ଗୁଗଲ ପ୍ଲେଷ୍ଟୋରରୁ ହଟିଲା ସ୍ପାଏଲୋନ ଆପ୍

ନୂଆଦିଲ୍ଲୀ : ଗୁଗଲ ପ୍ଲେଷ୍ଟୋରରୁ ହଟିଲା ୧୮ଟି ସ୍ପାଏଲୋନ ଆପ୍ । କୋଟି କୋଟି ସଂଖ୍ୟାରେ ଡାଉନଲୋଡ ହେଉଥିବା ଏହି ଆପକୁ ଗୁଗଲ ଶେଷରେ ହଟାଇଛି । ଗତ କିଛି ମାସ ଧରି ଏହି ଆପଗୁଡିକୁ ବିପୁଳ ସଂଖ୍ୟାରେ ଡାଉନଲୋଡ କରାଯାଇଥିଲା । ଏହି ଲୋନ୍ ଲେଣ୍ଡିଂ ଆପ୍ ଜରିଆରେ ୟୁଜରମାନଙ୍କ ବିପୁଳ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ବ୍ଲାକମେଲ କରାଯାଉଥିବା ଅଭିଯୋଗ ହେଉଥିଲା। ଏହାସହ ଧାରକମାନଙ୍କଠାରୁ ଅଧିକ ସୁଧହାରରେ ଟଙ୍କା ଆଦାୟ କରାଯାଉଥିବା ଜଣାପଡିଛି ।

ଆଫ୍ରିକା, ଲାଟିନ ଆମେରିକା ଓ ଦକ୍ଷିଣ ପୂର୍ବ ଏସିଆରେ ରହୁଥିବା ୟୁଜରମାନଙ୍କ ସବିଶେଷ ତଥ୍ୟ ହ୍ୟାକ କରାଯାଉଥିବ ଅଭିଯୋଗ ହୋଇଥିଲା । ପ୍ଲେଷ୍ଟୋରରୁ ଏହି ଆପଗୁଡିକୁ ହଟାଯାଇଥିବା ସତ୍ତ୍ବେ ଆଣ୍ଡ୍ରଏଡ ୟୁଜରମାନେ ମାନୁଆଲ ଭାବେ ସେମାନଙ୍କ ଫୋନରୁ ଏହି ଆପଗୁଡିକୁ ହଟାଇବା ଲାଗି ପରାମର୍ଶ ଦିଆଯାଇଛି ।