spot_img
Home Blog Page 2544

ଆଇସିସି ଘୋଷଣା କଲା ବିଶ୍ବକପ ଦଳ, ଚାମ୍ପିୟନ ଅଧିନାୟକଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ବିଶ୍ବକପ ୨୦୨୩ ଶେଷ ହୋଇଛି । ଭାରତରେ ଅନୁଷ୍ଠିତ ବିଶ୍ବକପକୁ ଜିତି ନେଇଛି ଅଷ୍ଟ୍ରେଲିଆ । ଫାଇନାଲରେ ଘରୋଇ ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ସମାଲୋଚନା । ଭାରତର ପରାଜୟର ମୁଖ୍ୟ କାରଣ କ’ଣ? ଏହାକୁ ନେଇ ତର୍କ, ବିତର୍କ ମଧ୍ୟ ଆରମ୍ଭ ହୋଇଛି । ଏହାରି ଭିତରେ ଆଇସିସି ପକ୍ଷରୁ ବିଶ୍ବକପ ପ୍ଲେଇଙ୍ଗ ୧୧ ବଛାଯାଇଛି । ସବୁଠାରୁ ବିଡ଼ମ୍ବନା ବିଷୟ ଏହାକି କି, ଚାମ୍ପିୟନ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ । ମାତ୍ର ଭାରତୀୟ ଦଳର ୬ ଜଣ ଖେଳାଳି ଏହି ତାଲିକାରେ ସ୍ଥାନ ପାଇଛନ୍ତି । ପାକିସ୍ତାନ ଏବଂ ଇଂଲଣ୍ଡର ମଧ୍ୟ ଜଣେ ମଧ୍ୟ ଖେଳାଳିଙ୍କୁ ଏହି ଏକାଦଶ ଦଳରେ ସ୍ଥାନ ମିଳିନାହିଁ ।

ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ଅଧିନାୟକଭାବେ ଦଳରେ ସ୍ଥାନ ଦେଇଛି ଆଇସିସି । ରୋହିତଙ୍କ ବ୍ୟତିତ ବିରାଟ କୋହଲି, କେ.ଏଲ. ରାହୁଲ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଜଶପ୍ରିତ ବୁମରାଙ୍କୁ ଦଳରେ ସ୍ଥାନ ମିଳିଛି । ଘାତକ ବୋଲିଂ ପାଇଁ ଜଣାଶୁଣା ଥିବା ପାକିସ୍ତାନ ଟିମର ଜଣେ ମଧ୍ୟ ଖେଳାଳି ଏହି ଦଳରେ ସ୍ଥାନ ପାଇନାହାନ୍ତି । ସେପଟେ ପ୍ଲେଇଙ୍ଗ ୧୧ରେ ରହିଛନ୍ତି କ୍ବିଣ୍ଟନ ଡି କକ୍, ରୋହିତ ଶର୍ମା, ବିରାଟ କୋହଲି, ହାରେଲ ମିଚେଲ, କେ.ଏଲ. ରାହୁଲ, ଗ୍ଲେନ୍ ମ୍ୟାକ୍ସଓ୍ବେଲ, ରବିନ୍ଦ୍ର ଜାଡେଜା, ଜଶପ୍ରିତ ବୁମରା, ଦିଲଶାନ ମଧୁଶଙ୍କା, ଜାମ୍ପା ଏବଂ ମହମ୍ମଦ ସାମି । ସେପଟେ ୧୨ ନମ୍ବର ସ୍ଥାନରେ ରହିଛନ୍ତି ଦୃତ ବୋଲର କୋଏଜି ।

ତେବେ ସମ୍ପୂର୍ଣ୍ଣ ବିଶ୍ବକପରେ ବ୍ୟାଟିଂ ଏବଂ ବୋଲିଂ ଉପରେ ଯଦି ନଜର ପକାଇବା ତାହେଲେ ଭାରତୀୟ ଖେଳାଳିମାନେ ବେଶ ପ୍ରଭାବ ବିସ୍ତାର କରିଥିଲେ । ବିରାଟ କୋହଲି ସର୍ବାଧିକ ୭୬୫ ରନ ସଂଗ୍ରହ କରିଥିବାବେଳେ ସାମି ସର୍ବାଧିକ ୨୪ ଓ୍ବିକେଟ ଅକ୍ତିଆର କରିଛନ୍ତି । ଫାଇନାଲରେ ସାମି ସେମିତି ଆଖି ଦୃଷିଆ ପ୍ରଦର୍ଶନ କରିନଥିବାବେଳେ ଟୁର୍ଣ୍ଣାମେଣ୍ଟରେ ଲଢ଼ୁଆ ବୋଲିଂ କରିତ ଦଳକୁ ସଙ୍କଟରୁ ରକ୍ଷା କରିଛନ୍ତି । ମାତ୍ର ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ, ବୋଲିଂ ସାଙ୍ଗକୁ ଫିଲ୍ଡିଂ ଦଳକୁ ବିଜୟର ସ୍ବାଦ ଚଖାଇଛି । ଫାଇନାଲରେ ଭାରତ ରନ ଆଉଟ୍ କ୍ୟାଚ ଏବଂ ଫିଲ୍ଡିଂ ମିସ କରି ମ୍ୟାଚକୁ ମଧ୍ୟ ହାତଛଡ଼ା କରିଥିବା ସମାଲୋଚନା କରାଯାଉଛି ।

ପ୍ୟାଟ୍ କମିନ୍ସଙ୍କୁ ଶୁଭେଚ୍ଛା ଜଣାଇଲେନି କି ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ କ’ଣ ରହିଛି ଭାଇରାଲ୍ ଭିଡ଼ିଓ ପଛର ସତ୍ୟତା

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ରେ ଭାରତକୁ ହରାଇ ୱାଲ୍ଡକପ୍ ଟ୍ରଫି ହାତେଇଛି ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ ଦେଖିବାକୁ ପ୍ରଧାନମନ୍ତ୍ରୀ ମୋଦି ଓ ଅଷ୍ଟ୍ରେଲିଆ ଉପ-ମୁଖ୍ୟମନ୍ତ୍ରୀ ରିଚର୍ଡ ମାଲର୍ସ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ। ଆୱାର୍ଡ ସେରେମୋନୀରେ ମୋଦି ଓ ମାଲର୍ସ ବିଜୟ ଟିମର କ୍ୟାପଟେନ୍ ପ୍ୟାଟ୍ କମିନ୍ସଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି ସମୟର ଏକ ଭିଡ଼ିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ସୋସିଆଲ୍ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି ।

ଭାଇରାଲ୍ ଭିଡ଼ିଓ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱକପ୍ ଟ୍ରଫି କମିନ୍ସଙ୍କୁ ଦେବା ପରେ ଷ୍ଟେଜରୁ ଓହ୍ଲାଇଯାଇଥିଲେ। ତେବେ ସେ କମିନ୍ସଙ୍କୁ ଶୁଭେଚ୍ଛା ନ ଜଣାଇ ନିଜେ ଓହ୍ଲାଇବା ସହ ରିଚର୍ଡ ମାଲର୍ସଙ୍କୁ ମଧ୍ୟ ଷ୍ଟେଜରୁ ତଳକୁ ଯିବା ପାଇଁ ଇସାରା ଦେଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।

ତେବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଭିଡ଼ିଓ ଏଡିଟେଡ୍ ବୋଲି ଜଣାପଡିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରଫି ଦେବା ବେଳେ ପ୍ୟାଟ୍ କମିନ୍ସଙ୍କ କଥାବାର୍ତ୍ତା ମଧ୍ୟ କରିଛନ୍ତି । ତା’ ପରେ ଦୁଇ ଜଣ ହାତ ମଧ୍ୟ ମିଳାଇଛନ୍ତି। ସେହିପରି ଷ୍ଟେଜରୁ ଓହ୍ଲାଇବା ପରେ ତଳେ ଛିଡାହୋଇଥିବା ଅଷ୍ଟ୍ରେଲିଆର ଅନ୍ୟ ଖେଳାଳିଙ୍କ ସହ ହାତ ମିଳାଇ ଅଭିନନ୍ଦନ ଜଣାଇଥିଲେ।

ଇମ୍ଫାଲ ଆକାଶରେ UFO; ଆଲର୍ଟରେ ଭାରତୀୟ ବାୟୁସେନା, ପିଛା କଲା ରାଫେଲ୍ ଜେଟ୍‌…

ଇମ୍ଫାଲ: ଇମ୍ଫାଲ ଏୟାରପୋର୍ଟ ନିକଟ ଆକାଶରେ ୟୁଏଫୋ ଦେଖାଯିବା ଘଟଣା। ସୂଚନା ମିଳିବା ପରେ ୟୁଏଫଓ ଖୋଜିବାକୁ ଭାରତୀୟ ବାୟୁସେନା ଦୁଇଟି ରାଫେଲ୍ ଫାଇଟର ଏୟାରକ୍ରାଫ୍ଟ ନିୟୋଜିତ କରିଥିଲା।

ତେବେ ରାଫେଲ୍ ରାଡାରରେ କୌଣସି ଅଜଣା ବିମାନ ବା ଯାନ ଦେଖିବାକୁ ମିଳିନଥିବା ଜଣାପଡିଛି। ହାସିମାରା ଏୟାରଫୋର୍ସ ବେସରୁ ପ୍ରଥମ ରାଫେଲ୍ ଫାଇଟର ୟୁଏଫଓ ଦେଖା ଯାଇଥିବା ସ୍ଥାନକୁ ଜେଟ୍ ଉଡ଼ାଣ ଭରିଥିଲା। କୌଣସି ସୂଚନା ନମିଳିବାରୁ ଡବଲ୍ ଚେକ୍ କରିବା ପାଇଁ ଦ୍ବିତୀୟ ରାଫେଲ୍ ପଠାଯାଇଥିଲା। ହେଲେ ୟୁଏଫଓ ନେଇ କୌଣସି ସୂଚନା ମିଳିନି। ଗତକାଲି ଅପରାହ୍ନ ସାଢେ ୨ଟାରେ ୟୁଏଫଓ ଦେଖା ଦେଇଥିଲା । ଫଳରେ କିଛି କମର୍ସିଆଲ୍ ଫ୍ଲାଇଟର ଉଡ଼ାଣ ପ୍ରଭାବିତ ହୋଇଥିଲା।

ଭାରତ ବିଶ୍ୱକପ୍ ହାରିବାରୁ ଯୁବକ ଜୀବନ ହାରିଲେ

ବିଞ୍ଝାରପୁର : ଗତକାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ଟକ୍କର ଚାଲିଥାଏ । ସବୁଠି କ୍ରିକେଟ ପ୍ରେମିମାନେ ଚାହିଁବସିଥିଲେ ଭାରତର ପ୍ରତିଟି ବଲକୁ  କ୍ରମାଗତ ଭାବେ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । ପରିଶେଷରେ ଭାରତ ପରାଜୟ ବରଣ କରିଥିଲା କଙ୍ଗାରୁ ଟିମ ପାଖରେ । ଆଉ ଏହାକୁ ସହଜରେ ଗ୍ରହଣ କରିପାରିନଥିେଲେ କ୍ରିକେଟ୍ ପ୍ରେମୀ । ଭାରତ କ୍ରିକେଟ ଖେଳରେ ହାରିଲା ବୋଲି ଜୀବନ ହାରିଦେଲେ ୨୩ ବର୍ଷୀୟ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ  ଜରୀ ପଞ୍ଚାୟତ କୁଳସାହି ଗ୍ରାମରେ । ନୀଳମଣି ଦାସଙ୍କର ସାନ ପୁଅ ଦେବରଞ୍ଜନ ଦାସ କ୍ରିକେଟକୁ ଅତ୍ୟଧିକ ଭଲପାଆନ୍ତି । ଦେବ ଅନେକ ସମୟ ପର୍ଯ୍ୟନ୍ତ ଟିଭି ପରଦାରେ ଅପେକ୍ଷା ଚାହିଁ ରହିଥିଲେ । ଧିରେ ଧିରେ ଜେତେବେଳେ ଭାରତ ହାତରୁ ମ୍ୟାଚ୍ ଖସିଯାଉଥାଏ ସେତେବେଳେ ସେ ନିଜକୁ ବୁଝାଇ ପାରୁନଥିଲେ । ଏହାପରେ ଦେବରଞ୍ଜନ ଦାସଙ୍କର ଦେଖା ମିଳିନଥିଲା ।

ଆଜି ସକାଳୁ ସକାଳୁ ପରିବାର ଲୋକ ଖୋଜା ଖୋଜି କରିଥିଲେ । ଅନେକ ସମୟ ଖୋଜା ଖୋଜି କରିବା ପରେ ପଡୋଶି ଛାତରେ ଥିବା ଏକ ରଡ଼ ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ପୋଲିସ ଫାଣ୍ଡିକୁ ଖବର କରିଥିଲେ ଖବର ପାଇ ଜରୀ ଫାଣ୍ଡି ଅଧିକାରୀ ପଂହଁଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛନ୍ତି । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

ପୂଜା ସାରି ଫେରୁଥିବା ବେଳେ ଗୁଳିକାଣ୍ଡ, ଗୋଟିଏ ପରିବାରର ଦୁଇ ମୃତ

ପାଟଣା: ବିହାର ଲଖିସରାଇରେ ଅଭାବନୀୟ ଘଟଣା। ପ୍ରେମ ବ୍ୟାପାରକୁ ନେଇ ଗୁଳିକାଣ୍ଡରେ ୨ ମୃତ ୪ ଗୁରୁତର। ଛଟ୍ ପୂଜା ସାରି ଫେରୁଥିବାବେଳେ ଘଟିଛି ଏ ଗୁଳିକାଣ୍ଡ। ଆହତଙ୍କ ମଧ୍ୟରେ ୨ ମହିଳା ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପରେ ପାଟଣା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁଳିକାଣ୍ଡର ଅଭିଯୁକ୍ତ ଆଶିଷ ଚୌଧୁରୀ ନାମକ ଯୁବକକୁ ଚିହ୍ନଟ କରିଛି ପାଟଣା ପୋଲିସ। ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ରେଡ୍ କରାଯାଉଛି। ଗୁଳିକାଣ୍ଡରେ ବ୍ୟବହୃତ ହତିଆରକୁ ଜବତ କରିଛି ପୋଲିସ । ପଞ୍ଜାବୀ ମୋହଲ୍ଲାରେ ଘଟିଥିଲା ଏ ଗୁଳିକାଣ୍ଡ।

ସୂଚନା ଅନୁସାରେ ଛଟ୍ ପୂଜା ସାରି ଗୋଟିଏ ପରିବାର ୬ ମହିଳା ଫେରୁଥିବାବେଳେ ଆଶିଷ ଗୁଳିମାଡ଼ କରିଥିଲା। ମୃତକଙ୍କ ମଧ୍ୟରେ ଅନ୍ୟ ଦୁଇ ଭାଇ ଅଛନ୍ତି। ଆହତଙ୍କ ମଧ୍ୟରେ ଦୁର୍ବୃତ୍ତ ପ୍ରେମ କରୁଥିବା ଯୁବତୀ ମଧ୍ୟ ଅଛନ୍ତି। ଗୁଳିମାଡ଼ ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତକୁ ଧରି ପଚରାଉଚରା କରୁଛି ପୋଲିସ।

ବିଶ୍ବକପ ଟ୍ରଫି ଉପରେ ଗୋଡ ରଖିଲେ ମିଚେଲ ମାର୍ଶ

ନନ୍ଦିଘୋଷ ବ୍ୟୁରୋ : ବିଶ୍ବକପ ଟ୍ରଫି ଉପରେ ଗୋଡ ରଖିବା ଫଟୋ ଭାଇରାଲ। ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ ଟ୍ରଫି ଉପରେ ଗୋଡ଼ ରଖିବା ଏକ ଫଟୋ ସୋସିଆଲ ମିଡିଆ ଏକ୍ସ ରେ ଭାଇରାଲ ହେଉଛି । ଅନ୍ୟ ଏକ ସୋଫାରେ ମିଚେଲ ମାର୍ଶ ବସିଥିବାବେଳେ ଆଗରେ ଏକ ଟେବୁଲ ଉପରେ ରଖାଯାଇଥିବା ବିଶ୍ବକପ ଟ୍ରଫି ଉପରେ ଗୋଡ଼ ରଖି ଆରାମ କରୁଛନ୍ତି। ଏହି ଫୋଟ ସୋସିଆଲ ମିଡିଆରେ ଆସିବା ପରେ ଏହାକୁ ନେଇ ଅନେକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟର ବୃହତ୍ତ ଟ୍ରଫି ଜିତିପାରନ୍ତି ହେଲେ ସେମାନେ ଏହାକୁ ସମ୍ମାନ ଦେବା ଜାଣନ୍ତିନି ବୋଲି ଅନେକ ଲୋକ ବାର୍ତ୍ତା ଦେଇଛନ୍ତି ।

ତେବେ ଏହି ଫଟୋକୁ ବିଧିବଦ୍ଧ ଭାବେ କୌଣସି ଅଫିସିଆଲ ସଂଗଠନ ପକ୍ଷରୁ ପୋଷ୍ଟ କରାଯାଇନାହିଁ।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଓଡ଼ିଶାକୁ WHIS ପୁରସ୍କାର ୨୦୨୩

ଭୁବନେଶ୍ୱର : ଓଡ଼ିଶା ପାଇଁ ଗର୍ବ। ଦୁଇଟି ଜଳସେଚନ ପ୍ରକଳ୍ପ ICID ବା ଇଣ୍ଟରନେସନାଲ୍ କମିସନ ଅନ ଇରିଗେସନ ଆଣ୍ଡ ଡ୍ରେନେଜ ଦ୍ୱାରା ପାଇଲେ ୱାର୍ଲଡ ହେରିଟେଜ୍ ଇରିଗେସନ ଷ୍ଟ୍ରକଚର ପୁରସ୍କାର 2023 । ମୟୁରଭଞ୍ଜ ଶାମାଖୁଣ୍ଟା ବ୍ଲକରେ ଥିବା ବାଲିଡିହ ଜଳସେଚନ ପ୍ରକଳ୍ପ ଓ ଦ୍ଵିତୀୟଟି ହେଉଛି ଗଞ୍ଜାମ ହିଞ୍ଜିଳି ବ୍ଲକର ଜୟମଙ୍ଗଳ ଆନିକଟ। ବାଲିଡିହ ୧୯୧୨ ମସିହାରୁ ୩ହଜାର ୮୩୨ ହେକ୍ଟର ଜମିକୁ ଖରିଫରେ ଜଳ ସେଚିତ କରୁଥିବା ବେଳେ, ଶାମଖୁଣ୍ଟା ବ୍ଲକର ୪୯ ଗାଁର ୨୦୦ ହେକ୍ଟର ଜମିକୁ ରବିରେ ଜଳସେଚିତ କରୁଛି । ଏହା ସୁବର୍ଣ୍ଣରେଖା-ବୁଢାବଳଙ୍ଗ ବେସିନ ଓ ପଲପାଲା ସବ ବେସିନରେ ନିର୍ମାଣ ହୋଇଛି ।

ସେହିପରି ୧୯୦୧ ମସିହାରୁ ଋଷିକୂଲ୍ୟା ବେସିନରେ ନିର୍ମାଣ ହୋଇଥିବା ଜୟ ମଙ୍ଗଳ ଆନିକଟ ହିଞ୍ଜିଳିକାଟୁ, ହିଞ୍ଜିଳି ଅଧୀନରେ ଥିବା ପୁରୁଷୋତ୍ତମପୁର, ଛତ୍ରପୁର ବ୍ଲକ, ଖଲିକୋଟ ଓ ଛତ୍ରପୁର ବିଧାନସଭା କ୍ଷେତ୍ରରେ ଥିବା ୪୮ ଗାଁର ୭ ହଜାର ୩୫୦ ହେକ୍ଟର ଜମିରେ ଜଳସେଚନ କରୁଛି । ୧୦୦ବର୍ଷରୁ ଅଧିକ ସମୟ ଧରି ଏହି ଦୁଇ ପ୍ରକଳ୍ପ ସଫଳତା ସହ ସେବା ଯୋଗାଇ ଆସୁଛି ।

 

ଦିଲ୍ଲୀରେ ଆଜିଠାରୁ ଖୋଲିଲା ସ୍କୁଲ୍

ଦିଲ୍ଲୀ : ଦିଲ୍ଲୀରେ ଆଜିଠାରୁ ଖୋଲିଲା ବିଦ୍ୟାଳୟ। ପ୍ରାଥମିକ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡିକ ଖୋଲାଯାଇଛି। ଏନେଇ ଦିଲ୍ଲୀ  ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ପରେ ସ୍କୁଲ ଖୋଲିଛି । ସ୍କୁଲ ଖୋଲାହେଲେ ମଧ୍ୟ ପାଠ ପଢା ବ୍ୟତୀତ ବାହାରେ ଖେଳକୁଦ ଉପରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି  । ଗମ୍ଭୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଶୀତକାଳୀନ ଅବକାଶ ଚଳିତ ନଭେମ୍ବର ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିଲା।

ପ୍ରଦୂଷଣ କମିଥିବାରୁ ଦିଲ୍ଲୀରେ ଶନିବାର ଠାରୁ ଜିଆରଏପି-୪ ନିୟମକୁ ହଟାଇ ଦିଆଯାଇଛି। କିନ୍ତୁ ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ସାଙ୍ଗକୁ ଟ୍ରକ ଚଳାଚଳ ଉପରେ ଏବେବି କଟକଣା ରହିଛି।  ଦିଲ୍ଲୀରେ ଆଜି ସକାଳୁ ବାୟୁର ଗୁଣବତ୍ତା ୩୧୦ ରହିଛି । ଯାହାକି ଖରାପ ଶ୍ରେଣୀରେ ଅଛି। ଏନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଜିଆରଏପି-୩ର ସମସ୍ତ ନିୟମ ପାଳିବା ପାଇଁ କହିଛନ୍ତି ।

ବିଶାଖାପାଟଣାରେ ଭୟାବହ ଅଗ୍ନିକାଣ୍ଡ ୨୫ ମାଛଧରା ଡଙ୍ଗା ଜଳିପୋଡ଼ି ପାଉଁସ

ବିଶାଖାପାଟଣା : ବିଶାଖାପାଟଣାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୨୫ ମାଛଧରା ଡଙ୍ଗା। ବିଶାଖାପାଟଣଆରେ ଏକ ଜେଟିରେ ଗତକାଲି ରାତିରେ ଲାଗିଥିଲା ଭୟାବହ ଅଗ୍ନିକାଣ୍ଡ । ଗୋଟିଏ ମାଛଧରା ବୋଟରେ ପ୍ରଥମେ ନିଆଁ ଲାଗିଥିଲା । ଏହାପରେ ଗୋଟିଏ ବୋଟରୁ ଅନ୍ୟ ସବୁ ବୋଟକୁ ବ୍ୟାପି ଯାଇଥିଲା। ଭୟଙ୍କର ନିଆଁରେ ୨୫ଟି ମାଛଧରା ଡଙ୍ଗା ପୋଡ଼ି ଯାଇଛି । ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମବାହିନୀର ଏକାଧିକ ଟିମ । ତେବେ ନିଆଁକୁ ଦମକଳବାହିନୀ ଆୟତ୍ତ କରିପାରିନଥିଲେ । ଶେଷରେ ଭାରତୀୟ ନୌସେନାର ଏକ ଜାହାଜ ଆସି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷତି ଘଟିଛି । ଜଳି ଯାଇଥିବା ଗୋଟିଏ ଗୋଟିଏ ବୋଟର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ । Fishing boat catches fire at Kakinada harbour

ସେହି ଅନୁସାରେ ମତ୍ସ୍ୟଜୀବୀଙ୍କୁ ପ୍ରାୟ ୪ରୁ ୫ କୋଟି ଟଙ୍କା କ୍ଷତି ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ମାଛଧରା ବୋଟରେ ଡିଜେଲ ଏବଂ ରନ୍ଧନ ଗ୍ୟାସ ଥିବାରୁ ନିଆଁକୁ ଆୟତ୍ତ କରିବାକୁ କଷ୍ଟକର ହୋଇଥିଲା । କିଛି ବୋଟରେ ବିସ୍ଫୋରଣ ଘଟିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । କିଛି ଦୁର୍ବୃତ୍ତ ମାଛଧରା ବୋଟରେ ନିଆଁ ଲଗାଇଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବୀ ।

ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ

ଭୁବନେଶ୍ୱର : ଉପବାଚସ୍ପତି ନିର୍ବାଚନ ପାଇଁ ଦାଖଲ ହୋଇଛି ନାମାଙ୍କନ ପତ୍ର । ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପଦ ପାଇଁ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାନସଭା ସଚିବଙ୍କ ନିକଟରେ ଦାଖଲ କରିଛନ୍ତି ନାମାଙ୍କନ ପତ୍ର । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଉପବାଚସ୍ପତି ପଦ । ଆସନ୍ତାକାଲି ହେବ ଉପବାଚସ୍ପତି ନିର୍ବାଚନ । ନାମାଙ୍କନ ପତ୍ର ଭରିବା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ସାଲୁଗା ପ୍ରଧାନ । ସେ କହିଥିଲେ ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ଯେଉଁ ଗୁରୁ ଦାୟିତ୍ୱ ମୋତେ ଦେଇଛନ୍ତି ତାହା ମୁଁ ସୁଚାରରୁପେ ତୁଲାଇବି । ସାଲୁଗା ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ବେସ ଖୁସିଥିବା କହିଛନ୍ତି । ସୂଚନା ଅନୁସାରେ ନଭେମ୍ବର ୨୧ ତାରିଖ  ଅର୍ଥାତ ଆସନ୍ତାକାଲି ହେବ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ। ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ହେବାନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଜରିଆରେ ସୂଚନା ଦିଆଯାଇଥିଲା । Odisha Assembly Monsoon Session From Today - Pragativadi

ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଏହି ପଦ। ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ କିଛି ଦିନ ତଳେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ବାଚସ୍ପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେଇଥିଲେ। ସେ କହିଥିଲେ ଯେ ଉପବାଚସ୍ପତି ଏକ ସାମ୍ବିଧାନିକ ପଦ। ତେଣୁ ସାମ୍ବିଧାନିକ ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି। ଆଖି ଆଗରେ ନିର୍ବାଚନ ଅଛି। ତେଣୁ ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି।