spot_img
Home Blog Page 2440

ମାରଦା ଜଗନ୍ନାଥ ମନ୍ଦିରର ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ଗଞ୍ଜାମ: ଶରଣ ଶ୍ରୀକ୍ଷେତ୍ର ମାରଦା ଜଗନ୍ନାଥ ମନ୍ଦିରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ମନ୍ଦିର ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ। ରୂପାନ୍ତରୀକରଣ ଲାଗି ମୁଖ୍ୟମନ୍ତ୍ରୀ ୨ କୋଟି ଟଙ୍କା ମଞ୍ଜୁର କରିବା ଯୋଗୁ ଏବେ ଉନ୍ନତ ରାସ୍ତା ହୋଇଛି ବୋଲି କହିଛନ୍ତି ପାଣ୍ଡିଆନ । ପାଣ୍ଡିଆନ କହିଛନ୍ତି ସେ  ଜିଲ୍ଲାପାଳ ଥିବା ବେଳେ ଏଠାକୁ ଆସିଥିଲେ । ମାତ୍ର ସ୍ଥିତି ଏବେ ଅନେକ ବଦଳିଛି । ପଞ୍ଚାୟତର ପ୍ରତ୍ୟେକ ହାଇସ୍କୁଲ ରୂପାନ୍ତରୀକରଣ ହୋଇଛି। ଗରିବ ଲୋକ ଘରୋଇ ବିଦ୍ୟାଳୟରେ ସେମାନଙ୍କ ପିଲାଙ୍କୁ ପଢାଇପାରିବେ ନାହିଁ ।

ତେଣୁ ମୁଖ୍ୟମନ୍ତ୍ରୀ ସରକାରୀ ସ୍କୁଲରେ ଏଭଳି ବ୍ୟବସ୍ଥା କରିଛନ୍ତି । ସ୍କୁଲ ପରେ ହାୟରସେକେଣ୍ଡାରି ସ୍କୁଲ ଏବଂ କଲେଜ ଗୁଡିକର ରୂପାନ୍ତରିକରଣ ହୋଇଛି।  ପ୍ରତି ପଞ୍ଚାୟତରେ ଥିବା ପୁରାତନ ମନ୍ଦିରର ପୁନରୁଦ୍ଧାର ସହ ରୂପାନ୍ତରିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିବେ। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଉଛନ୍ତି। ଖୁବଶୀଘ୍ର ଏହି ଅଞ୍ଚଳରେ ଲକ୍ଷ୍ମୀ ବସ ଗଡିବ। ମହିଳା ମାନେ ମାତ୍ର ୫ ଟଙ୍କାରେ ପଞ୍ଚାୟତରୁ ବ୍ଳକ ପର୍ଯ୍ୟନ୍ତ ଯାଇପାରିବେ ବୋଲି କହିଛନ୍ତି ପାଣ୍ଡିଆନ ।

ଗଞ୍ଜାମ ଗସ୍ତରେ ଯାଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଏହି କ୍ରମରେ ଛତ୍ରପୁର ସୁନ୍ଦରେଶ୍ବର ମନ୍ଦିରରେ ପହଞ୍ଚି ଜାରି ରହିଥିବା ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଏହାସହ ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ ।

ସେହିପରି ବ୍ରହ୍ମପୁର ଏମକେସିଜି ଓ କୁସୁମୀ ରିଂ ରୋଡର ସମୀକ୍ଷା କରିବା ପରେ ରଙ୍ଗେଇଲୁଣ୍ଡା ଧବଳେଶ୍ବର ମନ୍ଦିରରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମନ୍ଦିରରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ଧବଳେଶ୍ବର ମନ୍ଦିର ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଲୋକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ସେହିପରି ମନ୍ଦିର, ମସଜିଦ୍ ସହ ବିଭିନ୍ନ ଧର୍ମାନୁଷ୍ଠାନର ରୂପାନ୍ତରୀକରଣ କରାଯାଉଛି । ସମସ୍ତଙ୍କ ସହଯୋଗରେ ନୂଆ ଓଡ଼ିଶା ଗଠନ ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

ପ୍ରଥମେ ଏମକେସିଜି ମେଡିକାଲ କଲେଜରେ ପହଞ୍ଚି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ କହିଥିଲେ- ଏମକେସିଜିକୁ ସଶକ୍ତ କରାଯିବ । ଏଠାରେ ସବୁ ସୁବିଧା ଉପଲବ୍ଧ ହେବ । ଆଉ ବାହାରକୁ ଯିବାକୁ ପଡ଼ିବନି । ଏମକେସିଜିରେ ସବୁ ବ୍ୟବସ୍ଥା କରାଯିବ । କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଆହ୍ବାନ ଦେଇଥିଲେ ।

ଏହାପରେ କୁସୁମୀରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । କୁସୁମୀ ରିଂ ରୋଡ ନକ୍ସା ଦେଖିବା ସହ କାମର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ ।

ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେଇ 5T ଅଧ୍ୟକ୍ଷ କହିଥିଲେ, ରିଂ ରୋଡ କାମ ଆରମ୍ଭ ହୋଇ ସାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୨୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ହେଲେ ଦେଢ଼ ବର୍ଷ ଭିତରେ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ରାସ୍ତା ହୋଇଯିବା ପରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଅଞ୍ଚଳର ଉନ୍ନତି ହେବ । ଲୋକଙ୍କୁ ରେଜଗାର ମିଳିବ । ରାସ୍ତା ପାଖରେ ଥିବା ସରକାରୀ ଜମି ଚିହ୍ନଟ କରି ଇଣ୍ଡଷ୍ଟ୍ରିଆଲ ପାର୍କ କରାଯିବ ।

ସାଇବର୍ ଅପରାଧ ଏବଂ ଆର୍ଥିକ ଜାଲିଆତି ଯୋଗୁ ଲକ୍ଷେ ୩୨ ହଜାର ଫୋନ୍ ସିଜ୍

ନୂଆଦିଲ୍ଲୀ: ଦେଶରେ ବଢୁଛି ସାଇବର ଅପରାଧ ଓ ଆର୍ଥିକ ଜାଲିଆତି । ସରକାର ଜବତ କରିଛନ୍ତି ୧ ଲକ୍ଷ ୩୨ ହଜାର ଫୋନ । କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଜାଲ ନଥିପତ୍ର ଦେଇ ଦେଶରେ ପ୍ରାୟ ୫୫ ଲକ୍ଷ ଫୋନ କନେକ୍ସନ ଦିଆଯାଇଛି । ସେଗୁଡିକୁ ବ୍ଲକ କରାଯାଇଛି । ସାଇବର ଅପରାଧୀଙ୍କ ଦ୍ବାରା ଶିକାର ହୋଇଥିବା ପ୍ରାୟ ୪ ଲକ୍ଷ ଲୋକଙ୍କ ୧୦୦୦ କୋଟି ଟଙ୍କା ଜବତ ଓ ଉଦ୍ଧାର କରାଯାଇଛି । ସାଇବରକ୍ରାଇମ ଓ ଆର୍ଥିକ ଜାଲିଆତି ଅଭିଯୋଗରେ ୨ ଲକ୍ଷ ୭୮ ହଜାର ଫୋନର କନେକସନ ରଦ୍ଦ କରାଯାଇଛି । ମୋବାଇଲ ଜରିଆରେ ଜାଲିଆତି ରୋକିବା ଲାଗି ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ବୈଷ୍ଣବ ।

ଜାଲିଆତି ଉପାୟରେ ହାସଲ କରାଯାଇଥିବା ମୋବାଇଲ କନେକସନକୁ ଚିହ୍ନଟ କରିବା ଲାଗି ସରକାର ଏକ ସିଷ୍ଟମ ବାହାର କରିଛନ୍ତି । ମୋବାଇଲ ଉପଭୋକ୍ତାମାନେ କୌଣସି ଆନ୍ତର୍ଜାତିକ କଲ ପାଇବା ପରେ ସେମାନେ ଏସଂକ୍ରାନ୍ତରେ ରିପୋର୍ଟ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନସ ଜରିଆରେ ସାଇବରକ୍ରାଇମ ହ୍ରାସ ପାଇଛି ବୋଲି ସେ କହିଛନ୍ତି । ସେହିପରି ବେଆଇନ କନେକ୍ସନ ସମ୍ବଳିତ ୨ ଲକ୍ଷ ୨୦ ହଜାର ହ୍ବାଟସଆପ୍ ଆକାଉଣ୍ଟକୁ ବାତିଲ କରାଯାଇଛି । ୧୬୨ଟି ବେଆଇନ ଟେଲିକମ ସେଟଅପକୁ ନିଷ୍କ୍ରିୟ କରାଯାଇଛି ।

‘କିଛି ଲୋକଙ୍କୁ ଦିଶୁନି ରୂପାନ୍ତରଣ, ଆଖି ଖୋଲି ଦେଖିଲେ ଦିଶିବ ବିକାଶର ଅସଲ ଚିତ୍ର’

ବ୍ରହ୍ମପୁର: କିଛି ଲୋକଙ୍କୁ ଦିଶୁନି ରୂପାନ୍ତରଣ। ଆଖି ଖୋଲି ଦେଖିଲେ ଦିଶିବ ବିକାଶର ଅସଲ ଚିତ୍ର। ଗଞ୍ଜାମରେ ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ସମୀକ୍ଷା ବେଳେ ରୂପାନ୍ତରଣକୁ ସହି ପାରୁନଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶ୍ରୀମନ୍ଦିରରୁ ମା’ ସମଲେଇ ମନ୍ଦିର, ରାମଚଣ୍ଡୀ ମନ୍ଦିର ଓ ତାରାତାରିଣୀ ମନ୍ଦିର ସବୁଠି ବଦଳୁଛି ଚିତ୍ର। ସାରା ଓଡ଼ିଶାର ସବୁ ଐତିହ୍ୟସ୍ଥଳୀର ବଦଳୁଛି ରୂପରେଖ। ରାଜ୍ୟର ବିକାଶ ପାଇଁ ଅହରହ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ କିଛି ଲୋକଙ୍କୁ ବିକାଶ ଦିଶୁନି, ସେମାନେ ବାରମ୍ବାର ଅପପ୍ରଚାର କରୁଛନ୍ତି।

ଗଞ୍ଜାମ ଗସ୍ତରେ ଥିବା  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏହା କହିଛନ୍ତି। ସ୍କୁଲରୁ ସ୍ବାସ୍ଥ୍ୟସେବା ସବୁ କ୍ଷେତ୍ରରେ ବଦଳୁଛି ଚିତ୍ର। ହାଇସ୍କୁଲ ଓ କଲେଜର ରୂପାନ୍ତରଣ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଗରିବ ପିଲା ବଡ ସ୍ବପ୍ନ ଦେଖିବେ ଏବଂ ତାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବ୍ୟବସ୍ଥା କରିଥିବା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି। କିନ୍ତୁ ଏହାକୁ କିଛି ଲୋକ ସହି ପାରୁନାହାନ୍ତି । ରାଜ୍ୟର ବିକାଶରେ ସମସ୍ତେ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି 5T ଅଧ୍ୟକ୍ଷ ।

ମହାରାଷ୍ଟ୍ର ନାଗପୁରରେ ଭୟଙ୍କର ବିସ୍ଫୋରଣ, ୯ ମୃତ

ନାଗପୁର: ମହାରାଷ୍ଟ୍ର ନାଗପୁରରେ ଭୟଙ୍କର ବିସ୍ଫୋରଣ । ଏକ ସୋଲାର କମ୍ପାନିରେ ବିସ୍ଫୋରଣ ଘଟିବା ଯୋଗୁ ୯ ଜଣ ପ୍ରାଣ ହରାଇଛନ୍ତି । ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳ ସାଢ଼େ ୯ଟାରେ ନାଗପୁରର ବଜରଗାଁସ୍ଥିତ ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ କେତେକ କର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । କୋଇଲା ବ୍ଲାଷ୍ଟିଂ ଲାଗି ବିସ୍ଫୋରକ ପ୍ୟାକିଂ ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା । ଦେଶର ପ୍ରତିରକ୍ଷା ବିଭାଗ ଲାଗି ଆବଶ୍ୟକ ହେଉଥିବା ବିସ୍ଫୋରକ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଣ କରିଥାଏ ।

ପଞ୍ଜାବ ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ, ଏ ଖବର ମିଛ ଥିଲେ ଆଉ ରାଜନୀତି କରିବେନି କହିଲେ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବର ଜେଲ ଭିତରେ ବିକ୍ରି ହେଉଛି ନିଶାଦ୍ରବ୍ଯ । ମାନ୍ ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ଯ ନବଜୋତ ସିଂ ସିଦ୍ଧୁ । ବଡକଥା ହେଉଛି ଯଦି ଏହି ଅଭିଯୋଗ ମିଥ୍ଯା ସାବ୍ଯସ୍ତ ହୁଏ ତେବେ ସେ ରାଜନୀତିରୁ ସନ୍ନ୍ଯାସ ନେବେ ବୋଲି କହିଛନ୍ତି ସିଦ୍ଧୁ । ଜେଲ୍ ଭିତରେ ନିଶାଦ୍ରବ୍ଯ ବିକ୍ରି ହେଉଥିଲେ ବି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ମୁଖ୍ଯମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ସେ ଟାର୍ଗେଟ କରିଛନ୍ତି ।

ମୁଖ୍ଯମନ୍ତ୍ରୀଙ୍କ ହାତରେ ଜେଲ୍ ବିଭାଗ ଥିଲେ ବି କିପରି ଜେଲରେ ଡ୍ରଗ୍ସ ବିକ୍ରି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । 1988ରେ ରୋଡରେଜ୍ ମାମଲାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ 10 ମାସ ଜେଲଦଣ୍ଡ ଭୋଗିଥିବା ସିଦ୍ଧୁଙ୍କ ବୟାନ ଚାଞ୍ଚଲ୍ଯ ସୃଷ୍ଟି କରିଛି । 1988ର ରୋଡରେଜ ଘଟଣାରେ ପାଟିଆଲାରେ ଗୁରନାମ ସିଂଙ୍କ ମୃତ୍ଯୁ ହୋଇଥିଲା । ନିଶାଦ୍ରବ୍ୟ ସେବନ ସମ୍ପର୍କରେ ସବିଶେଷ ବିବରଣୀ ଦେବା ଲାଗି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ସିଦ୍ଧୁଙ୍କ ବିସ୍ଫୋରକ ବୟାନ ରାଜ୍ୟ ସରକାରଙ୍କ ପ୍ରତି ଚାଲେଞ୍ଜ ସୃଷ୍ଟିକରିଛି ।

ପୁଣି ଚିନ୍ତା ବଢ଼ାଇଲା କରୋନା, ଜଣେ ମହିଳାଙ୍କ ଦେହରେ ଭୂତାଣୁ ଠାବ

ଥିରୁଅନନ୍ତପୁରମ: ଦେଶରେ ପୁଣି ଚିନ୍ତା ବଢାଇଲା କରୋନା ଭାଇରସ । କେରଳ କରାକୁଲମରୁ ଠାବ ହୋଇଛି କୋଭିଡ-19 ସବଭାରିଆଣ୍ଟ JN.1  । ଜଣେ ୭୯ ବର୍ଷ ବୟସ୍କା ମହିଳାଙ୍କ ଆରଟି-ପିସିଆର ଟେଷ୍ଟ ପରେ ଏହି ଭୂତାଣୁ ଠାବ ହୋଇଛି । ତାଙ୍କ ନିକଟରେ ଇନଫ୍ଲୁଏଞ୍ଜା ଧରଣର ସକ୍ଷଣ ପ୍ରକାଶ ପାଇଥିଲା । ପୂର୍ବରୁ ତାମିଲନାଡୁର ତିରୁଚିରାପଲ୍ଲୀରେ ବି ଜେଏନ-1 ସବଭାରିଆଣ୍ଟ ମିଳିଥିବା ସୂଚନା ମିଳିଛି । ତେବେ ତିରୁଚିରାପଲ୍ଲୀରେ ସଂକ୍ରମିତ ଅଧିକ ହୋଇଥିବା ସୂଚନା ମିଳିନାହିଁ ।

ବର୍ତ୍ତମାନ ଦେଶରେ ଚିହ୍ନଟ ହେଉଥିବା କୋଭିଡ ମାମଲା ମଧ୍ଯରୁ ୯୦ ପ୍ରତିଶତ ମାମୁଲି । ସେପଟେ କେରଳରେ ନୂଆ ଭୂତାଣୁ ଠାବ ହେବା ପରେ କର୍ଣ୍ଣାଟକ ସରକାର କୋଭିଡ ମୁକାବିଲା ଲାଗି ପଦକ୍ଷେପ ନେଇଛନ୍ତି ଏବଂ ହସ୍ପିଟାଲଗୁଡିକୁ ପ୍ରସ୍ତୁତ ରଖିଛନ୍ତି । ବିଭିନ୍ନ ସ୍ଥାନରେ ମକଡ୍ରିଲ ବି ହୋଇଛି  । ଆରଟିପିସିଆର, ରାପିଡ ଆଣ୍ଟିଜେନ ଟେଷ୍ଟ, ଭିଟିଏମ ଆଦିକୁ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ । ପ୍ରଥମ ଥର ଲାଗି ଜେଏନ-1 ସବଭାରିଆଣ୍ଟ ଲକ୍ସେମବର୍ଗରେ ଠାବ ହୋଇଥିଲା । ପରେ ଏହା ଅନ୍ଯାନ୍ଯ ଦେଶକୁ ସଂକ୍ରମିତ କରିଥିଲା । ଜେଏନ-1 ସବଭାରିଆଣ୍ଟ ପିରୋଲା ଭାରିଆଣ୍ଟ BA.2.86ରୁ ଉତ୍ପତ୍ତି ଲାଭ କରିଛି ବୋଲି ସୂଚନା ମିଳିଛି । ଉପଯୁକ୍ତ ଚିକିତ୍ସା ଓ ଟିକାକରଣ ଜରିଆରେ ଜେଏନ-1ର ମୁକାବିଲା କରାଯାଇପାରିବ ବୋଲି କୁହାଯାଇଛି । ତେବେ କେନ୍ଦ୍ର ସରକାର ଏଥିଲାଗି ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ଇଣ୍ଡିଆନ ସାର୍ସ-କୋଭିଡ ଜେନୋମିକ୍ସ କନସର୍ଟିୟମ ମୁଖ୍ଯ ଡାକ୍ତର ଏନ.କେ. ଅରୋରା । ବିଶ୍ବରେ ବର୍ତ୍ତମାନ ସୁଦ୍ଧା 3,608 ଜଣ BA.2.86 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ସିଆରପିଏଫ୍ ଆଡିସନାଲ ସବ୍-ଇନସ୍ପେକ୍ଟର ସହିଦ

ମାଲକାନଗିରି: ମାଓବାଦୀଙ୍କ ଗୁଳିରେ ଜଣେ ସିଆରପିଏଫ୍ ଆଡିସନାଲ ସବ୍-ଇନସ୍ପେକ୍ଟର ସହିଦ, ଜଣେ ଯବାନ ଗୁରୁତର । ୪ ମାଓବାଦୀ ଗିରଫ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ବେଦରେ ସିଆରପିଏଫ୍ କ୍ୟାମ୍ପ ନିକଟରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀ ଗୁଳିରେ ସିଆରପିଏଫ୍ ଏ.ଏସ.ଆଇ ସୁଧାକର ରେଡ୍ଡୀ ସହିଦ ହୋଇଛନ୍ତି  । ଗୁରୁତର ଯବାନଙ୍କ ନାଁ ରାମୁ । ତାଙ୍କୁ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି । ସିଆରପିଏଫ୍ କ୍ୟାମ୍ପରୁ ସାପ୍ତାହିକ ହାଟକୁ ଯିବାବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଚାରିଜଣ ମାଓବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି ।

ଯାଜପୁରରୁ ଆତଙ୍କବାଦୀ ମିଳିବା ଘଟଣାରେ ତଦନ୍ତ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି

ଭୁବନେଶ୍ବର: କିଏ ଏହି ଆତଙ୍କବାଦୀ ?  ସୟଦ ଇଶାନ ବୁଖାରୀ ଧରା ପଡିବା ଘଟଣାରେ ତନାଘନା । ଖୁବଶୀଘ୍ର ତଦନ୍ତରେ ସହଯୋଗ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି । ଅଭିଯୁକୁ ଜେରା କରିବେ କେରଳ, ପଞ୍ଜାବ, ମହାରାଷ୍ଟ୍ର ପୋଲିସ । କାଶ୍ମୀରର ଏକାଧିକ ପୋଲିସ ଅଧିକାରୀଙ୍କ ସମ୍ପର୍କରେ ଥିଲା ସୟଦ । ପିଏମଓରେ ଚାକିରି କରିଥିବା କହି ପୋଲିସ ଅଧିକାରୀଙ୍କ ସହ ରଖୁଥିଲା ସମ୍ପର୍କ । ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ଲଗାଇଛି ଚୁନା । ଆଇଏସଆଇ ଲିଙ୍କ ନେଇ ଏସଟିଏଫ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ବିଭିନ୍ନ ରାଜ୍ୟରେ ପ୍ରେମିକାଙ୍କୁ ଢାଲ କରି ଶତ୍ରୁ ପକ୍ଷକୁ ପଠାଉଥିଲା ଗୋପନୀୟ ତଥ୍ୟ । ୭ ଜଣ ମହିଳାଙ୍କୁ ସେ ବିବାହ କରିଥିବା ନେଇ ମିଳିଛି ସୂଚନା । ଖୁବଶୀଘ୍ର ଏହି ୭ ଜଣ ମହିଳାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯିବ । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କ ସହ ସୋସିଆଲ ମିଡିଆରେ କଥା ହେଉଥିଲା ଅଭିଯୁକ୍ତ । କେରଳର କିଛି ମୌଳବାଦୀଙ୍କ ସମ୍ପର୍କରେ ଥିଲା ଇଶାନ । ପୂର୍ବରୁ ଠକେଇ ସହ ନିଶା କାରବାରରେ ସମ୍ପୃକ୍ତ ଥିବା STF ପକ୍ଷରୁ ସୂଚନା ମିଳିଛି । ଗତକାଲି ଅଭିଯୁକ୍ତକୁ ଯାଜପୁର ନେଉଳପୁରରୁ ଗିରଫ କରାଯାଇଛି । ଜାମିନ ନାମଞ୍ଜୁର ହେବା ପରେ ରଗଡି ସ୍ଥିତ ଉପକାରାଗାରକୁ ପଠାଯାଇଛି । ଆସନ୍ତାକାଲି ସୟଦକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ STF ।

ସମ୍ବଲପୁରରେ IT ରେଡ୍ ଘଟଣାର ମୁମ୍ବାଇ ଲିଙ୍କ୍, ଏବିଡି କମ୍ପାନୀରୁ କମ୍ପୋଜିସନ୍ ଆସି ଓଡ଼ିଶାରେ ହେଉଥିଲା ବଟଲିଂ

ସମ୍ବଲପୁର: ସମ୍ବଲପୁରରେ ଆୟକର ରେଡ୍ ଘଟଣାର ମୁମ୍ବାଇ ଲିଙ୍କ୍ । ମୁମ୍ବାଇ ଏବିଡି କମ୍ପାନୀରୁ କମ୍ପୋଜିସନ୍ ଆସି ଓଡ଼ିଶାରେ ବଟଲିଂ ହେଉଥିଲା । ମୁମ୍ବାଇର ଏହି କମ୍ପାନୀ ସହ ସମ୍ବଲପୁର କମ୍ପାନୀର ଆର୍ଥିକ କାରବାର ହେଉଥିବା ସନ୍ଦେହ ଉପୁଜିଛି । ମୁମ୍ବାଇର ଏହି କମ୍ପାନୀକୁ ପ୍ରଥମେ ଯାଞ୍ଚ୍ ପରେ ସେହି ଲିଙ୍କରେ ସମ୍ବଲପୁର ଆସି ଯାଞ୍ଚ ଆରମ୍ଭ କରିଛି ମୁମ୍ବାଇ ଆୟକର ବିଭାଗ ।

ସମ୍ବଲପୁର ଓ ଢେଙ୍କାନାଳର ଦୁଇଟି ଜାଗାରେ ଚାଲିଥିଲା ରେଡ୍  । ମିଳିଥିବା ବିପୁଳ ଟଙ୍କା ଓ କିଛି ବିଲ୍‌କୁ ଯାଞ୍ଚ୍ କରିବ ମୁମ୍ବାଇ ଆୟକର ବିଭାଗ । ରେଡ୍ ବେଳେ ମୁମ୍ବାଇ ଆୟକର ବିଭାଗକୁ ସହଯୋଗ କରିଛିଲା ଓଡ଼ିଶା ଆୟକର ବିଭାଗ । ମୁମ୍ବାଇସ୍ଥିତ ଆଲାଏଡ ବ୍ଲେଣ୍ଡର ଆଣ୍ଡ ଡିଷ୍ଟିଲର୍ ଉପରେ ମୁମ୍ବାଇ ଆୟକର ବିଭାଗ ରେଡ୍ କରିଥିଲା

ଛତ୍ରପୁର ସୁନ୍ଦରେଶ୍ବର ମନ୍ଦିର ବିକାଶ କାର୍ଯ୍ୟର ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ

ଗଞ୍ଜାମ: ଗଞ୍ଜାମ ଗସ୍ତରେ ଯାଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଏହି କ୍ରମରେ ଛତ୍ରପୁର ସୁନ୍ଦରେଶ୍ବର ମନ୍ଦିରରେ ପହଞ୍ଚି ଜାରି ରହିଥିବା ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଏହାସହ ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ ।

ସେହିପରି ବ୍ରହ୍ମପୁର ଏମକେସିଜି ଓ କୁସୁମୀ ରିଂ ରୋଡର ସମୀକ୍ଷା କରିବା ପରେ ରଙ୍ଗେଇଲୁଣ୍ଡା ଧବଳେଶ୍ବର ମନ୍ଦିରରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମନ୍ଦିରରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ଧବଳେଶ୍ବର ମନ୍ଦିର ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଲୋକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ସେହିପରି ମନ୍ଦିର, ମସଜିଦ୍ ସହ ବିଭିନ୍ନ ଧର୍ମାନୁଷ୍ଠାନର ରୂପାନ୍ତରୀକରଣ କରାଯାଉଛି । ସମସ୍ତଙ୍କ ସହଯୋଗରେ ନୂଆ ଓଡ଼ିଶା ଗଠନ ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

ପ୍ରଥମେ ଏମକେସିଜି ମେଡିକାଲ କଲେଜରେ ପହଞ୍ଚି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ କହିଥିଲେ- ଏମକେସିଜିକୁ ସଶକ୍ତ କରାଯିବ । ଏଠାରେ ସବୁ ସୁବିଧା ଉପଲବ୍ଧ ହେବ । ଆଉ ବାହାରକୁ ଯିବାକୁ ପଡ଼ିବନି । ଏମକେସିଜିରେ ସବୁ ବ୍ୟବସ୍ଥା କରାଯିବ । କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଆହ୍ବାନ ଦେଇଥିଲେ ।

ଏହାପରେ କୁସୁମୀରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । କୁସୁମୀ ରିଂ ରୋଡ ନକ୍ସା ଦେଖିବା ସହ କାମର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ ।

ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେଇ 5T ଅଧ୍ୟକ୍ଷ କହିଥିଲେ, ରିଂ ରୋଡ କାମ ଆରମ୍ଭ ହୋଇ ସାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୨୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ହେଲେ ଦେଢ଼ ବର୍ଷ ଭିତରେ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ରାସ୍ତା ହୋଇଯିବା ପରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଅଞ୍ଚଳର ଉନ୍ନତି ହେବ । ଲୋକଙ୍କୁ ରେଜଗାର ମିଳିବ । ରାସ୍ତା ପାଖରେ ଥିବା ସରକାରୀ ଜମି ଚିହ୍ନଟ କରି ଇଣ୍ଡଷ୍ଟ୍ରିଆଲ ପାର୍କ କରାଯିବ ।