spot_img
Home Blog Page 2457

ଅମଳ ଧାନରେ ହାତୀଙ୍କ ନଜର, ଗାଁରେ ପଶୁଛନ୍ତି ଫସଲ ନଷ୍ଟ କରୁଛନ୍ତି

ଭୁବନେଶ୍ବର: କୁଳଡିଆ ଅଭୟାରଣ୍ୟ ପଞ୍ଚଲିଙ୍ଗେଶ୍ଵର ବିଟ୍ ସୁନ୍ୟମଣ୍ଡପ ନିକଟରେ ହାତୀ ଆତଙ୍କ। ଅମଳ ହେବାକୁ ଥିବା ଧାନ ଫସଲକୁ ନଷ୍ଟ କରୁଛନ୍ତି ହାତୀ । ଧାନକ୍ଷେତରେ କଟା ହୋଇ ରଖାଯାଇଥିବା ଧାନକୁ ପ୍ରତିଦିନ ହାତୀ ଆସି ନଷ୍ଟ କରୁଛନ୍ତି। ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି ହାତୀପଲ ।ଏନେଇ ଚାଷୀଙ୍କୁ କ୍ଷତିପୂରଣ ପାଇଁ ଦାବି ହୋଇଛି । ବନବିଭାଗ ପହଞ୍ଚି  ହାତୀ ଘଉଡାଇବାକୁ ପ୍ରୟସ କରୁଛନ୍ତି ।

ଅନ୍ୟପଟେ ୧୬ ନମ୍ବର  ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ଗୋଟିକିଆ ଦନ୍ତାକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଗତ କାଲି ରାତିରେ ଖାଦ୍ୟ ଲୋଭରେ ଗୋଟିକିଆ ଦନ୍ତା ହାତୀ ନିକଟସ୍ଥ  ଜଙ୍ଗଲରୁ  ପଳାଇ ଆସି ଟାଙ୍ଗୀ ବାଇପାସରେ ଆତଙ୍କ ମଚାଇଥିଲା ।

ସ୍ଥାନୀୟ ବ୍ରାହ୍ମଣ ଡିହ ଗ୍ରାମବାସୀ ମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଧାନ ଫସଲ କଟା ହୋଇ ନଥିବାରୁ ଦନ୍ତା ହାତୀ ବ୍ୟାପକ ନଷ୍ଟ କରିଥିଲା । ଲୋକେ ଏକାଠି ହୋଇ ହାତୀକୁ ଘଉଡ଼ାଇବାରୁ ହାତୀ ଟି ୧୬ ନମ୍ବର ଜାତୀୟ ରାଜପଥ ଉପରକୁ ପଳାଇ ଆସିଥିଲା । କିଛି ସମୟ ପାଇଁ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ହୋଇ ଯାଇଥିଲା । ଖବର ପାଇ ଟାଙ୍ଗୀ ବନ ବିଭାଗ କର୍ମଚାରି ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହାତୀକୁ ରାତିରେ ନିକଟସ୍ଥ ଜଙ୍ଗଳକୁ ଘଉଡ଼ାଇବାରେ ସଫଳ ହୋଇଥିଲେ ବନ କର୍ମଚାରୀ । ଫଳରେ ଚାଷୀ ମାନେ ଆଶ୍ୱସ୍ତ ହୋଇଛନ୍ତି ।

ଅଗ୍ନିକାଣ୍ଡରେ ଜଳିଗଲା ୧୫ ଦୋକାନ ଘର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତର ରଥପଦା ଛକରେ ଭୟାନକ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର । ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳିଯାଇଛି। ଖବର ପାଇ ବାସୁଦେବପୁର ଦମକଳ କେନ୍ଦ୍ରର ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିପାରିନବାରୁ ଧାମର ଦମକଳ କେନ୍ଦ୍ରର ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଅଗ୍ନିକାଣ୍ଡରେ ସୁନା ଦୋକାନ, ତେଜରାତି ଦୋକାନ, ପାନ ଦୋକାନ, କଂସା ଦୋକାନ, ଷ୍ଟେସନାରୀ , ଜନସେବା କେନ୍ଦ୍ରରେ ନିଆଁ ଲାଗି ଜଳି ଯାଇଛି। ଯଦୁନାଥ ବେହେରା ନାମକ ବ୍ଯକ୍ତି ନିଆଁ ଲଗାଇ ଦେଇଥିବାର ଅଭିଯୋଗ ହୋଇଛି।ପୋଲିସ ଯଦୁନାଥକୁ ଧରି ଅଟକ ରଖି ପଚରାଉଚରା କରୁଛି  ପୋଲିସ।

 ସଂସଦ ଭବନରେ ହଙ୍ଗାମା ପ୍ରସଙ୍ଗ: ଦେଢ଼ ବର୍ଷ ତଳୁ ହୋଇଥିଲା ପ୍ଲାନ୍

ନୂଆଦିଲ୍ଲୀ: ସଂସଦ ଭବନ ଭିତରେ ଓ ବାହାରେ ହଙ୍ଗାମା ପ୍ରସଙ୍ଗ । ୬ ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ବା ୟୁଏପିଏ । ଏହି ୬ ଜଣଙ୍କ ମଧ୍ୟରେ ରହିଛନ୍ତି ଲୋକସଭା ଭିତରେ ପ୍ରବେଶ କରି ହଳଦିଆ ଧୂଆଁ ଛାଡ଼ିଥିବା ସାଗର ଶର୍ମା ଓ ଡି. ମନୋରଞ୍ଜନ , ସଂସଦ ବାହାରେ ହଳଦିଆ ଓ ଲାଲ ଧୂଆଁ ଛାଡିଥିବା ନୀଲମ ଦେବୀ ଓ ଅମୋଲ ସିନ୍ଦେ । ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଗୁରୁଗ୍ରାମର ଲଳିତ ଝା ଓ ଭିକି ଶର୍ମା । ଅଭିଯୁକ୍ତଙ୍କୁ ଭିକି ଶର୍ମା ଆଶ୍ରୟ ଦେଇଥିବା ଅଭିଯୋଗ ହୋଇଛି । ଏହି ୬ ଜଣ ଯାକ ଅଭିଯୁକ୍ତ ଭଗତ ସିଂ ଫ୍ୟାନ କ୍ଲବ ନାମରେ ଏକ ସୋସିଆଲ ମିଡିଆ ଗ୍ରୁପ ତିଆରି କରି ଯୋଗସୂତ୍ରରେ ରହିଥିଲେ ।

ସେମାନେ ଦେଢ଼ ବର୍ଷ ତଳେ ମହୀଶୂରରେ ଏହି ଯୋଜନା ତିଆରି କରିଥିଲେ । ଗତ ଜୁଲାଇରେ ସାଗର ଲକ୍ଷ୍ମୌରୁ ଦିଲ୍ଲୀ ଆସିଥିଲା । ଗତ ରବିବାର ଦିନ ଅଭିଯୁକ୍ତମାନେ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ଗୁରୁଗ୍ରାମସ୍ଥିତ ଭିକିଙ୍କ ଘରେ ରହିଥିଲେ । ଏହି ସମସ୍ତ ଅଭିଯୁକ୍ତ ସଂସଦ ଭିତରେ ପ୍ରବେଶ ଲାଗି ଉଦ୍ୟମ କରିଥିଲେ ମାତ୍ର ସାଗର ଓ ମନୋରଞ୍ଜନ ପାସ୍ ପାଇଥିଲେ । ସେପଟେ ସାଂସଦ, ଷ୍ଟାଫ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ରହିଥିବା ଗେଟରେ ସିକ୍ୟୁରିଟି ପ୍ରୋଟକଲ ବଦଳାଯିବ । ଏହା ସହ ଚାମ୍ବରକୁ ଯେପରି କେହି ଡେଇଁ ନ ପାରିବେ ସେଥିଲାଗି ଭିଜିଟର୍ସ ଗ୍ୟାଲେରୀରେ କାଚ ଲଗାଯିବ ।

ଅମଳ ଧାନରେ ଲାଗିଗଲା ନିଆଁ, ସବୁ ପୋଡ଼ି ପାଉଁସ

ଖୋର୍ଦ୍ଧା: ଚାଷ ଜମିରେ ନିଆଁ ଲାଗି ପୋଡ଼ିଗଲା ଧାନ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗଳାଯୋଡି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ମଙ୍ଗଳା ଯୋଡିର  ପ୍ରଭୁ ଦଳାଇ ଓ ବିଜୟ ସୁନ୍ଦରାୟଙ୍କ ଜମିରେ ଧାନ ଅମଳ ହେବାକୁ ଥିବାବେଳେ କୌଣସି ଦୁର୍ବୁର୍ତ୍ତ ଚାଷ ଜମିରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ନିଆଁ ଲାଗି ସମ୍ପୂର୍ଣ୍ଣ ଧାନ ନଷ୍ଟ ହୋଇଯାଇଛି । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗୁରୁବାର ମା ଲକ୍ଷ୍ମୀଙ୍କର ପୂଜା ପୂର୍ବରୁ ଏଭଳି ଘଟଣାରେ ଚାଷୀ ଦ୍ୱୟ ଭାଙ୍ଗି ପଡିବା ସହ ସରକାରୀ ସହାୟତା ପାଈଁ ନିବେଦନ କରିଛନ୍ତି ।

ସଂସଦରେ ଧୂଆଁ ସ୍ପ୍ରେ ଘଟଣା: କ’ଣ ଥିଲା ନିୟମ ଆଉ ଏବେ କ’ଣ ବଦଳିଲା ଜାଣନ୍ତୁ

ନୂଆଦିଲ୍ଲୀ: ସଂସଦରେ ଦର୍ଶକ ଗ୍ୟାଲେରୀରୁ ଦୁଇ ବ୍ୟକ୍ତି ଡେଇଁବା ଘଟଣାକୁ ଗୁରୁତର ସହ ନିଆଯାଉଛି। ୨୨ ବର୍ଷ ପୂର୍ବେ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ବ୍ୟକ୍ତିଙ୍କ ବାର୍ଷିକୀ ପାଳନ କରୁଥିବା ଦିନ ଏହି ଘଟଣା ଘଟିଥିଲା। ପ୍ରାରମ୍ଭରେ ଏହା ଆତଙ୍କବାଦୀ ଆକ୍ରମଣ ବୋଲି ଚିନ୍ତା କରାଯାଉଥିଲା, କିନ୍ତୁ ସରକାର କହିଛନ୍ତି ଯେ ଏପର୍ଯ୍ୟନ୍ତ ଏହା ଆତଙ୍କବାଦୀ ଆକ୍ରମଣ ଭଳି ମନେ ହେଉନାହିଁ।

ତଥାପି, ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ବୋଲି କୁହାଯାଉଛି । ଏବେ ସଂସଦର ଦର୍ଶକ ଗ୍ୟାଲେରୀକୁ ଯାଉଥିବା ଲୋକଙ୍କ ପାଇଁ କି ପ୍ରକାର ନିୟମ ରହିଛି ଏବଂ ସେଥିରେ କ’ଣ ପରିବର୍ତ୍ତନ ହୋଇଛି ଜାଣନ୍ତୁ ।

ସୁରକ୍ଷା ପାଇଁ କଠୋର ନିୟମ

ଭାରତରେ ସାଧାରଣ ଲୋକଙ୍କୁ ସଂସଦ ଭିତରକୁ ଯାଇ ଲୋକସଭାର ପ୍ରକ୍ରିୟା ଦେଖିବାର ଅଧିକାର ଦିଆଯାଇଛି । କିନ୍ତୁ ଏଥିପାଇଁ ବହୁତ କିଛି ସୁରକ୍ଷା ନିୟମ ପାଳନ କରି ଦର୍ଶକ ଭିତରକୁ ଯାଇଥାନ୍ତି । ।

ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଥିବା

ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଂସଦ ଭିତରେ ସୁରକ୍ଷା ନିୟମ ପାଳନ କରିବାକୁ ପଡେ । ସଂସଦରେ ପ୍ରବେଶ କରିବା ପୂର୍ବରୁ ଦର୍ଶକଙ୍କ ଜିନିଷଗୁଡିକ ଭଲ ଭାବରେ ଯାଞ୍ଚ କରାଯାଇଥାଏ ଏବଂ ଏହା ଅତି କମରେ ତିନିଥର ହୋଇଥାଏ | ପ୍ରଥମେ ବାହାର ଦ୍ୱାରରେ, ପରେ ସଂସଦ ଗୃହର ଦ୍ୱାରରେ, ପରେ ବିଲଡିଂରେ ପ୍ରବେଶ କରିବା ପୂର୍ବରୁ ଏବଂ ଦର୍ଶକ ଗ୍ୟାଲେରୀକୁ ଯିବା ପୂର୍ବରୁ ଯାଞ୍ଚ କରାଯାଏ |

ମେଟାଲ ଡିଟେକ୍ଟର ଦେଇ ଦର୍ଶକଙ୍କୁ ଯିବାକୁ ପଡିଥାଏ । ସେହି ସମୟରେ ଗ୍ୟାଜେଟ୍ ଏବଂ ରେଡିଓ ଫ୍ରିକ୍ୱେନ୍ସି ଉପକରଣଗୁଡ଼ିକ ସହିତ ଯାଞ୍ଚ କରାଯାଇଥାଏ | ଦର୍ଶକଙ୍କୁ ପ୍ରଥମେ ଏକ ପାସ୍ ପାଇଁ ଆବେଦନ କରିବାକୁ ପଡିଥାଏ ଏବଂ ଏହି ପାସ୍ ତିଆରି କରିବା ସହଜ ନୁହେଁ । ଏହାର ମଧ୍ୟ କଠୋର ପ୍ରକ୍ରିୟା ରହିଛି ।

ଏବେ କ’ଣ ପରିବର୍ତ୍ତନ ହୋଇଛି

ସଂସଦର ନିଷ୍ପତ୍ତି ଅନୁଯାୟୀ, ସବୁଠାରୁ ବଡ ପରିବର୍ତ୍ତନ ହେଉଛି ପ୍ରବେଶ ନିୟମ। ବର୍ତ୍ତମାନ ସାଂସଦ, କର୍ମଚାରୀ ଏବଂ ପ୍ରେସ୍ ପାଇଁ ଏଣ୍ଟ୍ରି ଅଲଗା ହେବ | ଯେଉଁଠାରେ ଦର୍ଶକମାନେ କେବଳ ଚତୁର୍ଥ ଫାଟକ ଦେଇ ପ୍ରବେଶ କରିବେ । ସଂସଦରେ ପ୍ରବେଶ ପାଇଁ ପାସ୍ କରିବା ଉପରେ ଏବେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏବେ ସଂସଦକୁ ଦର୍ଶକଙ୍କ ପ୍ରବେଶ ମଧ୍ୟ ବନ୍ଦ ରହିଛି ।

ସାଂସଦଙ୍କ ମାଧ୍ୟମରେ ଆବେଦନ

ସଂସଦ ପରିସରରେ ପ୍ରବେଶ ପାଇଁ କେବଳ ସାଂସଦ ଆବେଦନ କରିପାରିବେ। ଆବେଦନ କରୁଥିବା ସମସ୍ତ ସାଂସଦଙ୍କୁ ଏକ ପ୍ରତିଶ୍ରୁତି ଦେବାକୁ ପଡିବ ଯେ ସେମାନେ ଦର୍ଶକଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଛନ୍ତି ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ବ ସେ ହିଁ ନେବାକୁ ପ୍ରସ୍ତୁତ । ସାଂସଦଙ୍କ ଦ୍ୱାରା ଦିଆଯାଇଥିବା ଆବେଦନରେ ଦର୍ଶକଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡିବ।

ସର୍ଜରୀ ପୂର୍ବରୁ ହୃଦଘାତ ରୋଗୀଙ୍କୁ ଭଗବଦ୍ ଗୀତା, ରାମାୟଣ ବାଣ୍ଟୁଛନ୍ତି ଡାକ୍ତର

ଲକ୍ଷ୍ନୌ: ଦିନକୁ ଦିନ ହୃଦଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ହୃଦଘାତଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଏପରି ପରିସ୍ଥିତିରେ, ଯେତେବେଳେ ହୃଦଘାତ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ, ସେତେବେଳେ ସେମାନଙ୍କ ମନରେ ଅନେକ ପ୍ରଶ୍ନ ଏବଂ ଭୟ ଥାଏ । ଏହି ଭୟ ଏବଂ ଦ୍ୱନ୍ଦକୁ ଦୂର କରିବା ପାଇଁ ଡାକ୍ତର ନିଆରା ପ୍ରୟାସ କରିଛନ୍ତି। ଡାକ୍ତର ସେମାମଙ୍କୁ ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରନ୍ତି ।

ଆଧ୍ୟାତ୍ମିକ ପୁସ୍ତକ ପଢ଼ିବା ତଥା ମନ୍ତ୍ର ଆଦି ଉଚ୍ଚାରଣ ଦ୍ବାରା ମନକୁ ଶାନ୍ତି ମିଳିଥାଏ। ଏହି କ୍ରମରେ ଉତ୍ତରପ୍ରଦେଶ କାନପୁରର ହୃଦ୍‌ରୋଗ ବିଶେଷଜ୍ଞ ଡା. ନୀରଜ କୁମାର ରୋଗୀଙ୍କୁ ଖୁସି କରିବା ତଥା ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରୁଛନ୍ତି। ଲକ୍ଷ୍ମୀପତ୍‌ ସିଂଘାଣିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଓ କାର୍ଡିଆକ୍‌ ସର୍ଜରି ବିଭାଗରେ ରୋଗୀଙ୍କୁ ଔଷଧ ସହିତ ଭଗବଦ୍ ଗୀତା, ସୁନ୍ଦରକାଣ୍ଡ, ରାମାୟଣ, ହନୁମାନ ଚାଳିସା ରୋଗୀଙ୍କୁ ମାଗଣାରେ ବଣ୍ଟନ କରାଯାଏ। ହସ୍ପିଟାଲରେ ଆଡମିସନ ହେବା ପରେ ସେମାନଙ୍କୁ ଏହି ପୁସ୍ତକ ପ୍ରଦାନ କରାଯାଏ। ସୂଚନ ଅନୁଯାୟୀ, ରୋଗୀମାନଙ୍କୁ ଏହି ଆଧ୍ୟାତ୍ମିକ ପୁସ୍ତକ ପଢିବା ପାଇଁ କୁହାଯାଏ । ଏହାଦ୍ୱାର ସେମାନେ ଜୀବନର ପ୍ରକୃତ ମହତ୍ୱ ବୁଝିବା ସହିତ ମନକୁ ଶାନ୍ତିରେ ରଖିପାରିବେ । ବର୍ଷକ ତଳେ ଡା. ନୀରଜ ଆରମ୍ଭ କରିଥିବା ଏଭଳି ଏକ କାର୍ଯ୍ୟ ଦ୍ବାରା ରୋଗୀମାନେ ବେଶ୍ ଉପକୃତ ହୋଇପାରିଛନ୍ତି। ଯାହାକୁ ସର୍ଜରି ତଥା ଦୀର୍ଘକାଳୀନ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ପଢ଼ିବା ପାଇଁ ପ୍ରଦାନ କରାଯାଏ।

ସେହିପରି ଏହାକୁ ସେ ତାଙ୍କ ଚିକିତ୍ସାର ଏକ ଅଂଶ କରିଛନ୍ତି। ଅନ୍ୟପଟେ ଅନ୍ୟ ରୋଗୀଙ୍କ ତୁଳନାରେ ଆଧ୍ୟାତ୍ମିକ ବହି ପଢ଼ୁଥିବା ରୋଗୀ ହସ୍‌ପିଟାଲରୁ ଯିବା ସମୟରେ ଅଧିକ ଖୁସି ଥିବା ସେ କହିଛନ୍ତି। ନୀରଜ ତାଙ୍କ ନିଜସ୍ବ ଅର୍ଥରେ ଏହି ସବୁ ବହି କିଣିଥାନ୍ତି। ଅବଶ୍ୟ ପ୍ରଥମେ ସେ ରୋଗୀଙ୍କୁ ଖବରକାଗଜ ପଢ଼ିବାକୁ ଦେଉଥିଲେ, କିନ୍ତୁ ଏହାର ପରିଣାମ ସେତେଟା ଫଳପ୍ରଦ ନ ହେବାରୁ ସେ ତାଙ୍କ ରୋଗୀମାନଙ୍କୁ ଏହିସବୁ ବହି ପ୍ରଦାନ କରିବା ଆରମ୍ଭ କଲେ। ଡାକ୍ତରଙ୍କ ଏଭଳି ଏକ କାର୍ଯ୍ୟ କେବଳ ରୋଗୀଙ୍କ ହୃଦୟ ଜିଣି ନାହିଁ, ବରଂ ସମସ୍ତେ ତାଙ୍କର ଏହି କାର୍ଯ୍ୟକୁ ବେଶ୍ ପସନ୍ଦ ତଥା ପ୍ରଶଂସା କରୁଛନ୍ତି।

 

ସଂସଦ ଭିତରେ ସ୍ପ୍ରେ କରାଯାଇଥିବା ଧୂଆଁରେ କେମିକାଲ ଥାଏ କି?

ନୂଆଦିଲ୍ଲୀ: ଲୋକସଭାରେ ଦୁଇ ଜଣ ବ୍ୟକ୍ତି ରାସାୟନିକ ପଦାର୍ଥ ସ୍ପ୍ରେ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ସୁରକ୍ଷା କର୍ମୀମାନେ ଧରିବା ପୂର୍ବରୁ ଏକ ରାସାୟନିକ ପଦାର୍ଥ ସ୍ପ୍ରେ କରିଥିଲେ ଯାହା ଫଳରେ ହଳଦିଆ ଧୂଆଁ ବ୍ୟାପି ଯାଇଥିଲା।  କିନ୍ତୁ ଏହି ଆକ୍ରମଣ କାହିଁକି କରାଯାଇଥିଲା ସେନେଇ ତଦନ୍ତ ଓ ଅନୁସନ୍ଧାନ ଚାଲିଛି। କିନ୍ତୁ ଆକ୍ରମଣରେ ସ୍ପ୍ରେ ହୋଇଥିବା ଏହି କ୍ୟାନ୍ ରେ ଥିବା ରାସାୟନିକ ପଦାର୍ଥ କ’ଣ ଥିଲା ଏବଂ ଏହାର ବ୍ୟବହାର କ’ଣ ଜାଣନ୍ତୁ ?

ଏହି ଆକ୍ରମଣରେ ବ୍ୟବହୃତ ହୋଇଥିବା ସ୍ପ୍ରେ କାହାକୁ କ୍ଷତି କରିନଥିଲା ଅର୍ଥାତ୍ ଏହା କୌଣସି ବିଷାକ୍ତ ଧୂଆଁ ନଥିଲା। କେବଳ ହଳଦିଆ ଧୂଆଁ ବ୍ୟାପିଗଲା ଯାହା ସେଠାରେ ଉପସ୍ଥିତ ସାଂସଦମାନଙ୍କ ମଧ୍ୟରେ ଅସ୍ଥିରତା ଏବଂ ଆତଙ୍କ ସୃଷ୍ଟି କରିଥିଲା ​​|

ସାଧାରଣତଃ ଏହିପରି ଅସ୍ତ୍ରଶସ୍ତ୍ର ସ୍ନୋକ୍ ଗ୍ରେନେଡ ଆକାରରେ ବ୍ୟବହୃତ ହୁଏ | ଅନେକ ଚଳଚ୍ଚିତ୍ରରେ ଏହା ଦେଖାଯାଏ ଯେ ଆତଙ୍କବାଦୀଙ୍କୁ ଧରିବା ପୂର୍ବରୁ ସ୍ନୋକ୍ ବମ୍ କିମ୍ବା ଗ୍ରେନେଡ ଫୋପାଡି ଦିଆଯାଏ । ଯାହା ଧୂଆଁ ନିର୍ଗତ କରିବା ଆରମ୍ଭ କରିଥାଏ |ଧୂଆଁ ଗ୍ରେନେଡ ସାଧାରଣତଃ ସେନାବାହିନୀ ଦ୍ୱାରା ସଙ୍କେତ ପାଇଁ ବ୍ୟବହୃତ ହୁଏ | ଯେତେବେଳେ ବିମାନ ଏବଂ ହେଲିକପ୍ଟରଗୁଡ଼ିକ ଅବତରଣ କରନ୍ତି ଏହା ସିଗନାଲ୍ ଭାବେ ବ୍ୟବହାର କରାଯାଏ । କାରଣ ସେହି ସମୟରେ ପ୍ରଚଣ୍ଡ ଶବ୍ଦ ହେତୁ କିଛି ଶୁଣାଯାଏ ନାହିଁ | ଏହି ରଙ୍ଗ ଦେଖି ସେମାନେ ଅବତରଣ କରନ୍ତି ।

ଏହି ଗ୍ରେନେଡ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଉଛି ଧୂଆଁ ବିସ୍ତାର କରିବା ଏବଂ ଆତଙ୍କବାଦୀ କାମକୁ ବାଧା ଦେବା । ଏହି ଧୂଆଁ ଯୋଗୁ ସେମାନେ କିଛି ଦେଖି ପାରନ୍ତି ନାହିଁ । ତାଙ୍କ କାମରେ ବାଧା ସୃଷ୍ଟି ହୋଇଥାଏ ।

ଏଥିରେ ଧଳା ଫସଫରସ୍ ଥାଏ | ଏଥିରେ ଧଳା ଫସଫରସ୍ ଧୂଆଁ ନିର୍ଗତ କରେ । ଏହି ଧୂଆଁ କେଇ ସେକେଣ୍ଡ ଭିତରେ ବ୍ୟାପିଯାଏ |

ଏହିପରି ଧୂଆଁର ମୁଖ୍ୟ ବ୍ୟବହାର ହେଉଛି ଲୋକଙ୍କ ବିମାନ ଏବଂ ହେଲିକପ୍ଟର ପାଇଁ ସଙ୍କେତ ଦେବା । ଏହି ଧୂଆଁ ଅନେକ ରଙ୍ଗରେ ଆସିଥାଏ | ଏଗୁଡ଼ିକ ପର୍ବ ପର୍ବାଣୀ ଇତ୍ୟାଦିରେ ମଧ୍ୟ ବ୍ୟବହୃତ ହୁଏ | ଏହି କାରଣରୁ ବଜାରରେ ଅତି ସହଜରେ ମିଳିଯାଏ । କେବଳ ଧ୍ୟାନ ଆକର୍ଷଣ କରିବା ପାଇଁ ଏହା ବ୍ୟବହୃତ ହୁଏ |

 

କଳାଧନର କୁବେର ଧୀରଜ ସାହୁଙ୍କ ଘରେ ଚାଲିଛି ସୁନା ଖୋଜା

ରାଞ୍ଚି: ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜୁଛି ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡଖଣ୍ଡ ଲୋହରଦଗା ଓ ରାଞ୍ଚି ଘରେ ଚାଲିଛି ଦ୍ବିତୀୟ ଦିନର ରେଡ୍  । ଆୟକର ବିଭାଗର ୧୨ ଜଣିଆ ଟିମ କରୁଛନ୍ତି ଛାନଭିନ୍ । ଟିମ୍ ସାଙ୍ଗରେ ନେଇଥିବା ଜିଓ ସର୍ଭିଲାନ୍ସ ସିଷ୍ଟମରେ ତଦନ୍ତ ଜାରି ରଖିଛି  । ଏହି ଯନ୍ତ୍ର ମାଟି ତଳେ  ଥିବା ସୁନାକୁ ଠାବ କରିବ ବୋଲି ଜଣାପଡିଛି।

ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢାଉ ପରେ ଟଙ୍କାର ପାହାଡ ଜବତ ହୋଇଛି । ଆଉ ଏବେ ସ୍ଥାବର ଅସ୍ଥାବର ସମ୍ପତିର ଆକଳନ କରୁଛି ଆୟକର ବିଭାଗ । ତେଣୁ କେତେ ସୁନା, ରୂପା ଲୁଚାଇ ରଖିଛନ୍ତି ଧୀରଜ ସାହୁ ତାର ଖୋଳତାଡ ହେଉଛି । ଦରକାର ପଡିଲେ ଧୀରଜଙ୍କ ଘର ମାଟି ତାଡି ସୁନା ଗହଣାର ସନ୍ଧାନ କରିବ ଆୟକର ବିଭାଗ । ପରିବାରର ତିନିଜଣ ସଦସ୍ୟ ଓ ସିଆଇଏସଫ ଯବାନଙ୍କୁ ନେଇ ଝାଡଖଣ୍ଡ ଲୋହରଦଗା ଓ ରାଞ୍ଚିରେ ଗତକାଲିଠୁ ପହଞ୍ଚିଛି ଆୟକର ବିଭାଗ ।

କୋରାପୁଟ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋରାପୁଟ: ଆଜିଠୁ କୋରାପୁଟ ଜିଲ୍ଲାରେ  ଗଡିବ ଲକ୍ଷ୍ମୀ ବସ । ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ ସମାରୋହ ଲାଣ୍ଡିଗୁଡ଼ା ସ୍ଥିତ ସରକାରୀ କଲେଜ ପଡିଆରେ ଆୟୋଜନ ହେବ । କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ ଟି ରୁଟରେ ୪୫ ଟି ଲକ୍ଷ୍ମୀ ବସ ଚଳା ଚଳ କରିବ ବୋଲି ଆଂଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।

କୋରାପୁଟ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୬୬ ଟି ବସ ରାଜ୍ୟ ସରକାର ଅନୁମୋଦନ କରିଥିବା ଜଣାପଡିଛି ।  ବନ୍ଧୁଗାଁ ବ୍ଲକରେ ୪ ଗୋଟି ବସ୍ ଚଳାଚଳ କରିବାକୁ ଥିବାବେଳେ ଏସଏଚଜି ବ୍ଲକ ମହସଂଘକୁ ପରିଚାଳନା ଦାୟିତ୍ଵ ଦିଆ ଯାଇଛି । ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଲେ  ଗ୍ରାମାଞ୍ଚଳ ଦିନ ମଜୁରିଆ, କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀମାନେ ବେଶ ଉପକୃତ ହେବେ ।  ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବ୍ଲକ ସଦର ମହକୁମାରେ ବିକ୍ରୀ କରି ଉଚିତ ମୂଲ୍ୟ ପାଇପାରିବା ଆଶା କରାଯାଉଛି ।

ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ପାଇଁ ଖୁସିର ଦିନ, ଆଜି ଜମିପଟ୍ଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ପାଇଁ ଖୁସିର ଦିନ । ସମାଧାନ ହୋଇଛି ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ଜମିଜମା ସମସ୍ୟା । ଏସବୁ ଜମିର ପଟ୍ଟା ପାଇବେ ହିତାଧିକାରୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ ଜମିପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର ସମାଧନ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଜିଲ୍ଲାଗସ୍ତ ସମୟରେ ବିସ୍ଥାପିତଙ୍କ ଜମି ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ଓ ଏ ସଂପର୍କରେ ବିଭିନ୍ନ ବୈଠକରେ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ୫୦ ବର୍ଷରୁ ଅଧିକ ସମୟର ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୭ଟି ଗାଁର ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ କରିବେ । ଏହି ଗାଁ ଗୁଡିକ ହେଲା, ଲେମେଇତିକ୍ରା, ପାତ୍ରପଲ୍ଲୀ, ଛାଡରମା, ଦୁଆଁମୁଣ୍ଡା, ଲାଛିପାଲ୍ଲୀ, ସାହସବାଗ ଓ ବିନକା । ଏହି ୭ଟି ଗ୍ରାମରେ ପ୍ରାୟ ୯୦୦ଟି ପରିବାର ପଟ୍ଟା ପାଇବେ । ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇ, ଉଭୟ ଘରବାଡି ଓ ଚାଷଜମି ପଟ୍ଟା ବଣ୍ଟନ କରାଯିବ ।