spot_img
Home Blog Page 2467

ରାଜ୍ୟରେ ହାତୀ ସୁରକ୍ଷା ପାଇଁ ୮୫ଟି ରେଞ୍ଜ୍‌ ଚିହ୍ନଟ, ଲଗାଯିବ ତାଳ ଗଛ

ଭୁବନେଶ୍ବର: ରାଜ୍ୟରେ ହାତୀ ସୁରକ୍ଷା ପାଇଁ ୮୫ଟି ରେଞ୍ଜ୍‌ ଚିହ୍ନଟ ହୋଇଛି । । ହାତୀ ରହୁଥିବା ଅଞ୍ଚଳରେ ସେମାନଙ୍କ ଖାଦ୍ୟ ପାଇଁ କୁମ୍ବି, ଶାଳିଆ ବାଉଁଶ ଆଦି ଲଗାଯିବ । ଫଳରେ ହାତୀ ସେଠାରେ ରହିବେ । ଜଳାଶୟ ବି କରାଯିବ । ଅଧିକ ଖାଦ୍ୟ ରହିଲେ ହାତୀ ସେଠାରେ ହିଁ ରହିବେ । ଜଙ୍ଗଲରେ ତାଳ ଗଛ ଲଗାଯିବା ସହ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ । ଏପରି ହେଲେ ହାତୀ- ମଣିଷ ସଂଘର୍ଷ କମିଵ । ମହୁମାଛି ଶବ୍ଦ ହେଲେ, ହାତୀ ଚାଲିଯିବେ । ହେଲେ ଏହା ବଡ଼ ମାତ୍ରାରେ ପରୀକ୍ଷା କରାଯାଇନି । ବର୍ତ୍ତମାନ ବାଘ ଗଣନା ଚାଲିଛି । ତା’ ପରେ ହାତୀ ଗଣନା ହେବ ।

କଳାହାଣ୍ଡିରେ ହାତୀ ଘଉଡ଼ାଇବା ସ୍କ୍ବାକୁ ରେଞ୍ଜର ଲିଡ୍‌ କରୁଥିଲେ । ଦୁର୍ଭାଗ୍ୟବଶତଃ ହାତୀ ଆସିବା ସମୟରେ ସେ ଦୌଡ଼ି ଯାଇ ପାରିଲେ ନାହିଁ ଓ ତାଙ୍କର ମୃତ୍ୟୁ ହେଲା ବୋଲି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ।

ଓଡ଼ିଶାରେ ନଗର ବାଟିକା ଓ ଆନନ୍ଦ ବନ ଆରମ୍ଭ, ଦୁଇ ମାସରେ ଅଢ଼େଇ କୋଟି ଚାରାରୋପଣ

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେଲା ନଗର ବାଟିକା ଓ ଆନନ୍ଦ ବନ । ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ଭିତରେ ଅଢ଼େଇ କୋଟି ଚାରାରୋପଣ ହୋଇଛି । ସେହିପରି ୩ କୋଟି ୯୦ ଲକ୍ଷ ଚାରା ବିଭିନ୍ନ ଅନୁଷ୍ଠାନକୁ ବିତରଣ କରାଯାଇଛି । ହେନ୍ତାଳ ବନ, ଝାଉଁ ବଣ ଓ ଅନ୍ୟ ଚାରା ଦିଆଯାଉଛି । ଚାରା ଏକ ଟଙ୍କାରେ ଦିଆଯାଉଛି । ଯାହା ଜଳବାୟୁକୁ ସୁରକ୍ଷା ଦେବ ।

ପ୍ରତି ସହରରେ ନଗର ବାଟିକା କରାଯାଉଛି । ଖୁବଶୀଘ୍ର ଆନନ୍ଦ ବନ ତିଆରି କରାଯିବ । ଓଡ଼ିଶାରେ ବର୍ତ୍ତମାନ ୪୦ଟି ସ୍ଥାନରେ ନଗର ବାଟିକା ଅଛି । ଏହା ବୃଦ୍ଧି କରାଯିବ ବୋଲି କହିଛନ୍ତି ପିସିସିଏଫ୍ ।

ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ, ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ବର: ରାଜ୍ୟରେ କମୁଛି ପାରଦ, ବଢୁଛି ଶୀତ । ଫୁଲବାଣୀ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଏଠାରେ ତାପମାତ୍ରା ୭.୨ ଡିଗ୍ରୀ ରହିଛି । ସେହିପରି ୧୫ ଡିଗ୍ରୀ ତଳେ ରହିଛି ଦ୍ୱୈତ ନଗରୀ ତାପମାତ୍ରା । ଭୁବନେଶ୍ୱରରେ ତାପମାତ୍ରା ୧୪.୬ ଡିଗ୍ରୀ ଥିବା ବେଳେ, କଟକରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି କେନ୍ଦୁଝର ଓ କିରେଇରେ ୯.୪, ଦାରିଙ୍ଗବାଡ଼ିରେ ୯.୫, ଫୁଲବାଣୀ ୧୦, ଅନୁଗୁଳରେ ୧୦.୬, ସୁନ୍ଦରଗଡ଼ରେ ୧୧, କୋରାପୁଟରେ ୧୧.୨ ଓ ରାଉରକେଲାରେ ୧୧.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହାସହ ବାଲେଶ୍ୱରରେ ୧୧.୩, ଚାନ୍ଦବାଲିରେ ୧୪.୧, ପାରାଦୀପରେ ୧୫.୧, ଗୋପାଳପୁର ଓ ପୁରୀରେ ୧୭.୫ ଡିଗ୍ରୀ, ବାରିପଦାରେ ୧୨, ଝାରସୁଗୁଡ଼ାରେ ୧୨.୪, ସମ୍ବଲପୁରରେ ୧୪.୮, ହୀରାକୁଦରେ ୧୫.୩, ତାଳଚେରରେ ୧୫.୪, ଭବାନୀପାଟଣାରେ ୧୩, ବଲାଙ୍ଗୀରରେ ୧୪, ଟିଟିଲାଗଡ଼ରେ ୧୫.୫, ମାଲକାନଗିରିରେ ୧୬.୭ ଡିଗ୍ରୀ, ସୋନପୁର ୧୩.୩, ନୟାଗଡ଼ରେ ୧୪.୫, ଛତ୍ରପୁର ୧୭, ଭଦ୍ରକରେ ୧୪.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ରାଜଧାନୀରେ ମାତିଲେ ଲୁଟେରା ଗ୍ୟାଙ୍ଗ, ଆପାର୍ଟମେଣ୍ଟରେ ବୁଲାଇଲେ କଳାକନା

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଧିନ ଗାଡ଼କଣ ଅଞ୍ଚଳରୁ ସିରିଜ ଲୁଟ୍ । ବିଳମ୍ବିତ ରାତିରେ ଆପାର୍ଟମେଣ୍ଟରେ କଳାକନା ବୁଲାଇଲେ ଲୁଟେରା । ଏକକାଳୀନ ୫ଟି ଫ୍ଲାଟରୁ ଲୁଟ୍ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।

ତାଲା ଭାଙ୍ଗି ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଗତକାଲି ମଧ୍ୟ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଲୁଟ୍ ହୋଇଥିଲା ।

ଗତ ମାସକରେ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରୁ ଲୁଟ ପରେ ଲୋକଙ୍କୁ ସତର୍କ କରାଇଛି କମିଶନରେଟ ପୋଲିସ । ପୋଲିସକୁ ଦୋଷ ନଦେଇ ନିଜେ  ସଚେତନ ହେବାକୁ ପରାମର୍ଶ ଦେଇଛି ପୋଲିସ । ସିକ୍ୟୁରିଟି ଗାର୍ଡ ଓ ସିସିଟିଭିକୁ ସେମାନଙ୍କ ଖାତିର ନାହିଁ  । କେବଳ ପୋଲିସକୁ ଦୋଷ ନଦେଇ ଲୋକେ ନିଜେ ସଚେତନ ହୁଅନ୍ତୁ । ଘର ଛାଡ଼ି ବାହାରକୁ ଯିବା ବେଳେ ଅଜଣା ଲୋକଙ୍କୁ ନଜଣାଇବା ସହ ସୋସିଆଲ ମିଡିଆରେ ଫଟୋ ଆସିବା ପର୍ଯ୍ୟନ୍ତ ପୋଷ୍ଟ ନକରିବା ପାଇଁ ଟୁଇନ ସିଟି ବାସୀଙ୍କୁ ସଚେତନ କରିଛନ୍ତି ପୋଲିସ କମିଶନର।

୭ ଦିନ ପରେ ଶେଷ ହେଲା ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଚଢ଼ାଉ

ବଲାଙ୍ଗୀର: ବଲାଙ୍ଗୀରରେ ସରିଲା ଆୟକର ବିଭାଗର ଚଢ଼ାଉ । ସୁଦପଡା ମଦଭାଟି ସହ ଅଫିସରେ ଆୟକର ବିଭାଗର ଯାଞ୍ଚ ଶେଷ ହୋଇଛି । ଏରିଆ ମ୍ୟାନେଜର ଭୋଳା ସାହୁଙ୍କ ବାସଭବନରୁ ଯାଞ୍ଚ କରି ବାହାରିଛନ୍ତି ଆଇଟି ଅଧିକାରୀ । ଯାଞ୍ଚ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଓ ଡାଏରୀ ସହ ୪ଟି ଲ୍ୟାପଟପ ଓ ୨ଟି ହାର୍ଡଡିସ୍କ ଜବତ ହୋଇଛି । ୭ ଦିନ ଧରି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଉପରେ ଚାଲିଥିଲା ରେଡ୍ ।

ଅମାପ ସମ୍ପତ୍ତିର ଚେର ଖୋଜୁଛନ୍ତି ଆୟକର ଅଧିକାରୀ । ସେହିପରି ଜବତ ହୋଇଥିବା ଟଙ୍କା ମଧ୍ୟରୁ ୨୮୫ କୋଟି ଟଙ୍କା ବ୍ୟାଙ୍କରେ ଜମା କରାଯାଇଛି । ସେପଟେ ଟିଟିଲାଗଡ଼ରେ ମଧ୍ଯ ମଦ ବ୍ୟବସାୟୀ ସଂଜୟ ସାହୁଙ୍କ ସାମ୍ରାଜ୍ୟ ଉପରେ ଚାଲିଛି ଛାନବିନ  । ଟିଟିଲାଗଡ଼ ଆକ୍ସିସ ବ୍ୟାଙ୍କ ଲକରରୁ ବିପୁଳ ସୁନାଗହଣା ଜବତ ହୋଇଛି । ମଦ ବ୍ୟବସାୟୀ ସଂଜୟ ସାହୁଙ୍କ ପତ୍ନୀଙ୍କ ୪୦ ପ୍ରକାର ସୁନା ଅଳଙ୍କାର ଜବତ ହୋଇଛି ।

ଦିନକ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଯାଦବ

0

ଭୋପାଳ: ଆସନ୍ତାକାଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଶପଥ ଗ୍ରହଣ ସମାରୋହ । ବିଜେପି ବିଧାୟକ ଦଳ ବୈଠକରେ ନେତା ଘୋଷଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜଭବନ ଯାଇ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ବିଜେପି ବିଧାୟକ ଦଳ ନେତା ମୋହନ ଯାଦବ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଶପଥ ଗ୍ରହଣ ଉତ୍ସବ । ରାଜଧାନୀ ଭୋପାଳର ଜମ୍ବୁରୀ ମୈଦାନରେ ଆୟୋଜିତ ହେବ ଏହି ଶପଥଗ୍ରହଣ ସମାରୋହ । ବିଜେପି ମଧ୍ୟପ୍ରଦେଶରେ ୨୩୦ ଆସନରୁ ୧୬୩ ସିଟରେ ବିଜୟ ହାସଲ କରିଛି । କଂଗ୍ରେସ ୬୬ ସିଟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି । କଂଗ୍ରେସ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଥିଲା । ଜଗଦୀଶ ଦେଓଡା ଏବଂ ରାଜେଶ ଶୁକ୍ଲା ଉପ ମୁଖମନ୍ତ୍ରୀ ହେବେ । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବାଚସ୍ପତି ହେବେ ବୋଲି ଜଣାପଡିଛି ।

କେରଳରେ ପୁଣି ଘନେଇଲା ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ବିବାଦ, ରାଜ୍ୟପାଳଙ୍କ କାରକେଡକୁ ଅଟକାଇଲେ

0

କୋଚି: କେରଳରେ ପୁଣି ଘନେଇଲା ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ବିବାଦ । ଶାରିରୀକ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରାଯାଉଥିବା ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କୁ ନେଇ ଆକ୍ଷେପ କରିଛନ୍ତି ରାଜ୍ୟପାଳ। ଦିଲ୍ଲୀ ଗସ୍ତରେ ବାହାରିବାବେଳେ ରାଜ୍ୟପାଳଙ୍କ କାରକେଡକୁ ଅଟକାଇଥିଲେ ଏସଏଫଆଇ ସଂଗଠନର ସଦସ୍ୟ। ଏହାସହ କିଛି ସ୍ଥାନରେ କଳାପତାକା ପ୍ରଦର୍ଶନ କରିଥିଲେ । ତିରୁବନନ୍ତପୁରମରେ ଦିଲ୍ଲୀ ଯାତ୍ରା ପାଇଁ ରାଜ୍ୟପାଳ ବାହାରିବାବେଳେ ସିପିଆଇର ଛାତ୍ର ସଂଗଠନ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ SFIର ସଦସ୍ୟ ରାଜ୍ୟପାଳଙ୍କ ଗାଡିକୁ ଅଟକାଇଥିଲେ ।

ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ତାଙ୍କୁ ଶାରୀରିକ ଭାବେ କ୍ଷତି ପହଞ୍ଚାଇବାକୁ ଷଡ଼ଯନ୍ତ୍ର କରାଯାଉଥିବା କହିବା ସହ ଏହି ଘଟଣାର ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ତାଙ୍କୁ ଶାରୀରିକ ଭାବେ କ୍ଷତି ପହଞ୍ଚାଇବାକୁ ଏହି ଲୋକମାନଙ୍କୁ ପଠାଇଥିବା ସେ କହିଥିଲେ । ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଧ୍ବସ୍ତ ହୋଇଗଲାଣି ବୋଲି କହିଥିଲେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ମୁଖ୍ୟମନ୍ତ୍ରୀଙ୍କ କାର ନିକଟକୁ କଣ କେହି ଯିବା ସମ୍ଭବ ବୋଲି ପଚାରିଥିଲେ ରାଜ୍ୟପାଳ । କେମିତି ରାଜ୍ୟପାଳଙ୍କ କାରକେଡ୍ ଯିବାବେଳେ ସେହି ରାସ୍ତାରେ ପ୍ରଦର୍ଶନକାରୀଙ୍କୁ ଯିବାକୁ ଅନୁମତି ଦିଆଗଲା ବୋଲି ପଚାରିଛନ୍ତି ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ହିଁ ଏହି ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ । ତିରୁବନନ୍ତପୁରମର ରାସ୍ତାକୁ ଗୁଣ୍ଡାମାନେ କବଜା କରିସାରିଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ।

ଜେଲରୁ ମୁକୁଳି ଆଇନ ପରୀକ୍ଷା ଦେଲେ ହନି ଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲା । ଜେଲରୁ ମୁକୁଳିଲେ ହନି ଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ । ୧୪ ମାସ ପରେ ଭୁବନେଶ୍ବର ଝାରପଡ଼ା ଜେଲ୍ରୁ ମୁକୁଳିଛନ୍ତି ଅର୍ଚ୍ଚନା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତ ମୂଳକ ଜାମିନ । ଜେଲରୁ ବାହାରିବା ପରେ କୋର୍ଟଙ୍କ ଦ୍ବାରସ୍ଥ ହେବି ବୋଲି କହିଛନ୍ତି ଅର୍ଚ୍ଚନା । ପୂର୍ବରୁ ସ୍ବାମୀ ଜଗବନ୍ଧୁଙ୍କୁ ମିଳିଥିଲା ଜାମିନ । ଇଡି ଓ କମିଶନରେଟ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଜେଲରୁ ମୁକୁଳିବା ପରେ ଆଇନ ପରୀକ୍ଷା ଦେଇଛନ୍ତି ଅର୍ଚ୍ଚନା ନାଗ ।

ଅକ୍ଟୋବର ୬ତାରିଖରେ ଅର୍ଚନାଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ । ହନି ଟ୍ରାପ ଜରିଆରେ ଲୋକଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ଅର୍ଚନାଙ୍କ ବିରୁଦ୍ଧରେ ନୟାପଲି ଥାନା ପୋଲିସ ଚାର୍ଜସିଟ ଦାଖଲ କରିଥିଲା । ଖଗେଶ୍ୱର ନାଁରେ କୌଣସି ଅଭିଯୋଗ ନାହିଁ ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି ।

ଦିଲ୍ଲୀ ଆକାଶରେ ଦେଖାଦେଲା ଜଟାୟୁ, ଆଶ୍ଚର୍ଯ୍ୟ ହେଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ତିନି ଦିନ ପୂର୍ବରୁ ଦିଲ୍ଲୀ ଆକାଶରେ ଦେଖାଗଲା ଜଟାୟୁ  । ଥଣ୍ଡାର ପ୍ରଭାବ ଟିକେ କମ ଥିବାବେଳେ ସୂର୍ଯ୍ୟର ଝାପସା କିରଣରେ ହଠାତ ଆକାଶରେ ଦେଖାଗଲା ଏକ ବିରଳ ପକ୍ଷୀ  । ଭଲଭାବେ ଚଢେଇଟିକୁ ନୀରିକ୍ଷଣ କରିବା ପରେ ଜଣାପଡିଥିଲା ଯେ ଏହା ହେଉଛି ଏକ ବିରଳ ଶାଗୁଣା  । ଦିଲ୍ଲୀ ଏନସିଆରରେ ଅତି କମରେ ତିନି ଦଶକ ପରେ ଦେଖାଦେଇଛି ଶାଗୁଣା  । ଶେଷ ଥର ପାଇଁ ୧୯୬୯ରେ ଏହି ଦୁର୍ଲଭ ପକ୍ଷୀ ଦେଖିବାକୁ ମିଳିଥିଲା  । ପ୍ରାୟ ୫୪ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଆକାଶରେ ସିନେରିଅମ ଶାଗୁଣା ଉଡୁଥିବା ନଜର ଆସିଥିଲା  । ଏହାର ଠିକ ପଛରେ ଏକ ଇଜିପ୍ସିଆନ ଶାଗୁଣା ବି ଉଡୁଥିବା ଦେଖିବାକୁ ମିଳିଥିଲା  । ଏକ ଗୁଡି ଶାଗୁଣା ରାସ୍ତାରେ ବାଧକ ସାଜିବାରୁ ଦୁହେଂ ତଳକୁ ଓହ୍ଲାଇବା ସମୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଫଟୋ ଉଠାଇ ଦେଇଥିଲେ  ।

 

ବିରଳ ପ୍ରଜାତିର ଏହି ଶାଗୁଣା ସେଣ୍ଟ୍ରାଲ ଏସିଆ ଓ ୟୁରୋପରେ ଦେଖାଯାଇଥାନ୍ତି  । ସବୁବେଳେ ବିପଦର ସାମନା କରୁଥିବା ଏହି ପ୍ରଜାତି ଦୁନିଆର ସବୁଠାରୁ ବଡ ଶିକାରୀ ପକ୍ଷୀ ଭାବେ ଜଣାଶୁଣା  । ସିନେରିଅମ ଶାଗୁଣା ଦୁନିଆର ସବୁଠାରୁ ପୁରୁଣା ଶାଗୁଣା  । ଏହାର ପକ୍ଷୀ ୩ ମିଟର ଲମ୍ବ ହୋଇଥିବାବେଳେ ବାଦାମୀ ରଙ୍ଗର ବଡ ଆଖି ଓ ଥଣ୍ଟ ପାଖରେ ଧଳା ଦାଗ ରହିଥାଏ  । ଉଡିବା ସମୟରେ ଏହା କଳା ରଙ୍ଗର ଦେଖାଯାଇଥାଏ  । ଏଥିପାଇଁ ଏହାକୁ କେହି କେହି କଳା ଶାଗୁମା ବି କହିଥାନ୍ତି  । ଏହି ବିଶାଳକାୟ ପକ୍ଷୀ ରାମାୟମର ଜଟାୟୁ ଭଳି ବି ଦେଖାଯାଇଥାଏ  ।

ନିର୍ବାଚନ ପୂର୍ବରୁ କାଶ୍ମୀରରେ ସୃଷ୍ଟି କର ହିଂସା, ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଲା ପାକିସ୍ତାନ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ନିର୍ବାଚନ ପୂର୍ବରୁ ଆତଙ୍କବାଦୀ ମାନେ ଆତଙ୍କ ଖେଳାଇବାକୁ ପ୍ରସ୍ତୁତ ହେଲେଣି  । ଆଲର୍ଟରେ ଗୁଇନ୍ଦା ବିଭାଗ । ଜମ୍ମୁ କାଶ୍ମୀରର ବିଜେପି ନେତାଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ  । ନେତାଙ୍କ ସୁରକ୍ଷାକୁ ନେଇ ବଡ ପଦକ୍ଷେପ ନିଆଯିବ  । ଗୁଇନ୍ଦା ରିପୋର୍ଟ ଅନୁସାରେ କାଶ୍ମୀରରେ ସକ୍ରିୟ ଥିବା ଜୈଶ ଏ ମହମ୍ମଦ ଓ ଲସ୍କର ଏ ତୋଏବା ସମେତ ଅନ୍ୟାନ୍ୟ ଆତଙ୍କବାଦୀ ସଙ୍ଗଠନକୁ ପାକିସ୍ତାନରୁ ମିଳିଛି କମାଣ୍ଡ  । ଆଗାମୀ ନିର୍ବାଚନ ପୂର୍ବରୁ ଜମ୍ମୁ କାଶ୍ମୀରରେ କିଛି ବଡ ଧରଣର ହିଂସା କରିବାକୁ ପାକିସ୍ତାନ ପଟୁ ମିଳିଛି ନିର୍ଦ୍ଦେଶ  ।

ଆତଙ୍କବାଦୀ ସଙ୍ଗଠନ ନିର୍ବାଚନରେ ଭାଗ ନେବାକୁ ଥିବା କାଶ୍ମୀରୀ ନେତାଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା କରୁଛନ୍ତି  । ଏଥିପାଇଁ କିଛି ନେତା ଜମ୍ମୁ କାଶ୍ମୀରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆତଙ୍କବାଦୀଙ୍କୁ ସମର୍ଥନ ଜଣାଉଛନ୍ତି  । ଜମ୍ମୁ କାଶ୍ମୀରରେ ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳ ସେମାନଙ୍କ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସେଠାକୁ ପଠାଇବେ ବୋଲି ପାକିସ୍ତାନ ଏଭଳି ଯୋଜନା କରୁଛି  ।

ଗୁଇନ୍ଦା ବିଭାଗର ଆଲର୍ଟ ପରେ ଭାରତୀୟ ସୁରକ୍ଷା ବଳ ଏହି ଆତଙ୍କବାଦୀଙ୍କୁ ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛି  । ସେପଟେ ସ୍ଥାନୀୟ ଇନଫର୍ମରଙ୍କୁ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ଲୋକଙ୍କ ବିଷୟରେ ପତ୍ତା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି  । ପାକିସ୍ତାନର ଏଭଳି ଚକ୍ରାନ୍ତ ପରେ ଜମ୍ମୁ କାଶ୍ମୀରରେ ଅନେକ ନେତାଙ୍କ ସୁରକ୍ଷା ବୃଦ୍ଧି କରାଯିବାର ସମ୍ଭାବନା ରହିଛି  ।