ଏପ୍ରିଲରେ ଆସିବ କେଜିଏଫ୍ ଷ୍ଚାର ୟସଙ୍କ ନୂଆ ଫିଲ୍ମ ‘ଟକ୍ସିକ୍’

ନନ୍ଦିଘୋଷ ବ୍ୟୁରୋ : ସାଉଥ ସୁପରଷ୍ଟାର ୟଶଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଜୋରଧରିଛି । ୟସ ତାଙ୍କ ଫ୍ୟାନ୍ସମାନଙ୍କୁ ପୁଣି ଏକ ଦମଦାର ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି ।

ୟଶ ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ପିଲ୍ମର ଏକ ଭିଡିଓ ସେୟାର କରିଛନ୍ତି। ଏହି କ୍ଲିପ୍ ମାଧ୍ୟମରେ ସେ ତାଙ୍କର ଆଗାମୀ ଫିଲ୍ମର ନାମ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ଫିଲ୍ମର ଟାଇଟେଲ୍ ସହିତ ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରର ନାଁ ରହିଛି ‘ଟକ୍ସିକ୍’।

ସୋସିଆଲ ମିଡିଆରେ ଏକ ଚମତ୍କାର ଢଙ୍ଗରେ ଏହି ଫିଲ୍ମର ଟାଇଟଲକୁ ରିଲିଜ କରାଯାଇଛି । ମେକର୍ସମାନେ ଏକ ଆକର୍ଷଣୀୟ ଟିଜର ରିଲିଜ୍ କରି ଫିଲ୍ମ ‘ଟକ୍ସିକ୍’ର ଟାଇଟଲ୍ ଘୋଷଣା କରିଥିଲେ । ଏହି ଟିଜର ଭିଡିଓରେ ୟଶଙ୍କ ଚମତ୍କାର ଲୁକ୍ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମର ଟାଇଟଲ୍ ଶୁଣିବା ପରେ ପ୍ରଶଂସକଙ୍କ ମଧ୍ଯରେ ଏକ୍ସସାଇଟମେଣ୍ଟ ବଢିବାରେ ଲାଗିଛି। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଜିତୁ ମୋହନଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ‘ଟକ୍ସିକ୍’ ଆସନ୍ତା ବର୍ଷ ଏପ୍ରିଲ୍ ୧୦ ରେ ରିଲିଜ୍ ହେବାକୁ ଥିବା ବେଳେ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି ।   ଏହାପୂର୍ବରୁ କେଜିଏଫରେ ୟସ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରିଥିଲେ। ‘ଟକ୍ସିକ୍’ ଫିଲ୍ମରେ ୟସଙ୍କୁ ଏକ ନୂଆ ରୂପରେ ଦେଖିବାକୁ ପାଇବେ ଫ୍ୟାନ୍ସ।