spot_img
Home Blog Page 2409

ନୂଆ ବର୍ଷରେ ନୂଆ ନିୟମ, ମନ୍ଦିରରେ ଆଉ ଚଳିବନି ଛୋଟ ଡ୍ରେସ୍

ନନ୍ଦିଘୋଷ ବ୍ୟୁରୋ: ମନ୍ଦିରକୁ ଆଧୁନିକ ଡ୍ରେସ୍ ପିନ୍ଧି ଯିବା ମନା । ମନ୍ଦିରକୁ ଯିବା ପାଇଁ ଡ୍ରେସ୍ କୋଡ୍ର ବ୍ୟବସ୍ଥା । ମନ୍ଦିର ଭିତରକୁ ଜିନସ୍, ଟପ୍, ମିନି ସ୍କଟ୍ ପରି ଆଧୁନିକ ପୋଷାକ ପିନ୍ଧି ଯିବା ମନା । ମନ୍ଦିରର ସାଜସଜ୍ଜା ଓ ପବିତ୍ରତା ବଜାୟ ରଖିବା ପାଇଁ ଗୋଆର  ଅଧିକାଶଂ ମନ୍ଦିର ଗୁଡିକରେ ୨୦୨୪  ଜାନୁୟାରୀରୁ ଡ୍ରେସ୍ କୋଡ୍ ର ବ୍ୟବସ୍ଥା କରାଯାଇଛି । ଉପଯୁକ୍ତ ଡ୍ରେସ୍ ପିନ୍ଧି ଆସି ନଥିଲେ ମନ୍ଦିରରେ ଲୁଙ୍ଗି ଦିଆଯିବ ବୋଲି ମଧ୍ୟ ମନ୍ଦିର କର୍ତୁପକ୍ଷ କହିଛନ୍ତି । ମନ୍ଦିର ପରିଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ବେଶ ପୋଷାକ ଉପଯୁକ୍ତ ନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ମନ୍ଦିର କର୍ତୁପକ୍ଷ । ଏହି ନିୟମ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଲାଗୁ ହୋଇଛି । ମନ୍ଦିର କର୍ତୁପକ୍ଷ ଏହା ମଧ୍ୟ କହିଛନ୍ତି ଯେ ମନ୍ଦିର ଫ୍ୟାଶନ୍ ପ୍ରଦର୍ଶନର ଉପଯୁକ୍ତ ସ୍ଥାନ ନୁହେଁ । ଏହା ହେଉଛି ଉପାସନା ଏବଂ ଭକ୍ତିର ସ୍ଥାନ ।

ତେଣୁ ମନ୍ଦିର ଭିତରକୁ କାହାରିକୁ ଛୋଟ ପୋଷାକରେ ଯିବାକୁ ଅନୁମତି ମିଳିବ ନାହିଁ । ମନ୍ଦିରର ପବିତ୍ରତା ଏବଂ ସମ୍ମାନ ବଜାୟ ରଖିବା ପାଇଁ ଜାନୁୟାରୀ ୨ ରୁ ସମସ୍ତ ପରିଦର୍ଶକଙ୍କ ପାଇଁ କଡା ଡ୍ରେସ୍ କୋଡ୍ ଲାଗୁ କରାଯିବ ବୋଲି ଗୋଆର  ଶ୍ରୀ ରାମନାଥ ପୋଣ୍ଡା କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ଆଗରୁ ଏହି ନିୟମ ହୋଇଥିଲା କିନ୍ତୁ କଡା କଡି ଭାବରେ ହୋଇନଥିଲା କିନ୍ତୁ ଏବେ ଏହାକୁ ଆମେ କଡାକଡି ଭାବରେ କାର୍ଯ୍ୟକାରୀ କରିବୁ । ର୍ସ୍କଟ୍, ମିନି ସ୍କଟ୍, ମିଡିସ୍, ସ୍ଲିଭ୍ ଲେସ୍ ଟପ୍ , ଲୋ ଜିନସ୍ ଏବଂ ସର୍ଟ ଟି ସାର୍ଟ ପିନ୍ଧିଥିବା ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ । ଯେଉଁମାନେ ଅନୁପଯୁକ୍ତ ପୋଷାକ ପିନ୍ଧି ମନ୍ଦିର  ଆସିବେ ତାଙ୍କ ପାଇଁ  ମନ୍ଦିର କମିଟି ଦ୍ବାରା ସେମାନଙ୍କର ଶରୀର ଲୁଚେଇବା ପାଇଁ ଲୁଙ୍ଗି କିମ୍ବା କପଡା ଦିଆଯିବ। ଯାହା ଫଳରେ ଆସୁଥିବା ଶ୍ରଦ୍ଧାଳୁଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ  ।

ସେଲିବ୍ରେସନ କର କିନ୍ତୁ କ୍ରାଇମ୍ କରନି

ଭୁବନେଶ୍ବର: ୨ ବର୍ଷର କରୋନା ପରେ ପୁଣି ଆସିଛି ନୂଆବର୍ଷ । ଧୁମଧାମରେ ଲୋକେ ଏହାକୁ ପାଳନ କରିବେ। ନୂଆବର୍ଷକୁ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ, ସେନେଇ ଉଭୟ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି । ମତୁଆଲା ହୁଅ କିନ୍ତୁ ନିୟମ ଭାଙ୍ଗନି । ନ୍ୟୁଇୟର ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ବାର, ପବ, ହୋଟେଲରେ ଚେକିଂ । ଧୁମଧାମରେ କଟିବ ବଡ଼ଦିନ ଓ ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ ପାଇଁ ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ, ଡ୍ୟାନ୍ସ ବାର ପ୍ରସ୍ତୁତ ହୋଇରହିଥିବା ବେଳେ ସେମାନଙ୍କ ଉପରେ ଆଖି ରଖିଛି ଅବକାରୀ ବିଭାଗ । ୧୨ ଟା ରାତି ପରେ କ୍ଲବ, ପବ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି ।

ଡିସେମ୍ବର ୩୧ ତାରିଖ ଓ ଜାନୁଆର ୧ ତାରିଖରେ ଟୁଇନ ସିଟିରେ ପୋଲିସ ବ୍ୟାପକ ଭାବେ ପ୍ରହରା ମାରିବ । ଭିଡ ନିୟନ୍ତ୍ରଣ ଓ ଡ୍ରଙ୍କ ଆଣ୍ଡ ଡ୍ରାଇଭ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ କରିବ । ବଡ଼ଦିନ ପାଇଁ ଚର୍ଚ୍ଚ, ପିକନିକ୍ ପ୍ଲେସରେ ମଦ୍ୟପଙ୍କ ଉପଦ୍ରବ ରୋକିବା ପାଇଁ ପ୍ରତ୍ୟେକ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଛି ।  ନୂତନ ବର୍ଷ ସଭିଙ୍କ ପାଇଁ ସୁଖ ଶାନ୍ତି ଆଣୁ । କିନ୍ତୁ ସେଲିବ୍ରେସନ ଆଳରେ କେହି ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି କହିଛି କମିଶନରେଟ ପୋଲିସ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ବର: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳର ସ୍ବର୍ଗତ ମଲ୍ଲିକ ଦେଶର ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ବହୁବାର କାରାବରଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ସର୍ବଦା ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ରଖିଥିଲେ । କେନ୍ଦ୍ରାପଡା ଜିଲ୍ଲାର ଜଣେ ବିଶିଷ୍ଟ ସମାଜ ସେବୀ ଭାବେ ମଧ୍ୟ ତାଙ୍କର ବିଶେଷ ସୁନାମ ରହିଥିଲା । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସରୁନି ରାସ୍ତା କାମ, ହନ୍ତସନ୍ତ ହେଉଛନ୍ତି ଲୋକେ

ଟାଙ୍ଗୀ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଛି ରାସ୍ତା କାମ । ମାସ ପରେ ମାସ ଏମିତି ବର୍ଷେରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସରୁନି ରାସ୍ତା କାମ । ଫଳରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କାମର ଅଗ୍ରଗତି ଦେଖିବାକୁ ବିଭାଗୀୟ ଅଧିକାରୀ ଆସିଥିବା ବେଳେ ଅଧିକାରୀଙ୍କୁ ଘେରିଛନ୍ତି  ସ୍ଥାନୀୟ ଲୋକେ।

ସରୁନି ରାସ୍ତା କାମ, ହନ୍ତସନ୍ତ ହେଉଛନ୍ତି ଲୋକେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଛି ଗ୍ରାମାଞ୍ଚଳରେ ରାସ୍ତାକାମ । ଗାଁକୁ ଗାଁ ଯୋଡିବା ପ୍ରୟାସ ମାରିଛି ଫେଲ୍। କାରଣ ମାସ ପରେ ମାସ ବିତି ଯାଉଛି କିନ୍ତୁ ସରୁନି ରାସ୍ତା କାମ। ରାସ୍ତାକାମ ସରୁନଥିବାରୁ ଯାତାୟତ ପାଇଁ ଲୋକେ ଭୋଗୁଛନ୍ତି ନାହିଁନଥିବା ଯନ୍ତ୍ରଣା। କାମର ଅଗ୍ରଗତି ଦେଖିବାକୁ ବିଭାଗୀୟ   ଅଧିକାରୀ ଆସିଥିବା ବେଳେ ଘେରିଛନ୍ତି ସ୍ଥାନୀୟ  ଲୋକେ । ଏଭଳି ଚିତ୍ର ଦେଖିବାକୁ  ମିଳିଛି ଖୋର୍ଦ୍ଧା ଚଣ୍ଡେଶ୍ୱର ପାରି ଓରଡ଼ ରାସ୍ତାରେ।

୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ଠାରୁ ପାରି ଓରଡ଼ ଟୁଟୁମ୍ବର ପଲି ପର୍ଯ୍ୟନ୍ତ ୬ କିଲୋ ମିଟର ରାସ୍ତା ନିର୍ମାଣ କାମ ସରୁନି । ଏହି ରାସ୍ତା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୪ କୋଟି ୨୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ୨୦୨୨ ମସିହାରୁ କାମ ଆରମ୍ଭ ହୋଇଥିଲା । ଯାହାକି ଡିସେମ୍ବର ମାସ ୯ ତାରିଖ ୨୦୨୨ ମସିହାରେ କାର୍ଯ୍ୟ ଶେଷ ହେବା ପାଇଁ ସମୟ ଧାର୍ଯ୍ୟ  କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ କାମ ସରିନି । ଏହି ରାସ୍ତା ଉପରେ  ଟାଙ୍ଗୀ ଓ ଚିଲିକା ବ୍ଲକର ୫ ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି । ରାସ୍ତା ନିର୍ମାଣ ନାମରେ ଠିକା ସଂସ୍ଥା କେବଳ ଚିପ୍ସ ମେଣ୍ଟାଲ ପକାଇ କାମ ଅଧା ପନ୍ତାରିଆ କରୁଥିବାରୁ  ସ୍ଥାନୀୟ ଲୋକେ ନାନା ସମସ୍ୟା ଭୋଗୁଛନ୍ତି । ଶେଷରେ ସରକାରୀ ଅଧିକାରୀ ଖୁବ ଶୀଘ୍ର ରାସ୍ତା କାମ ଶେଷ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ।

କଳାହାଣ୍ଡିରେ ଅସହ୍ୟ ଶୀତ, ଜାଡରେ ଅସ୍ତବ୍ୟସ୍ତ ଜୀବନ

କଳାହାଣ୍ଡି: ଶୀତରେ ଥରୁଛି ଓଡିଶା । ଜାଡରେ ଅସ୍ତବ୍ୟସ୍ତ ଜୀବନ । କଳାହାଣ୍ଡି ଧର୍ମଗଡରେ ଜାରି ରହିଛି ଶୀତ ଲହରି l ପାରଦ ୧୦ ଡିଗ୍ରୀ ତଳେ l ପିଲାଠୁ ବୟସ୍କ ସମସ୍ତଙ୍କୁ ଶୀତ କରୁଛି କଲବଲ l ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ l

କଥାରେ ଅଛି ମାଘ ଜାଡ କମ୍ପଇ ହାଡ । ହେଲେ ମାଘ ମାସ ଆରମ୍ଭ ନହେଉଣୁ ଶୀତରେ ଥରୁଛି ଧର୍ମଗଡl ସାରା ରାଜ୍ୟରେ ଶୀତର ଲହରୀ । ସୂର୍ଯ୍ୟାସ୍ତ ନ ହେଉଣୁ ଥରଉଛି ଶୀତ । ଦିନ ତମାମ ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇପଡୁଛି ଜୀବନ । ନା ଲୋକେ ଘରୁ ବାହାରି ପାରୁଛନ୍ତି ନା କୌଣସି ଜରୁରୀ କାମ କରିପାରୁଛନ୍ତି। ଶୀତ ବସ୍ତ୍ର ପରିଧାନ କରି ନିଆଁ ପୁଇଁବାରେ ଲାଗିଛନ୍ତି ଧର୍ମଗଡବାସୀ । ପାରଦ ୧୦ ଡିଗ୍ରୀ ତଳେ ଥିବାରୁ ପିଲାମାନେ ବି ଭୋଗୁଛନ୍ତି  ନାନା ସମସ୍ୟା ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ରହିଛି । ପାହାଡିଆ ଅଞ୍ଚଳ ଗୁଡିକରେ ଶୀତର ପ୍ରଭାବ ବେଶୀ ଥିବା ଯୋଗୁଁ ବୃଦ୍ଧ ବୃଦ୍ଧାକୁ ହେଉଛି ସମସ୍ୟା । ଶୀତ ଦାଉରୁ ରକ୍ଷା ପାଇଁ କିଏ କସରତ କରୁଛି ତ କିଏ ପହଞ୍ଚୁଛି ଜିମ୍ । ଆଉ କିଛି ପିଲା ଖେଳକୁ ଆପଣାଇଛନ୍ତି। ଘନ କୁହୁଡି ପଇଁ ଯାତାୟତରେ ମଧ୍ୟ ହେଉଛି ନାନା ସମସ୍ୟା ।

 

ଗେଣ୍ଡୁ ଫୁଲ କରିଛି ଲାଭବାନ

ବାଙ୍କୀ: ଗେଣ୍ଡୁ ଫୁଲ ଚାଷ କରି ସ୍ବାବଲମ୍ବୀ । ବାଙ୍କୀ ଡମପଡା ବ୍ଲକ କୁଶପଙ୍ଗି ଗାଁର ଗତିକାନ୍ତ ବେଉରା ନିଜର ୧୮ ଗୁଣ୍ଠ ଜମିରେ ଫୁଲ ଚାଷ କରିଛନ୍ତି । ପ୍ରତିବର୍ଷ ସେ ପରିବା ଚାଷ କରିଆସୁଥିଲେ ମଧ୍ୟ ପରିବା ଚାଷରୁ ସେତେ ଭଲ ଲାଭ ମିଳୁ ନଥିଲା ।  ଗେଣ୍ଡୁ ଫୁଲ ଚାଷରୁ ଭଲ ଲାଭ ମିଳୁଥିବାରୁ ଫୁଲ ଚାଷ ପ୍ରତି ମନ ବଳାଇଛନ୍ତି ଗତିକାନ୍ତ ।

ସବୁଜ ପତ୍ରର ଗହଳି ଭିତରେ ଖେଳୁଛି ଗେଣ୍ଡୁ ଫୁଲ । ରାସ୍ତା ପାର୍ଶ୍ବରେ ଢାଙ୍ଗି ହୋଇଛି ସୁନେଲୀ ଚାଦର। ବାଙ୍କୀ ଡମପଡା କୁଶପଙ୍ଗି ଗାଁର ଜଣେ ଯୁବ ଚାଷୀ ଗତିକାନ୍ତ ବେଉରା ଗେଣ୍ଡୁ ଫୁଲ ଚାଷ କରି ହୋଇଛନ୍ତି ସ୍ବାବଲମ୍ବୀ । ଫୁଲ ଚାଷରୁ ହେଉଛି ଭଲ ରୋଜଗାର। କଲିକତାରୁ ବିହନ ମଞ୍ଜି ଆଣି ପ୍ରଥମେ ଚାରା ପକାଇଥିଲେ ଗତିକାନ୍ତ । ୨ ଥର ଚାରା ନଷ୍ଟ ହୋଇଯିବା ପରେ ତୃତୀୟ ଥର ହେଲା ଭଲ ଫୁଲ । ଇଫିକୋ ଜରିଆରେ ସାର ଓ କୀଟନାଶକ ପ୍ରୟୋଗ କରି ପ୍ରଥମେ ୧୮ ଗୁଣ୍ଠ ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ । ଚାଷରେ ପାଖାପାଖି ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ରୋଜଗାର ହୋଇଛି ।

ଚାଷ କାର୍ଯ୍ୟରେ ଗତିକାନ୍ତଙ୍କୁ ତାଙ୍କ ଝିଅ ସହଯୋଗ କରୁଛନ୍ତି । ପାଠ ପଢିବା ସହିତ ଚାଷ କାର୍ଯ୍ୟରେ ବାପାଙ୍କୁ ସାହାଯ୍ୟ କରିବା କୁ ସେ ଆଗ୍ରହ ରଖନ୍ତି। ଫୁଲ ତୋଳିବା ଠାରୁ ଆରମ୍ଭ କରି ପାଣି ମଡାଇବା ପର୍ଯ୍ୟନ୍ତ ପ୍ରାୟ କାର୍ଯ୍ୟରେ ଗତିକାନ୍ତଙ୍କୁ ଝିଅଙ୍କ ପକ୍ଷରୁ ଥାଏ ସହଯୋଗ । ଗେଣ୍ଡୁ ଫୁଲ ଚାଷରେ ଭଲ ଲାଭ ମିଳୁଥିବାରୁ ଆଗାମୀ ବର୍ଷ ସମ୍ପୂର୍ଣ୍ଣ ପରିବା ଚାଷକୁ ବାଦ ଦେଇ କେବଳ ଗେଣ୍ଡୁଫୁଲ ଚାଷ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଗତିକାନ୍ତ । ଏହି ଚାଷକୁ ଦେଖି ସ୍ଥାନୀୟ ଅଞ୍ଚଳର ଅନେକ ଚାଷୀ ଅନୁପ୍ରାଣିତ ହୋଇଛନ୍ତି ।

 

୭୦୦୦ ଫୁଟ୍ ଉଚ୍ଚକୁ କାହିଁକି ଯାଉଛନ୍ତି ବାଘ , ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଚାଲିଛି ବାଘଙ୍କର ସ୍ଥାନାନ୍ତରଣ  । ବାଘ ଏବେ ଉଚ୍ଚା ପାହାଡ ଥିବା ଏରିଆ କୁ ବଢୁଛନ୍ତି  । ଏହି ଭଳି  ଦୃଶ୍ଯ ଏବେ ନିକଟରେ ଉତ୍ତରାଖଣ୍ଡରେ ନଜର ଆସିଛି  । ଏହି ବାଘ ସାଧାରଣତଃ ୧୨୬୩ ଫୁଟ୍ ଉଚ୍ଚ ରେ ଥିବା ସମତଳ ଜାଗା ଏବଂ ଜଙ୍ଗଲରେ ଦେଖାଯାଆନ୍ତି  । କିନ୍ତୁ ପୂର୍ବ କିଛି ଦିନ ମାନଙ୍କରେ ଉତରାଖଣ୍ଡରେ  ୭୦୦୦ ଫୁଟ୍ ରୁ ଅଧିକ ଉଚ୍ଚତା ବିଶିଷ୍ଟ ଜାଗା ଗୁଡିକରେ ବି ସେମାନଙ୍କୁ ଦେଖାଯାଇଛି  ।

ଆଲମୋଡା ଜାଗେଶ୍ବରରେ ୧୨ଡିସେମ୍ବର ରେ  ୧୮୭୦ ମିଟର ଉପରେ ବାଘ ଦେଖାଯିବା ପରେ ଏବେ ବିନାସର ରେ ବାଘ ଦେଖାଦେଇଛି  । ବିନସରର ୨୨୫୦ ମିଟର ଉଚ୍ଚାରେ  ବାଘ ଦେଖାଦେଇଛି  । ଏତେ ଥଣ୍ଡା ଜାଗାରେ ବାଘ ଦେଖାଯିବା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି  । ବନ ବିଭାଗ ମଧ୍ଯ ହାଇ ଆର୍ଲଟ ଜାରି କରିଛି  । କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି କମ୍ ଉଚ୍ଚାରେ ରହୁଥିବା ଏହି ବାଘଙ୍କର କଣ ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ ସେମାନେ ଏତେ ଉଚ୍ଚା ଜାଗାକୁ ଯାଉଛନ୍ତି  । 
ସାଧାରଣତଃ ସମତଳ ଜାଗାରେ ଦେଖାଯାଉଥିବା ବାଘ  ୧୨ ଡିସେମ୍ବରରେ ଜାଗେଶ୍ବର ଧାମରେ ଶୌକିୟସ୍ଥଳ ରେ ନଜର ଆସିଛି  । କିଛି ଲୋକ ଏହାକୁ ନିଜ ମୋବାଇଲ୍ କ୍ଯାମେରାରେ କଏଦ କରିଛନ୍ତି  । ଗୋଟେ ଦିନ ପରେ ୧୩ ଡିସେମ୍ବରରେ ଡିଏଫ୍ଓ ଧ୍ରୁବ ମତ୍ତୋଲିୟୋ ଙ୍କୁ ବାଘ ଦେଖାଯାଇଥିଲା  । ଏମିତି ନାହିଁ କି ବାଘ ପ୍ରଥମ ଥର ପାହାଡରେ ନଜର ଆସିଛନ୍ତି  । ପୂର୍ବରୁ  ବାଘ ପାହାଡ ଉପରେ ଦେଖିବାର ନଜର ଆସିଛି  । ଥଣ୍ଡାରେ ଯେବେ ବରଫ ପଡେ ସେତେବେଳେ ପାହାଡ ଉଚ୍ଚରେ ଗାଈ ଚରାଳୀ ନିଜ ଛେଳି , ମେଣ୍ଡାଙ୍କୁ ଚରେଇବାକୁ ପଡିଆକୁ  ନେଇ ଆସନ୍ତି  । ବରଫ ତରଳିବା ପରେ ଏବଂ ଥଣ୍ଡା କମିବା ପରେ ଏମାନେ ସମସ୍ତେ ପୁଣି ଫେରିଯାଆନ୍ତି  । ସେତେବେଳେ ବାଘ ତାଙ୍କ ପଛରେ ସହଜରେ ଶିକାର ପାଇବା ଆଶାରେ ତାଙ୍କ ପଛେ ପଛେ ପାହାଡକୁ ଉଠି ଯାଆନ୍ତି  ।

ନିଆରା ବାଲୁକା କଳା, ପିଆଜରେ ସାନ୍ତାକ୍ଲଜ

ପୁରୀ: ସୋମବାର ବଡ଼ଦିନ । ପଲ୍ଲୀରୁ ଦିଲ୍ଲୀ ଉତ୍ସବର ମାହୋଲ । ଏହି ଅବସରରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ବାଲୁକା କଳା ମାଧ୍ୟମରେ ଓନିଅନ ସାନ୍ତାକ୍ଲଜ ନିର୍ମାଣ ହୋଇଛି । ନିଆରା ଢଙ୍ଗରେ ସାରା ବିଶ୍ୱକୁ ବଡଦିନର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ତେବେ ଏହି କଳାକୃତିରେ ଦୁଇ ଟନ ପିଆଜର ବ୍ୟବହାର କରାଯାଇଛି । ଏହି ଅବସରରେ ସେ ଗିଫ୍ଟ ଏ ପ୍ଲାଣ୍ଟ, ଗ୍ରୀନ ଦ ଆର୍ଥର ବାର୍ତ୍ତା ଦେଇଛନ୍ତି । ପିଆଜରେ ମେରୀ ଖ୍ରୀଷ୍ଟ ମାସ ଲେଖାଯାଇଥିବା ବେଳେ ବିଭିନ୍ନ ପ୍ରକାରର ବୃକ୍ଷକୁ ସେ ଏଥିରେ ସ୍ଥାନିତ କରିଛନ୍ତି । ଯାହାକୁ ପର୍ଯ୍ୟଟକ ମାନେ ଅତି ଆନନ୍ଦର ସହ ଉପଭୋଗ କରିଛନ୍ତି ।

ଟିଟିଲାଗଡ଼ରେ ବିଜେଡିରେ ମିଶିଲେ ଶତାଧିକ କର୍ମୀ

ଟିଟିଲାଗଡ଼: ଟିଟିଲାଗଡରେ ବିଜେଡିର ମିଶ୍ରଣ ପର୍ବ । ଟିଟିଲାଗଡ଼ ବ୍ଲକ ବିଜୁ ଜନତା ଦଳ ଅଫିସରେ ସାମିଲ ହୋଇଛନ୍ତି ଶତାଧିକ ସଂଖ୍ୟାରେ ସଦସ୍ୟ । ବିଜେଡିରେ ସାମିଲ ହୋଇଥିବା ସଦସ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଦଳର।  ବିଜୁ ଜନତା ଦଳର୍ ଜନମଙ୍ଗଳ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶତାଧିକ ସଂଖ୍ୟାରେ ପୁରୁଷ ଓ ମହିଳା ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଟୁକୁନି ସାହୁ ବିଜୁ ଜନତା ଦଳର ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ୍ କରିଥିଲେ । ଦଳରେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟକରି ମୁଖ୍ୟମନ୍ତ୍ରୀଙ୍କ ହାତକୁ ସୁଦୃଢ କରିବା ସହ ଗାଁ ଗଣ୍ଡାର ବିକାଶ କରିବାକୁ ଆହ୍ଵାନ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ କଂଗ୍ରେସ କର୍ମୀ ଲଲିତ ସାହୁ ଓ କୁଶକେଳା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶୁ ମାଝୀ ଓ ତାଙ୍କ ସମର୍ଥକ ମାନେ ଦଳରେ ଯୋଗ ଦେଇଛନ୍ତି୍ । ଦଳ ଓ ନେତୃତ୍ୱର ଦିଗଦର୍ଶନରେ କାର୍ଯ୍ୟ କରିବେ ବୋଲି ସମସ୍ତେ କହିଛନ୍ତି।

ଭଉଣୀ ଘରେ ପହଞ୍ଚିଲେ ଅରବାଜ, ୫୭ ବର୍ଷ ବୟସରେ କରିବେ ଦ୍ବିତୀୟ ବିବାହ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତା ଅରବାଜ ଖାନ । ୫୭ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବାକୁ ଯାଉଥିବା ସଲମାନ ଖାନଙ୍କ ବଡ଼ଭାଇ ଏବେ ତାଙ୍କ ଭଉଣୀ ଅର୍ପିତାଙ୍କ ଘରେ ପହଞ୍ଚିଛନ୍ତି । ସେଠାରେ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ବିବାହରେ କେବଳ ପରିବାର ଲୋକେ ଏବଂ ଖାସ୍ ଅତିଥୀମାନେ ଯୋଗଦେବେ । ଅରବାଜ ଅର୍ପିତାଙ୍କ ଘରକୁ ଯାଉଥିବାର ଏକ ଭିଡିଓ ନଜରକୁ ଆସିଛି ।

ଅରବାଜ ମେକପ ଆର୍ଟିଷ୍ଟ ଶେରା ଖାନଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟ ଦୀର୍ଘଦିନ ଧରି ଡେଟିଂ କରିଥିବାବେଳେ ଏବେ ବିବାହ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଅରବାଜ ପ୍ରଥମେ ଅଭିନେତ୍ରୀ ମଲାଇକାଙ୍କୁ ବିବାହ କରିଥିବାବେଳେ ତାଙ୍କର ୨୧ ବର୍ଷର ପୁଅ ଅଛନ୍ତି । ମଲାଇକା ଅର୍ଜୁନ କପୁରଙ୍କୁ ଡେଟ୍ କରୁଥିବାବେଳେ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ଅରବାଜଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।