ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାବେଳେ ଉଡ଼ିଲା ଅଜଣା ଡ୍ରୋନ୍

ନନ୍ଦିଘୋଷ ବ୍ୟୁରୋ: ୟୁପିରେ ପ୍ରବେଶ କରିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ତେବେ ଏହି ସମୟରେ ସୁରକ୍ଷାରେ ଗଡ଼ବଡ଼ ହୋଇଥିବା ଦେଖିବାକୁ ମିଳିଛି । ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ଅଜଣା ଡ୍ରୋନ ଉଡ଼ିଥିବା ଦେଖିବାକୁ ମିଳିଛି । ସୁରକ୍ଷାରେ ଏଭଳି ତୃଟି ଦେଖା ଦେଇଥିବାବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏବେ ଉନ୍ନାବରେ ପହଞ୍ଚିଛି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ଉନ୍ନବ ଲକ୍ଷ୍ନୌ ବାଇପାସରୁ ସହର ଭିତର ଦେଇ କାନପୁର ରୋଡ ଦେଇ ଗଙ୍ଗାଘାଟରେ ପହଞ୍ଚି ଆଗକୁ ବଢ଼ିଛି ।  ତେବେ ଲୋକଙ୍କ ସହ ରାହୁଲ ହାତ ମିଶାଉଥିବାବେଳେ ଏକ ଡ୍ରୋନ ଆସି ରାହୁଲଙ୍କ ଉପରେ ଉଡ଼ିଥିଲା । ଏଥିରେ କ୍ୟାମେରା ଲାଗିଥିବା କୁହାଯାଇଛି । ଯାହାକି ସୁରକ୍ଷାରେ ତୃଟି ରହିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରରାଯାଇଥିଲା । ପୋଲିସ ଡ୍ରୋନ କ୍ୟାମେରା ସହ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ରାହୁଲ ଗାନ୍ଧୀ ଜିପରୁ ଓହ୍ଲାଇ ନଥିଲେ ।