ଭୁବନେଶ୍ବର: ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହ ଭିଏତନାମ ଭିନ ଲଙ୍ଗ୍ ରାଜ୍ୟ ମଧ୍ୟରେ ବ୍ୟବସାୟ ଭିତ୍ତିକ ବୁଝାମଣାପତ୍ର ସ୍ବାକ୍ଷରିତ । ଇଡକୋ ସମ୍ମିଳନୀ କକ୍ଷରେ ଉଭୟ ରାଜ୍ୟର ଏମଏସଏମଇ ବିଭାଗର କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ଅଧ୍ୟକ୍ଷତାରେ ଏହି ଏମଓୟୁ ସ୍ବାକ୍ଷର ହୋଇଛି । ଓଡ଼ିଶା ସାରାର ଦେଶରେ ଦ୍ବିତୀୟ ବୃହତ୍ତମ ନିବେଶର ମାନ୍ୟତା ପାଇଛି । ସୁଦୃଢ ପଲିଟି, ଉତ୍ତମ ପଲିସି, ଡେମୋଗ୍ରାଫି, ଜିଓଗ୍ରାଫି ଏବଂ ଅର୍ଥନୀତି ଦ୍ବାରା ଓଡ଼ିଶା ଏହି ମାନ୍ୟତା ପାଇଛି । କୃଷି, ପର୍ଯ୍ୟଟ, ଶିଳ୍ପ, ଏମଏସଏମଇ, ଧାତୁ ଓ ଧାତମ ଆଦି ୬ଟି ସେକ୍ଟର ଉପରେ ଗୁରୁତ୍ବ ଦିଆଯାଇଛି । ଏବେ ଏମଏସଏମଇ ଅଧୀନରେ କେମିକାଲ, ଫାର୍ମାସିଟିକାଲ, ପ୍ଲାଷ୍ଟିକ, ସିଫୁଡ ଅଦି ବିଭାଗକୁ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଇଡକୋ, ଇପିକଲ ଏବଂ ବାଣିଜ୍ୟ ଓ ରପ୍ତାନୀ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ଏମଏସଏମଇ ବିଭାଗ ନିଜର ରପ୍ତାନୀ ନୀତି, ଉତ୍ପାଦ ଓ ସମ୍ପୂର୍ଣ୍ଣ ବିଭାଗ ଉପରେ ଏକ ଭିଡ଼ିଓ ଉପସ୍ଥାପନ କରିଥିଲେ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ବୈଠକ
ଭୁବନେଶ୍ବର: ଆସନ୍ତା ୨୦ତାରିଖରୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଓଡ଼ିଶା ଗସ୍ତକୁ ନଜରର ରଖି ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମଠୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଗସ୍ତ କାର୍ଯ୍ୟକ୍ରମକୁ ତ୍ରୁଟିଶୂନ୍ୟ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି । ରାଷ୍ଟ୍ରପତି ନଭେମ୍ବର ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସମ୍ବଲପୁରର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଦ୍ବିତୀୟ ପର୍ଯ୍ୟାୟରେ ୨୬ ତାରିଖ ଅପରାହ୍ମରେ ଭୁବେଶ୍ବରରେ ପହଞ୍ଚି ୨୭ ତାରିଖରେ ପାରାଦୀପରେ ବୋଇତବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ। ୫ ଦିନର ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ବୈଠକରେ ଗୁରୁତ୍ବ ଦିଆଯାଇଛି ।
କ୍ରିକେଟର ତିନୋଟି ଯାକ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିଲେ ବାବର
ଇସଲାମବାଦ: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍ । ସେ କ୍ରିକେଟର ତିନେଟି ଯାକ ଫର୍ମାଟରେ ଅଧିନାୟକ ରହିଥିବାବେଳେ ଇସ୍ତଫା ଦେଇଛନ୍ତି । ସୋସିଆଲ ମିଡିଆରେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ବାବର ଲେଖିଛନ୍ତି କି, ୨୦୧୯ରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ମୋତେ କଲ ଆସିଥିଲା ମୁଁ ଅଧିନାୟକ ଭାବେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ପଦ ସମ୍ଭଳିଥିଲି । ଏହାରି ଭିତରେ ଦଳର ବହୁ ଉତଥାନ ପତନକୁ ଦେଖିଛି । ମୁଁ ମୋର ପ୍ରଦର୍ଶନ ମାଧ୍ୟମରେ ପାକିସ୍ତାନର ସମ୍ମାନ ରଖିବା ପାଇଁ ଚେଷ୍ଟା କରିଛି । ପାକିସ୍ତାନୀ ପ୍ରଂଶସକଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି କି, ଅଧିନାୟକ ଛାଡ଼ିବା ଏକ କଷ୍ଟସାଧ୍ୟ କାମ । ମାତ୍ର ଏହା ହେଉଛି ଉଚିତ୍ ସମୟ । ଏଭଳି ନିଜର ଭାବନାକୁ ପୋଷ୍ଟ କରିବା ସହ ଅଧିନାୟକ ପଦ ଛାଡ଼ିଥିବା ପ୍ରକାଶ କରିଛନ୍ତି ।
ସୂଚନା ଥାଉକି, ଚଳିତ ବିଶ୍ବକପରେ ପାକିସ୍ତାନ ୯ଟି ମ୍ୟାଚରୁ ୫ଟି ହାରି ୪ ମ୍ୟାଚ ଜିତିଥିଲା । ପଞ୍ଚମ ସ୍ଥାନରେ ରହି ବିଶ୍ବକପର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି । ଦଳ ଚଳିତ ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ସମାଲୋଚନାର ଶିକାର ହୋଇଛି । ଆଫଗାନିସ୍ତାନଠାରୁ ଏକ ଲଜ୍ଜାଜନକ ପରାଜୟ ବରଣ କରିଥିଲା ପାକିସ୍ତାନ । ଏହାସହ ପରବର୍ତ୍ତୀ ମ୍ୟାଚରେ ବିଜୟ ହୋଇଥିଲେ ସୁଦ୍ଧା ସେମି ରେସରୁ ବାଦ ପଡ଼ିଥିଲା ପାକିସ୍ତାନ ।
ରେକର୍ଡ ଭାଙ୍ଗିଲେ କୋହଲି, ଭାବବିହ୍ୱଳ ହେଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ : ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ବିଶ୍ବକପର ସେମିଫାଇନାଲରେ କ୍ୟାରିଅରର ୫୦ ତମ ଦିନିକିଆ ଶତକ ହାସଲ କରି ବିଶ୍ବର ସର୍ବାଧିକ ଦିନିକିଆ ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି ବିରାଟ । ବିରାଟଙ୍କ ବିଶ୍ୱ ରେକର୍ଡ ପରେ ସୋସିଆଲରେ ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲର ।
ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ଶୁଭେଚ୍ଛା ଜଣାଇ ବିରାଟଙ୍କ ସହ ବିତାଇଥିବା ପ୍ରଥମ ଦିନର ସ୍ମୃତିକୁ ମନେ ପକେଇଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ସେ ପୋଷ୍ଟରେ ଲେଖିଛନ୍ତି ଯେ, ‘ଯେଉଁଦିନ ପ୍ରଥମ କରି ତୁମ ସହ ଭାରତୀୟ କ୍ରିକେଟରଙ୍କ ଡ୍ରେସିଂ ରୁମରେ ଦେଖା ହୋଇଥିଲା, ସେଦିନ ଅନ୍ୟ ସହଖେଳାଳି ତୁମକୁ ମୋ ପାଦ ଛୁଇଁବାକୁ ମଜାରେ କହିଥିଲେ ଆଉ ମୁଁ ସେ ମୁହୂର୍ତ୍ତରେ ହସ ରୋକି ପାରି ନଥିଲି । ହେଲେ ଆଜି ତୁମ ଦକ୍ଷତା ଓ କ୍ରିକେଟ ପ୍ରତି ପ୍ରଗାଢ ଅନୁରକ୍ତି ମୋ ହୃଦୟକୁ ସ୍ପର୍ଶ କରିଛି । ମୁଁ ଅତ୍ୟନ୍ତ ଖୁସି ଯେ ସେଦିନର ସେଇ ଯୁବକ ଆଜି ବିରାଟ ଖେଳାଳିରେ ପରିଣତ ହୋଇଛି । ଜଣେ ଭାରତୀୟ ଖେଳାଳି ମୋ ରେକର୍ଡ ଭାଙ୍ଗିଲେ ତାହାଠାରୁ ବଳି ଖୁସି ଆଉ କଣ ହୋଇପାରେ । ବିଶ୍ୱକପ୍ ସେମିଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାତ୍ ତାହା ପୁଣି ମୋ ଘରୋଇ ଗ୍ରାଉଣ୍ଡରେ । ତୁମର ଏହି ସଫଳତା ମୋ ଖୁସିକୁ ଦୁଇଗୁଣିତ କରିଛି ।’
The first time I met you in the Indian dressing room, you were pranked by other teammates into touching my feet. I couldn’t stop laughing that day. But soon, you touched my heart with your passion and skill. I am so happy that that young boy has grown into a ‘Virat’ player.
— Sachin Tendulkar (@sachin_rt) November 15, 2023
ସେପଟେ ବିରାଟଙ୍କ ଐତିହାସିକ ଶତକୀୟ ରେକର୍ଡ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ପାଇଁ ଏପରି ଆହୁରି ସମ୍ମାନ ଏବଂ ରେକର୍ଡ ହାସଲ କରିବା ପାଇଁ ପ୍ରୋତ୍ସାହନ କରିଛନ୍ତି ।
Congratulate @imVkohli for creating history by scoring record 50th ODI century at the crucial semi final of #ICCCricketWorldCup23. May he continue to showcase his outstanding form and bring glory to the nation. Wish him all the very best.#INDvsNZ
— Naveen Patnaik (@Naveen_Odisha) November 15, 2023
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶତକ ହାସଲର ରେକର୍ଡ ପାଇଁ ବିରାଟଙ୍କୁ ଶୁଭେଚ୍ଛା ଏବଂ ପ୍ରଶଂସା କରିଛନ୍ତି । ବିରାଟଙ୍କ ୫୦ତମ ଶତକ ଅନ୍ୟ ଖେଳାଳିଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ଭଲ କୀର୍ତ୍ତିମାନ ଖେଳାଳି ଭାବେ ନିଜକୁ ପ୍ରମାଣିତ କରିଛନ୍ତି ବୋଲି ସେ ମୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି ।
Today, @imVkohli has not just scored his 50th ODI century but has also exemplified the spirit of excellence and perseverance that defines the best of sportsmanship.
This remarkable milestone is a testament to his enduring dedication and exceptional talent.
I extend heartfelt… pic.twitter.com/MZKuQsjgsR
— Narendra Modi (@narendramodi) November 15, 2023
ଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ଲାଗିଲା ନିଆଁ
ନୂଆଦିଲ୍ଲୀ: ଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ଲାଗିଲା ନିଆଁ । ୩ଟି ବଗିରେ ଲାଗିଛି ନିଆଁ । ଉତ୍ତରପ୍ରଦେଶର ଇଟାଓ୍ବାରେ ଅଘଟଣ ଘଟିଛି । ବଗିରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଉଛନ୍ତି । ଟ୍ରେନରେ ନିଆଁ ଲାଗିବା କ୍ଷଣି ଲୋକେ ଟ୍ରେନରୁ ଡିଆଁ ମାରିଥିଲେ ।
୫୦ତମ ଶତକ ପରେ ଷ୍ଟାଡିୟମରେ ସଚିନଙ୍କୁ ସଲାମ ଏବଂ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ୍ କିସ୍ କଲେ କୋହଲି
ମୁମ୍ବାଇ: ଦିନିକିଆରେ ଶତକ ହାସଲରେ ରେକର୍ଡ କଲେ ବିରାଟ କୋହଲି। ଦିନିକିଆରେ ୫୦ ଶତକ ହାସଲ କରିବା ସହ ସଚିନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ସଚିନଙ୍କ ରେକର୍ଡର ସମକକ୍ଷ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସଚିନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ । ତେବେ ୫୦ଶତକ ହାସଲ କରିବା ପରେ ଷ୍ଟାଡିୟମରେ ଖେଳ ଦେଖୁଥିବା ଦୁଇଜଣଙ୍କୁ ଇସାରା କରିଥିଲେ ବିରାଟ । ସଚିନ ବେଶ ଖୁସିର ସହ ଉତ୍ସାହିତ କରିଥିବାବେଳେ ତାଙ୍କୁ ସଲାମ କରିଥିଲେ କୋହଲି । ଏହାସହ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ପୂର୍ବ ଭଳି ଫ୍ଳାଇଙ୍ଗ୍ କିସ କରିଥିଲେ ବିରାଟ । ଅନୁଷ୍କା ମଧ୍ୟ ବିରାଟଙ୍କୁ ଫ୍ଲାଇଙ୍ଗ କିସ୍ କରିଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ସଚିନ ମଧ୍ୟ କରତାଳି ମାଧ୍ୟମରେ ବିରାଟଙ୍କ ଶତକୀୟ ରେକର୍ଡକୁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ସୋସିଆଲ ମିଡିଆରେ ମଧ୍ୟ ନିଜର ସ୍ମୃତିକୁ ବଖାଣିବା ସହ ଅଭିନନ୍ଦନ ଜଣାଇଛନ୍ତି ।
ସୂଚନା ଥାଉକି, ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ। ବିଶ୍ବକପର ସେମିଫାଇନାଲରେ କ୍ୟାରିଅରର ୫୦ ତମ ଦିନିକିଆ ଶତକ ହାସଲ କଲେ ବିରାଟ କୋହଲି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଏହି ଶତକ ହାସଲ ସହ ବିଶ୍ବର ସର୍ବାଧିକ ଦିନିକିଆ ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି ବିରାଟ କୋହଲି ।ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡକୁ ଅତିକ୍ରମ କଲେ ବିରାଟ କୋହଲି । କ୍ୟାରିଅରର ୨୯୧ତମ ମ୍ୟାଚ୍ ତଥା ୨୭୯ତମ ଇନିଂସରେ କଲେ ମ୍ୟାଚରେ ଏହି ବିଶ୍ଵ ରେକର୍ଡ କରିଛନ୍ତି । ୨୦୦୯ରେ ଶ୍ରୀଲଙ୍କା ବିରୁଦ୍ଧରେ କରିଥିଲେ ପ୍ରଥମ ଶତକ । ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ମୋଟ ଶତକ ସଂଖ୍ୟା ୮୦ ଛୁଇଁଲା । ବିରାଟଙ୍କ ନାମରେ ଟେଷ୍ଟରେ ୨୯ ଓ ଟି – ୨୦ରେ ଗୋଟିଏ ଶତକ ରହିଛି । ଦିନିକିଆରେ ପାକିସ୍ତାନ ବିରୁଦ୍ଧରେ ୨୦୧୨ରେ କରିଥିବା ୧୮୩ ହେଉଛି ତାଙ୍କର ସର୍ବାଧିକ ଦିନିକିଆ ସ୍କୋର ।
ଚଳିତ ବିଶ୍ଵକପରେ ଏହା ବିରାଟଙ୍କ ତୃତୀୟ ଶତକ । ଏହି ବିଶ୍ବକପ ରେକର୍ଡ ସହ ଗୋଟିଏ ବିଶ୍ବକପରେ ସର୍ବାଧିକ ରନ ସ୍କୋର କରିବାର ରେକର୍ଡ ଭାଂଗିଛନ୍ତି ବିରାଟ କୋହଲି। ପୂର୍ବରୁ ସଚିନ ଗୋଟିଏ ବିଶ୍ବକପରେ ସର୍ବାଧିକ ୬୭୩ ରନ କରିଥିଲେ । ସଚିନଙ୍କ ଏହି ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ବିରାଟ କୋହଲି ।
IND vs NZ: ରଣବୀରଙ୍କ ଠୁ ବେକହମ୍ ଯାଏଁ… ଟିମ୍ ଇଣ୍ଡିଆକୁ କରୁଛନ୍ତି ସପୋର୍ଟ
ୱାଙ୍ଖଡେ ଷ୍ଟାଡିୟମରେ ଭାରତକୁ ମିଳୁଛି ଖୁବ୍ ସପୋର୍ଟ

ବଲିଉଡ ଷ୍ଟାରଙ୍କ ଠାରୁ କ୍ରିକେଟର ଟିମ୍ ଇଣ୍ଡିଆକୁ କରୁଛନ୍ତି ଚିୟରର୍ସ ଅପ୍ । ୱାଙ୍ଖଡେରେ ଚିୟରର୍ସ ଅପ୍ କରୁଛନ୍ତି ସଚିନଙ୍କ ତେନ୍ଦୁଲକରଙ୍କ ଝିଅ ସାରା

କିମ୍ବଦନ୍ତୀ ଫୁଟବଲର ଡେଭିଡ୍ ବେକହାମ୍ ମଧ୍ୟ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ଦେଖିବାକୁ ମୁମ୍ବାଇ ଆସିଛନ୍ତି ।

ହିଟମ୍ୟାନ୍ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ମଧ୍ୟ ୱାଙ୍ଖଡେରେ ନଜର ଆସିଛନ୍ତି

ବିରାଟ୍ କୋହଲିଙ୍କ ପତ୍ନୀ ତଥା ବଲିଉଡ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ମ୍ୟାଚ୍ ଦେଖୁଥିବା ନଜର ଆସିଛି

ବଲିଉଡ ଷ୍ଟାର ରଣବୀର କପୁର ମଧ୍ୟ ଟିମ୍ ଇଣ୍ଡିଆକୁ ଚିୟର ଅପ୍ କରିଛନ୍ତି

ବିଜନେସ୍ ମ୍ୟାନ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ମଧ୍ୟ ୱାଙ୍ଖଡେରେ ମ୍ୟାଚ୍ ଦେଖୁଛନ୍ତି

ୱାଙ୍ଖଡେ ଷ୍ଟାଡିୟମରେ ନଜର ଆସିଛନ୍ତି ବଲିଉଡ୍ ସେଲିବ୍ରିଟି ଯୋଡି ସିଦ୍ଧାର୍ଥ-କିଆରା ଏବଂ ଜନ୍ ଆବ୍ରାହମ୍
ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର ବିଜୟ ଲକ୍ଷ୍ୟ
ମୁମ୍ବାଇ: ବିଶ୍ବକପ ସେମିରେ ଭାରତର ଦମଦାର ପ୍ରଦର୍ଶନ। ୫୦ ଓଭରରେ ୪ ଓ୍ବିକେଟ ବିନିମୟରେ ୩୯୭ ରନ କଲା ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର ବିଜୟ ଲକ୍ଷ୍ୟ । ଭାରତ ପକ୍ଷରୁ ବିରାଟ ଏବଂ ଶ୍ରେୟସ ଶତକୀୟ ପାଳି ଖେଳିଛନ୍ତି । ସେପଟେ ଗିଲଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ରୋହିତ ପ୍ରାରମ୍ଭିକ ଆକ୍ରମଣାତ୍ମକ ଖେଳ ଦଳକୁ ଏକ ବିଶାଳ ସ୍କୋର କରିବାରେ ସକ୍ଷମ କରାଇଛି । ୱାଙ୍ଖଡେରେ ଚାଲିଲା ଭାରତୀୟ ଖେଳାଳିଙ୍କ ବଲ୍ଲା । ଧୂଆଁଧାର ବ୍ୟାଟିଂରେ ଧରାଶାୟୀ କିୱି ଖେଳାଳି। ଛକ୍କା ଚୌକାର ଲଗାତର ବର୍ଷା। ଆଜି ମୁମ୍ବାଇରେ ଚାଲିଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଆଗରେ ବିଶାଳ ୩୯୮। ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ। ବିରାଟ ଏବଂ ଶ୍ରେୟସ ଆୟରଙ୍କ ଜବରଦସ୍ତ ଶତକୀୟ ଇନିଂସ ବଳରେ ଭାରତ ନ୍ୟୁଜିଲାଣ୍ଡ ଆଗରେ ବିଶାଳ ସ୍କୋର ଛିଡା କରିଛି। ବିରାଟ କୋହଲି ସର୍ବାଧିକ ୧୧୭ ରନ କରିଥିଲେ । ୧୧୩ଟି ବଲରେ ୨ଟି ଛକ୍କା ଓ ୭ଟି ଚୌକା ବଳରେ ୧୧୭ ହାସଲ କରିଥିଲେ ବିରାଟ . ଶ୍ରେୟାସ ଆୟର ଦ୍ବିତୀୟ ସର୍ବାଧିକ ୭୦ଟି ବଲରୁ ବିସ୍ଫୋରକ ବ୍ୟାଟିଂ କରି ୧୦୫ ହାସଲ କରିଥିଲେ ।.
ଐଶର୍ଯ୍ୟାଙ୍କୁ ଭୁଲ୍ ମାଗିଲେ ପାକ୍ କ୍ରିକେଟର ଅବଦୁଲ୍ଲ ରଜାକ୍
ଇସଲାମବାଦ: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଅବଦୁଲ୍ଲ ରଜାକ ଦେଇଥିବା ଏକ ମନ୍ତବ୍ୟ ପାଇଁ ଭାରତରୁ ପାକିସ୍ତାନ ସବୁଠି ନିନ୍ଦାର ଶିକାର ହୋଇଥିଲେ । ସୋସିଆଲ ମିଡିଆରେ ତାଙ୍କର ଉକ୍ତିଟି ଭାଇରାଲ ହୋଇଥିବାବେଳେ ସେ ଟ୍ରୋଲ ହୋଇଥିଲେ । ଐଶର୍ଯ୍ୟା ରାୟଙ୍କୁ ନେଇ ଦେଇଥିବା ଏକ ମନ୍ତବ୍ୟ ପାଇଁ ପାକିସ୍ତାନୀ କ୍ରିକେଟରଙ୍କଠାରୁ ଆରମ୍ଭ କରି ସାଧାରଣ ୟୁଜର୍ସ ମଧ୍ୟ ସମାଲୋଚନା କରିଥିଲେ ଶେଷରେ ଏକ ଭିଡିଓ ମାଧ୍ୟମରେ ଭୁଲ୍ ମାଗିଛନ୍ତି ରଜାକ୍ । ୨୦୨୩ ବିଶ୍ବକପରେ ପାକିସ୍ତାନ କ୍ରିକେଟ ଦଳର ପ୍ରଦର୍ଶନକୁ ନେଇ ସବୁଠି ସମାଲୋଚନା କରାଯାଉଛି । ପରାଜୟ ପାଇଁ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ପୂର୍ବ ପାକିସ୍ତାନୀ କ୍ରିକେଟର ବାବର ଆଜମଙ୍କ ଦଳର ପ୍ରଦର୍ଶନକୁ ନେଇ ସମାଲୋଚନା କରିବାକୁ ଯାଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକି ନିଆଁ ଭଳି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ସମାଲୋଚନା ପରେ ଭିଡିଓ କରି କ୍ଷମା ପ୍ରାର୍ଥନା କରିଛନ୍ତି ରଜାକ । ସେ କହିଛନ୍ତି କି, ମୋ ପାଟିରୁ ଖସିଯାଇଥିଲା । ମୁଁ କାହାର ଭାବନାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ଭୁଲରେ ଉଦାହରଣ ଦେବାକୁ ଯାଇ ଐଶର୍ଯ୍ୟାଙ୍କ ନାମ ନେଇ ଯାଇଥିଲି ।
ସୂଚନା ଥାଉକି, ଏକ ସାମ୍ବାଦିକ ସମ୍ମିଳନୀରେ ସାହିଦ ଆଫ୍ରିଦ ଏବଂ ଉମର ଗୁଲଙ୍କ ସହ ରଜାକ ବସିଥିଲେ । ସେ ପାକିସ୍ତାନ ଟିମର ବିଶ୍ବକପରେ ପ୍ରଦର୍ଶନକୁ ନେଇ ସମାଲୋଚନା କରୁଥିଲେ । କହିଥିଲେ କି, ଆମେ ୟୁନିସ ଖାନଙ୍କ ଅଧିନାୟକତ୍ବରେ ଭଲ ପ୍ରଦର୍ଶନ କରୁଥିଲୁ । ଅଧିନାୟକଙ୍କ ଉତ୍ତମ ଉଦ୍ଦେଶ୍ୟ ଟିମକୁ ଶକ୍ତିଶାଳି କରିଥାଏ । ଯଦି ତୁମେ ଭାବୁଛ କି, ଐଶର୍ଯ୍ୟା ରାୟଙ୍କୁ ବିବାହ କରିବ ଏବଂ ଭଲ ସନ୍ତାନ ପାଇବି ତାହେଲେ ଏହା କେବେ ହୋଇପାରିବ ନାହିଁ, ତେଣୁ ତୁମର ଉଦ୍ଦେଶ୍ୟକୁ ପ୍ରଥମେ ସ୍ଥିର କରିବାକୁ ପଡ଼ିବ । ଐଶର୍ଯ୍ୟା ରାୟଙ୍କ ନାମକୁ ନେଇଥିବାବେଳେ ଟ୍ରୋଲର ଶିକାର ହୋଇଥିଲେ ରଜାକ୍ । ଐଶର୍ଯ୍ୟା ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖିନଥିବାବେଳେ ଟ୍ବିଟରରେ କଡ଼ା ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା ।
କୋଣାର୍କରେ ଲାଗିଛି ହବିଷ୍ୟାଳୀଙ୍କ ଭିଡ଼
କୋଣାର୍କ: ପବିତ୍ର କାର୍ତ୍ତିକ ମାସରେ ଚଳଚଞ୍ଚଳ ତୀର୍ଥସ୍ଥଳୀ । ପ୍ରମୁଖ ତୀର୍ଥ ସ୍ଥଳୀ କୋଣାର୍କ ଚନ୍ଦ୍ରଭାଗାରେ ଲାଗିଛି ହବିଷିଆଳୀ ମାନଙ୍କର ଭିଡ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଘର ଛାଡି ଚନ୍ଦ୍ରଭାଗା ସ୍ଥିତ ହନୁମାନ ମନ୍ଦିର ଓ ସୂର୍ଯ୍ୟ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ରହି ନିଷ୍ଠାର ସହିତ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ।
ଚାଲିଛି ପବିତ୍ର କାର୍ତ୍ତିକ ମାସ । କୋଣାର୍କରେ ଲାଗିଛି ହବିଷିଆଳୀଙ୍କ ଭିଡ଼ । ସକାଳ ହେବା କ୍ଷଣି ପୂଜା ପାଠ ସାଙ୍ଗକୁ ଭଜନ ଜଣାଣ ହୁହୁହୁଳିରେ କମ୍ପୁଛି ପରିବେଶ । ବିଶ୍ଵାସ ରହିଛି ଅର୍କକ୍ଷେତ୍ରରେ ପୂଜାର୍ଚ୍ଚନା କରିବା ଦ୍ବାରା ପରିବାରର ମଙ୍ଗଳ ହୋଇଥାଏ । ଏହି ବିଶ୍ବାସ ଶତାଧିକ ମହିଳାଙ୍କୁ କୋଣାର୍କ ଟାଣି ଆଣିଛି । ସମସ୍ତ ହବିଷିଆଳୀମାନେ ଚନ୍ଦ୍ରଭାଗା ସ୍ଥିତ ହନୁମାନ ମନ୍ଦିର ଓ ସୂର୍ଯ୍ୟ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ରହି ଅତ୍ୟନ୍ତ ନିଷ୍ଠାର ସହିତ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ।
ହିନ୍ଦୁ ଧର୍ମ ପରମ୍ପରାରେ ପବିତ୍ର କାର୍ତ୍ତିକ ମାସରେ ଚନ୍ଦ୍ରଭାଗାରେ ସ୍ନାନକଲେ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ । ହବିଷିଆଳୀ ମାନେ ସ୍ନାନ ପରେ ସୂର୍ଯ୍ୟପୂଜା, ଚଉରା ମୂଳରେ ଚିତା ପକାଇ ବୃନ୍ଦାବତୀଙ୍କ ଆରାଧନା, ରାଧା ଦାମୋଦର ପୂଜା ,ଲକ୍ଷ୍ମୀ ନାରାୟଣ ପୂଜା , ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ସହ ସକାଳ ସନ୍ଧ୍ୟାରେ କାର୍ତ୍ତିକ ପୁରାଣ ପାଠ କରିଥାନ୍ତି । ପିତୃ ପୁରୁଷ , ସମସ୍ତ ଦେବାଦେବୀଙ୍କ ଉଦେଶ୍ୟରେ ଆକାଶ ଦୀପ ଲଗାଇ ଚଉରା ମୂଳରେ ସନ୍ଧ୍ୟା ଆଳତି ଓ ଭଜନରେ ମସଗୁଲ ରହିଥାନ୍ତି ।

