ମୃତ ବ୍ୟକ୍ତିଙ୍କ ଚିକିତ୍ସା କରାଇ ଟଙ୍କା ଲୁଟୁଥିଲା ହସ୍ପିଟାଲ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ଗୋରଖପୁରରେ ମେଡିକାଲ ଦଳ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । ଜଣେ ଚିକିତ୍ସକଙ୍କ ସହ ୮ ଜଣଙ୍କୁ ଗିରଫ କରାଯାଇଛି । ଏହି ଗ୍ୟାଙ୍ଗ ସରକାରୀ ମେଡିକାଲକୁ ଯାଉଥିବା ଲୋକଙ୍କୁ ପ୍ରାଇଭେଟ୍ ମେଡିକାଲକୁ ଯିବା ପାଇଁ କହୁଛନ୍ତି । ଏହାସହ ରୋଗୀଙ୍କ ସମ୍ପର୍କୀୟଙ୍କ ପାଖରୁ ଟଙ୍କା ମଧ୍ୟ ହଡ଼ପ କରୁଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏକ ପ୍ରାଇଭେଟ୍ ମେଡିକାଲରେ ଚଢ଼ାଉ କରାଯାଇଥିବାବେଳେ ଜଣେ ମୃତ ବ୍ୟକ୍ତିଙ୍କୁ ଚିକିତ୍ସା କରାଉଥିଲା ମେଡିକାଲ । ମୃତ ବ୍ୟକ୍ତିଙ୍କ ପରିବାରଠାରୁ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଥିଲା ମେଡିକାଲ । ତେବେ ଦୀର୍ଘଦିନ ଧରି ଏଭଳି ମେଡିକାଲ ପକ୍ଷରୁ କରାଯାଉଥିବାବେଳେ ପୋଲିସ ପାଖରେ ଖବର ପହଞ୍ଚିଥିଲା । ଚଢ଼ାଉ ବେଳେ ଏଭଳି ସାଙ୍ଘାତିକ ଖବର ସାମନାକୁ ଆସିଥିଲା । ମେଡିକାଲରେ କୌଣସି ଡାକ୍ତର ନଥିବାବେଳେ କେବଳ ପାରା ମେଡିକାଲ ଛାତ୍ରମାନେ ଚିକିତ୍ସା କରାଉଛନ୍ତି ।