ପ୍ରସିଦ୍ଧ ଶୈବ ପୀଠ କପିଳାସରେ ଜାଗର ପାଇଁ କେମିତି ରହିଛି ପ୍ରସ୍ତୁତି ?

ଢେଙ୍କାନାଳ : ରାତି ପାହିଲେ ଜାଗର ଯାତ୍ରା । ଢେଙ୍କାନାଳର ପ୍ରସିଦ୍ଧ ଶୈବ ପୀଠ କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାପ୍ରଭୁଙ୍କର ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସମସ୍ତ ବିଭାଗ ପକ୍ଷରୁ କାର୍ଯ୍ୟ ତ୍ୱରାନିତ ହୋଇଛି । ଜାଗର ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପବିତ୍ର ଜାଗର ଯାତ୍ରା ପାଇଁ ମନ୍ଦିର ପରିସ୍କାର ପରିଚ୍ଛନତା , ଆଲୋକୀକରଣ, ପାନୀୟ ଜଳ ଯୋଗାଣ, ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯିବ । ଚଳିତ ବର୍ଷ ରାଜପୁରଧାଙ୍କ ସମୟ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନିତିକାନ୍ତି ପରେ ପ୍ରାପ୍ତ ୩ଘଣ୍ଟା ୫୫ ମି.ସମୟରେ ମନ୍ଦିର ଉପରକୁ ମହାଦିପ ଉଠିବାର ସମୟ ଧାର୍ଯ୍ୟ କରାଯାଇଛି ।

ଶାନ୍ତି ଶୃଙ୍ଖଳା ପାଇଁ ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏଥିସହିତ ୫ ଜଣ ଡିଏସପି ,୧୩ଜଣ ଇନିସପେକ୍ଟର ,ଏସ୍ଆଇଙ୍କୁ ମିଶି ୮୧ ଜଣଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଚଳିତ ବର୍ଷ ଶ୍ରଦ୍ଧାଳୁ ମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିବେ ସେଥି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି  ।