spot_img
Home Blog Page 2466

ବାହାରେ ପଡ଼ିଛି ପୁଳା ପୁଳା ଚିରା ୫୦୦ ଟଙ୍କିଆ ନୋଟ୍

ବୌଦ୍ଧ: ବାହାରେ ପଡ଼ିଛି ଟଙ୍କା । ନେବାକୁ ଲୋକଙ୍କ ମଧ୍ୟରେ ଲାଗିଛି ପ୍ରତିଯୋଗିତା । କିନ୍ତୁ ସମସ୍ତ ଟଙ୍କା ଚିରା ଫଟା ହୋଇଥିବାବେଳେ କିଛି କାଗଜ ମଧ୍ୟ ପଡ଼ି ରହିଥିବା ନଜର ଆସିଛି । ବୌଦ୍ଧ ଜିଲ୍ଲା ସ୍ପିରିଟି କାରଖାନା ବିଡ଼ିପିଏଲ ପାଚେରୀ ବାହାରେ ପଡିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ । ଚିରା ଟଙ୍କା ପଡିଥିବାର ଦେଖି ବୋହି ନେଲେ ସ୍ଥାନୀୟ ଲୋକ । ୫ସହ ଟଙ୍କିଆ ନୋଟ ସହ ପଡିଛି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ।

ସେପଟେ ତୃତୀୟ ଦିନରେ ଆୟକର ବିଭାଗର ରେଡ଼ ଚାଲିଛି । ଦୀର୍ଘ ତିନିଦିନ ହେଲା ଚାଲିଛି ଏହି ରେଡ଼ । ଭାରତର ବଡ଼ ସ୍ପିରିଟି କାରଖାନା ବିଡ଼ିପିଏଲ (ବୌଦ୍ଧ ଡିସଟିଲାରୀ ପ୍ରାଇଭେଟ ଲିମିଟେଡ଼) ଉପରେ ପଡିଛି ରେଡ୍ । ଏଭଳି ଏକ ସମୟରେ କଳା ଧନ ଲୁଚେଇବା ପାଇଁ ପାଚେରୀ ବାହାରେ କମ୍ପାନୀ ଫେପାଡ଼ି ଦେଇଥିବା ଅନୁମାନ କରାଯାଉଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, କମ୍ପାନୀ ଏଭଳି କେତେ ଟଙ୍କା ଫୋପାଡ଼ିଛି ତାହା ତଦନ୍ତ ସାପେକ୍ଷ । ବଲାଙ୍ଗୀର ଭଳି ବୌଦ୍ଧ BDPL ରେ ମଧ୍ୟ ରହିଛି କି ଅମାପ କଳା ଧନ ଏଭଳି ଏବେ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ତିନିଦିନ ଆୟକର ରେଡ଼ ଚାଲିଥିବା ବେଳେ ଏପଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଗଣମାଧ୍ୟମକୁ ବିଭାଗ ପକ୍ଷରୁ ଦିଆ ଯାଇନାହିଁ।

 

 

ଏପ୍ରିଲରେ ଆସିବ କେଜିଏଫ୍ ଷ୍ଚାର ୟସଙ୍କ ନୂଆ ଫିଲ୍ମ ‘ଟକ୍ସିକ୍’

ନନ୍ଦିଘୋଷ ବ୍ୟୁରୋ : ସାଉଥ ସୁପରଷ୍ଟାର ୟଶଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଜୋରଧରିଛି । ୟସ ତାଙ୍କ ଫ୍ୟାନ୍ସମାନଙ୍କୁ ପୁଣି ଏକ ଦମଦାର ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି ।

ୟଶ ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ପିଲ୍ମର ଏକ ଭିଡିଓ ସେୟାର କରିଛନ୍ତି। ଏହି କ୍ଲିପ୍ ମାଧ୍ୟମରେ ସେ ତାଙ୍କର ଆଗାମୀ ଫିଲ୍ମର ନାମ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ଫିଲ୍ମର ଟାଇଟେଲ୍ ସହିତ ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରର ନାଁ ରହିଛି ‘ଟକ୍ସିକ୍’।

ସୋସିଆଲ ମିଡିଆରେ ଏକ ଚମତ୍କାର ଢଙ୍ଗରେ ଏହି ଫିଲ୍ମର ଟାଇଟଲକୁ ରିଲିଜ କରାଯାଇଛି । ମେକର୍ସମାନେ ଏକ ଆକର୍ଷଣୀୟ ଟିଜର ରିଲିଜ୍ କରି ଫିଲ୍ମ ‘ଟକ୍ସିକ୍’ର ଟାଇଟଲ୍ ଘୋଷଣା କରିଥିଲେ । ଏହି ଟିଜର ଭିଡିଓରେ ୟଶଙ୍କ ଚମତ୍କାର ଲୁକ୍ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମର ଟାଇଟଲ୍ ଶୁଣିବା ପରେ ପ୍ରଶଂସକଙ୍କ ମଧ୍ଯରେ ଏକ୍ସସାଇଟମେଣ୍ଟ ବଢିବାରେ ଲାଗିଛି। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଜିତୁ ମୋହନଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ‘ଟକ୍ସିକ୍’ ଆସନ୍ତା ବର୍ଷ ଏପ୍ରିଲ୍ ୧୦ ରେ ରିଲିଜ୍ ହେବାକୁ ଥିବା ବେଳେ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି ।   ଏହାପୂର୍ବରୁ କେଜିଏଫରେ ୟସ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରିଥିଲେ। ‘ଟକ୍ସିକ୍’ ଫିଲ୍ମରେ ୟସଙ୍କୁ ଏକ ନୂଆ ରୂପରେ ଦେଖିବାକୁ ପାଇବେ ଫ୍ୟାନ୍ସ।

 

କ୍ୟାସ ଫର କ୍ୱେଶ୍ଚିନ୍ ମାମଲାରେ ଗଲା ମହୁଆଙ୍କ ପଦ

ନୂଆଦିଲ୍ଲୀ : ଟଙ୍କା ନେଇ ପ୍ରଶ୍ନ ମାମଲାରେ ତ୍ରୁଣମୂଳ କଂଗ୍ରସ ସାଂସଦ ମହୁଆ ମୈତ୍ରଙ୍କୁ ସଂସଦରୁ ବହିଷ୍କାର କରାଯାଇଛି । ଲୋକସଭା ଏଥିକ୍ସ କମିଟି ସୁପାରିସ କ୍ରମେ ମହୁଆଙ୍କୁ ବହିଷ୍କୃତ କରାଯାଇଛି ।ଏନଡିଏ ତରଫରୁ ମହୁଆଙ୍କୁ ବରିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବ ଧ୍ୱନୀମତରେ ଲୋକସଭାରେ ଗୃହିତ ହୋଇଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ପେସ କରାଯାଇଥିଲା ।

ରିପୋର୍ଟ ଉପରେ ଚର୍ଚ୍ଚା କାଳରେ ବିରୋଧୀ ଦଳ ସଦସ୍ୟ କକ୍ଷତ୍ୟାଗ କରିଥିଲେ । ବିରୋଧୀ ପକ୍ଷ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବାକୁ ଦାବି କରିଥିଲେ । ଯାହାକୁ ବିଜେପି ଓ ଅନ୍ୟ ଏନଡିଏ ସଦସ୍ୟ ବିରୋଧ କରିଥିଲେ । ବାଚସ୍ପିତ ବିରୋଧୀ ଦଳର ଦାବିକୁ ଗ୍ରହଣ କରିନଥିଲେ । ପ୍ରତିବାଦରେ ବିରୋଧୀ ଦଳ କକ୍ଷ ତ୍ୟାଗ କରିଥିଲେ ।

ରିପୋର୍ଟରେ ମହୁଆଙ୍କ ବିରୋଧରେ ଥିବା ଅଭିଯୋଗ ସାଂଘାତିକ ବୋଲି କୁହାଯାଇଥିଲା ଓ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।ସୂଚନାଯୋଗ୍ୟ ଯେ, ମହୁଆଙ୍କ ବନ୍ଧୁ ହିରାନନ୍ଦାନୀ ତାଙ୍କ ବିରୋଧରେ ଟଙ୍କା ନେଇ ସଂସଦ ଲଗଇନ୍ ପାସୱାର୍ଡ ଓ ଆଇଡି ସେୟାର କରିଥିବା ଅଭିଯୋଗ ଆଣିଥିଲେ । ଶୁକ୍ରବାର କକ୍ଷରେ ରିପୋର୍ଟ ଉପସ୍ଥାପିତ ହେବା ସହିତ ହଙ୍ଗାମା ଆରମ୍ଭ ହୋଇଥିଲା । ଫଳରେ ଗୃହକାର୍ଯ୍ୟକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା ।

ଅନ୍ୟପକ୍ଷରେ ମହୁଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଧେଶ୍ୟପ୍ରଣୋଦିତ ବୋଲି କହିଛନ୍ତି । ଲୋକସଭାରୁ ବହିଷ୍କୃତ ହେବା ପରେ ମହୁଆ ନିଜ ସାଥି ସାଂସଦଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ କରିଥିଲେ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ମଧ୍ଯ ତାଙ୍କ ସହିତ ଏହି ସମୟରେ ଥିଲେ ।

ଉତ୍ତରାଖଣ୍ଡ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିଥିବା ହିରୋଙ୍କୁ ସମ୍ମାନିତ କଲା ଅଷ୍ଟ୍ରେଲିଆ ସଂସଦ

ନନ୍ଦିଘୋଷ ବ୍ୟୁରୋ :  ଆର୍ନୋଲ୍ଡ ଡିକ୍ସ ନାଁ ଶୁଣିଲେ ସମମ୍ତଙ୍କର ମନେପଡିଯାଏ ସେଦିନର ସେହି ଟନେଲରେ ଫସିଥିବା ୪୧ ଜଣ ଶ୍ରମିକଙ୍କ କଥା । ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶ୍ରମିକଙ୍କ ପାଇଁ ସେ ଥିଲେ ଭଗବାନ । ୧୭ ଦିନର ସଂଘର୍ଷରୁ ମୁକ୍ତିଦେଇଥିଲ ସେ । ତାହା ଥିଲା ଶ୍ରମିକଙ୍କ ପାଇଁ ନୂଆ ଜୀବନ । ତୁମେ କେବଳ ଗୋଟିଏ ଦେଶର ହିରୋ ନୁହଁ ତୁମେ ଦୁଇ ଦୁଇଟି ଦେଶର ହୀରୋ,ଏମିତି କିଛି ଡିକ୍ସଙ୍କୁ କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ। ଉତ୍ତରାଖଣ୍ଡ, ଉତ୍ତରକାଶୀରେ  ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଅଭିଯାନର ହିରୋ ଆର୍ନୋଲ୍ଡ ଡିକ୍ସଙ୍କୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ସଂସଦରେ କହିଛନ୍ତି ଯେ ଭାରତର ଉତ୍ତରାଖଣ୍ଡରେ ଏକ ଟନେଲରେ ୪୧ ଜଣ ଲୋକ ଫସି ରହିଥିଲେ। ସେହି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମରେ ତାଙ୍କର ଦକ୍ଷତା ସହିତ ପ୍ରଫେସର ଡିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | ସେ ଯେଉଁଭଳି ଭାବରେ ଏକ କଠିନ ଅପରେସନ୍ କରିଥିଲେ ଏବଂ ସେହି ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ଏବଂ ସେମାନଙ୍କ ପରିବାର ସହିତ ଫେରାଇଥିଲେ ତାହା ଏକ ଅସାଧାରଣ କାହାଣୀ |

ଭାରତୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ଲୋକମାନେ ତାଙ୍କୁ ପ୍ରଶଂସା କରିଛନ୍ତି । ଆମେ ମଧ୍ୟ କହିବାକୁ ଚାହୁଁଛୁ ଯେ ଆପଣ  ଆମର ବି ହିରୋ ଏବଂ ଗୋଟିଏ ନୁହେଁ ବରଂ ଦୁଇ ଦେଶ ବର୍ତ୍ତମାନ ଆପଣଙ୍କ ନିକଟରେ ଋଣୀ । ଗୋଟିଏ ହେଉଛି ଭାରତ ଏବଂ ଅନ୍ୟଟି ହେଉଛି ଅଷ୍ଟ୍ରେଲିଆ। ନଭେମ୍ବର ୧୨ ରେ, ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲରେ ୪୧ଜଣ ଶ୍ରମିକ ଟନେଲରେ ଫସି ରହିଥିଲେ। ଶ୍ରମିକମାନଙ୍କୁ ଟନେଲରୁ ବଞ୍ଚାଇବା ପାଇଁ ଅନେକ ପ୍ରୟାସ କରାଯାଇଥିଲା ଏବଂ ଅନେକ ଲୋକ ଏଥିପାଇଁ ଉଦ୍ୟମ କରିଥିଲେ, ଯାହା ପରେ ଏହି ଲୋକମାନେ ବାହାରକୁ ଆସିବାକୁ ସକ୍ଷମ ହୋଇଥିଲେ | ଏସବୁ ମଧ୍ୟରେ ଅଷ୍ଟ୍ରେଲିଆର ଆର୍ନୋଲ୍ଡ ଡିକ୍ସ ଏହି ଉଦ୍ଧାର କାର୍ଯ୍ୟର ହିରୋ ଭାବରେ ଉଭା ହୋଇଥିଲେ। ଏହି ଶ୍ରମିକମାନଙ୍କ ଜୀବନ ବଞ୍ଚାଇବା ପାଇଁ ଆର୍ନୋଲ୍ଡ ଦିନରାତି କାମ କରିଥିଲେ । ଯେଉଁଥିପାଇଁ ତାଙ୍କୁ କେବଳ ଭାରତରେ ପ୍ରଶଂସା କରାଯାଉନାହିଁ ବରଂ ଅଷ୍ଟ୍ରେଲିଆ ମଧ୍ୟ ତାଙ୍କୁ ସଂସଦରେ ସମ୍ମାନିତ କରିଛି।  Tunnelling expert Arnold Dix on Uttarkashi success Australian PM congratulatory message, says we are not just fantastic in cricket - India Today

ଆର୍ନୋଲ୍ଡ ଡିକ୍ସଙ୍କ କାର୍ଯ୍ୟ ପାଇଁ ବିଶ୍ୱବ୍ୟାପୀ କରୁଛନ୍ତି ପ୍ରଶଂସା

ନଭେମ୍ବର 12 ରେ, ନିର୍ମାଣଧିନ ଟନେଲର ଏକ ଅଂଶ ଭୁଷୁଡ଼ି ପଡ଼ିବାରୁ  ୪୧ ଜଣ ଶ୍ରମିକ ଫସି ରହିଥିଲେ। ଦୀର୍ଘ ୧୭ ଦିନ ଧରି ଚାଲିଥିବା ଦୀର୍ଘ ଅପରେସନ୍ ପରେ ସମସ୍ତ ଶ୍ରମିକଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା। ଏହି ଅପରେସନ୍ରେ ଆନ୍ତର୍ଜାତୀୟ ଟନେଲ୍ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆର୍ନୋଲ୍ଡ ଡିକ୍ସ ଅଷ୍ଟ୍ରେଲିଆର ନାଗରିକ। ସେ ପ୍ରାୟ ୩୦ବର୍ଷ ଧରି ଏହି କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ଡିକ୍ସ ସ୍ୱିଜରଲ୍ୟାଣ୍ଡର ଆନ୍ତର୍ଜାତୀୟ ଟନେଲିଂ ଏବଂ ଅଣ୍ଡରଗ୍ରାଉଣ୍ଡ ସ୍ପେସ୍ ଆସୋସିଏସନର ମଧ୍ୟ ମୁଖ୍ୟ । ପ୍ରଫେସର ଡିକ୍ସ ଜଣେ ଭୂବିଜ୍ଞାନୀ, ପ୍ରଫେସର ତଥା ଆଇନଜୀବୀ ଅଟନ୍ତି । ସେ ମେଲବର୍ଣ୍ଣର ମୋନାଶ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ଏବଂ ଆଇନ ଅଧ୍ୟୟନ କରିଥିଲେ। ଭୂତଳ ନିର୍ମାଣ କାର୍ଯ୍ୟର ନିରାପତ୍ତା ଏବଂ ଅନ୍ୟାନ୍ୟ ଦିଗ ପ୍ରତି ଦୃଷ୍ଟି ଦେବାକୁ ତାଙ୍କୁ ସାରା ବିଶ୍ୱରୁ ଡକାଯାଇଛି |

ହମାସ ପରେ ଇସ୍ରାଏଲ ଟାର୍ଗେଟରେ ହିଜବୁଲ୍ଲା

ନନ୍ଦିଘୋଷ ବ୍ୟୁରୋ : ହମାସ ପରେ ଏବେ ଇସ୍ରାଏଲ ଟାର୍ଗେଟରେ ହିଜବୁଲ୍ଲା । ଇସ୍ରାଏଲ ପଡୋଶୀ ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲାର ଏକାଧିକ ଶିବିର ଉପରେ ଆକ୍ରମଣ କରିଛି ଇସ୍ରାଏଲ। ହମାସ ଆତଙ୍କୀ ଇସ୍ରାଏଲ ସେନା ଉପରେ ରକେଟ୍ ହମଲା କରିବା ପରେ ଇସ୍ରାଏଲ ପାଲଟା ହମଲା କରିଛି । ହିଜବୁଲ୍ଲା ଆତଙ୍କୀ ହମଲାରେ ଇସ୍ରାଏଲ ସେନାର ଦୁଇ ଯବାନ ଆହତ ହୋଇଛନ୍ତି । ହିଜବୁଲ୍ଲାକୁ କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ। ସୀମା ଉଲ୍ଲଂଘନ କଲେ ଗାଜା ସମଦଶା ଭୋଗିବ ବୋଲି ଚେତାଇ ଦେଇଛନ୍ତି ନେତନ୍ୟାହୁ।

ସେପଟେ ଗାଜା-ଇସ୍ରାଏଲ ମଧ୍ୟରେ ୨ ମାସରୁ ଅଧିକ ହେଲାଣି ଲାଗି ରହିଛି ସଂଘର୍ଷ । ମାନବୀୟ ସହାୟତା ଜାରି ରଖିବା ଉପରେ ଜାତିସଂଘ ମହାସଚିବ ଗୁରୁତ୍ୱ ଦେଇଛନ୍ତି । ଗାଜାର ୮୦ ପ୍ରତିଶତରୁ ଅଧିକ ନାଗରିକ ଦକ୍ଷିଣ ଗାଜାକୁ ପଳାୟନ କରିଛନ୍ତି । ଟେଲିକମ ସେବା ବାଧାପ୍ରାପ୍ତ ହୋଇଛି । ଇଣ୍ଟରନେଟ ପୁରା ଠପ୍ ହୋଇଯାଇଛି। ଖାଦ୍ୟ, ପାଣି ଓ ଔଷଧ ବଣ୍ଟନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଯୁଦ୍ଧକୁ ଦୁଇ ମାସ ବିତିଥିବାବେଳେ ଗାଜାରେ ଲୋକେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ରହିଛି। ଇସ୍ରାଏଲର କରିମ ଶାଲମ ସୀମାରେ ମାନବୀୟ ସହାୟତା ପଠାଇବାକୁ କହିଛି ଜାତିସଂଘ। ଖୁବଶୀଘ୍ର ଏହି ସୀମାକୁ ଖୋଲାଯିବ।

ସେପଟେ ଗାଜାରେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଉଛି ଆମେରିକା। ସାଧାରଣ ଜନସାଧାରଣଙ୍କ ଯେପରି କୌଣସି କ୍ଷତି ନଘଟେ ଏଥିପ୍ରତି ସଜାଗ ରହିବାକୁ ଇସ୍ରାଏଲକୁ କହିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ। ହମାସ ଆତଙ୍କୀଙ୍କ ପାଖରେ ଏବେ ବି ୧୩୫ ପଣବନ୍ଦୀ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏହାସହ ଗାଜାରେ ମାନବୀୟ ସହାୟତା ଅଧିକ ପରିମାଣର ପଠାଇବାକୁ ଗୁରୁତ୍ବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

୨୪ ଘଣ୍ଟାରେ ମୁଶୀଦାବାଦ ହସ୍ପିଟାଲରେ ୧୦ ନବଜାତ ଶିଶୁ ମୃତ

କୋଲକତାରେ ପୁଣି ଚାଞ୍ଚଲ୍ୟ । ୨୪ ଘଣ୍ଟା ଭିତରେ ମୁଶୀଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ପଶ୍ଚିମବଙ୍ଗର ମୁଶୀଦାବାଦ ମେଡିକାଲ କଲେଜ ହସ୍ପିଟାଲରେ SNCU ବିଭାଗରେ ନବଜାତ ୧୦ ଶିଶୁଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି । ୧୦ ଜଣ ଶିଶୁଙ୍କ ଓଜନ ବହୁତ କମ୍ ଏବଂ ଅନ୍ୟାନ୍ୟ ଶାରିରୀକ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିବା ନେଇ ହସ୍ପିଟାଲର ମୁଖ୍ୟ MAVP ଡାକ୍ତର ଅମିତ କୁମାର କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯଦି ମେଡିକାଲରେ ଶିଶୁ ବିଭାଗରେ ଶିଶୁ ସ୍ପେଶାଲ ଡାକ୍ତରଙ୍କ ସହ ଅନ୍ୟାନ୍ୟ ବ୍ୟବସ୍ଥା ନାହିଁ ତାହେଲେ ହସ୍ପିଟାଲ ଡାକ୍ତର କାହିଁକି ନବଜାତ ଶିଶୁକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଯାହା ଫଳରେ ୧୦ ଜଣ ମା’ଙ୍କ କୋଳ ଶୁନ୍ୟ ପଡ଼ିଯାଇଛି ।

ବଢିଲା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ଅଡୁଆ

ନୂଆଦିଲ୍ଲୀ : ବଢିଲା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ । ସାଂସଦ ମହୁଆଙ୍କୁ ନେଇ ଆଜି ସଂସଦରେ ହଙ୍ଗାମା ଦେଖିବାକୁ ମିଳିଛି । ଟଙ୍କା ନେବା ଏବଂ ସଂସଦରେ ପ୍ରଶ୍ନ ପଚାରିବା ଘଟଣାରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିର୍ଦ୍ଦେଶ ଉପରେ ଅନୁସନ୍ଧାନ କରିଥିବା ଗୃହର ନୈତିକ କମିଟି ଲୋକସଭାରେ ଏହି ରିପୋର୍ଟ ଉପସ୍ଥାପନ କରିଛି। ଏହି ସମୟରେ ବିରୋଧୀ ସାଂସଦମାନେ ଗୃହରେ ହୋହାଲ୍ଲା କରିଥିଲେ। ଗୃହରେ ବିରୋଧୀ ସାଂସଦମାନେ ‘ଅନ୍ୟାୟକୁ ବରଦାସ୍ତ କରିବେ ନାହିଁ’ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ବାଚସ୍ପତି ପ୍ରଶ୍ନ କାଳରେ ଗୃହକୁ ମୁଲତବି ରଖିଥିଲେ। ଯେତେବେଳେ ମଧ୍ୟାହ୍ନ ୧୨ ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ବିଜେପି ସାଂସଦ ବିଜୟ ସୋନକର ନୈତିକ କମିଟିର ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ସମୟରେ ବିରୋଧୀଙ୍କ ଆନ୍ଦୋଳନ ଜାରି ରହିଥିଲା ​​ଏବଂ ବାଚସ୍ପତି ଗୃହ ପ୍ରକ୍ରିୟାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଅନ୍ୟପଟେ ଟିଏମସି ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ନୈତିକ କମିଟି ରିପୋର୍ଟ କିପରି ଲିକ୍ ହେଲା ? ବିରୋଧୀ ଦଳର ମନୋଭାବକୁ ବିଚାରକୁ ନେଇ ରିପୋର୍ଟ ଗ୍ରହଣ କରିବା କିମ୍ବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବେଳେ ଗୃହରେ ଭୋଟ୍ ଦେବାର ଆବଶ୍ୟକତା ଥାଇପାରେ। ଏହାକୁ ଦୃଷ୍ଟିରେ ରଖି ବିଜେପି ତାର ସମସ୍ତ ଲୋକସଭା ସାଂସଦଙ୍କୁ ଦିନସାରା ଗୃହରେ ରହିବାକୁ ନିର୍ଦ୍ଦେଶ ଦେଇଛି।  Mahua Moitra in Cash-for-Query Row: 'Will take action after…', TMC's first  official statement | Mint

ଆମେ ଆପଣଙ୍କୁ କହିରଖୁଛୁ ଯେ ମହୁଆ ମୋଇତ୍ରାଙ୍କ ମାମଲାରେ ନୈତିକ କମିଟି ଏହାର ତଦନ୍ତ ରିପୋର୍ଟକୁ ଗତ ମାସ ନଭେମ୍ବର ୧୦ରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ପଠାଇଥିଲା। ଲୋକସଭା ବାଚସ୍ପତି ବିର୍ଲାଙ୍କ ନିର୍ଦ୍ଦେଶରେ ସଂସଦରେ ଟଙ୍କା ନେବା ଏବଂ ପ୍ରଶ୍ନ ପଚାରିବା, ଘଟଣାର ଅନୁସନ୍ଧାନ ପରେ ନୈତିକ କମିଟି ପ୍ରାୟ ୫୦୦ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଥିଲା, ଯାହା ୬-୪ ମାର୍ଜିନରେ ଅନୁମୋଦିତ ହୋଇଥିଲା ।


ସୂଚନା ଅନୁଯାୟୀ, ନୈତିକ କମିଟି ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅତ୍ୟନ୍ତ ଗୁରୁତର ସହ ନେଇଛି ଏବଂ ତାଙ୍କର ଏହି କାର୍ଯୟକୁ ଆପତ୍ତିଜନକ ଏବଂ ଅନୈତିକ ବୋଲି କହିଛି। ଏହାକୁ ଭିତ୍ତିକରି, ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ରିପୋର୍ଟ ଆସିବା ପର୍ଯ୍ୟନ୍ତ କମିଟି ମହୁଆଙ୍କ ସଂସଦ ସଦସ୍ୟତା ବାତିଲ କରିବାକୁ କିମ୍ବା ତାଙ୍କ ସଦସ୍ୟତା ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି। ଏହି ରିପୋର୍ଟରେ କମିଟି ଭାରତ ସରକାରଙ୍କୁ ସମଗ୍ର ଘଟଣାର ଠିକ ସମୟରେ, ପୁଙ୍ଖାନୁପୁଙ୍ଖ, ଆଇନଗତ ଏବଂ ଆନୁଷ୍ଠାନିକ ତଦନ୍ତ ପାଇଁ ସୁପାରିଶ କରିଛି ଏବଂ ମହୁଆ ମୋଇତ୍ରା ଓ ହିରାନନ୍ଦାନୀଙ୍କ ମଧ୍ୟରେ ହୋଇଥିବା କାରବାରର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମଧ୍ୟ ସୁପାରିଶ କରିଛି। କମିଟି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି।

ଗୁଗଲ ପ୍ଲେଷ୍ଟୋରରୁ ହଟିଲା ସ୍ପାଏଲୋନ ଆପ୍

ନୂଆଦିଲ୍ଲୀ : ଗୁଗଲ ପ୍ଲେଷ୍ଟୋରରୁ ହଟିଲା ୧୮ଟି ସ୍ପାଏଲୋନ ଆପ୍ । କୋଟି କୋଟି ସଂଖ୍ୟାରେ ଡାଉନଲୋଡ ହେଉଥିବା ଏହି ଆପକୁ ଗୁଗଲ ଶେଷରେ ହଟାଇଛି । ଗତ କିଛି ମାସ ଧରି ଏହି ଆପଗୁଡିକୁ ବିପୁଳ ସଂଖ୍ୟାରେ ଡାଉନଲୋଡ କରାଯାଇଥିଲା । ଏହି ଲୋନ୍ ଲେଣ୍ଡିଂ ଆପ୍ ଜରିଆରେ ୟୁଜରମାନଙ୍କ ବିପୁଳ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ବ୍ଲାକମେଲ କରାଯାଉଥିବା ଅଭିଯୋଗ ହେଉଥିଲା। ଏହାସହ ଧାରକମାନଙ୍କଠାରୁ ଅଧିକ ସୁଧହାରରେ ଟଙ୍କା ଆଦାୟ କରାଯାଉଥିବା ଜଣାପଡିଛି ।

ଆଫ୍ରିକା, ଲାଟିନ ଆମେରିକା ଓ ଦକ୍ଷିଣ ପୂର୍ବ ଏସିଆରେ ରହୁଥିବା ୟୁଜରମାନଙ୍କ ସବିଶେଷ ତଥ୍ୟ ହ୍ୟାକ କରାଯାଉଥିବ ଅଭିଯୋଗ ହୋଇଥିଲା । ପ୍ଲେଷ୍ଟୋରରୁ ଏହି ଆପଗୁଡିକୁ ହଟାଯାଇଥିବା ସତ୍ତ୍ବେ ଆଣ୍ଡ୍ରଏଡ ୟୁଜରମାନେ ମାନୁଆଲ ଭାବେ ସେମାନଙ୍କ ଫୋନରୁ ଏହି ଆପଗୁଡିକୁ ହଟାଇବା ଲାଗି ପରାମର୍ଶ ଦିଆଯାଇଛି ।

୪ ରାଜ୍ୟରେ ଭୂକମ୍ପ ଝଟକା, ନାହିଁ କ୍ଷୟକ୍ଷତି ସୂଚନା

ନୂଆଦିଲ୍ଲୀ :  ଗୋଟେ କିମ୍ବା ଦୁଇଟି ରାଜ୍ୟରେ ନୁହେଁ  ଏକାଥରକେ ୪ରାଜ୍ୟରେ ଭୂକମ୍ପ ଝଟକା । ଆଜି ତାମିଲନାଡୁ, କର୍ଣ୍ଣାଟକ, ଗୁଜୁରାଟ ଏବଂ ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତାମିଲନାଡୁ ଚେଙ୍ଗଲପେଟ ଜିଲ୍ଲାରେ ସକାଳ ୭ଟା ୩୯ ମିନିଟରେ ଭୂକମ୍ପର ଝଟକା ଲାଗିଥିଲା ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୩.୨ ପ୍ରତିଶତ ରହିଛି ।

ସେହିପରି କର୍ଣ୍ଣାଟକ ବିଜୟପୁରା ଜିଲ୍ଲାରେ ଭୂକମ୍ପର ତୀବ୍ରତା ୩.୧ ରେକର୍ଡ କରାଯାଇଛି । ସେପଟେ ଗୁଜୁରାଟ କଚ୍ଛ ଏବଂ ରାଜକୋଟରେ ସକାଳ ୯ଟା ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ଯାହାର ତୀବ୍ରତା ୩.୦୯ ପ୍ରତିଶତ ରହିଛି। ମେଘାଳୟରେ ସକାଳ ୮ଟା ୪୬ ମିନିଟରେ ୩.୮ ପ୍ରତିଶତର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମାତ୍ର ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।

 

 

ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇର ଏବେ ବି କିଛି ଅଞ୍ଚଳ ଜଳବନ୍ଦୀ

ଚେନ୍ନାଇ : ସାମୁଦ୍ରିକ ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇର କିଛି ଅଞ୍ଚଳ ଏବେ ବି ଜଳବନ୍ଦୀ  । ଆଜି ୫ମ ଦିନ ପାଇଁ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ତାମିଲନାଡୁ ସରକାର  । ବର୍ଷାଜନିତ ୨୦ଜଣଙ୍କର ସରକାରୀ ଭବେ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି  । ଆଜି ଥିରୁଭଲୁରରେ ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର  । ତିରୁଭଲ୍ଲୁର, କାଂଚିପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଯୋଗୁଁ ୭୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି  । ଉଦ୍ଧାରକାର୍ଯ୍ୟରେ ୩ ସେନା ସହ କୋଷ୍ଟଗାର୍ଡ ମୁତୟନ ହୋଇଛନ୍ତି  । ଏବେ ବି ଚେନ୍ନାଇର ପାଲିକାରାନାଇ, ଥୋରାଇପକମ୍, ପେରୁମବକମ୍,ଭେଲାଚେରୀ ର ଲୋକଙ୍କୁ ରିଲିଫ୍ ଟିମ୍ ପକ୍ଷରୁ ସହାୟତା ଯୋଗାଇଦିଆଯାଉଛି ।

ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି  । ବର୍ଷା ଯୋଗୁଁ ସୁପରଷ୍ଟାର ରଜନୀକାନ୍ତଙ୍କ ଘକ ମଧ୍ୟ ଜଳବନ୍ଦୀ ଘେରରେ ରହିଛି  । ଆନ୍ଧ୍ରର ନେଲ୍ଲୋର ଓ ବାପଟଲା ଜିଲ୍ଲାର କାବାଲି ମଧ୍ୟରେ ମିଗଜୋମ ସ୍ଥଳଭାଗ ଛୁଇଁଥିଲା । ବାତ୍ୟାରେ ପାଖାପାଖି ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କେରଳ ଓ ମାହେରେ ସ୍ୱଳ୍ପ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  ।