ବାହାରେ ପଡ଼ିଛି ପୁଳା ପୁଳା ଚିରା ୫୦୦ ଟଙ୍କିଆ ନୋଟ୍

1 min read

ବୌଦ୍ଧ: ବାହାରେ ପଡ଼ିଛି ଟଙ୍କା । ନେବାକୁ ଲୋକଙ୍କ ମଧ୍ୟରେ ଲାଗିଛି ପ୍ରତିଯୋଗିତା । କିନ୍ତୁ ସମସ୍ତ ଟଙ୍କା ଚିରା ଫଟା ହୋଇଥିବାବେଳେ କିଛି କାଗଜ ମଧ୍ୟ ପଡ଼ି ରହିଥିବା ନଜର ଆସିଛି । ବୌଦ୍ଧ ଜିଲ୍ଲା ସ୍ପିରିଟି କାରଖାନା ବିଡ଼ିପିଏଲ ପାଚେରୀ ବାହାରେ ପଡିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ । ଚିରା ଟଙ୍କା ପଡିଥିବାର ଦେଖି ବୋହି ନେଲେ ସ୍ଥାନୀୟ ଲୋକ । ୫ସହ ଟଙ୍କିଆ ନୋଟ ସହ ପଡିଛି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ।

ସେପଟେ ତୃତୀୟ ଦିନରେ ଆୟକର ବିଭାଗର ରେଡ଼ ଚାଲିଛି । ଦୀର୍ଘ ତିନିଦିନ ହେଲା ଚାଲିଛି ଏହି ରେଡ଼ । ଭାରତର ବଡ଼ ସ୍ପିରିଟି କାରଖାନା ବିଡ଼ିପିଏଲ (ବୌଦ୍ଧ ଡିସଟିଲାରୀ ପ୍ରାଇଭେଟ ଲିମିଟେଡ଼) ଉପରେ ପଡିଛି ରେଡ୍ । ଏଭଳି ଏକ ସମୟରେ କଳା ଧନ ଲୁଚେଇବା ପାଇଁ ପାଚେରୀ ବାହାରେ କମ୍ପାନୀ ଫେପାଡ଼ି ଦେଇଥିବା ଅନୁମାନ କରାଯାଉଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, କମ୍ପାନୀ ଏଭଳି କେତେ ଟଙ୍କା ଫୋପାଡ଼ିଛି ତାହା ତଦନ୍ତ ସାପେକ୍ଷ । ବଲାଙ୍ଗୀର ଭଳି ବୌଦ୍ଧ BDPL ରେ ମଧ୍ୟ ରହିଛି କି ଅମାପ କଳା ଧନ ଏଭଳି ଏବେ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ତିନିଦିନ ଆୟକର ରେଡ଼ ଚାଲିଥିବା ବେଳେ ଏପଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଗଣମାଧ୍ୟମକୁ ବିଭାଗ ପକ୍ଷରୁ ଦିଆ ଯାଇନାହିଁ।