ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇର ଏବେ ବି କିଛି ଅଞ୍ଚଳ ଜଳବନ୍ଦୀ

ଚେନ୍ନାଇ : ସାମୁଦ୍ରିକ ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇର କିଛି ଅଞ୍ଚଳ ଏବେ ବି ଜଳବନ୍ଦୀ  । ଆଜି ୫ମ ଦିନ ପାଇଁ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ତାମିଲନାଡୁ ସରକାର  । ବର୍ଷାଜନିତ ୨୦ଜଣଙ୍କର ସରକାରୀ ଭବେ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି  । ଆଜି ଥିରୁଭଲୁରରେ ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର  । ତିରୁଭଲ୍ଲୁର, କାଂଚିପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଯୋଗୁଁ ୭୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି  । ଉଦ୍ଧାରକାର୍ଯ୍ୟରେ ୩ ସେନା ସହ କୋଷ୍ଟଗାର୍ଡ ମୁତୟନ ହୋଇଛନ୍ତି  । ଏବେ ବି ଚେନ୍ନାଇର ପାଲିକାରାନାଇ, ଥୋରାଇପକମ୍, ପେରୁମବକମ୍,ଭେଲାଚେରୀ ର ଲୋକଙ୍କୁ ରିଲିଫ୍ ଟିମ୍ ପକ୍ଷରୁ ସହାୟତା ଯୋଗାଇଦିଆଯାଉଛି ।

ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି  । ବର୍ଷା ଯୋଗୁଁ ସୁପରଷ୍ଟାର ରଜନୀକାନ୍ତଙ୍କ ଘକ ମଧ୍ୟ ଜଳବନ୍ଦୀ ଘେରରେ ରହିଛି  । ଆନ୍ଧ୍ରର ନେଲ୍ଲୋର ଓ ବାପଟଲା ଜିଲ୍ଲାର କାବାଲି ମଧ୍ୟରେ ମିଗଜୋମ ସ୍ଥଳଭାଗ ଛୁଇଁଥିଲା । ବାତ୍ୟାରେ ପାଖାପାଖି ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କେରଳ ଓ ମାହେରେ ସ୍ୱଳ୍ପ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  ।