ଆଇପିଏଲରେ କମାଲ କରିବେ କି ପନ୍ଥ? ସାମନାକୁ ଆସିଲା ବଡ଼ ବଡ଼ ଛକା ମାରୁଥିବାର ଭିଡିଓ

1 min read

ନନ୍ଦିଘୋଷ ବ୍ୟୁରୋ: ଦୁର୍ଘଟଣା ପରେ ଦୀର୍ଘଦିନ ହେବ କ୍ରିକେଟ ମଇଦାନରୁ ଦୂରେଇ ରହିଥିବା ଋଷଭ ପନ୍ଥ ଚଳିତ ଆଇପିଏଲରେ ନଜର ଆସିବେ ବୋଲି କୁହାଯାଇଛି । ଏବେ ସେ ଅଭ୍ୟାସ ଜାରି ରଖିଥିବାବେଳେ ଏକପ୍ରକାର ଫିଟ୍ ନଜର ଆସିଛନ୍ତି । ମଇଦାନରେ ବଡ଼ ବଡ଼ ସଟ୍ ମାରୁଥିବା ଦେଖିବାକୁ ମିଳିଛି । ପନ୍ଥ ଏକ ବଡ଼ ଛକା ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆଗକୁ ଆସି ଛକା ମାରୁଥିବା ଦେଖିବାକୁ ମିଳିଛି । ଦିଲ୍ଲୀ କ୍ୟାପିଟାଲ ପାଇଁ ଚଳିତ ଆଇପିଏଲ ଖେଳୁଥିବା ପନ୍ଥ କେବଳ ବ୍ୟାଟିଂ କରିବେ । ସେ ଚଳିତ ସିଜିନରେ ଓ୍ବିକେଟ କିପିଂ କରିପାରିବେ ନାହିଁ ବୋଲି କୁହାଯାଇଛି । କିନ୍ତୁ ଏବେ ପନ୍ଥ ବ୍ୟାଟିଂରେ ନିଜର ଦମ ଦେଖାଉଥିବାବେଳେ ଚଳିତ ସିଜିନରେ ତାଙ୍କ ଦଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । କହି ରଖୁଛୁ କି, ଡିସେମ୍ବର ମାସ ୨୦୨୨ ମସିହାରେ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ପନ୍ଥ । ଦୀର୍ଘଦିନ ଧରି ମେଡିକାଲରେ ଚିକିତ୍ସିତ ହୋଇଥିବାବେଳେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଏବେ ସେ ଅଭ୍ୟାସ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।