ୍କ ଘରେ ବି ଯାଞ୍ଚ ହୋଇଥିବା ସୂଚନା ମିଳିଛି । ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ସଞ୍ଜୟଙ୍କ ନାମ ସ୍ଥାନୀତ ଥିଲା । ଇଡିର ଚାର୍ଜସିଟରେ କୁହାଯାଇଛି- ଦିଲ୍ଲୀଭିତ୍ତିକ ବ୍ୟବସାୟୀ ତଥା ମଦ ଦୁର୍ନୀତି ଅଭିଯୁକ୍ତ ଦିନେଶ ଆରୋରା ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସେଠାରେ ସଞ୍ଜୟ ସିଂ ଉପସ୍ଥିତ ଥିଲେ ।ED raids Sanjay Singh; AAP lashes out at BJP says, 'targeted for raising Adani matter in Parliament' | Mint

ଜେରା ବେଳେ ଦିନେଶ ଅତୀତରେ ସଞ୍ଜୟଙ୍କୁ ଏକ ଇଭେଣ୍ଟରେ ଭେଟିଥିଲେ ଏବଂ ପରେ ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପର୍କରେ ଆସିଥିଲେ । ଦିଲ୍ଲୀ ନିର୍ବାଚନ ପୂର୍ବରୁ ପାଣ୍ଠି ଯୋଗାଡ ଉଦ୍ଦେଶ୍ୟରେ ଏହି ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହା ସହ ଦିଲ୍ଲୀ ମଦ ବିଭାଗରେ ଦିନେଶଙ୍କ ବ୍ୟବସାୟ ସମ୍ପର୍କିତ ପଡିରହିଥିବା ଏକ ସମସ୍ୟାକୁ ବି ସମାଧାନ କରିବାରେ ସଞ୍ଜୟ ସହାୟତା କରିଥିଲେ । ଏହି ମାମଲାରେ ପୂର୍ବରୁ ଦିନେଶଙ୍କୁ ଗିରଫ କରିଥିଲା ଇଡି । ଦିଲ୍ଲୀ ମଦ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ଲାଗି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ନିର୍ଦ୍ଦେଶ ଦେଇଥିଲେ ।

ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ତଦନ୍ତରେ ସ୍ବଚ୍ଥତା ଅବଲମ୍ବନ କର । ଏକ ଠକେଇ ତଦନ୍ତ ମାମଲାର ଶୁଣାଣି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏହି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ପକ୍ଷରୁ ହୋଇଥିବା ୨ ଗିରଫଦାରୀକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ  । ଆକ୍ରୋଶମୂଳକ ଭାବେ ପ୍ରତିଶୋଧ ପରାୟଣ ନହୋଇ ତଦନ୍ତରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଆପଣାଇବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମସ୍ତ କାର୍ଯ୍ୟ ଓ ପଦକ୍ଷେପରେ ସ୍ବଚ୍ଛତା ରହିବା ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହରିୟାଣାର ଏକ ଅର୍ଥ ହେରଫେର ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଦୁଇ ଅଭିଯୋଗକାରୀ  ।Builders may have to pay land dues to Noida, Greater Noida Authorities at a  higher rate

ହାଇକୋର୍ଟ ଏହି ଦୁଇ ଅଭିଯୋଗକାରୀଙ୍କ ଆବେଦନକୁ ଖାରଜ କରି ଦେଇଥିଲା । ଦୁଇ ଅଭିଯୋଗକାରୀଙ୍କୁ ଗତ ଜୁନ ୧୪ ତାରିଖରେ ଅର୍ଥ ହେରଫେର ମାମଲାର ତଦନ୍ତ ଲାଗି ପଚରାଉଚରା କରିବାକୁ ଡାକିଥିଲା ଇଡି । ସେହି ଦିନ ଅନ୍ୟ ଏକ ନୂଆ ମାମଲା ରୁଜୁ କରି ତାଙ୍କୁ ସେଠାରେ ଗିରଫ କରାଯାଇଥିଲା  । ଏହାକୁ୍ ବିରୋଧ କରି ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦାରସ୍ଥ ହୋଇଥିଲେ ଦୁଇ ଅଭିଯୋଗକାରୀ ।

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଶୁଭାରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର : ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଶୁଭାରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ୮ନମ୍ବର ଓ୍ବାର୍ଡ ସାଇମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରାରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା  । ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାବା ଲାଗି ପଦଯାତ୍ରା କରିଛନ୍ତି ଦଳର ନେତା ଓ କର୍ମୀ  ।

ପଦଯାତ୍ରାରେ ରାଜ୍ୟସଭା ସାଂସଦ ମୁନା ଖାଁ, ଭୁବନେଶ୍ବର ମେୟର ସୁଲୋଚନା ଦାଶ ,ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ପାତ୍ର, ବିଜେଡି ମୁଖପାତ୍ର ଇପ୍ସିତା ସାହୁ, କର୍ପୋରେଟର ମୋନାଲିସା ସାହୁ, ବିଜେଡି ନେତା ମନୋଜ କୁମାର ସାହୁ, କର୍ପୋରେଟର ଲାଲମୋହନ ଟୁଡୁ ପ୍ରମୁଖ ସାମିଲ ହୋଇଥିଲେ  । ଓ୍ବାର୍ଡ ପରିକ୍ରମା କରି ସଭିଏଁ ରାଜ୍ୟ ସରକାରଙ୍କ ଲୋକାଭିମୂଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ  ।

ଏସିଆନ ଗେମରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ

ନନ୍ଦିଘୋଷ ବ୍ୟୁରୋ : ଏସିଆନ ଗେମରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ । ତୀରନ୍ଦାଜରେ ଭାରତ ଜିତିଲା ସ୍ବର୍ଣ୍ଣ ପଦକ । ଜୋତି ଭେନମ୍ ଓ ଓଜାସ ଡିଓଟାଲେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ବର୍ତ୍ତମାନ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସେହିପରି ୨୬ଟି ରୌପ୍ୟ ଓ ୨୯ ଟି ବ୍ରୋଞ୍ଜ ପଦକ ମିଳିସାରିଛି । ସେହିପରି ଆଜି ଜାଭେଲିନ ଥ୍ରୋରେ ମଇଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା ।

ଅଗଷ୍ଟ ମାସରେ ଖେଳାଯାଇଥିବା ବିଶ୍ବ ଆଥଲେଟିକ୍ ଚାମ୍ପିଅନସିପରେ ନିଜର କ୍ୟାରିଅରର ବେଷ୍ଟ ୮୪.୭୭ ମିଟର ଜାଭେଲିନ୍ ଥ୍ରୋ କରି ପଞ୍ଚମ ସ୍ଥାନରେ ଥିଲେ କିଶୋର । ଆଜି ମ୍ୟାଚରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ହାସଲ ଲକ୍ଷ୍ୟରେ ଅଛନ୍ତି କିଶୋର ।